ଅର୍ଥ ମନ୍ତ୍ରଣାଳୟ

କେନ୍ଦ୍ର ବଜେଟ୍ 2021-22ର ମୁଖ୍ୟାଂଶ

Posted On: 01 FEB 2021 2:07PM by PIB Bhubaneshwar

କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ପ୍ରଥମ ଥର ପାଇଁ ଡିଜିଟାଲ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ 2021ରେ ମଧ୍ୟ କୋଭିଡ-19 ବିରୋଧରେ ଭାରତର ଲଢ଼େଇ ଜାରି ରହିବ। ଇତିହାସରେ ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ, ଯେତେବେଳେ କୋଭିଡ-19 ପରବର୍ତ୍ତୀ ବିଶ୍ୱର ରାଜନୈତିକ, ଅର୍ଥନୈତିକ ଏବଂ ରଣନୈତିକ ସମ୍ପର୍କ ବଦଳିବାରେ ଲାଗିଛି। ଏହା ଏକ ନୂତନ ଅୟମାରମ୍ଭ ଯେଉଁଥିରେ ଭାରତ ନିଜକୁ ନୂଆ ସମ୍ଭାବନା ଏବଂ ଆଶାର ଏକ ଭୂମି ଭାବେ ଉପସ୍ଥାପିତ କରିଛି।

 

ନିମ୍ନରେ କେନ୍ଦ୍ର ବଜେଟ 2021-22 ପ୍ରମୁଖ ମୁଖ୍ୟାଂଶ ଦିଆଗଲା :

 

  • 2021-22 କେନ୍ଦ୍ର ବଜେଟର 6ଟି ସ୍ତମ୍ଭ:
  • ସ୍ୱାସ୍ଥ୍ୟ କଲ୍ୟାଣ
  • ଶାରୀରିକ ଏବଂ ଆର୍ଥିକ ପୁଞ୍ଜି ଏବଂ ଭିତ୍ତିଭୂମି
  • ଆକାଂକ୍ଷୀ ଭାରତ ପାଇଁ ସମାବେଶୀ ବିକାଶ
  • ମାନବୀୟ ପୁଞ୍ଜିର ପୁନରୁଦ୍ଧାର।
  • ନବୋନ୍ମେଷ ଏବଂ ଗବେଷଣା ବିକାଶ
  • ସର୍ବନିମ୍ନ ସରକାର ସର୍ବାଧିକ ପ୍ରଶାସନ

 

ସ୍ୱାସ୍ଥ୍ୟ କଲ୍ୟାଣ

  • 2021-22 ଆର୍ଥିକ ବର୍ଷରେ ସ୍ୱାସ୍ଥ୍ୟ କଲ୍ୟାଣ କ୍ଷେତ୍ରରେ 2,23,846 କୋଟି ଟଙ୍କା ବଜେଟ ବ୍ୟବସ୍ଥା କରାଯାଇଛି ଯାହାକି 2020-21 ଆର୍ଥିକ ବର୍ଷର ବ୍ୟୟବରାଦ  94,452 କୋଟି ଟଙ୍କା ଠାରୁ 137% ଅଧିକ। ତିନୋଟି ପ୍ରମୁଖ କ୍ଷେତ୍ର ନିରାକରଣ, ନିଦାନ ଏବଂ କଲ୍ୟାଣ କ୍ଷେତ୍ରକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ।

ସ୍ୱାସ୍ଥ୍ୟ କଲ୍ୟାଣରେ ସୁଧାର ପାଇଁ ନିଆଯାଉଥିବା ପଦକ୍ଷେପ:

ଟୀକା

  • 2021-22 ଆର୍ଥିକ ବର୍ଷରେ କୋଭିଡ-19 ଟିକା ପାଇଁ 35,000 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।
  • ଭାରତ ନିର୍ମିତ ନ୍ୟୁମୋକୋକାଲ ଟୀକା ସାରା ଦେଶରେ ଦିଆଯିବ, ବର୍ତ୍ତମାନ ଏହା 5ଟି ରାଜ୍ୟରେ ଦିଆଯାଉଛି-ଏହା ବାର୍ଷିକ 50,000 ଶିଶୁ ମୃତ୍ୟୁ ରୋକିବାରେ ସହାୟକ ହେବ।

ସ୍ୱାସ୍ଥ୍ୟ ବ୍ୟବସ୍ଥା

  • ଆସନ୍ତା 6 ବର୍ଷ ପାଇଁ ପିଏମ ଆତ୍ମନିର୍ଭର ଯୋଜନାରେ 64,180 କୋଟି ଟଙ୍କାର ବ୍ୟୟବରାଦ
  • ସ୍ୱସ୍ଥ ଭାରତ ଯୋଜନାଏନଏଚଏମ୍ ଅତିରିକ୍ତ ଏକ ନୂଆ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଆରମ୍ଭ କରାଯିବ।
  • ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ୱସ୍ଥ ଭାରତ ଯୋଜନା ଅନ୍ତର୍ଗତ ପ୍ରମୁଖ ହସ୍ତକ୍ଷେପ :
  • 17,788ଟି ଗ୍ରାମୀଣ ଏବଂ 11, 024ଟି ସହରାଞ୍ଚଳ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର ପାଇଁ ଗୋଟିଏ ଜାତୀୟ ସ୍ୱାସ୍ଥ୍ୟ ସଂସ୍ଥାନ
  • 4ଟି ଆଞ୍ଚଳିକ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି
  • 15ଟି ହେଲ୍ଥ ଏମର୍ଜେନ୍ସି ଅପରେସନ ସେଣ୍ଟର ଏବଂ 2ଟି ମୋବାଇଲ ହସ୍ପିଟାଲ
  • ସମସ୍ତ ଜିଲ୍ଲାରେ ସମନ୍ବିତ ଜନ ସ୍ୱାସ୍ଥ୍ୟ ପରୀକ୍ଷାଗାର ଏବଂ 11ଟି ରାଜ୍ୟରେ 3382 ବ୍ଲକ ଜନ ସ୍ୱାସ୍ଥ୍ୟ ୟୁନିଟ୍
  • 602ଟି ଜିଲ୍ଲାରେ କ୍ରିଟିକାଲ କେୟାର ହସ୍ପିଟାଲ ବ୍ଲକ ଏବଂ 12ଟି କେନ୍ଦ୍ରୀୟ ସଂସ୍ଥାନ
  • ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନଏସଡିସି), ଏହାର 5ଟି ଆଞ୍ଚଳିକ ଶାଖା ଏବଂ 20ଟି ମେଟ୍ରୋ ପଲିଟାନ ସ୍ୱାସ୍ଥ୍ୟ ନିରୀକ୍ଷଣ ୟୁନିଟର ସୁଦୃଢ଼ୀକରଣ।
  • ସମସ୍ତ ରାଜ୍ୟ କେନ୍ଦ୍ର ଶାସିତ ପ୍ରଦେଶକୁ ସଂଯୁକ୍ତ ହେବ ଜାତୀୟ ସ୍ୱାସ୍ଥ୍ୟ ସୂଚନା ପୋର୍ଟାଲର ସମ୍ପ୍ରସାରଣ, ଏହା ସମସ୍ତ ଜନସ୍ୱାସ୍ଥ୍ୟ ପରୀକ୍ଷାଗାରକୁ ଯୋଡ଼ିବ।
  • 17 ନୂଆ ଜନ ସ୍ୱାସ୍ଥ୍ୟ ୟୁନିଟ ଏବଂ ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା 33ଟି ଜନ ସ୍ୱାସ୍ଥ୍ୟ ୟୁନିଟର ସୁଦୃଢ଼ୀକରଣ।
  • ଡବ୍ଲୁଏଚଓ ଦକ୍ଷିଣ-ପୂର୍ବ ଏସିଆ ଆଞ୍ଚଳିକ 9 ବାୟୋସେଫଟି ଲେଭଲ –iii ଲାବ୍ରୋଟୋରୀ ପାଇଁ ଆଞ୍ଚଳିକ ଗବେଷଣା ପ୍ଲାଟଫର୍ମ।

ପୋଷଣ

  • ମିଶନ ପୋଷଣ 2.0 ଶୁଭାରମ୍ଭ କରାଯିବ :
  • ଦେଶରେ ପୋଷଣର ପ୍ରସାର, ପରିସର ଏବଂ ପରିଣାମ ବୃଦ୍ଧି କରିବା ଲାଗି ସହାୟକ ପୋଷଣ କାର୍ଯ୍ୟକ୍ରମ ଏବଂ ପୋଷଣ ଅଭିଯାନର ମିଶ୍ରଣ କରାଯିବ।
  • 112ଟି ଆକାଂକ୍ଷୀ ଜିଲ୍ଲାରେ ପୁଷ୍ଟିସାଧନ ପରିଣାମରେ ସୁଧାର ଆଣିବା ଲାଗି ସମନ୍ବିତ ରଣନୀତି।

 

ସାର୍ବଜନୀନ ଜଳଯୋଗାଣ ପ୍ରସାର

  • ଆସନ୍ତା 5 ବର୍ଷ ପାଇଁ 2,87,000 କୋଟି ଟଙ୍କା ବ୍ୟୟରେ ଜଳ ଜୀବନ ମିଶନ (ସହରାଞ୍ଚଳ) ଶୁଭାରମ୍ଭ କରାଯିବ ଏହାର ଲକ୍ଷ୍ୟ ହେବ :
  • 2.86 କୋଟି ପରିବାରକୁ ଟ୍ୟାପ ପାଣି ଯୋଗାଇ ଦିଆଯିବ।
  • ସମସ୍ତ 4378 ସହରାଞ୍ଚଳରେ ସାର୍ବଜନୀନ ଜଳ ଯୋଗାଣ
  • 500 ଅମୃତ ସହରରେ ତରଳ ଜଳ ପରିଚାଳନା

ସ୍ୱଚ୍ଛ ଭାରତ, ସ୍ୱସ୍ଥ ଭାରତ

  • ସହରାଞ୍ଚଳ ସ୍ୱଚ୍ଛ ଭାରତ ମିଶନ 2.0 ପାଇଁ ଆସନ୍ତା 5 ବର୍ଷରେ ଖର୍ଚ୍ଚ ହେବ 1,41,678 କୋଟି ଟଙ୍କା
  • ସ୍ୱଚ୍ଛ ଭାରତ ମିଶନ (ସହରାଞ୍ଚଳ) 2.0 ଅନ୍ତର୍ଗତ ପ୍ରମୁଖ ହସ୍ତକ୍ଷେପ :
  • ସମ୍ପୂର୍ଣ୍ଣ ମଳ ପରିଚାଳନା ଏବଂ ବର୍ଜ୍ୟ ଜଳ ପରିଚାଳନା
  • ଉତ୍ସରୁ ଆବର୍ଜନା ପୃଥକୀକରଣ
  • ସିଙ୍ଗଲ ୟୁଜ ପ୍ଲାଷ୍ଟିକ ହ୍ରାସ
  • ନିର୍ମାଣ ଏବଂ ଭଗ୍ନ କାର୍ଯ୍ୟକଳାପ ଯୋଗୁ ସୃଷ୍ଟି ହେଉଥିବା ବର୍ଜ୍ୟବସ୍ତୁର ପ୍ରଭାବୀ ପରିଚାଳନା ଜରିଆରେ ବାୟୁ ପ୍ରଦୂଷଣ ହ୍ରାସ କରାଯିବ।
  • ସମସ୍ତ ପୁରୁଣା ଡମ୍ପିଂ ସାଇଟଗୁଡିକର ବାୟୋରେଡିଏସନ୍
  • ସ୍ୱଚ୍ଛ ବାୟୁ
  • ବାୟୁ ପ୍ରଦୂଷଣର ମୁକାବିଲା ଲାଗି 2217 କୋଟି ଟଙ୍କା ବ୍ୟୟ କରାଯିବ। ଦଶ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା 42ଟି କେନ୍ଦ୍ରରେ ଏହି ଅର୍ଥ ଖର୍ଚ୍ଚ କରାଯିବ।

ସ୍କାର୍ପିଂ ନୀତି

  • ପୁରୁଣା ଏବଂ ଅନୁପଯୁକ୍ତ ଯାନଗୁଡିକୁ ନଷ୍ଟ କରିବା ପାଇଁ ସ୍ୱେଚ୍ଛାକୃତ ବାହନ ସ୍କ୍ରାପିଂ ନୀତି
  • ଅଟୋମେଟେଡ ଫିଟନେସ କେନ୍ଦ୍ରରେ ଫିଟନେସ ପରୀକ୍ଷା:
  • ବ୍ୟକ୍ତିଗତ ବାହନ କ୍ଷେତ୍ରରେ 20 ବର୍ଷ ପରେ
  • ବାଣିଜ୍ୟିକ ବାହାନ କ୍ଷେତ୍ରରେ 15 ବର୍ଷ ପରେ

ଭୌତିକ ଏବଂ ଆର୍ଥିକ ପୁଞ୍ଜି ଭିତ୍ତିଭୂମି

ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ ଯୋଜନା (ପିଏଲଆଇ)

  • 13ଟି କ୍ଷେତ୍ରରେ ପିଏଲଆଇ ଯୋଜନା ପାଇଁ ଆସନ୍ତା 5 ବର୍ଷରେ 1.97 ଲକ୍ଷ କୋଟି ଟଙ୍କା ବ୍ୟୟ କରାଯିବ
  • ଆତ୍ମନିର୍ଭର ଭାରତ ପାଇଁ ବିଶ୍ୱସ୍ତରୀୟ ଉତ୍ପାଦନ ସଂସ୍ଥାଗୁଡ଼ିକୁ ପ୍ରୋତ୍ସାହନ
  • ବିଶ୍ୱ ଯୋଗାଣ ଶୃଙ୍ଖଳର ଅଂଶବିଶେଷ ପାଲଟିବା, ପ୍ରତିଯୋଗିତାମୂଳକ କ୍ଷମତା ବୃଦ୍ଧି କରିବା ଏବଂ ଅତ୍ୟାଧୁନିକ ପ୍ରଯୁକ୍ତି ଯୁକ୍ତ ହେବା ଲାଗି ଉତ୍ପାଦନ ଭିତ୍ତିକ କମ୍ପାନୀଗୁଡ଼ିକୁ ସହାୟତା ଯୋଗାଇ ଦିଆଯିବ।
  • ପ୍ରମୁଖ କ୍ଷେତ୍ରର ପରିସର ଏବଂ ଆକାର ବୃଦ୍ଧି କରାଯିବ
  • ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ କରାଯିବ।

