ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଆଜି ଭାରତରେ ସକ୍ରିୟ କରୋନା ମାମଲା ରହିଛି ୧.୪୬ ଲକ୍ଷ

ବିଗତ ୨୪ ଘଣ୍ଟା ମଧ୍ୟରେ ଦୈନିକ ନୂଆ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି

ଭାରତରେ ମୋଟ ଟିକାକରଣ ୧.୨୧ କୋଟିକୁ ଅତିକ୍ରମ କରିଛି

Posted On: 24 FEB 2021 11:13AM by PIB Bhubaneshwar

ଭାରତରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧.୫୦ ଲକ୍ଷରେ ସୀମିତ ରହିଛି  । ଆଜି ସକ୍ରିୟ ମାମଲା ରହିଛି ୧,୪୬,୯୦୭ । ଭାରତର ମୋଟ ପଜିଟିଭ୍ ମାମଲାର ୧.୩୩% ରହିଛି ସକ୍ରିୟ ମାମଲା ।

          ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩,୭୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪,୦୩୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏହା ଫଳରେ ସକ୍ରିୟ ମାମଲାରେ ସିଧାସଳଖ ୩୯୯ ହ୍ରାସ ହୋଇଛି ।

          ନିମ୍ନରେ ଥିବା ଟେବୁଲ ବିଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ହୋଇଥିବା ପରିବର୍ତ୍ତନକୁ ସୂଚାଉଛି । ମହାରାଷ୍ଟ୍ରରେ ସର୍ବାଧିକ ସକରାତ୍ମକ ପରିବର୍ତ୍ତନ ହୋଇ ୨୯୮ ଯୋଗ ହୋଇଛି ଏବଂ କେରଳରେ ସର୍ବାଧିବ ନକରାତ୍ମକ ପରିବର୍ତ୍ତନ ହୋଇ ୮୦୩ ବିଯୁକ୍ତ ହୋଇଛି ।

https://static.pib.gov.in/WriteReadData/userfiles/image/image001D3F3.jpg

          ବିଗତ ଏକ ସପ୍ତାହ ଧରି ୧୨ଟି ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଉପରେ ରହୁଛି । ଏସବୁ ରାଜ୍ୟ ହେଲା ମହାରାଷ୍ଟ୍ର, କେରଳ, ତାମିଲନାଡ଼ୁ, କର୍ଣ୍ଣାଟକ, ପଞ୍ଜାବ, ଗୁଜରାଟ, ମଧ୍ୟପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ, ତେଲଙ୍ଗାନା, ଦିଲ୍ଲୀ ଏବଂ ହରିଆନା । ବିଗତ ଏକ ସପ୍ତାହ ଧରି କେରଳ ଓ ମହାରାଷ୍ଟ୍ରରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଉପରେ ରହୁଛି ।

https://static.pib.gov.in/WriteReadData/userfiles/image/image002CP49.jpg

          ୨୦୨୧ ଫେବୃୟାରୀ ୨୪ ତାରିଖ ସକାଳ ୭ଟା ସୁଦ୍ଧା ଦେଶରେ ମୋଟ ୨,୫୪,୩୫୬ ସେସନରେ ୧,୨୧,୬୫,୫୯୮ ଜଣଙ୍କ ଟିକାକରଣ ହୋଇଛି । ଏହା ମଧ୍ୟରେ ଅଛନ୍ତି ୬୪,୯୮୩୦୦ ଜଣ ଏଚସିଡବ୍ଲୁ (ପ୍ରଥମ ଡୋଜ୍), ୧୩,୯୮,୪୦୦ ଜଣ ଏଚସିଡବ୍ଲୁ (ଦ୍ୱିତୀୟ ଡୋଜ୍) ଏବଂ ୪୨,୬୮,୮୯୮ ଜଣ ଏଫଏଲଡବ୍ଲୁ (ପ୍ରଥମ ଡୋଜ୍) ।

          ଯେଉଁ ହିତାଧିକାରୀମାନେ ପ୍ରଥମ ଡୋଜ୍ ଟିକା ନେବାର ୨୮ ଦିନ ଅତିକ୍ରମ କରିଛି ସେମାନଙ୍କ ଦ୍ୱିତୀୟ ଡୋଜ୍ ଟିକାକରଣ ୨୦୨୧ ଫେବୃୟାରୀ ୧୩ରୁ ଆରମ୍ଭ ହୋଇଛି । ୨୦୨୧ ଫେବୃୟାରୀ ୨ତାରିଖରୁ ଏଫଏଲଡବ୍ଲୁଙ୍କ ଟିକାକରଣ ଆରମ୍ଭ ହୋଇଛି ।

S.

No.

