ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ ସକ୍ରିୟ କରୋନା ମାମଲା ୧.୫ ଲକ୍ଷ ତଳେ, ଆଜି ରହିଛି ୧.୪୭ ଲକ୍ଷ

ଭାରତରେ ମୋଟ ଟିକାକରଣ ସଂଖ୍ୟା ୧.୧୭ କୋଟି ଅତିକ୍ରମ କରିଛି

ଦୈନିକ ମୃତ୍ୟୁ ସଂଖ୍ୟା ଶହେ ତଳେ ରହିଛି; ବିଗତ ୨୪ ଘଣ୍ଟାରେ ୨୧ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କରୋନା ମୃତ୍ୟୁ ହୋଇନାହିଁ

Posted On: 23 FEB 2021 11:38AM by PIB Bhubaneshwar

ଦେଶରେ କରୋନା ସକ୍ରିୟ ମାମଲା ଏବେ ୧.୫୦ ଲକ୍ଷ ତଳେ ରହିଛି । ଆଜି ଏହା ୧.୪୭ ଲକ୍ଷ ତଳେ ରହିଛି । ଏବେ ଦେଶର ମୋଟ ପଜିଟିଭ୍ ମାମଲାର ୧.୩୪% ରହିଛି ସକ୍ରିୟ ମାମଲା ।

ବିଗତ ୨୪ ଘଣ୍ଟା ମଧ୍ୟରେ ୧୦,୫୮୪ ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଅପରପକ୍ଷରେ ବିଗତ ୨୪ ଘଣ୍ଟାରେ ୧୩,୨୫୫ ଜଣ ସୁସ୍ଥ ହୋଇଛନ୍ତି । ଏହାଫଳରେ ମୋଟ ସକ୍ରିୟ ମାମଲାରେ ୨୭୪୯ ହ୍ରାସ ହୋଇଛି । ଭାରତରେ ମୋଟ ପଜିଟିଭ୍ ହାର ୩%ରୁ କମ୍ ରହିଛି ।

ଭାରତରେ ଦୈନିକ କରୋନା ମୃତ୍ୟୁ ମାମଲା କ୍ରମେ ହ୍ରାସ ପାଇ ଚାଲିଛି । ବିଗତ ୨୪ ଘଣ୍ଟାରେ ୭୮ ଜଣଙ୍କର ମୃତ୍ୟୁ ହୋଇଛି ।

ବିଗତ ୨୪ ଘଣ୍ଟାରେ ୨୧ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କେହି କୋଭିଡ-୧୯ରେ ପ୍ରାଣ ହରାଇନାହାନ୍ତି । ଏସବୁ ରାଜ୍ୟ ମଧ୍ୟରେ ରହିଛି ମଧ୍ୟପ୍ରଦେଶ, ଆସାମ, ରାଜସ୍ଥାନ, ହରିଆନା, ଜମ୍ମୁ-କାଶ୍ମୀର, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଗୋଆ, ହିମାଚଳ ପ୍ରଦେଶ, ପୁଡୁଚେରୀ, ଲାକ୍ଷାଦ୍ୱୀପ, ମଣିପୁର, ସିକିମ, ତ୍ରିପୁରା, ଲଦାଖ, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଦାଦ୍ରା ଓ ନଗରହାବେଳି, ଦାମନ ଓ ଡିଉ ।

୨୦୨୧ ଫେବୃୟାରୀ ୨୧ ତାରିଖ ସକାଳ ୮ଟା ସୁଦ୍ଧା ୨,୪୪,୮୭୭ ସେସନରେ ୧,୧୭,୪୫,୫୫୨ ଜଣଙ୍କର ଟିକାକରଣ ହୋଇଛି । ଏହା ମଧ୍ୟରେ ୬୪,୫୧,୨୫୧ ଜଣ ଏଚସିଡବ୍ଲୁ (ପ୍ରଥମ ଡୋଜ୍ ), ୧୨,୫୮,୧୭୭ ଜଣ ଏଚସିଡବ୍ଲୁ (ଦ୍ୱିତୀୟ ଡୋଜ୍) ଏବଂ ୪୦,୩୬,୧୨୪ ଜଣ ଏଫଏଲଡବ୍ଲୁ (ପ୍ରଥମ ଡୋଜ୍) ଅନ୍ତର୍ଭୁକ୍ତ ।