ବୟନ

  • ପିଏଲଆଇ ବ୍ୟତୀତ ମେଗା ନିବେଶ ବୟନ ପାର୍କ (ମିତ୍ର)
  • 3 ବର୍ଷ ମଧ୍ୟରେ ସାତଟି ବୟନ ପାର୍କ ସ୍ଥାପନ କରାଯିବ।
  • ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ହେବ ବୟନ ଉଦ୍ୟୋଗ, ଅଧିକ ନିବେଶ ଆକୃଷ୍ଟ କରିବା ସହିତ ନିଯୁକ୍ତି ସୁଯୋଗ ଏବଂ ରପ୍ତାନି ବୃଦ୍ଧି କରିବ।

ଭିତ୍ତିଭୂମି

  • ଜାତୀୟ ଭିତ୍ତିଭୂମି ପାଇପଲାଇନ (ଏନଆଇପି) 7400 ପ୍ରକଳ୍ପକୁ ସମ୍ପ୍ରସାରିତ କରାଯିବ :
  • 1.10 ଲକ୍ଷ କୋଟି ଟଙ୍କାର ପାଖାପାଖି 217ଟି ପ୍ରକଳ୍ପ କାର୍ଯ୍ୟ ଶେଷ
  • ଏନଆଇପି ଲାଗି ପାଣ୍ଠି ଯୋଗାଣ ବୃଦ୍ଧି କରିବା ସକାଶେ ତିନୋଟି ପ୍ରମୁଖ କ୍ଷେତ୍ର ଉପରେ ଗୁରୁତ୍ୱାରୋପ

ସଂସ୍ଥାଗତ ଢାଞ୍ଚା ସୃଷ୍ଟି

  • ସମ୍ପତ୍ତିର ମୌଦ୍ରୀକରଣ ଉପରେ ପ୍ରାଧାନ୍ୟ
  • ପୁଞ୍ଜି ବ୍ୟୟର ଅଂଶଧନ ବୃଦ୍ଧି
  • ସଂସ୍ଥାଗତ ଢାଞ୍ଚା ସୃଷ୍ଟି : 20,000 କୋଟି ଟଙ୍କାର ଭିତ୍ତିଭୂମି ଅର୍ଥ ଲଗାଣ ବ୍ୟବସ୍ଥା ସ୍ଥାପନ କରାଯିବ ଏବଂ ବିକାଶ ଆର୍ଥିକ ସଂସ୍ଥାନ (ଡିଏଫଆଇ)- ଭିତ୍ତିଭୂମି ପାଇଁ ପାଣ୍ଠି ଯୋଗାଣ କ୍ଷେତ୍ରରେ ଯୋଗାଣକାରୀ, ସକ୍ଷମକାରୀ ଏବଂ ସହାୟକ ଭାବେ କାର୍ଯ୍ୟ କରିବ।
  • ଇନଭାଇଟ୍ସ ଏବଂ ରିଟ୍ସ ଆଇନରେ ସଂଶୋଧନ କରାଯାଇ ବିଦେଶୀ ପୋର୍ଟଫୋଲିଓ ନିବେଶକଙ୍କ ଜରିଆରେ ଋଣ ଅର୍ଥଯୋଗାଣ
  • ସମ୍ପତ୍ତିଗୁଡ଼ିକର ମୌଦ୍ରୀକରଣ ଉପରେ ପ୍ରାଧାନ୍ୟ
  • ଜାତୀୟ ମୌଦ୍ରିକରଣ ପାଇପଲାଇନର ଶୁଭାରମ୍ଭ କରାଯିବ।
  • ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି ମୌଦ୍ରିକରଣ ପଦକ୍ଷେପ :
  • ଏନଏଚଏଆଇ ଇନଭିଟକୁ 5000 କୋଟି ଟଙ୍କାର 5ଟି କାର୍ଯ୍ୟକ୍ଷମ ଟୋଲ ରୋଡ  ହସ୍ତାନ୍ତର କରାଯାଉଛି
  • ପିଜିସିଆଇ ଇନଭିନକୁ 7000 କୋଟି ଟଙ୍କାର ଟ୍ରାନ୍ସମିଶନ ସମ୍ପତ୍ତିର ହସ୍ତାନ୍ତର
  • ଆରମ୍ଭ ହେବା ପରେ ଚଳାଚଳ ରକ୍ଷଣାବେକ୍ଷଣ ପାଇଁ ରେଳବାଇ ଦ୍ବାରା ସମର୍ପିତ ମାଲ କରିଡର ସମ୍ପତ୍ତିର ମୌଦ୍ରୀକରଣ
  • କାର୍ଯ୍ୟକ୍ଷମ ଏବଂ ପରିଚାଳନା ରିହାତି ପାଇଁ ବିମାନବନ୍ଦରଗୁଡ଼ିକର ପରବର୍ତ୍ତୀ ପର୍ଯ୍ୟାୟ ମୌଦ୍ରୀକରଣ କରାଯିବ।
  • ସମ୍ପତ୍ତି ମୌଦ୍ରୀକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଅନ୍ୟ ମୌଳିକ ଭିତ୍ତିଭୂମି ସମ୍ପତ୍ତିର ମୌଦ୍ରୀକରଣ କରାଯିବ:
  • ଗେଲ, ଆଇଓସିଏଲ ଏବଂ ଏଚପିସିଏାର ତୈଳ ଏବଂ ବାଷ୍ପ ପାଇପଲାଇନ
  • ଦ୍ବିତୀୟ ଏବଂ ତୃତୀୟ ଶ୍ରେଣୀ ସହରରେ ଏଏଆଇ ବିମାନ ବନ୍ଦର
  • ଅନ୍ୟ ରେଳବାଇ ଭିତ୍ତିଭୂ଼ମି ସମ୍ପତ୍ତି
  • କେନ୍ଦ୍ରୀୟ ପଣ୍ୟାଗାର ଏବଂ ଏବଂ ନାଫେଡ ଭଳି ସିପିଏସଇର ପଣ୍ୟାଗାର ସମ୍ପତ୍ତି
  • କ୍ରୀଡ଼ା ଷ୍ଟାଡିୟମ

ପୁଞ୍ଜି ବ୍ୟୟବରାଦରେ ବୃଦ୍ଧି:

  • 2021-22 ବଜେଟରେ 5.54 ଲକ୍ଷ କୋଟି ଟଙ୍କାର ପୁଞ୍ଜି ବ୍ୟୟବରାଦ କରାଯାଇଛି ଯାହାକି 2020-21 ବଜେଟର ପୁଞ୍ଜି ବ୍ୟୟବରାଦ 4.12 ଲକ୍ଷ କୋଟି ଟଙ୍କା ଠାରୁ 34.5% ଅଧିକ:
  • ରାଜ୍ୟ ଏବଂ ସ୍ବାୟତ୍ତ ସଂସ୍ଥାନଗୁଡ଼ିକୁ ସେମାନଙ୍କର ପୁଞ୍ଜି ବ୍ୟୟ ନିମନ୍ତେ 2 ଲକ୍ଷ କୋଟି ଟଙ୍କାରୁ ଅଧିକ ଆବଣ୍ଟନ କରାଯାଇଛି।
  • ପୁଞ୍ଜି ବ୍ୟୟ କ୍ଷେତ୍ରରେ ଉତ୍ତମ ଅଗ୍ରଗତ ହାସଲ କରିଥିବାରୁ ଅର୍ଥନୈତିକ ବ୍ୟାପାର ବିଭାଗକୁ ପ୍ରକଳ୍ପ/କାର୍ଯ୍ୟକ୍ରମ/ବିଭାଗକୁ ଅର୍ଥ ଯୋଗାଣ ନିମନ୍ତେ 44,000 କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ସଡ଼କ ରାଜପଥ ଭିତ୍ତିଭୂମି

  • ସଡ଼କ ରାଜପଥ ମନ୍ତ୍ରଣାଳୟକୁ 1,81,101 ଲକ୍ଷ କୋଟି ଟଙ୍କାର ବର୍ତ୍ତମାନୁ ସୁଦ୍ଧା ସର୍ବାଧିକ ଆବଣ୍ଟନ-ଏଥିମଧ୍ୟରୁ 1,08,230 କୋଟି ଟଙ୍କାର ପୁଞ୍ଜି ଯୋଗାଡ଼ କରିବା ଲାଗି
  • 5.35 ଲକ୍ଷ କୋଟି ଟଙ୍କାର ଭାରତମାଳା ପରିଯୋଜନା ଅନ୍ତର୍ଗତ 3.3 ଲକ୍ଷ କୋଟି ଟଙ୍କା ବ୍ୟୟରେ 13000 କିମି ଲମ୍ବ ସଡ଼କ ନିର୍ମାଣ ଆରମ୍ଭ
  • 3800 କିମି ଲମ୍ବ ସଡ଼କ ନିର୍ମାଣ ଆରମ୍ଭ ହୋଇସାରିଛି
  • ମାର୍ଚ୍ଚ 2022 ସୁଦ୍ଧା 8500 କିମି ଲମ୍ବ ସଡ଼କ ଆହୁରି ନିର୍ମାଣ କରାଯିବ
  • 11000 କିମି ଜାତୀୟ ରାଜପଥ କରିଡର ମଧ୍ୟ ମାର୍ଚ୍ଚ 2022 ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ।
  • ଆର୍ଥିକ କରିଡର ନିର୍ମାଣ ଲାଗି ଯୋଜନା
  • ତାମିଲନାଡ଼ୁରେ 1.03 ଲକ୍ଷ କୋଟି ଟଙ୍କାର ନିବେଶରେ 3500 କିମି ଲମ୍ବ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ କରାଯିବ।
  • କେରଳରେ 65000 କୋଟି ଟଙ୍କା ବ୍ୟୟରେ 1100 କିମି ଜାତୀୟ ରାଜପଥ ନିର୍ମାଣ
  • ପଶ୍ଚିମବଙ୍ଗରେ 25000 କୋଟି ଟଙ୍କା ବ୍ୟୟରେ 675 କିମି ରାଜପଥ ନିର୍ମାଣ କାର୍ଯ୍ୟ
  • ଆସାମରେ 19,000 କୋଟି ଟଙ୍କା ବ୍ୟୟରେ ଜାତୀୟ ରାଜପଥ କାମ ବର୍ତ୍ତମା ଜାରି ରହିଛି। ରାଜ୍ୟରେ ଆସନ୍ତା ତିନି ବର୍ଷ  ମଧ୍ୟରେ 34,000 କୋଟି ଟଙ୍କା ବ୍ୟୟରେ 1300 କିମି ଲମ୍ବ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ କରାଯିବ।
  • ଗୁରୁତ୍ୱପୂର୍ଣ୍ଣ ସଡ଼କ ଏବଂ ରାଜପଥ ପ୍ରକଳ୍ପ
  • ଦିଲ୍ଳୀ-ମୁମ୍ବାଇ ଏକ୍ସପ୍ରେସୱେ : 260କିମି ଅବଶିଷ୍ଟ କାର୍ଯ୍ୟ 31/03/2021 ସୁଦ୍ଧା ପ୍ରଦାନ କରାଯିବ
  • ବେଙ୍ଗାଲୁରୁ-ଚେନ୍ନାଇ ଏକ୍ସପ୍ରେସୱେ : 278 କିମି କାର୍ଯ୍ୟ ଚଳିତ ଆର୍ଥିକ ବର୍ଷରେ ଆରମ୍ଭ ହୋଇଯିବ। ନିର୍ମାଣ କାର୍ଯ୍ୟ 2021-22 ରେ ଆରମ୍ଭ ହେବ।
  • କାନପୁର-ଲକ୍ଷ୍ନୌ ଏକ୍ସପ୍ରେସୱେ : ଜାତୀୟ ରାଜପଥ ସଂଖ୍ୟା-27 ଲାଗି ବିକଳ୍ପ 63 କିମି ଏକ୍ସପ୍ରେସୱେ ନିର୍ମାଣ କାମ 2021-22ରେ ଆରମ୍ଭ ହେବ।
  • ଦିଲ୍ଲୀ-ଡେରାଡୁନ ଆର୍ଥିକ କରିଡର : 210 କିମି ଲମ୍ବ କରିଡର କାମ ଚଳିତ ଆର୍ଥିକ ବର୍ଷ ଆରମ୍ଭ ହେବ। ନିର୍ମାଣ କାର୍ଯ୍ୟ 2021-22ରେ ଆରମ୍ଭ ହେବ।
  • ରାୟପୁର-ବିଶାଖାପାଟଣା : ଛତିଶଗଡ଼, ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଦେଇ ଅତିକ୍ରମ କରିବାକୁ ଥିବା 464 କିମି ଲମ୍ବ ସଡ଼କ ପ୍ରକଳ୍ପ ଚଳିତ ଆର୍ଥିକ ବର୍ଷରେ ପ୍ରଦାନ କରାଯିବ।
  • ଚେନ୍ନାଇ-ସେଲମ କରିଡର : 277 କିମି ଲମ୍ବ ଏକ୍ସପ୍ରେସୱେ ନିର୍ମାଣ କାମ 2021-22ରେ ଆରମ୍ଭ
  • ଚାରି ଲେନ ଏବଂ ଛଅ ଲେନର ସମସ୍ତ ନୂଆ ରାଜପଥରେ ଉନ୍ନତ ଗମନାଗମ ପରିଚାଳନା ପ୍ରଣାଳି ପ୍ରତିଷ୍ଠା କରାଯିବ :
  • ସ୍ପିଡ ରାଡାର
  • ଭ୍ୟାରିଏବଲ ମେସେଜ ସାଇନବୋର୍ଡ
  • ଜିପିଏସ ଆଧାରିତ ଭ୍ୟାନ ସଂଯୋଗ କରାଯିବ