 

State/UT

Beneficiaries vaccinated

1stDose

2ndDose

Total Doses

1

A&NIslands

5,565

2,018

7,583

2

AndhraPradesh

4,45,327

1,11,483

5,56,810

3

ArunachalPradesh

22,419

5,497

27,916

4

Assam

1,75,185

15,189

1,90,374

5

Bihar

5,32,936

59,521

5,92,457

6

Chandigarh

15,766

1,237

17,003

7

Chhattisgarh

3,58,080

30,946

3,89,026

8

Dadra&NagarHaveli

5,028

261

5,289

9

Daman&Diu

1,808

254

2,062

10

Delhi

3,34,333

24,762

3,59,095

11

Goa

15,804

1,280

17,084

12

Gujarat

8,26,583

78,471

9,05,054

13

Haryana

2,15,743

53,110

2,68,853

14

HimachalPradesh

97,607

12,672

1,10,279

15

Jammu&Kashmir

2,17,910

10,285

2,28,195

16

Jharkhand

2,67,556

14,578

2,82,134

17

Karnataka

5,69,416

1,57,944

7,27,360

18

Kerala

4,14,509

62,299

4,76,808

19

Ladakh

7,368

611

7,979

20

Lakshadweep

2,343

621

2,964

21

MadhyaPradesh

6,44,431

32,529

6,76,960

22

Maharashtra

9,48,539

80,824

10,29,363

23

Manipur

43,507

1,894

45,401

24

Meghalaya

28,190

1,200

29,390

25

Mizoram

17,315

3,490

20,805

26

Nagaland

24,985

4,819

29,804

27

Odisha

4,47,176

1,30,470

5,77,646

28

Puducherry

9,431

1,019

10,450

29

Punjab

1,33,718

23,867

1,57,585

30

Rajasthan

7,83,205

94,838

8,78,043

31

Sikkim

14,721

973

15,694

32

TamilNadu

3,59,063

41,337

4,00,400

33

Telangana

2,81,382

1,06,167

3,87,549

34

Tripura

85,789

16,349

1,02,138

35

UttarPradesh

11,40,754

86,021

12,26,775

36

Uttarakhand

1,36,058

11,242

1,47,300

37

WestBengal

7,20,569

81,108

8,01,677

38

Miscellaneous

4,17,079

37,214

4,54,293

 

Total

1,07,67,198

13,98,400

1,21,65,598

 

 

          ଟିକାକରଣର ୩୯ ତମ ଦିବସରେ (୨୩ ଫେବୃୟାରୀ ୨୦୨୧) ୪,୨୦,୦୪୬ ଡୋଜ୍ ଟିକା ଦିଆଯାଇଛି । ୯୪୭୯ ସେସନରେ ୨,୭୯,୮୨୩ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ଏଥିରେ ଏଚସିଡବ୍ଲୁ ଓ ଏଫଏଲଡବ୍ଲୁ ମାନଙ୍କୁ ପ୍ରଥମ ଡୋଜ୍ ଏବଂ ୧,୪୦,୨୨୩ ଏଚଜିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।

          ମୋଟ ୧,୨୧,୬୫,୫୯୮ ଡୋଜ୍ ଟିକା ମଧ୍ୟରୁ ୧,୦୭,୬୭,୧୯୮ (ଏଚସିଡବ୍ଲୁ ଓ ଏଫଏଲଡବ୍ଲୁ) ପ୍ରଥମ ଡୋଜ୍ ଏବଂ ୧୩,୯୮,୪୦୦ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।

https://static.pib.gov.in/WriteReadData/userfiles/image/image003KS8V.jpg

          ୧୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ପଂଜିକୃତ ହୋଇଥିବା ଏଚସିଡବ୍ଲୁମାନଙ୍କ ମଧ୍ୟରୁ ୭୫%ରୁ ଅଧିକ ଏଚସିଡବ୍ଲୁ ଟିକା ନେଇଛନ୍ତି । ଏସୁବ ରାଜ୍ୟ ହେଲା ବିହାର, ତ୍ରିପୁରା, ଓଡ଼ିଶା, ଗୁଜରାଟ, ଛତିଶଗଡ଼, ଲାକ୍ଷାଦ୍ୱୀପ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ, ଉତ୍ତର ପ୍ର୍ରଦେଶ ଏବଂ ରାଜସ୍ଥାନ ।

https://static.pib.gov.in/WriteReadData/userfiles/image/image0040QK0.jpg

          ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ପଞ୍ଜିକୃତ ଏଫଏଲଡବ୍ଲୁ ମାନଙ୍କ ମଧ୍ୟରୁ ୬୦%ରୁ ଅଧିକ ଟିକା ନେଇଛନ୍ତି । ଏସବୁ ହେଲା ଦାଦ୍ରା ଓ ନଗର ହାବେଳି, ରାଜସ୍ଥାନ, ଲାକ୍ଷାଦ୍ୱୀପ, ଗୁଜରାଟ, ମଧ୍ୟପ୍ରଦେଶ, ତ୍ରିପୁରା, ଓଡ଼ିଶା, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଛତିଶଗଡ଼ ।