          ୨୦୨୧ ଫେବୃୟାରୀ ୧୩ ତାରିଖରେ ଆରମ୍ଭ ହୋଇଛି କୋଭିଡ-୧୯ ଟିକାକରଣର ଦ୍ୱିତୀୟ ଡୋଜ୍ ପ୍ରଦାନ । ଯେଉଁ ହିତାଧିକାରୀମାନେ ପ୍ରଥମ ଡୋଜ୍ ନେବାର ୨୮ ଦିନ ହୋଇଯାଇଛି ସେମାନଙ୍କୁ ଦ୍ୱିତୀୟ ଡୋଜ୍ ପ୍ରଦାନ କରାଯାଉଛି । ୨୦୨୧ ମସିହା ଫେବୃୟାରୀ ୨ ତାରିଖରୁ ଏଫଏଲଡବ୍ଲୁଙ୍କ ଟିକାକରଣ ଆରମ୍ଭ ହୋଇଛି ।

 

 

S.

No.

 

State/UT

Beneficiaries vaccinated

1st Dose

2nd Dose

Total Doses

1

A & N Islands

5,442

1,870

7,312

2

Andhra Pradesh

4,27,444

1,02,376

5,29,820

3

Arunachal Pradesh

21,318

5,332

26,650

4

Assam

1,65,110

13,992

1,79,102

5

Bihar

5,26,159

56,791

5,82,950

6

Chandigarh

14,198

1,089

15,287

7

Chhattisgarh

3,50,716

28,186

3,78,902

8

Dadra & Nagar Haveli

5,019

252

5,271

9

Daman & Diu

1,767

254

2,021

10

Delhi

3,15,841

22,788

3,38,629

11

Goa

15,542

1,269

16,811

12

Gujarat

8,24,119

73,547

8,97,666

13

Haryana

2,13,802

41,811

2,55,613

14

Himachal Pradesh

96,278

12,412

1,08,690

15

Jammu & Kashmir

2,10,544

9,315

2,19,859

16

Jharkhand

2,61,339

13,394

2,74,733

17

Karnataka

5,53,888

1,40,076

6,93,964

18

Kerala

4,05,697

56,232

4,61,929

19

Ladakh

6,610

610

7,220

20

Lakshadweep

2,333

591

2,924

21

Madhya Pradesh

6,43,277

32,124

6,75,401

22

Maharashtra

9,16,977

68,978

9,85,955

23

Manipur

41,799

1,798

43,597

24

Meghalaya

25,998

960

26,958

25

Mizoram

15,749

3,052

18,801

26

Nagaland

23,391

4,418

27,809

27

Odisha

4,43,401

1,22,741

5,66,142

28

Puducherry

9,356

981

10,337

29

Punjab

1,27,528

20,538

1,48,066

30

Rajasthan

7,82,710

62,183

8,44,893

31

Sikkim

13,384

775

14,159

32

Tamil Nadu

3,49,527

36,073

3,85,600

33

Telangana

2,81,365

1,05,936

3,87,301

34

Tripura

84,254

15,066

99,320

35

Uttar Pradesh

11,40,754

86,021

12,26,775

36

Uttarakhand

1,33,636

9,682

1,43,318

37

West Bengal

6,73,939

69,651

7,43,590

38

Miscellaneous

3,57,164

35,013

3,92,177

 

Total

1,04,87,375

 

12,58,177

 

  1,17,45,552

 

 

 

          ଟିକାକରଣର ୩୮ତମ ଦିବସରେ (୨୦୨୧ ଫେବୃୟାରୀ ୨୨) ୬,୨୮,୬୯୬ ଡୋଜ୍ ଟିକା ଦିଆଯାଇଛି । ଏଥିରୁ ୧୨୫୬୦ ସେସନରେ ୩,୩୮,୩୭୩ ପ୍ରଥମ ଡୋଜ୍ (ଏଚସିଡବ୍ଲୁ ଓ ଏଫଏଲଡବ୍ଲୁ) ଦିଆଯାଇଛି ଏବଂ ୨,୯୦,୩୨୩ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।  