ରେଳ ଭିତ୍ତିଭୂମି

  • ରେଳବାଇ ପାଇଁ 1,10,055 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ଏଥିମଧ୍ୟରୁ 1,07,100 କୋଟି ଟଙ୍କା ପୁଞ୍ଜି ବ୍ୟୟବରାଦ ରହିଛି।
  • ଭାରତ ପାଇଁ ଜାତୀୟ ରେଳ ନୀତି(2030) : 2030 ସୁଦ୍ଧା ଭବିଷ୍ୟତ ପାଇଁ ପ୍ରସ୍ତୁତ ରେଳ ବ୍ୟବସ୍ଥା ସ୍ଥାପନ କରାଯିବ।
  • ଡିସେମ୍ବର, 2023 ସୁଦ୍ଧା ବ୍ରଡଗଜ ମାର୍ଗରେ ଶତପ୍ରତିଶତ ବିଦ୍ୟୁତିକରଣ ସମ୍ପୂର୍ଣ୍ଣ ହେବ।
  • ବ୍ରଡଗଜ ମାର୍ଗ କିମି (ଆରକେଏମ) ବିଦ୍ୟୁତିକରଣ 2021 ସୁଦ୍ଧା 72 ପ୍ରତିଶତ ଅର୍ଥାତ 46,000 ଆରକେଏମ ପର୍ଯ୍ୟନ୍ତ ପହଞ୍ଚିବ
  • ପଶ୍ଚିମ ସମର୍ପିତ ମାଲ କରିଡର (ଡିଏଫସି) ଏବଂ ପୂର୍ବ ଡିଏଫସିକୁ ଜୁନ 2022 ସୁଦ୍ଧା କାର୍ଯ୍ୟକ୍ଷମ କରାଯିବ। ଏହାଫଳରେ ପରିବହନ ଖର୍ଚ୍ଚ ହ୍ରାସ ପାଇବ ଏବଂ ମେକ ଇନ ଇଣ୍ଡିଆ ରଣନୀତିକୁ ସହାୟତା ମିଳିପାରିବ।
  • ଅତିରିକ୍ତ ପ୍ରସ୍ତାବିତ ଯୋଜନା :
  • 2021-22ରେ ପୂର୍ବ ଡିଏଫସିକୁ ସୋନନଗର-ଗୋମୋ ସେକ୍ସନ (263.7କିମି) ପିପିପି ମୋଡରେ ଆରମ୍ଭ କରାଯିବ।
  • ପରବର୍ତ୍ତୀ ସମର୍ପିତ ମାଲ କରିଡର ପ୍ରକଳ୍ପ-
  • ଖଡ଼ଗପୁରରୁ ବିଜୟୱାଡ଼ା ପର୍ଯ୍ୟନ୍ତ ପୂର୍ବ ତଟ କରିଡର
  • ଭୁସାବଲରୁ ଖଡ଼ଗପୁର ପର୍ଯ୍ୟନ୍ତ ଏବଂ ସେଠାରୁ ଦାନକୁନୀ ପର୍ଯ୍ୟନ୍ତ ପୂର୍ବ-ପଶ୍ଚିମ କରିଡର
  • ଇଟାସିରୁ ବିଜୟୱାଡ଼ା ପର୍ଯ୍ୟନ୍ତ ଉତ୍ତର-ଦକ୍ଷିଣ କରିଡର
  • ଯାତ୍ରୀଙ୍କ ସୁଗମତା ଏବଂ ସୁରକ୍ଷା ଉପାୟ
  • ଯାତ୍ରୀଙ୍କୁ ଉନ୍ନତ ଯାତ୍ରାର ଅନୁଭବ ପ୍ରଦାନ କରିବା ଲାଗି ଯାତ୍ରୀବାହୀ ମାର୍ଗରେ ସୌନ୍ଦର୍ଯ୍ୟପୂର୍ଣ୍ଣ ଡିଜାଇନ ହୋଇଥିବା ବିଷ୍ଟାଡୋମ ଏଲଏଚଭି କୋଚ ଚଳାଚଳ କରାଯିବ।
  • ଭାରତୀୟ ରେଳବାଇର ଅଧିକ ଘନତ୍ୱ ନେଟଓ୍ବର୍କ ଏବଂ ଅଧିକ ଉପଯୋଗ କରାଯାଉଥିବା ନେଟଓ୍ବର୍କ ରୁଟଗୁଡ଼ିକୁ ସ୍ବୟଂଚାଳିତ ଟ୍ରେନ ସଂରକ୍ଷଣ ପ୍ରଣାଳୀ ପ୍ରଦାନ କରାଯିବ, ଯାହା ମାନବୀୟ ତ୍ରୁଟି କାରଣରୁ ଟ୍ରେନ ଧକ୍କା ଭଳି ଦୁର୍ଘଟଣାକୁ ସମାପ୍ତ କରିବ।

ସହରାଞ୍ଚଳ ଭିତ୍ତିଭୂମି

  • ସହରାଞ୍ଚଳରେ ମେଟ୍ରୋ ରେଳ ସେବା ଏବଂ ସହରାଞ୍ଚଳ ବସ ସେବା ସୁବିଧା ବଢ଼ାଇବା ଜରିଆରେ ସାର୍ବଜନୀନ ପରିବହନ ବ୍ୟବସ୍ଥାରେ ଉନ୍ନତି କରାଯିବ
  • ନୂଆ ଯୋଜନାରେ 18000 କୋଟି ଟଙ୍କା ବ୍ୟୟ କରାଯାଇ ସହରାଞ୍ଚଳ ବସ ସେବାରେ ଉନ୍ନତିକରଣ କରାଯିବ:
  • ଅଭିନବ ପିପିପି ମଡେଲରେ 20,000ରୁ ଅଧିକ ବସ ଚଳାଯିବ।
  • ଅଟୋମୋବାଇଲ କ୍ଷେତ୍ରକୁ ପ୍ରୋତ୍ସାହନ, ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରାଯିବା ସହିତ ଆମର ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ।
  • ମୋଟ 702 କିମି ପାରମ୍ପରିକ ମେଟ୍ରୋ କାର୍ଯ୍ୟକ୍ଷମ ରହିଛି ଏବଂ ଆହୁରି 1016 କିମି ମେଟ୍ରୋ ଏବଂ ଆରଆରଟିଏସ 27 ସହରରେ ନିର୍ମାଣ କରାଯାଉଛି।
  • ଦ୍ବିତୀୟ ଏବଂ ତୃତୀୟ ଶ୍ରେଣୀ ସହରରେ ଶସ୍ତାରେ ମେଟ୍ରୋରେଳ ସେବା ସେବା ଯୋଗାଇ ଦେବା ଲାଗି ଅତ୍ୟାଧୁନିକ ପ୍ରଯୁକ୍ତିରମେଟ୍ରୋ ଲାଇଟଏବଂମେଟ୍ରୋ ନିଓସେବା କାର୍ଯ୍ୟକାରୀ କରାଯିବ।
  • ଯେଉଁ ଯୋଜନା ଲାଗି କେନ୍ଦ୍ରୀୟ ବଜେଟରେ ସହାୟତା ବ୍ୟବସ୍ଥା କରାଯାଇଛି, ତାହା ନିମ୍ନ ପ୍ରକାରରେ-
  • 1,957.05 କୋଟି ଟଙ୍କା ବ୍ୟୟରେ 11.5 କିମି ଲମ୍ବ କୋଚି ମେଟ୍ରୋ ରେଳ ଫେଜ-3
  • 63,246 କୋଟି ଟଙ୍କା ବ୍ୟୟରେ 118.9 କିମି ଲମ୍ବ ଚେନ୍ନାଇ ମେଟ୍ରୋ ରେଳ ଫେଜ-2
  • 14,788 କୋଟି ଟଙ୍କା ବ୍ୟୟରେ 58.19 କିମି ଲମ୍ବ ବେଙ୍ଗଲୁରୁ ମେଟ୍ରୋ ରେଳ ପ୍ରକଳ୍ପ ଫେଜ-2 ଏବଂ 2ବି
  • 5,976 କୋଟି ଟଙ୍କା ବ୍ୟୟରେ ନାଗପୁର ମେଟ୍ରୋ ରେଳ ପ୍ରକଳ୍ପ ଫେଜ-2 ଏବଂ 2092 କୋଟି ଟଙ୍କା ବ୍ୟୟରେ ନାସିକ ମେଟ୍ରୋର ନିର୍ମାଣ

ବିଦ୍ୟୁତ ଭିତ୍ତିଭୂମି

  • ବିଗତ 6 ବର୍ଷ ମଧ୍ୟରେ ସଂଯୋଗ କ୍ଷମତାରେ 139 ଜିଗାଓ୍ବାଟ୍ସ ବୃଦ୍ଧି ହୋଇଛି ଏବଂ 1.41 ଲକ୍ଷ କିମି ଅତିରିକ୍ତ ଟ୍ରାନ୍ସମିଶନ ଲାଇନ ଯୋଡ଼ାଯାଇଛି, 2.8 କୋଟି ଅତିରିକ୍ତ ଘରକୁ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯାଇଛି।
  • ଏପରି ଫ୍ରେମଓ୍ବର୍କ ପ୍ରସ୍ତୁତ କରାଯିବ ଯେଉଁଥିରେ ବିଦ୍ୟୁତ ବିତରକ କମ୍ପାନୀଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ବୃଦ୍ଧି ପାଇବ ଏବଂ ଉପଭୋକ୍ତଙ୍କୁ ବିକଳ୍ପ ଚୟନ କରିବାର ସୁଯୋଗ ମିଳିବ।
  • ଆଗାମୀ 5 ବର୍ଷରେ 3,05,984 କୋଟି ଟଙ୍କାରେ ଏକ ସ୍ବଚ୍ଛ ଏବଂ ସୁଧାର ଆଧାରିତ ତଥା ପରିଣାମ ସମ୍ବନ୍ଧୀୟ ବିଦ୍ୟୁତ ବିତରଣ କ୍ଷେତ୍ର ଯୋଜନା ଆରମ୍ଭ କରାଯିବ।
  • 2021-22ରେ ଏକ ବୃହତ ହାଇଡ୍ରୋଜେନ ଏନର୍ଜୀ ମିଶନ ଆରମ୍ଭ କରାଯିବ।

ବନ୍ଦର, ଜାହାଜ ଚଳାଚଳ, ଜଳପଥ

  • 2021-22 ଆର୍ଥିକ ବର୍ଷରେ ବଡ଼ ବଡ଼ ବନ୍ଦରରେ ସରକାରୀ ଏବଂ ଘରୋଇ ଭାଗିଦାରୀ (ପିପିପି) ମଡେଲ ଅନ୍ତର୍ଗତ ନିମ୍ନୋକ୍ତ ପଦକ୍ଷେପ ଗ୍ରହଣ କରାଯିବ
  • ପ୍ରମୁଖ ବନ୍ଦର ପକ୍ଷରୁ 7 ପ୍ରକଳ୍ପ ପ୍ରସ୍ତାବିତ କରାଯିବ ଯାହାର ବ୍ୟୟ 2000 କୋଟି ଟଙ୍କାରୁ ଅଧିକ ହେବ
  • ଆଗାମୀ 5 ବର୍ଷରେ ଭାରତୀୟ ଶିପିଂ କମ୍ପାନୀଗୁଡ଼ିକୁ ମନ୍ତ୍ରଣାଳୟ ଏବଂ ସିପିଏସଇର ବିଶ୍ୱସ୍ତରୀୟ ଟେଣ୍ଡରରେ 1624 କୋଟି ଟଙ୍କାର ସବସିଡି ପ୍ରଦାନ କରାଯିବ।
  • 2024 ସୁଦ୍ଧା ରିସାଇକ୍ଲିଂର ବର୍ତ୍ତମାନର କ୍ଷମତାକୁ 4.5 ମିଲିୟନ ଲାଇଟ ଡିସପ୍ଲେସମେଣ୍ଟ ଟନ (ଏଲଡିଟି)ରୁ ବୃଦ୍ଧି କରାଯାଇ ଦୁଇଗୁଣିତ କରାଯିବ। ଯାହାଫଳରେ ଦେଢ଼ ଲକ୍ଷ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ

  • ଉଜ୍ଜ୍ବଳା ଯୋଜନାର ସମ୍ପ୍ରସାରିତ କରାଯାଇ 1 କୋଟି ଅଧିକ ହିତାଧିକାରୀମାନଙ୍କୁ ସାମିଲ କରାଯିବ।
  • ଆସନ୍ତା 3 ବର୍ଷରେ 100ଟି ଅନ୍ୟ ଜିଲ୍ଲାଗୁଡ଼ିକୁ ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁସନ ନେଟଓ୍ବର୍କ ଜରିଆରେ ଯୋଡ଼ାଯିବ।
  • ଜମ୍ମୁ-କଶ୍ମୀରରେ ଏକ ନୂଆ ଗ୍ୟାସ ପାଇପ ଲାଇନ ପ୍ରକଳ୍ପ ଆରମ୍ଭ କରାଯାଇଛି।
  • ଏକ ସ୍ବତନ୍ତ୍ର ଗ୍ୟାସ ଟ୍ରାନ୍ସପୋର୍ଟ ସିଷ୍ଟମ ଅପରେଟର ଗଠନ କରାଯିବ ଯାହାଦ୍ବାରା ବିନା କୌଣସି ଭେଦଭାବରେ ସମସ୍ତଙ୍କ ପାଇଁ ଉପଲବ୍ଧତା ଆଧାରରେ ସମସ୍ତ ପ୍ରାକୃତିକ ବାଷ୍ପ ପାଇପ ଲାଇନର କମନ କ୍ୟାରିଆର କାପାସିଟିର ବୁକିଂରେ ସୁବିଧା ପ୍ରଦାନ କରାଯାଇପାରିବ।