https://static.pib.gov.in/WriteReadData/userfiles/image/image005BDYB.jpg

          ଏ ପର୍ଯ୍ୟନ୍ତ କରୋନାରୁ ମୋଟ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ଆଜି ରହିଛି ୧,୦୭,୨୬,୭୦୨ । ଆଜି ସୁସ୍ଥତା ହାର ରହିଛି ୯୭.୨୫% । ମୋଟ ସୁସ୍ଥଙ୍କ ସଂଖ୍ୟା ଏବଂ ସକ୍ରିୟ ମାମଲା ମଧ୍ୟରେ ଥିବା ପାର୍ଥକ୍ୟ କ୍ରମେ ବୃଦ୍ଧି ପାଇ ଚାଲିଛି ଏବଂ ଆଜି ଏହା ରହିଛି ୧୦,୫୭୯,୭୯୫ ।

          ନୂଆ ସୁସ୍ଥଙ୍କ ମଧ୍ୟରୁ ୮୬.୨୬% ଆସିଛନ୍ତି ୬ ରାଜ୍ୟରୁ ।

          ବିଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୫,୮୬୯ ଜଣ ସୁସ୍ଥ ହୋଇଥିବା ବେଳେ କେରଳରେ ୪୮୨୩ ଏବଂ ତାମିଲନାଡ଼ୁରେ ୪୫୩ ଜଣ ସୁସ୍ଥ ହୋଇଛନ୍ତି ।

https://static.pib.gov.in/WriteReadData/userfiles/image/image006T67I.jpg

          ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୬.୧୫% ଆସିଛନ୍ତି ୬ ରାଜ୍ୟରୁ ।

          ମହାରାଷ୍ଟ୍ରରେ ସର୍ବାଧିକ ଦୈନିକ ଆକ୍ରାନ୍ତ ୬୨୧୮ ଜଣ ଚିହ୍ନଟ ହୋଇଥିବା ବେଳେ କେରଳରେ ୪୦୩୪ ଏବଂ ତାମିଲନାଡ଼ୁରେ ୪୪୨ ଜଣ ଚିହ୍ନଟ ହୋଇଛନ୍ତି ।

https://static.pib.gov.in/WriteReadData/userfiles/image/image007ET7M.jpg

          ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୧୦୪ ଜଣଙ୍କ ମ଼ୃତ୍ୟୁ ହୋଇଛି । ଏଥିରୁ ୮୧.୭୩% ମୃତ୍ୟୁ ହୋଇଛି ୫ ରାଜ୍ୟରେ । ମହାରାଷ୍ଟ୍ରରେ ସର୍ବାଧିକ ୫୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କେରଳରେ ୧୪ ଓ ପଞ୍ଜାବରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି ।

https://static.pib.gov.in/WriteReadData/userfiles/image/image008GR10.jpg

          ୧୯ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ବିଗତ ୨୪ ଘଣ୍ଟା ମଧ୍ୟରେ କୌଣସି କରୋନା ମୃତ୍ୟୁ ହୋଇନାହିଁଏସବୁ ରାଜ୍ୟ ହେଲା ଗୁଜରାଟ, ହରିଆନା, ରାଜସ୍ଥାନ, ଓଡ଼ିଶା, ଝାଡ଼ଖଣ୍ଡ, ଚଣ୍ଡିଗଡ଼, ଆସାମ, ଲାକ୍ଷାଦ୍ୱୀପ, ମଣିପୁର, ମିଜୋରାମ, ତ୍ରିପୁରା, ମେଘାଳୟ, ଆଣ୍ଡାମାନ ଓ ନିକୋବର ଦ୍ୱୀପ, ସିକିମ, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ଦାଦ୍ରା ଓ ନଗର ହାବେଳି ଏବଂ ଦାମନ ଓ ଡିଉ ।

          ୧୩ଟି ରାଜ୍ୟରେ ୧ରୁ ୫ ଜଣଙ୍କ ମୃତ୍ୟୁ ହୋଇଛି । ୨ଟି ରାଜ୍ୟରେ ୬ରୁ ୧୦ ଜଣ, ଗୋଟିଏ ରାଜ୍ୟରେ ୧୦ରୁ ୨୦ ଏବଂ ଗୋଟିଏ ରାଜ୍ୟରେ ୨୦ରୁ ଅଧିକ ମୃତ୍ୟୁ ହୋଇଛି ।

https://static.pib.gov.in/WriteReadData/userfiles/image/image009NZ2O.jpg

*******

SR

 

 

 



(Release ID: 1700462) Visitor Counter : 224