          ମୋଟ ୧,୧୭,୪୫,୫୫୨ ଡୋଜ୍ ଟିକା ମଧ୍ୟରୁ ୧,୦୪,୮୭,୩୭୫ (ଏଚସିଡବ୍ଲୁ ଓ ଏଫଏଲଡବ୍ଲୁ) ପ୍ରଥମ ଡୋଜ୍ ଓ ୧୨,୫୮,୧୭୭ (ଏଚସିଡବ୍ଲୁ) ଦ୍ୱିତୀୟ ଡୋଜ୍ ନେଇଛନ୍ତି ।

          ମୋଟ ଟିକାକରଣରୁ ୫୧.୬୬% ଟିକା ଦିଆଯାଇଛି ୭ ରାଜ୍ୟରେ । ଉତ୍ତର ପ୍ରଦେଶରେ କେବଳ ୧୦.୪% (୧୨,୨୬,୭୭୫ ଡୋଜ୍) ଟିକା ଦିଆଯାଇଛି ।

          ଟିକାକରଣର ଦ୍ୱିତୀୟ ଡୋଜରୁ ୬୧.୧୫% ଦିଆଯାଇଛି ୮ ରାଜ୍ୟରେ । କର୍ଣ୍ଣାଟକରେ କେବଳ ୧୧.୧୩% (୧,୪୦,୦୭୬) ଡୋଜ୍ ଦିଆଯାଇଛି ।

          ଭାରତରେ ଆଜି ପର୍ଯ୍ୟନ୍ତ ମୋଟ ୧.୦୭ କୋଟି (୧,୯୭,୧୨,୬୫୫) କରୋନାରୁ ସୁସ୍ଥ ହୋଇଛନ୍ତି । ଆଜି ସୁସ୍ଥତା ହାର ରହିଛି ୯୭.୨୨% । ମୋଟ ସୁସ୍ଥ ଏବଂ ସକ୍ରିୟ କରୋନା ମାମଲା ମଧ୍ୟରେ ପାର୍ଥକ୍ୟ କ୍ରମାଗତ ବୃଦ୍ଧି ପାଇ ୧୦,୫୬୫,୩୫୯ ରେ ପହଞ୍ଚିଛି ।

          ସୁସ୍ଥଙ୍କ ମଧ୍ୟରୁ ୮୬.୫୬% ଆସିଛନ୍ତି ୬ ରାଜ୍ୟରୁ ।

          କେରଳରେ ଗୋଟିଏ ଦିନରେ ସର୍ବାଧିକ ୫,୦୩୭ ଜଣ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୫,୦୩୫ ଏବଂ ତାମିଲନାଡ଼ୁରେ ୪୬୧ ଜଣ ସୁସ୍ଥ ହୋଇଛନ୍ତି ।

ନୂଆ କରୋନା ମାମଲା ମଧ୍ୟରୁ ୮୪% ଆସିଛନ୍ତି ୬ ରାଜ୍ୟରୁ ।

          ମହାରାଷ୍ଟ୍ରରେ କ୍ରମାଗତ ଭାବେ ଗୋଟିଏ ଦିନରେ ସର୍ବାଧିକ ୫,୨୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେରଳରେ ୨,୨୧୨ ଏବଂ ତାମିଲନାଡ଼ୁରେ ୪୪୯ ଜଣ ଚିହ୍ନଟ ହୋଇଛନ୍ତି ।

          ୨୪ ଘଣ୍ଟା ମଧ୍ୟରେ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ୮୪.୬୨% ମୃତ୍ୟୁ ହୋଇଛି ୬ ରାଜ୍ୟରେ । ମହାରାଷ୍ଟ୍ରରେ ସର୍ବାଧିକ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେରଳରେ ୧୬ ଜଣ ଓ ପଞ୍ଜାବରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି ।

*******

 

SR

 



(Release ID: 1700220) Visitor Counter : 260