ବିତ୍ତୀୟ ପୁଞ୍ଜି

  • ଏକ ଯୁକ୍ତିସଂଗତ ଏକକ ସିକ୍ୟୁରିଟିଜ ମାର୍କେଟ କୋଡ ପ୍ରସ୍ତୁତ କରାଯିବ
  • ସରକାର ଜିଆଇଏଫଟି-ଆଇଏଫଏସସିରେ ଏକ ବିଶ୍ୱସ୍ତରୀୟ ଫିନଟେକ ହବ ବିକଶିତ କରାଯିବା ନିମନ୍ତେ ସହାୟତା ଯୋଗାଇ ଦେବେ
  • ଚାପ ସମୟରେ ଏବଂ ସାଧାରଣ ସମୟରେ କର୍ପୋରେଟ ବଣ୍ଡ ମାର୍କେଟରେ ଭାଗିଦାରୀ ମାଧ୍ୟମରେ ବିଶ୍ୱାସ ସୃଷ୍ଟି କରିବା ଲାଗି ସେକେଣ୍ଡାରୀ ମାର୍କେଟ ଲିକ୍ୟୁଡିଟିକୁ ବଢ଼ାଇବା ଲାଗି ଏକ ସ୍ଥାୟୀ ସଂସ୍ଥାଗତ ଫ୍ରେମଓ୍ବର୍କ ପ୍ରସ୍ତୁତ କରାଯିବ।
  • ସୁନାର ବିନିମୟକୁ ବିନୟମିତ କରିବା ଲାଗି ଏକ ବ୍ୟବସ୍ଥା ପ୍ରତିଷ୍ଠା କରାଯିବ ତଥା ଏହି ଉଦ୍ଦେଶ୍ୟ ଲାଗି ସେବିକୁ ଏକ ବିନିୟାମକ ଭାବେ ଅଧିସୂଚୀତ କରାଯିବ। ଏହାଛଡ଼ା ୱେରହାଉସିଂ ଡେଭଲପମେଣ୍ଟ ଆଣ୍ଡ ରେଗୁଲେଟ୍ରି ଅଥରିଟିକୁ ମଜବୁତ କରାଯିବ।
  • ନିବେଶକମାନଙ୍କୁ ସଂରକ୍ଷଣ ପ୍ରଦାନ କରିବା ଲାଗି ଏକ ଇନଭେଷ୍ଟର ଚାର୍ଟର ଲାଗୁ କରାଯିବ।
  • ଅଣପାରମ୍ପରିକ ଶକ୍ତି କ୍ଷେତ୍ରକୁ ଆହୁରି ଅଧିକ ପ୍ରୋତ୍ସାହନ ଦେବା ଲାଗି ଭାରତୀୟ ସୌର ଶକ୍ତି ନିଗମରେ 1000 କୋଟି ଟଙ୍କା ଏବଂ ଭାରତୀୟ ନବୀକରଣଯୋଗ୍ୟ ଶକ୍ତି ବିକାଶ ଏଜେନ୍ସିରେ 1500 କୋଟି ଟଙ୍କାର ଅତିରିକ୍ତ ପୁଞ୍ଜି ବିନିଯୋଗ କରାଯିବ।
  • ବୀମା କ୍ଷେତ୍ରରେ ଏଫଡିଆଇକୁ ପ୍ରୋତ୍ସାହନ
  • ବୀମା କମ୍ପାନୀରେ ମଞ୍ଜୁରିପ୍ରାପ୍ତ ଏଫଡିଆଇ ସୀମାକୁ 49 ପ୍ରତିଶତରୁ ବଢ଼ାଇ 74 ପ୍ରତିଶତ କରିବା ଏବଂ ବିଦେଶୀ ମାଲିକାନା ନିୟନ୍ତ୍ରଣ ଜରିଆରେ ସୁରକ୍ଷାକୁ ପ୍ରୋତ୍ସାହନ
  • ଚାପଗ୍ରସ୍ତ ପରିସମ୍ପତ୍ତିର ସମାଧାନ
  • ଏକ ସମ୍ପତ୍ତି ରିକନଷ୍ଟ୍ରକ୍ସନ କମ୍ପାନୀ ଲିମିଟେଡ ଏବଂ ଆସେଟ ମ୍ୟାନେଜମେଣ୍ଟ କମ୍ପାନୀ ଗଠନ କରାଯିବ

ପିଏସବିରେ ପୁନଃପୁଞ୍ଜୀକରଣ

  • ପିଏସବିଗୁଡ଼ିକର ବିତ୍ତୀୟ କ୍ଷମତାକୁ ଆହୁରି ଅଧିକ ଏକତ୍ରିତ କରିବା ଲାଗି 2021-22ରେ 20,000 କୋଟି ଟଙ୍କାର ଅତିରିକ୍ତ ପୁନଃପୁଞ୍ଜୀକରଣ କରାଯିବ।

ଜମା ବୀମା

  • ଡିଆଇସିଜିସି ଆକ୍ଟ, 1961ରେ ସଂଶୋଧନ କରିବା ଲାଗି ପ୍ରସ୍ତାବ ରହିଛି ଯାହାଫଳରେ ଏହାର ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରାଯିବ ଏବଂ ବ୍ୟାଙ୍କରେ ଜମା କରୁଥିବା ଲୋକମାନେ ସହଜରେ ଏବଂ ନିର୍ଦ୍ଧାରିତ ସମୟରେ ନିଜର ଜମା ରାଶିକୁ ସେହି ସୀମା ପର୍ଯ୍ୟନ୍ତ ପାଇପାରିବେ, ଯେଉଁ ସୀମା ପର୍ଯ୍ୟନ୍ତ ବୀମା କଭରେଜ ନିର୍ଦ୍ଧାରଣ କରାଯାଇଛି।
  • ସିକ୍ୟୁରିଟାଇଜେସନ ଆଣ୍ଡ ରିକନଷ୍ଟ୍ରକ୍ସନ ଅଫ ଫାଇନାନ୍ସିଆଲ ଆସେଟ୍ସ ଏବଂ ଏନଫୋର୍ସମେଣ୍ଟ ଅଫ ସିକ୍ୟୁରିଟି ଇଣ୍ଟ୍ରେଷ୍ଟ (ଏସଏଆରଏଫଏଇଏସଆଇ)ଆଇନ, 2002 ଅନ୍ତର୍ଗତ ସର୍ବନିମ୍ନ 100 କୋଟି ଟଙ୍କାର ସମ୍ପତ୍ତି ଥିବା ଏନବିଏଫସିଗୁଡ଼ିକ ପାଇଁ ଋଣ ଆଦାୟ ପାଇଁ ଯୋଗ୍ୟ ସର୍ବନିମ୍ନ ଋଣର ପରିମାଣକୁ 50 ଲକ୍ଷରୁ 20 ଲକ୍ଷକୁ ହ୍ରାସ କରି ଦିଆଯାଇଛି।

କମ୍ପାନୀ ବ୍ୟାପାର

  • ଲିମିଟେଡ ଲାଏବିଲିଟି ପାର୍ଟନରସିପ (ଏଲଏଲପି) ଆଇନ 2008କୁ ଅପରାଧମୁକ୍ତ କରାଯିବ।
  • କମ୍ପାନୀ ଆଇନ 2013 ଅନ୍ତର୍ଗତ ଲଘୁ କମ୍ପାନୀଗୁଡ଼ିକର ପରିଭାଷାରେ ସଂଶୋଧନ କରାଯିବ ଯାହାର ଅନ୍ତର୍ଗ ପ୍ରଦତ୍ତ ପୁଞ୍ଜି ଲାଗି ସେଗୁଡ଼ିକର ସର୍ବନିମ୍ନ ସୀମା 50 ଲକ୍ଷ ଟଙ୍କା ପରିବର୍ତ୍ତେ 2 କୋଟିରୁ ଅଧିକ ହେବ ନାହିଁ। ଏହାଛଡ଼ା କାରବାରର ସର୍ବନିମ୍ନ ସୀମା 2 କୋଟି ପରିବର୍ତ୍ତେ 20 କୋଟି ଟଙ୍କା କରାଯିବ।
  • ଷ୍ଟାର୍ଟଅପ ଏବଂ ନବୋନ୍ମେଷ ଲାଗି କାମ କରୁଥିବା ଲୋକମାନଙ୍କୁ ଓପିସିର ମଞ୍ଜୁରି ପ୍ରଦାନ କରି ଏକାକୀ ବ୍ୟକ୍ତି କମ୍ପାନୀର ନିଗମନକୁ ପ୍ରୋତ୍ସାହିତ କରାଯିବ।
  • ପ୍ରଦତ୍ତ ପୁଞ୍ଜୀ ଏବଂ କାରବାର ଉପରେ ବିନା କୌଣସି ପ୍ରତିବନ୍ଧକରେ ସେଗୁଡ଼ିକର ପ୍ରଗତିକୁ ଅନୁମତି ମିଳିବ।
  • ଯେକୌଣସି ସମୟରେ କମ୍ପାନୀର ପରିବର୍ତ୍ତନକୁ ଅନୁମତି ମିଳିବ।
  • ଯେକୌଣସି ଭାରତୀୟ ନାଗରିକଙ୍କ ପାଇଁ ଓପିସି ପ୍ରତିଷ୍ଠା ନିମନ୍ତେ ନିବାସ ଅବଧି ସୀମା 182 ଦିନରୁ କମାଇ 120 ଦିନ କରାଯିବ
  • ପ୍ରବାସୀ ଭାରତୀୟ (ଏନଆରଆଇ)ଙ୍କୁ ଭାରତରେ ଓପିସି ପ୍ରତିଷ୍ଠା କରିବା ଲାଗି ଅନୁମତି ମିଳିବ
  • ନିମ୍ନଲିଖିତ ମାଧ୍ୟମରେ ମାମଲାଗୁଡ଼ିକର ସମାଧାନ ସୁନିଶ୍ଚିତ କରାଯିବ
  • ଏନସିଏଲଟି ଢାଞ୍ଚାକୁ ମଜବୁତ କରାଯିବ
  • ଇକୋର୍ଟ-ପ୍ରଣାଳୀକୁ ମଜବୁତ କରିବା
  • -କୋର୍ଟ ପ୍ରଣାଳୀକୁ ଲାଗୁ କରିବା
  • ଋଣ ସମାଧାନର ବିକଳ୍ପ ଉପାୟ ଆରମ୍ଭ କରିବା ଏବଂ ଏମଏସଏମଇ ଲାଗି ବିଶେଷ ଢାଞ୍ଚା

 

  • ବର୍ଷ 2021-22ରେ ଡାଟା ବିଶ୍ଳେଷଣ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମେସିନ, ଶିକ୍ଷାଜନିତ ଏମସିଏ 21 ଭର୍ସନ 3.0 ଶୁଭାରମ୍ଭ

 

ପୁଞ୍ଜି ପ୍ରତ୍ୟାହାର ଏବଂ ରଣନୈତିକ ବିକ୍ରି

  • ବଜେଟ ପୂର୍ବାନୁମାନ 2020-21ରେ ପୁଞ୍ଜି ପ୍ରତ୍ୟାହାର ମାଧ୍ୟମରେ 1,75,000 କୋଟି ଟଙ୍କାର ଆନୁମାନିକ ପ୍ରାପ୍ତି ଆଶା କରାଯାଉଛି
  • ବିପିସିଏଲ, ଏୟାର ଇଣ୍ଡିଆ, ଶିପିଂ କର୍ପୋରେସନ ଅଫ ଇଣ୍ଡିଆ, କଣ୍ଟେନର କର୍ପୋରେସନ ଅଫ ଇଣ୍ଡିଆ, ଆଇଡିବିଆଇ ବ୍ୟାଙ୍କ, ବିଇଏମଏଲ, ପବନହଂସ, ନୀଳାଚଳ ଇସ୍ପାତ ନିଗମ ଲିମିଟେଡ ଆଦିର ରଣନୈତିକ ପୁଞ୍ଜି ପ୍ରତ୍ୟାହାର 2020-21ରେ ସମ୍ପୂର୍ଣ୍ଣ ହେବ।
  • ଆଇଡିବିଆଇ ବ୍ୟାଙ୍କ ବ୍ୟତୀତ ଦୁଇଟି ରାଷ୍ଟ୍ରାୟତ୍ତ କ୍ଷେତ୍ରର ବ୍ୟାଙ୍କ ଏବଂ ଏକ ଜେନେରାଲ ବୀମା କମ୍ପାନୀର ଘରୋଇ କରାଯିବ।
  • 2021-22ରେ ଏଲଆଇସିର ଆଇପିଓ
  • ରଣନୈତିକ ପୁଞ୍ଜିପ୍ରତ୍ୟାହାର ଲାଗି ନୂଆ ନୀତିକୁ ମଞ୍ଜୁରି
  • ସିପିଏସଇ 4ଟି ରଣନୈତିକ କ୍ଷେତ୍ରରେ ଘରୋଇକରଣକୁ ସ୍ବୀକାର କରାଯାଇଛି
  • ନୀତି ଆୟୋଗ ରଣନୈତିକ ପୁଞ୍ଜି ପ୍ରତ୍ୟାହାର ଲାଗି ପିପିଏସଇର ନୂଆ ସୂଚୀକୁ ଗ୍ରହଣ କରିବ
  • କେନ୍ଦ୍ରୀୟ ପାଣ୍ଠିର ଉପଯୋଗ କରୁଥିବା ରାଷ୍ଟ୍ରାୟତ୍ତ କ୍ଷେତ୍ରର କମ୍ପାନୀଗୁଡ଼ିକର ପୁଞ୍ଜି ପ୍ରତ୍ୟାହାର ଲାଗି ରାଜ୍ୟଗୁଡ଼ିକୁ ପ୍ରୋତ୍ସାହନ ଦିଆଯିବ।
  • ବେକାର ହୋଇ ପଡ଼ି ରହିଥିବା ଭୂମିର ମୌଦ୍ରିକରଣ ଲାଗି କମ୍ପାନୀ ରୂପରେ ସ୍ବତନ୍ତ୍ର ଉଦ୍ଦେଶ୍ୟ ବାହନ
  • ଦୁଃସ୍ଥିତିରେ ଥିବା ଏବଂ କ୍ଷତି ସହୁଥିବା ସିପିଏସଇକୁ ଠିକ ସମୟରେ ବନ୍ଦ କରିବା ଲାଗି ସଂଶୋଧିତ କାର୍ଯ୍ୟ ପ୍ରଣାଳୀର ଶୁଭାରମ୍ଭ

