ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆନୁଷଙ୍ଗିକ କ୍ଷେତ୍ରରେ ବଜେଟର ସଠିକ ବିନିଯୋଗ ପାଇଁ ଫେବୃୟାରୀ ଆରୀ 16 ରେ ୱେବିନାରକୁ ଉଦବୋଧନ କରିବେ ପ୍ରଧାନମନ୍ତ୍ରୀ

Posted On: 15 FEB 2021 8:24PM by PIB Bhubaneshwar

ଆନୁଷଙ୍ଗିକ କ୍ଷେତ୍ରରେ 2021-22 ର ବଜେଟକୁ ସଠିକ୍ ଭାବେ ବିନିଯୋଗ କରିବା ସମ୍ପର୍କରେ ରୋଡମ୍ୟାପ ପ୍ରସ୍ତୁତି ଉପରେ ଆଲୋଚନା ସକାଶେ 16 ଫେବୃଆରୀ 2021 ଅପରାହ୍ଣ 4ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ୱେବିନାରକୁ ଉଦବୋଧନ କରିବେ ।

ୱେବିନାର ସମ୍ପର୍କରେ

ୱେବିନାରରେ 2ଶହରୁ ଅଧିକ ପ୍ୟାନେଲିଷ୍ଟ ଯୋଗ ଦେବେ । ସେମାନଙ୍କ ମଧ୍ୟରେ ପ୍ରମୁଖ ଆଥିକ ସଂସ୍ଥା, ଠିକା ସଂସ୍ଥା, ବିଶେଷଜ୍ଞ କମିଟିର ପ୍ରତିନିଧି ରହିବେ । ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ଆଧାରରେ ଭିତ୍ତିଭୂମି କ୍ଷେତ୍ରରେ ବିକାଶ ନେଇ ପ୍ୟାନେଲିଷ୍ଟ ମାନେ ସେମାନଙ୍କ ମତ ରଖିବେ । ଏ କ୍ଷେତ୍ରରେ କିପରି ଅଧିକ ନିବେଶ ଆସିବ ସେ ନେଇ ମଧ୍ୟ ମତ ଉପସ୍ଥାପନ କରିବେ ।

ଏହାପରେ ୱେବିନାରରେ ଦୁଇଟି ପର୍ଯ୍ୟାୟ ରହିବ । ବିଭିନ୍ନ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶ ଗ୍ରହଣ କରିବେ । ଏହାପରେ ବଜେଟ ଦୃଷ୍ଟିକୋଣରେ ବିଭିନ୍ନ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ସକାଶେ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ମତ ରଖିବେ ଏବଂ ଏକ ରୋଡମ୍ୟାପ ପ୍ରସ୍ତୁତ ହେବ । ରଣକୌଶଳ ପ୍ରସ୍ତୁତ କରିବାକୁ ବିଭିନ୍ନ ଅଂଶୀଦାରଙ୍କ ସହ ମତ ବିନିମୟର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

*******

SR/SLP

 



(Release ID: 1698427) Visitor Counter : 190