ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ତାମିଲନାଡୁର ବିରୁଧୁନଗର ବାଣ କାରଖାନାରେ ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା ଲାଗି ପ୍ରଧାନମନ୍ତ୍ରୀଙ୍କ ଶୋକ

ପୀଡିତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା

ପୋଷ୍ଟ କରାଯିବା ଦିନାଙ୍କ: 12 FEB 2021 5:14PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁର ବିରୁଧୁନଗରରେ ଥିବା ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା ଲାଗି ଶୋକ ପ୍ରକଟ କରିବା ସହିତ ପୀଡିତଙ୍କ ପାଇଁ ଅନୁକମ୍ପା ରାଶି ପ୍ରଦାନ ଲାଗି ଅନୁମୋଦନ କରିଛନ୍ତି ।

ଏକାଧିକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, "ତାମିଲନାଡୁର ବିରୁଧୁନଗରରେ ଥିବା ଏକ ବାଣ କାରଖାନାରେ ନିଆଁ ଲାଗିବା ଘଟଣାରେ ମୁଁ ମର୍ମାହତ । ଏହି ଦୁଃଖଦ ସମୟରେ ଶୋକ ସନ୍ତପ୍ତ ପରିବାରଙ୍କ ପ୍ରତି ମୋର ସମବେଦନା ରହିଛି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଘଟଣାସ୍ଥଳରେ ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି ।  

ତାମିଲନାଡୁର ବିରୁଧୁନଗର ଅଗ୍ନିକାଣ୍ଡ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ 2 କୋଟି ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ଲାଗି ଘୋଷଣା କରାଯାଇଛି । ସେହିଭଳି ଗୁରୁତର ଭାବେ ଆହତ ପ୍ରତ୍ୟେକ  ବ୍ୟକ୍ତିଙ୍କୁ 50 ହଜାର ଟଙ୍କା ପ୍ରଦାନ କରାଯିବ ।

 

**********

TRP/

 


(ରିଲିଜ ଆଡି: 1697627) ପରିଦର୍ଶକ କାଉଣ୍ଟର : 190