ସରକାରୀ ବିତ୍ତୀୟ ସୁଧାର

 

  • ସାର୍ବଜନୀନ ଆବେଦନ ଲାଗି ସ୍ବାୟତ୍ତଶାସୀ ସଂସ୍ଥା ନିମନ୍ତେ ଟ୍ରେଜରୀ ସିଙ୍ଗଲ ଆକାଉଣ୍ଟର ସମ୍ପ୍ରସାରଣ
  • ସମବାୟସଂସ୍ଥାଗୁଡ଼ିକ ଲାଗି ଇଜ ଅଫ ଡୁଇଂ ବିଜନେସକୁ ସହଜ କରିବା ନିମନ୍ତେ ପୃଥକ ପ୍ରଶାସନିକ ଢାଞ୍ଚା

 

ଆକାଂକ୍ଷୀ ଭାରତ ଲାଗି ସାମଗ୍ରିକ ବିକାଶ

କୃଷି

 

  • ସମସ୍ତ ସାମଗ୍ରୀ ଲାଗି ଉତ୍ପାଦନ ଖର୍ଚ୍ଚ ତୁଳନାରେ ଅତିକମରେ ଦେଢ଼ଗୁଣ ସର୍ବନିମ୍ନ ସହାୟକ ମୂଲ୍ୟ ସୁନିଶ୍ଚିତ କରାଯିବ।
  • ଫସଲ କ୍ରୟରେ ଅଧିକ ବୃଦ୍ଧି କାରଣରୁ କୃଷକମାନଙ୍କୁ ପରିଶୋଧରେ ନିମ୍ନାନୁସାରେ ବୃଦ୍ଧି ହୋଇଛି :

 

(ଟଙ୍କା କୋଟିରେ)

  •  
  • 2013-14
  • 2019-20
  • 2020-21
  • ଗହମ
  • Rs. 33,874
  • Rs. 62,802
  • Rs. 75,060
  • ଧାନ
  • Rs. 63,928
  • Rs. 1,41,930
  • Rs. 172,752
  • ଡାଲି
  • Rs. 236
  • Rs. 8,285
  • Rs. 10,530

 

  • ସ୍ୱାମିତ୍ୱ ଯୋଜନାକୁ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶରେ ସମ୍ପ୍ରସାରିତ କରାଯିବ। ବର୍ତ୍ତମାନସୁଦ୍ଧା 1241ଟି ଗ୍ରାମରେ 1.80 ଲକ୍ଷ ସମ୍ପତ୍ତିର ମାଲିକମାନଙ୍କୁ କାର୍ଡ ଉପଲବ୍ଧ କରାଯାଇସାରିଛି
  • ଆର୍ଥିକ ବର୍ଷ 2022ରେ କୃଷି କ୍ରେଡିଟ କାର୍ଡ ଲକ୍ଷ୍ୟକୁ ବୃଦ୍ଧି କରାଯାଇ 16.5 ଲକ୍ଷ କୋଟି ଟଙ୍କା କରି ଦିଆଯାଇଛି। ପଶୁପାଳନ ଡାଏରୀ ଏବଂ ମତ୍ସ୍ୟ ପାଳନ କ୍ଷେତ୍ର ଉପରେ ପ୍ରାଧାନ୍ୟ ଦିଆଯିବ
  • ସୂକ୍ଷ୍ମ ଜଳସେଚନ ପାଣ୍ଠି ଦୁଇ ଗୁଣା କରି 10 ହଜାର କୋଟି ଟଙ୍କା କରାଯାଇଛି
  • ଅପରେସନ ଗ୍ରୀନ ଯୋଜନାରେ ଶୀଘ୍ର ନଷ୍ଟ ହୋଇଯାଉଥିବା 22ଟି ଉତ୍ପାଦ ସାମିଲ କରାଯିବ ଯାହାଫଳରେ କୃଷି ଏବଂ ଆନୁସଙ୍ଗୀକ ଉତ୍ପାଦର ମୂଲ୍ୟବୃଦ୍ଧିକୁ ପ୍ରୋତ୍ସାହନ ମିଳିବ।
  • -ନାମ ମାଧ୍ୟମରେ ପାଖାପାଖି 1.68 କୋଟି କୃଷକମାନଙ୍କୁ ପଞ୍ଜିକୃତ କରାଯାଇଛି ଏବଂ 1.14 ଲକ୍ଷ କୋଟି ଟଙ୍କା ମୂଲ୍ୟର କାରବାର କରାଯାଇଛି। ଅଧିକ 1000 ମଣ୍ଡିକୁ ପ୍ରତିଯୋଗିତାମୂଳକ ଏବଂ ପାରଦର୍ଶୀ କରିବା ଲାଗି -ନାମ ସହିତ ଯୋଡ଼ାଯିବ।
  • ମୌଳିକ ସୁବିଧା ବଢ଼ାଇବା ଲାଗି ଇପିଏମସିଗୁଡ଼ିକୁ କୃଷି ମୌଳିକ ଭିତ୍ତିଭୂମି ପାଣ୍ଠି ସୁବିଧା ମିଳିବ।

 

ମତ୍ସ୍ୟ ପାଳନ

  • ଉଭୟ ସାମୁଦ୍ରିକ ଏବଂ ଆଭ୍ୟନ୍ତରୀଣ କ୍ଷେତ୍ରରେ ମାଛଧରା ଜେଟି ଏବଂ ମତ୍ସ୍ୟ ଲ୍ୟାଣ୍ଡିଂ କେନ୍ଦ୍ରର ବିକାଶ ନିମନ୍ତେ ନିବେଶ
  • ପାଞ୍ଚଟି ପ୍ରମୁଖ ମତ୍ସ୍ୟ ବନ୍ଦର କୋଚି, ଚେନ୍ନାଇ, ବିଶାଖାପାଟଣା, ପାରଦୀପ ଏବଂ ପେତବାଘାଟକୁ ଆର୍ଥିକ ଗତିବିଧି କେନ୍ଦ୍ର ରୂପରେ ବିକଶିତ କରାଯିବ।
  • ସିଭିଡି ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଲାଗି ତାମିଲନାଡ଼ୁରେ ବହୁଉଦ୍ଦେଶ୍ୟ ସିଭିଡି ପାର୍କ।

ପ୍ରବାସୀ ଶ୍ରମିକ କର୍ମଜୀବୀ

  • ଦେଶର ଯେକୌଣସି ସ୍ଥାନରୁ ରାସନ ପାଇବା ଲାଗି ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନା-ଏହାର ଅଧିକ ଲାଭ ପ୍ରବାସୀ ଶ୍ରମିକ ପାଇଛନ୍ତି
  • ଯୋଜନା ଲାଗୁ ହେବା ପରଠାରୁ ଏଥିରେ ବର୍ତ୍ତମାନ ସୁଦ୍ଧା 32ଟି ରାଜ୍ୟ କେନ୍ଦ୍ରଶାସିତ ପ୍ରଦେଶର 86 ପ୍ରତିଶତ ହିତାଧିକାରୀଙ୍କୁ ସାମିଲ କରାଯାଇସାରିଛି।
  • ଅବଶିଷ୍ଟ 4ଟି ରାଜ୍ୟକୁ ଆସନ୍ତା କିଛି ମାସ ମଧ୍ୟରେ ସାମିଲ କରାଯିବ।
  • ଅସଂଗଠିତ ଶ୍ରମିକ, ପ୍ରବାସୀ ଶ୍ରମିକ ବିଶେଷ କରି ଏମାନଙ୍କୁ ସହାୟତା ପ୍ରଦାନ କରୁଥିବା ଯୋଜନା ପ୍ରସ୍ତୁତ କରିବା ସମ୍ପର୍କରେ ସୂଚନା ଏକତ୍ରିତ କରିବା ନିମନ୍ତେ ପୋର୍ଟାଲ
  • 4ଟି ଶ୍ରମ ସଂହିତାକୁ ଲାଗୁ କରିବାର ପ୍ରକ୍ରିୟା ଜାରି
  • ଗିଗ ପ୍ଲାଟଫର୍ମରେ କାମ କରୁଥିବା ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷାର ଲାଭ
  • ସମସ୍ତ ଶ୍ରେଣୀର ଶ୍ରମିକମାନଙ୍କୁ ସର୍ବନିମ୍ନ ମଜୁରି ବ୍ୟବସ୍ଥା ଲାଗୁ ହେବ ଏବଂ ସେମାନଙ୍କୁ କର୍ମଚାରୀ ରାଜ୍ୟ ବୀମା ନିଗମ ଅଧୀନକୁ ଅଣାଯିବ।
  • ମହିଳା ଶ୍ରମିକମାନଙ୍କୁ ସମସ୍ତ ଶ୍ରେଣୀର କାମ କରିବା ଲାଗି ଅନୁମତି ମିଳିବ, ଯେଉଁଥିରେ ସେମାନେ ରାତି ସିଫ୍ଟରେ ମଧ୍ୟ କାମ କରିପାରିବେ ସେମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରାଯିବ।
  • ନିଯୁକ୍ତିଦାତାଙ୍କ ଉପରେ ପଡ଼ୁଥିବା ଅନୁପାଳନ ଭାରକୁ ମଧ୍ୟ କମ କରାଯିବ ଏବଂ ସେମାନଙ୍କୁ ସିଙ୍ଗଲ ରେଜିଷ୍ଟ୍ରେସନ ଏବଂ ଲାଇସେନ୍ସିଂର ଲାଭ ଦିଆଯିବ, ଯାହାଫଳରେ ସେମାନେ ନିଜ ରିଟର୍ଣ୍ଣ ଅନଲାଇନରେ ଭରିପାରିବେ।

ଆର୍ଥିକ ଅନ୍ତର୍ଭୂକ୍ତିକରଣ

  • ଅନୁସୂଚୀତ ଜାତି, ଅନୁସୂଚୀତ ଜନଜାତି ମହିଳାମାନଙ୍କ ଲାଗି କାର୍ଯ୍ୟକାରୀ ହେଉଛି ଷ୍ଟାଣ୍ଡଅପ ଇଣ୍ଡିଆ ଯୋଜନା
  • ମାର୍ଜିନ ମନିକୁ କମାଇ 15 ପ୍ରତିଶତ କରାଯାଇଛି
  • ଏଥିରେ କୃଷି ସଂକ୍ରାନ୍ତ କାର୍ଯ୍ୟକଳାପ ନିମନ୍ତେ ଦିଆଯାଉଥିବା ଋଣକୁ ସାମିଲ କରାଯାଇଛି
  • ଏମଏସଏମଇ କ୍ଷେତ୍ର ପାଇଁ ବଜେଟରେ 15700 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି, ଯାହାକି ଚଳିତ ବର୍ଷର ବଜେଟ ପୂର୍ବାନୁମାନର ଦୁଇଗୁଣା।

ମାନବ ପୁଞ୍ଜିର ପୁନଃଶକ୍ତିବର୍ଦ୍ଧନ

ବିଦ୍ୟାଳୟ ଶିକ୍ଷା

  • 15000ରୁ ଅଧିକ ବିଦ୍ୟାଳୟରେ ଶିକ୍ଷାଦାନ ଗୁଣବତ୍ତାରେ ସୁଧାର ଅଣାଯିବ ଯାହାଫଳରେ ସେଠାରେ ଜାତୀୟ ଶିକ୍ଷା ନୀତିର ସମସ୍ତ ଉପାଦାନକୁ ଅନୁପାଳନ କରାଯାଇପାରିବ। ଏଗୁଡ଼ିକ ନିଜ ନିଜ କ୍ଷେତ୍ରରେ ଅନୁକରଣଯୋଗ୍ୟ ବିଦ୍ୟାଳୟ ଭାବେ ବିକଶିତ ହେବେ ଏବଂ ଅନ୍ୟ ବିଦ୍ୟାଳୟଗୁଡ଼ିକୁ ସହାୟତା କରିବେ।
  • ସ୍ବେଚ୍ଛାସେବୀ ସଂଗଠନ/ଘରୋଇ ବିଦ୍ୟାଳୟ/ରାଜ୍ୟ ସରକାରଙ୍କ ଭାଗିଦାରୀରେ 100 ନୂଆ ସୈନିକ ସ୍କୁଲ ପ୍ରତିଷ୍ଠା କରାଯିବ।

ଉଚ୍ଚ ଶିକ୍ଷା

  • ଭାରତୀୟ ଉଚ୍ଚତର ଶିକ୍ଷା ଆୟୋଗ ଗଠନ କରାଯିବା ପାଇଁ ଚଳିତ ବର୍ଷ ଆଇନ ଅଣାଯିବ। ଏହା ଏକ ମୂଳ ସଂସ୍ଥା ହେବ ଯେଉଁଥିରେ ମାନକ ନିର୍ଦ୍ଧାରଣ, ମାନ୍ୟତା ପ୍ରଦା, ନିୟାମକ ଏବଂ ପାଣ୍ଠିଯୋଗାଣ ନିମନ୍ତେ ଚାରିଟି ଭିନ୍ନ ଭିନ୍ନ ଶାଖା ରହିବ
  • ସମସ୍ତ ସରକାରୀ କଲେଜ, ବିଶ୍ୱବିଦ୍ୟାଳୟ ଏବଂ ଗବେଷଣା ପ୍ରତିଷ୍ଠାନ ଦ୍ବାରା ଅନେକ ସହରରେ ସ୍ବାୟତ୍ତ ଭିତ୍ତିଭୂମି ପ୍ରତିଷ୍ଠା କରାଯିବ, ଯାହାଫଳରେ ଉନ୍ନତ ସମନ୍ବୟ ପ୍ରତିଷ୍ଠା ହୋଇପାରିବ।
  • ଏହି ଉଦ୍ଦେଶ୍ୟ ଲାଗି ଏକ ଗ୍ଲୁ ଗ୍ରାଣ୍ଟ ଭିନ୍ନ ବ୍ୟବସ୍ଥା କରାଯିବ।
  • ଲଦାଖରେ ଉଚ୍ଚଶିକ୍ଷା ବ୍ୟବସ୍ଥା କରିବା ଲାଗି ଲେହରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ।

ଅନୁସୂଚୀତ ଜାତି ଏବଂ ଜନଜାତି କଲ୍ୟାଣ

  • ଜନଜାତି କ୍ଷେତ୍ରରେ 750 ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି
  • ଏପରି ବିଦ୍ୟାଳୟ ପାଇଁ ୟୁନିଟ ପିଛା ବ୍ୟୟ ପରିମାଣ ସୀମାକୁ ବଢ଼ାଇ 38 କୋଟି ଟଙ୍କା କରାଯାଇଛି
  • ପାର୍ବତ୍ୟ ଏବଂ ଦୁର୍ଗମ ଅଞ୍ଚଳ ପାଇଁ ଏହି ଖର୍ଚ୍ଚ ବୃଦ୍ଧି କରି 48 କୋଟି ଟଙ୍କା କରି ଦିଆଯାଇଛି।
  • ଜନଜାତି ଛାତ୍ରଛାତ୍ରୀଙ୍କ ଲାଗି ଭିତ୍ତିଭୂମି ସୁବିଧା ସୃଷ୍ଟି କରିବା ଉପରେ ଧ୍ୟାନ ଦିଆଯାଇଛି।
  • ଅନୁସୂଚୀତ ଜାତିଙ୍କ କଲ୍ୟାଣ ଲାଗି ମାଟ୍ରିକ ପରବର୍ତ୍ତୀ ଛାତ୍ରବୃଦ୍ଧି ଯୋଜନା ପୁଣିଥରେ ଆରମ୍ଭ କରାଯାଇଛି।
  • 2025-2026 ସୁଦ୍ଧା 6 ବର୍ଷ ଲାଗି 35,219 କୋଟି ଟଙ୍କାର କେନ୍ଦ୍ରୀୟ ସହାୟତାରେ ବୃଦ୍ଧି କରାଯାଇଛି।
  • ଏହାଫଳରେ 4 କୋଟି ଅନୁସୂଚୀତ ଜାତିର ଛାତ୍ରଛାତ୍ରୀଙ୍କୁ ଲାଭ ମିଳିବ

କୌଶଳ

  • ଯୁବକମାନଙ୍କ ପାଇଁ ଅଧିକ ସୁଯୋଗ ବୃଦ୍ଧି କରିବା ନିମନ୍ତେ ଆପ୍ରେଣ୍ଟିସିପ ଆଇନରେ ପ୍ରସ୍ତାବିତ ସଂଶୋଧନ
  • ଇଞ୍ଜିନିୟରିଂରେ ସ୍ନାତକ ଏବଂ ଡିପ୍ଲୋମା ଧାରୀମାନଙ୍କର ପାଇଁ ଶିକ୍ଷା ପରବର୍ତ୍ତୀ ଆପ୍ରେଣ୍ଟିସିପ, ପ୍ରଶିକ୍ଷଣ ଲାଗି ନ୍ୟାସାନାଲ ଆପ୍ରେଣ୍ଟିସିପ ଟ୍ରେନିଂ ସ୍କିମ (ନ୍ୟାଟ୍ସ)ରେ 3000 କୋଟି ଟଙ୍କା ଅତିରିକ୍ତ ନିବେଶ କରାଯିବ।
  • ଦକ୍ଷତା ବିକାଶ କ୍ଷେତ୍ରରେ ଅନ୍ୟ ଦେଶଗୁଡ଼ିକ ସହିତ ଭାଗିଦାରୀ ପ୍ରୟାସକୁ ଆଗକୁ ନିଆଯିବ, ଯେପରି ଭାଗିଦାରୀ ନିମ୍ନଲିଖିତ ଦେଶଗୁଡ଼ିକ ସହିତ କରାଯାଇଛି
  • ସଂଯୁକ୍ତ ଆରବ ଏମିରେଟ୍ସ ସହିତ କୌଶଳ ଯୋଗ୍ୟତା, ମୂଲ୍ୟାଙ୍କନ, ପ୍ରମାଣୀକରଣ ଏବଂ ପ୍ରମାଣିତ ଶ୍ରମିକମାନଙ୍କର ନିୟୋଜନ
  • ଜାପାନ ସହିତ କୌଶଳ, ବୈଷୟିକ ଏବଂ ଜ୍ଞାନ ହସ୍ତାନ୍ତର ଲାଗି ସହଯୋଗପୂର୍ଣ୍ଣ ଆନ୍ତଃପ୍ରଶିକ୍ଷଣ କାର୍ଯ୍ୟକ୍ରମ (ଟିଆଇଟିପି)

SKILLING.jpg

 

ନବୋନ୍ମେଷ ଏବଂ ଗବେଷଣା ଓ ବିକାଶ

  • ଜାତୀୟ ଗବେଷଣା ଫାଉଣ୍ଡେସନ ଲାଗି ଜୁଲାଇ 2019ରେ ଏକ କାର୍ଯ୍ୟପ୍ରଣାଳୀ ପ୍ରସ୍ତୁତ କରାଯାଇଥିଲା।
  • ପାଞ୍ଚ ବର୍ଷ ମଧ୍ୟରେ 50,000 କୋଟି ଟଙ୍କାର ବ୍ୟୟବରାଦ
  • ସମ୍ପୂର୍ଣ୍ଣ ଗବେଷଣା ବ୍ୟବସ୍ଥାକୁ ମଜବୁତ କରିବା ଏବଂ ଜାତୀୟ ପ୍ରାଥମିକ ଥିବା କ୍ଷେତ୍ରଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରିତ କରିବା
  • ଡିଜିଟାଲ ପରିଶୋଧ କାରବାରକୁ ପ୍ରୋତ୍ସାହନ ଦେବା ଲାଗି ପ୍ରସ୍ତାବିତ ଯୋଜନା ନିମନ୍ତେ  1500 କୋଟି ଟଙ୍କା ଖର୍ଚ୍ଚ କରାଯିବ
  • ପ୍ରମୁଖ ଭାରତୀୟ ଭାଷାରେ ଶାସନ ଏବଂ ନୀତି ସମ୍ବନ୍ଧୀୟ ଜ୍ଞାନ ଉପଲବ୍ଧ କରାଇବା ଲାଗି ଜାତୀୟ ଭାଷା ଅନୁବାଦ ମିଶନ (ଏନଟିଏଲଏମ)ର ଶୁଭାରମ୍ଭ କରାଯିବ।
  • ନ୍ୟୁ ସ୍ପେଶ ଇଣ୍ଡିଆ ଲିମିଟେଡ ଦ୍ବାରା ପିଏସଏଲଭି-ସିଏସ51 ଉତକ୍ଷେପଣ କରାଯିବ ଯାହାକି ବ୍ରାଜିଲର ଆମାଜନିଆ ଉପଗ୍ରହ ଏବଂ କେତେକ ଭାରତୀୟ ଉପଗ୍ରହକୁ ମହାକାଶକୁ ନେଇଯିବ।

ଗଗନଯାନ ମିଶନ ଗତିବିଧି ଅନ୍ତର୍ଗତ –

  • ଚାରି ଜଣ ଭାରତୀୟ ମହାକାଶ ଯାତ୍ରୀଙ୍କୁ ରୁଷରେ ଜେନେରିକ ସ୍ପେଶ ଫ୍ଲାଇଟ ବିଷୟରେ ପ୍ରଶିକ୍ଷଣ ଦିଆଯିବ
  • ପ୍ରଥମ ମାନବବିହୀନ ଉତକ୍ଷେପଣ ଡିସେମ୍ବର 2021ରେ କରାଯିବ।
  • ଗଭୀର ମହାସାଗରରେ ମିଶନ ସର୍ବେକ୍ଷଣ ଅନ୍ବେଷଣ ଏବଂ ଗଭୀର ମହାସାଗରର ଜୈବ ବିବିଧତାର ସଂରକ୍ଷଣ ଲାଗି ପାଞ୍ଚ ବର୍ଷ ମଧ୍ୟରେ 4,000 କୋଟି ଟଙ୍କା ଆବଣ୍ଟନ

 

ସର୍ବନିମ୍ନ ସରକାର, ସର୍ବାଧିକ ପ୍ରଶାସନ

  • ଦ୍ରୁତଗତିରେ ନ୍ୟାୟ ସୁନିଶ୍ଚିତ କରିବା ଲାଗି, ନ୍ୟାୟାଧିକରଣରେ ସୁଧାର ଆଣିବାର ଉପାୟ
  • ଜାତୀୟ ଆନୁସଙ୍ଗିକ ସ୍ବାସ୍ଥ୍ୟ ଯତ୍ନ ପେସାଦାର ଆୟୋଗ ନିମନ୍ତେ ପୂର୍ବରୁ ପ୍ରସ୍ତାବ ଦିଆଯାଇସାରିଛି ଯାହାଫଳରେ 56 ପ୍ରକାରର ଆନୁସଙ୍ଗିକ ସ୍ବାସ୍ଥ୍ୟ ପେସାଦାରମାନଙ୍କର ପାରଦର୍ଶିତା ଓ କ୍ଷମତା ଉପରେ ନିୟନ୍ତ୍ରଣ ସୁନିଶ୍ଚିତ କରାଯାଇପାରିବ।
  • ଜାତୀୟ ନର୍ସିଂ ଏବଂ ମିଡଓ୍ବାୟଫରି ଆୟୋଗ ବିଲ ନର୍ସିଂ ପେସାରେ ପାରଦର୍ଶିତା ଏବଂ ପ୍ରଶାସନିକ ସୁଧାର ନିମନ୍ତେ ଉପସ୍ଥାପିତ କରାଯାଇଛି।
  • ଭାରତ ଇତିହାସରେ ପ୍ରଥମ ଥର ଡିଜିଟାଲ ଜନଗଣନା ନିମନ୍ତେ 3768 କୋଟି ଟଙ୍କା ଆବଣ୍ଟିତ
  • ପର୍ତ୍ତୁଗାଲ ଠାରୁ ଗୋଆ ରାଜ୍ୟର ସ୍ବାଧୀନତାର ହୀରକ ଜୟନ୍ତୀ ସମାରୋହ ପାଳନ କରିବା ଲାଗି ଗୋଆ ସରକାରଙ୍କୁ 300 କୋଟି ଟଙ୍କାର ଅନୁଦାନ
  • ଆସାମ ଓ ପଶ୍ଚିମବଙ୍ଗର ଚା’ ବଗିଚାର କର୍ମଚାରୀମାନଙ୍କୁ, ବିଶେଷ କରି ମହିଳା ଓ ସେମାନଙ୍କର ପିଲାମାନଙ୍କ କଲ୍ୟାଣ ନିମନ୍ତେ ବିଶେଷ ଯୋଜନା ଅଧୀନରେ 1000 କୋଟି ଟଙ୍କାର ଅନୁଦାନ ବ୍ୟବସ୍ଥା

 

ରାଜକୋଷର ସ୍ଥିତି

 

ଉପାଦାନ

ମୂଳ ବଜେଟ ଅନୁମାନ 2020-21

ମୂଳ ଅନୁମାନ 2020-21

ମୂଳ ବଜେଟ ଅନୁମାନ 2021-22

ବ୍ୟୟ

`30.42 ଲକ୍ଷ କୋଟି ଟଙ୍କା

 

`34.50 lakh crore

`34.83 ଲକ୍ଷ କୋଟି

ପୁଞ୍ଜିଗତ ବ୍ୟୟ

`4.12 ଲକ୍ଷ କୋଟି ଟଙ୍କା

`4.39 lakh crore

` 5.5 ଲକ୍ଷ କୋଟି

ରାଜସ୍ବ ନିଅଣ୍ଟ (ଜିଡିପିର ପ୍ରତିଶତ)

-

9.5%

6.8%

 

  • 30.42 ଲକ୍ଷ କୋଟି ଟଙ୍କାର ବାସ୍ତାବିକ ବଜେଟ ଅନୁମାନ ବ୍ୟୟ ଆକଳନ ତୁଳନାରେ ମୂଳ ବ୍ୟୟ ଅନୁମାନ 34.50 ଲକ୍ଷ କୋଟି ଟଙ୍କା ରହିଛି
  • 2020-21 ବଜେଟରେ 4.12 ଲକ୍ଷ କୋଟି ଟଙ୍କାର ପୁଞ୍ଜି ବ୍ୟୟବରାଦ କରାଯାଇଥିବା ବେଳେ ଏହି ବର୍ଷ ବାସ୍ତବ ବ୍ୟୟ 4.39 ଲକ୍ଷ କୋଟି ଟଙ୍କା ହୋଇଥିବାରୁ ବ୍ୟୟର ଗୁଣବତ୍ତା ବଜାୟ ରଖାଯାଇପାରିଛି।
  • 2021-22 ବଜେଟ ପୂର୍ବାନୁମାନରେ ଆନୁମାନିକ ବ୍ୟୟ ପରିମାଣ 34.83 ଲକ୍ଷ କୋଟି ଟଙ୍କା ରଖାଯାଇଛି, ସେଥିରେ 5.5 ଲକ୍ଷ କୋଟି ଟଙ୍କାର ପୁଞ୍ଜି ବ୍ୟୟ ସାମିଲ ରହିଛି । ଅର୍ଥବ୍ୟବସ୍ଥାରେ ସୁଧାର ନିମନ୍ତେ 34.5 ପ୍ରତିଶତ ବୃଦ୍ଧି କରାଯାଇଛି।
  • 2021-22 ବଜଟେରେ ରାଜସ୍ବ ନିଅଣ୍ଟ ମୋଟ ଘରୋଇ ଉତ୍ପାଦ (ଜିଡିପି)ର 6.8 ପ୍ରତିଶତ ରହିବ ବୋଲି ଅନୁମାନ କରାଯାଉଛି। ସରକାର ଋଣ, ବହୁପକ୍ଷୀୟ ଋଣ, ଲଘୁ ସଞ୍ଚୟ ପାଣ୍ଠି ଏବଂ ଲଘୁ ଅବଧି ଋଣ ପ୍ରାପ୍ତି କରିଥିବାରୁ 2020-21 ଆର୍ଥିକ ବର୍ଷରେ ରାଜସ୍ବ ନିଅଣ୍ଟ ସକଳ ଘରୋଇ ଉତ୍ପାଦ (ଜିଡିପି)ର 9.5 ପ୍ରତିଶତ ରହିଛି।
  • ଆସନ୍ତା ବର୍ଷ ଖୋଲାବଜାରରୁ ପାଖାପାଖି 12 ଲକ୍ଷ କୋଟି ଟଙ୍କାର ଋଣ ସଂଗ୍ରହ କରାଯିବ।
  • 2025-26 ସୁଦ୍ଧା ରାଜସ୍ବ ନିଅଣ୍ଟ ପରିମାଣକୁ ଜିଡିପିର 4.5 ପ୍ରତିଶତ କରିବା ଲାଗି ରାଜକୋଷୀୟ ସଙ୍କୋଚନ ମାର୍ଗରେ ଅଗ୍ରସର ହେବା ଲାଗି ଯୋଜନା କରାଯାଇଛି।
  • ଏହି ଲକ୍ଷ୍ୟ ଉଚିତ ସମାଧାନ ମାଧ୍ୟମରେ ଟିକସ ଜନିତ ଆୟରେ ବୃଦ୍ଧି ତଥା ରାଷ୍ଟ୍ରାୟତ୍ତ କ୍ଷେତ୍ରର ଉଦ୍ୟୋଗ ଓ ଭୂମି ସହିତ ସମ୍ପତ୍ତିଗୁଡ଼ିକର ମୌଦ୍ରିକରଣ ଜରିଆରେ ହାସଲ କରାଯିବ।
  • ଚଳିତ ବର୍ଷର ଅଭୂତପୂର୍ବ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଫଆରବିଏମ ଆଇନର ଭାଗ 4(5) ଏବଂ 7(3) (ବି) ଅନ୍ତର୍ଗତ ବ୍ୟତିକ୍ରମ ବିବରଣୀ ଉପସ୍ଥାପନ କରାଯାଇଛି
  • ଧାର୍ଯ୍ୟ ରାଜସ୍ବ ନିଅଣ୍ଟ ସ୍ତର ହାସଲ କରିବା ଲାଗି ଏଫଆରବିଏମ ଆଇନରେ ସଂଶୋଧନର ପ୍ରସ୍ତାବ
  • ଅର୍ଥ ଆଇନ ମାଧ୍ୟମରେ ଭାରତର କଣ୍ଟିନଜେନ୍ସି ପାଣ୍ଠିର ପରିମାଣକୁ 500 କୋଟି ଟଙ୍କାରୁ ବୃଦ୍ଧି କରାଯାଇ 30000 କୋଟି ଟଙ୍କା କରି ଦିଆଯାଇଛି।

ରାଜ୍ୟଗୁଡ଼ିକର ମୋଟ ଋଣ

  • ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିସ ଅନୁଯାୟୀ ବର୍ଷ 2021-22 ସମୟରେ ରାଜ୍ୟଗୁଡ଼ିକୁ ଜିଏସଡିପିର ୪ ପ୍ରତିଶତ ମୋଟ ଋଣ ପ୍ରାପ୍ତ କରିବା ନିମନ୍ତେ ମଞ୍ଜୁରି।
  • ଏହାର ଅନ୍ତର୍ଗତ ପୁଞ୍ଜିଗତ ବ୍ୟୟରେ ବୃଦ୍ଧି
  • କେତେକ ସର୍ତ୍ତ ସହିତ ଜିଏସଡିପିର 0.5 ପ୍ରତିଶତ ଅତିରିକ୍ତ ଋଣର ସୀମା ପ୍ରଦାନ କରାଯାଇଛି।
  • ପଞ୍ଚଦଶ ଅର୍ଥ ଆୟୋଗର ସୁପାରିସ ଅନୁଯାୟୀ 2023-24 ସୁଦ୍ଧା ରାଜ୍ୟଗୁଡ଼ିକର ରାଜସ୍ବ ନିଅଣ୍ଟ ଜିଏସଡିପିର 3 ପ୍ରତିଶତ ପର୍ଯ୍ୟନ୍ତ ଅଣାଯିବାକୁ ଲକ୍ଷ୍ୟ ରଖାଯାଇଛି।

ପଞ୍ଚଦଶ ଅର୍ଥ ଆୟୋଗ

  • 2021-26 ଲାଗି ଅନ୍ତିମ ରିପୋର୍ଟ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଛି, ରାଜ୍ୟଗୁଡ଼ିକର ପ୍ରତ୍ୟକ୍ଷ ଶେୟାର 41 ପ୍ରତିଶତ ରଖାଯାଇଛି
  • କେନ୍ଦ୍ର ଠାରୁ ଜମ୍ମୁ-କଶ୍ମୀର ଓ ଲଦାଖ କେନ୍ଦ୍ରଶାସିତ ପ୍ରଦେଶ ପାଇଁ ପାଣ୍ଠି ଉପଲବ୍ଧ କରାଯାଇଛି।
  • ଆୟୋଗଙ୍କ ସୁପାରିସ ଅନୁଯାୟୀ 2020-21ରେ 14ଟି ରାଜ୍ୟକୁ ରାଜସ୍ବ ହାନି ଅନୁଦାନ ରୂପରେ 74340 କୋଟି ଟଙ୍କା ତୁଳନାରେ 2021-22ରେ 17ଟି ରାଜ୍ୟକୁ 118452 କୋଟି ଟଙ୍କା ଦିଆଯାଇଛି।

ଟିକସ ପ୍ରସ୍ତାବ

ଟିକସଦାତାଙ୍କ ଉପରୁ ଟିକସ ବୋଝ ହ୍ରାସ କରିବା ସହିତ ଦେଶରେ ଏକ ନିବେଶ ଏବଂ ନିଯୁକ୍ତି ଅନୁକୂଳ ପରିବେଶ ସୃଷ୍ଟି କରିବା ଲାଗି ଏକ ପାରଦର୍ଶୀ, ଦକ୍ଷ ଟିକସ ବ୍ୟବସ୍ଥା ନିମନ୍ତେ ସଂକଳ୍ପ କରାଯାଇଛି।

ପ୍ରତ୍ୟକ୍ଷ ଟିକସ

ସଫଳତା:

  • କର୍ପୋରେଟ ଟିକସ ପରିମାଣକୁ ହ୍ରାସ କରାଯାଇ ବିଶ୍ୱରେ ସର୍ବନିମ୍ନ ସ୍ତରରେ ରଖାଯାଇଛି।
  • ରିବେଟ ବୃଦ୍ଧି କରାଯାଇ କ୍ଷୁଦ୍ର ଟିକସଦାତାଙ୍କ ଉପରେ ଟିକସ ବୋଝ ହ୍ରାସ କରାଯାଇଛି।
  • 2014ରେ ମାତ୍ର 3.31 କୋଟି ରିଟର୍ଣ୍ଣ ଦାଖଲ କରାଯାଉଥିବା ବେଳେ 2020ରେ ଏହାର ଦୁଇଗୁଣା ପାଖାପାଖି 6.48 କୋଟି ଟଙ୍କାର ରିଟର୍ଣ୍ଣ ଦାଖଲ କରାଯାଇଛି।
  • ଫେସଲେସ ଆସେସମେଣ୍ଟ ଏବଂ ଫେସଲେନ ଆବେଦନ ବ୍ୟବସ୍ଥା
  • ବରିଷ୍ଠ ନାଗରିକମାନଙ୍କୁ ରିହାତି :
  • 75 ବର୍ଷରୁ ଊର୍ଦ୍ଧ୍ବ ବୟସର ବରିଷ୍ଠ ନାଗରିକମାନଙ୍କ ପାଇଁ ପେନସନ ଓ ସୁଧ ପ୍ରାପ୍ତି ଉପରେ ଆୟକର ରିଟର୍ଣ୍ଣ ଦାଖଲ କରିବାରୁ ରିହାତି ପ୍ରଦାନ କରାଯାଇଛି। ପରିଶୋଧ କରୁଥିବା ବ୍ୟାଙ୍କ ସେମାନର ଆୟରେ ଆବଶ୍ୟକ ବିଯୋଗ କରିବ।

ବିବାଦ ହ୍ରାସ ସହିତ ସହଜ ସମାଧାନ

  • ପୁଣିଥରେ ମାମଲା ଖୋଲିବାର ସୀମାକୁ ହ୍ରାସ କରି 6 ବର୍ଷରୁ ତିନି ବର୍ଷ କରି ଦିଆଯାଇଛି
  • ଟିକସ ଫାଙ୍କିର ଗମ୍ଭୀର ମାମଲାରେ ଯେଉଁଠି 1 ବର୍ଷ କିମ୍ବା 50 ଲକ୍ଷରୁ ଅଧିକ ଆୟ ଲୁଚାଇବାର ପ୍ରମାଣ ମିଳୁଥିଲା ସେପରି ମାମଲା ସଂକ୍ରାନ୍ତ ଆକଳନକୁ 10 ବର୍ଷ ପର୍ଯ୍ୟନ୍ତ ପୁଣିଥରେ ଖୋଲାଯାଇପାରିବ। ମାତ୍ର ଏଥିପାଇଁ ପ୍ରଧାନ ମୁଖ୍ୟ ଆୟୁକ୍ତଙ୍କ ଅନୁମୋଦନ ହାସଲ କରିବା ଆବଶ୍ୟକ ଅଟେ।
  • 50 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ଯୋଗ୍ୟ ଆୟ ଏବଂ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିବାଦଗ୍ରସ୍ତ ଆୟ ଭଳି ମାମଲା ସମାଧାନ ନିମନ୍ତେ ବିବାଦ ସମାଧାନ ସମିତି ଗଠନ କରାଯିବ।
  • ଜାତୀୟ ଫେସଲେସ ଆୟକର ଆବେଦନ ଟ୍ରିବ୍ୟୁନାଲ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଘୋଷଣା
  • ବିବାଦରୁ ବିଶ୍ୱାସ ଯୋଜନା ଅନ୍ତର୍ଗତ 30 ଜାନୁଆରୀ, 2021 ସୁଦ୍ଧା 1 ଲକ୍ଷ 10 ହଜାରରୁ ଅଧିକ ଟିକସଦାତା 85000 କୋଟି ଟଙ୍କାରୁ ଅଧିକ ବିବାଦ ସମାଧାନ କରିବାର ବିକଳ୍ପ ଚୟନ କରିଛନ୍ତି।

ପ୍ରବାସୀ ଭାରତୀୟଙ୍କ ପାଇଁ ରିହାତି:

  • ପ୍ରବାସୀ ଭାରତୀୟଙ୍କ ଲାଗି ବିଦେଶରୁ ସେମାନଙ୍କର ଅବସର ପରେ ଭାରତ ଫେରିବା ପରେ ଆୟ ସମ୍ବନ୍ଧୀୟ ପ୍ରସଙ୍ଗର ସହଜ ସମାଧାନ ଲାଗି ନିୟମକୁ ସରଳ କରାଯିବ।

ଡିଜିଟାଲ କାରବାରକୁ ପ୍ରୋତ୍ସାହନ

  • ଡିଜିଟାଲ କାରବାରର ଅଡିଟ ସୀମା 5 କୋଟି ଟଙ୍କା ଠାରୁ ଆରମ୍ଭ କରି 10 କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। 95 ପ୍ରତିଶତ କାରବାର ଡିଜିଟାଲ ମାଧ୍ୟମରେ କରୁଥିବା ଲୋକମାନଙ୍କୁ ଏହାର ସୁବିଧା ମିଳିପାରିବ।

ଲାଭାଂଶ ଉପରେ ରିହାତି

  • ଆରଇଆଇଟି/ଆଇଏନଭିଆଇଟିକୁ ଟିଡିଏସ ମୁକ୍ତ ଲାଭାଂଶ ପରିଶୋଧ  କରିବାର ପ୍ରସ୍ତାବ
  • ଲାଭାଂଶ ଆୟ ଉପରେ ଅଗ୍ରୀମ ଟିକର ଦେୟତା ଲାଭାଂଶର ପରିଶୋଧ କିମ୍ବା ଏହାର ଘୋଷଣା ପରେ
  • ବଜେଟରେ ବିଦେଶୀ ପୋର୍ଟଫୋଲିଓ ନିବେଶକଙ୍କ ପାଇଁ କମ ଚୁକ୍ତି ଦର ଉପରେ ଲାଭାଂଶ ଆୟରେ ଟିକସ ରିହାତିର ପ୍ରସ୍ତାବ

ମୌଳିକ ଭିତ୍ତିଭୂମି ଲାଗି ବିଦେଶୀଙ୍କୁ ଆକୃଷ୍ଟ କରିବା :

  • ଜିରୋ କୁପନ ବଣ୍ଡ ଜାରି କରି ମୌଳିକ ଭିତ୍ତିଭୂମି ଡେବ୍ଟ ଫଣ୍ଡକୁ ଅର୍ଥ ସଂଗ୍ରହ କରିବା ନିମନ୍ତେ ଯୋଗ୍ୟ କରିବା
  • ପ୍ରାଇଭେଟ ଫଣ୍ଡିଂ ଉପରେ ଅଙ୍କୁଶ, ବାଣିଜ୍ୟିକ ଗତିବିଧି ଉପରେ ନିୟନ୍ତ୍ରଣ ଏବଂ ପ୍ରତ୍ୟକ୍ଷ ବିଦେଶୀ ନିବେଶ ଉପରେ ନିୟନ୍ତ୍ରଣ ସଂକ୍ରାନ୍ତ ସର୍ତ୍ତରେ ରିହାତି

ସମସ୍ତଙ୍କ ପାଇଁ ଆବାସକୁ ସମର୍ଥନ :

  • ଶସ୍ତା ଗୃହ କ୍ରୟ ନିମନ୍ତେ ମିଳୁଥିବା ଋଣର ସୁଧରେ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାଡ଼ର ପ୍ରସ୍ତାବ 31 ମାର୍ଚ୍ଚ 2022 ପର୍ଯ୍ୟନ୍ତ ବୃଦ୍ଧି କରାଯିବ।
  • ଶସ୍ତା ଘର ଯୋଜନା ଅନ୍ତର୍ଗତ ଟିକସ ଛାଡ଼ ଦାବି କରିବାର ଯୋଗ୍ୟତା ସମୟସୀମା ଆହୁରି ଗୋଟିଏ ବର୍ଷ ବୃଦ୍ଧି କରାଯାଇ 31 ମାର୍ଚ୍ଚ, 2022 ପର୍ଯ୍ୟନ୍ତ କରି ଦିଆଗଲା
  • ଶସ୍ତା ଭଡ଼ା ଥିବା ଆବାସ ପ୍ରକଳ୍ପ ଲାଗି ନୂଆ ରିହାତି ଘୋଷଣା

ଗିଫ୍ଟ ସିଟିରେ ଆଇଏଫଏସସିକୁ ଟିକସ ରିହାତି

  • ଏୟାରକ୍ରାଫ୍ଟ ଲିଜିଂ କମ୍ପାନୀଗୁଡ଼ିର ଆୟରୁ ପୁଞ୍ଜି ସଂଗ୍ରହ କରିବା ଲାଗି ଟିକସ ଛାଡ଼
  • ବିଦେଶୀ ବ୍ୟବସାୟୀମାନଙ୍କୁ ବିମାନରେ ଦିଆଯାଉଥିବା ଭଡ଼ାରେ ଟିକସ ରିହାତି
  • ଅନ୍ତର୍ଜାତୀୟ ଅର୍ଥ ସେବା କେନ୍ଦ୍ର (ଆଇଏଫଏସସି)କୁ ପ୍ରୋତ୍ସାହନ ଦେବା ଲାଗି ବଜେଟରେ ଟିକସ ପ୍ରୋତ୍ସାହନ ଘୋଷଣା
  • ବିଦେଶୀ ପାଣ୍ଠିର ନିବେଶ ଉପରେ ପ୍ରୋତ୍ସାହନ ରାଶି ଏବଂ ଆଇଏଫଏସସିରେ ଥିବା ବିଦେଶୀ ବ୍ୟାଙ୍କର ଶାଖାରେ ନିବେଶ କରିବା ଉପରେ ଟିକସ ରିହାତି।

ଆୟକର ଫାଇଲିଂର ସରଳୀକରଣ

  • ଅଧିସୂଚୀତ ପ୍ରତିଭୂତିରୁ ପ୍ରାପ୍ତ ପୁଞ୍ଜି ଲାଭ, ଲାଭାଂଶ ଆୟ ବ୍ୟାଙ୍କରୁ ପ୍ରାପ୍ତ ସୁଧ ଆଦିର ବିବରଣୀ ରିଟର୍ଣ୍ଣରେ ପୂର୍ବରୁ ଭରିବାକୁ ହେବ।

ଛୋଟ ଟ୍ରଷ୍ଟଗୁଡ଼ିକୁ ରିହାତି

  • ବିଦ୍ୟାଳୟ ଏବଂ ଡାକ୍ତରଖାନା ଚଳାଉଥିବା ଛୋଟ ଚାରିଟେବୁଲ ଟ୍ରଷ୍ଟଗୁଡ଼ିକୁ ବାର୍ଷିକ ରିଟର୍ଣ୍ଣ ଛାଡ଼ ସୀମା 1କୋଟି ଟଙ୍କାରୁ ବୃଦ୍ଧି କରାଯାଇ 5କୋଟି ଟଙ୍କା କରାଯାଇଛି।

ଶ୍ରମିକ କଲ୍ୟାଣ

  • କର୍ମଚାରୀମାନଙ୍କର ଯୋଗାଦାନ ବିଳମ୍ବରେ ଜମା କଲେ ଏହାକୁ ନିଯୁକ୍ତିଦାତାଙ୍କ ଯୋଗଦାନ ବୋଲି ଗ୍ରହଣ କରାଯିବ ନାହିଁ।
  • ଷ୍ଟାର୍ଟଅପ କମ୍ପାନୀଗୁଡ଼ିକର ଟିକସରେ ଛାଡ଼ର ଦାବି ସମୟସୀମା ଆହୁରି ଗୋଟିଏ ବର୍ଷ ବୃଦ୍ଧି କରାଯାଇଛି।
  • ଷ୍ଟାର୍ଟଅପ୍ସରେ ନିବେଶ କରିବା କ୍ଷେତ୍ରରେ ପୁଞ୍ଜିଲାଭରୁ ଛାଡ଼ 31 ମାର୍ଚ୍ଚ 2022 ପର୍ଯ୍ୟନ୍ତ ବୃଦ୍ଧି କରାଗଲା।

ପରୋକ୍ଷ ଟିକସ

ଜିଏସଟି :

  • ବର୍ତ୍ତମାନ ସୁଦ୍ଧା ନିଆଯାଇଥିବା ପଦକ୍ଷେପ :
  • ଏସଏମଏସ ଜରିଆରେ ନିଲ ରିଟର୍ଣ୍ଣ
  • କ୍ଷୁଦ୍ର ଟିକସଦାତାଙ୍କ ପାଇଁ ତ୍ରୈମାସିକ ରିଟର୍ଣ୍ଣ ଏବଂ ମାସିକ ପଇଠ
  • ଇଲେକ୍ଟ୍ରୋନିକ ଇନଭଏସ ସିଷ୍ଟମ
  • ବୈଧ ଇନପୁଟ ଟିକସ ବିବରଣୀ
  • ପୂର୍ବରୁ ପୂରଣ ହୋଇଥିବା ସଂଶୋଧନଯୋଗ୍ୟ ଜିଏସଟି ରିଟର୍ଣ୍ଣ
  • ରିଟର୍ଣ୍ଣ ଫାଇଲିଂର ଶୀଘ୍ର ସମାଧାନ
  • ଜିଏସଟିଏନ ବ୍ୟବସ୍ଥାର କ୍ଷମତାରେ ବୃଦ୍ଧି
  • ଟିକସ ଫାଙ୍କୁଥିବା ଲୋକମାନଙ୍କୁ ଚିହ୍ନଟ କରିବା ଲାଗି ଡିପ ଆନାଲିଟିକ୍ସ ଓ ଏଆଇ

ସୀମା ଶୁଳ୍କକୁ ଯୁକ୍ତସଂଗଠନ କରିବା

  • ଦ୍ବୈତ ଲକ୍ଷ୍ୟ : ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ଏବଂ ଭାରତକୁ ଏକ ବିଶ୍ୱ ମୂଲ୍ୟ ଶୃଙ୍ଖଳରେ ସାମିଲ କରିବା ଓ ଅଧିକ ରପ୍ତାନି ନିମନ୍ତେ ଯୋଗ୍ୟ କରିବା
  • ପୁରୁଣା 80 ପ୍ରତିଶତ ଛାଡ଼ ପୂର୍ବରୁ ଉଚ୍ଛେଦ ହୋଇଛି।
  • 400ରୁ ଅଧିକ ପୁରୁଣା ଛାଡ଼ର ସମୀକ୍ଷା କରି 1 ଅକ୍ଟୋବର, 2021 ଠାରୁ ସଂଶୋଧିତ ଏବଂ ବାଧାମୁକ୍ତ ସୀମା ଶୁଳ୍କର ଢାଞ୍ଚ ଆରମ୍ଭ କରିବା।
  • ନୂଆ ସୀମା ଶୁଳ୍କରେ ଛାଡ଼ର ବୈଧତକା ଏହା ଜାରି ହେବାର ଦୁଇ ବର୍ଷ ପରେ 31 ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଇଲେକ୍ଟ୍ରୋନିକ ଏବଂ ମୋବାଇଲ ଫୋନ ଉଦ୍ୟୋଗ :

  • ଚାର୍ଜିଂ ସରଞ୍ଜାମ ଏବଂ ମୋବାଇଲର ଅନ୍ୟ କେତେକ ଉପକରଣରେ ଛାଡ଼ ଉଚ୍ଛେଦ
  • ମୋବାଇଲର କେତେକ ସରଞ୍ଜାମ ଉପରେ ଶୁଳ୍କକୁ ଶୂନ୍ୟରୁ 2.5% ପର୍ଯ୍ୟନ୍ତ ସଂଶୋଧିତ କରାଯାଇଛି

ଲୁହା ଏବଂ ଇସ୍ପାତ

  • ସୀମା ଶୁଳ୍କ ହ୍ରାସ କରାଯାଇଛି : ଅଣ ଇସ୍ପାତ, ଇସ୍ପାତ ଏବଂ ଷ୍ଟେନଲେସ ଷ୍ଟିଲର ଛୋଟ, ଚେପଟା ଏବଂ ଲମ୍ବା ଉତ୍ପାଦ ଉପରେ ଏକ ସମାନ 7.5%
  • ଷ୍ଟିଲର ସ୍କ୍ରାପ ଉପରେ ଶୁଳ୍କ ଛାଡ଼ 31 ମାର୍ଚ୍ଚ 2022ପର୍ଯ୍ୟନ୍ତ ବୃଦ୍ଧି କରାଗଲା
  • ଇସ୍ପାତର କେତେକ ପ୍ରମୁଖ ଇସ୍ପାତ ଉତ୍ପାଦ ଉପରେ ଆଣ୍ଟି ଡପିଂ ଶୁଳ୍କ (ଏଡିଡି) ଏବଂ କାଉଣ୍ଟର-ଭେଇଲିଂ ଶୁଳ୍କ ଉପରେ ରୋକ ଲାଗୁ କରାଯାଇଛି।
  • ତମ୍ବା ସ୍କାର୍ପ ଉପରେ ଶୁଳ୍କୁ 5%ରୁ 2.5%କୁ ହ୍ରାସ କରାଯାଇଛି।

ବୟନ କ୍ଷେତ୍ର

  • କେପ୍ରୋଲେକ୍ଟମ, ନାୟଲନ ଚିପ୍ସ, ନାୟଲନ ଫାଇବର ଏବଂ ତାର ଉପରେ ମୂଳ ସୀମା ଶୁଳ୍କ(ବିସିଡି)କୁ 5% ପର୍ଯ୍ୟନ୍ତ ହ୍ରାସ କରାଯାଇଛି।

କେମିକାଲ୍ସ

  • ରାସାୟନିକ ଉପରେ ସୀମା ଶୁଳ୍କର ସୁସଙ୍ଗଦ ଦର ଘରୋଇ ମୂଲ୍ୟ ବୃଦ୍ଧିକୁ ପ୍ରୋତ୍ସାହନ ଦେବ ଏବଂ ବିସଙ୍ଗତି ଦୂର କରିବ।
  • ନେପଥା ଉପରେ ସୀମା ଶୁଳ୍କ 2.5% ହ୍ରାସ କରାଯାଇଛି।

ସୁନା ଓ ରୂପା :

  • ସୁନା ଓ ରୂପା ଉପରେ ସୀମା ଶୁଳ୍କ ଦରକୁ ତର୍କସଙ୍ଗତ କରାଯିବ।

ନବୀକରଣଯୋଗ୍ୟ ଶକ୍ତି

  • ସୋଲାର ସେଲ ଏବଂ ସୌର ପ୍ୟାନେଲ ଲାଗି ପର୍ଯ୍ୟାୟ ଆଧାରିତ ନିର୍ମାଣ ଯୋଜନା
  • ଘରୋଇ ନିର୍ମାଣ ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହନ ଦେବା ଲାଗି ସୋଲାର ଇନଭର୍ଟର ଉପରେ ଶୁଳ୍କୁ 5%ରୁ 20% କରି ଦିଆଯାଇଛି ଏବଂ ସୌର ଲଣ୍ଠନ ଉପରେ 5%ରୁ 15% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ପୁଞ୍ଜି ଉପକରଣ :

  • ଟନେଲ ବୋରିଂ ମେସିନ ଉପରେ ଏବେ 7. 5% ସୀମା ଶୁଳ୍କ ଲାଗୁ ହେବ ଏବଂ ଏହାର ଉପକରଣ ଉପରେ 2. 5% ସୀମା ଶୁଳ୍କ ଲାଗୁ ହେବ।
  • ନିର୍ଦ୍ଦିଷ୍ଟ ଅଟୋ ପାର୍ଟସ ଉପରେ ଶୁଳ୍କରେ ସାଧାରଣ ଦରରୁ 15% ବୃଦ୍ଧି

ଏମଏସଏମଇ ଉତ୍ପାଦ :

  • ଷ୍ଟିଲ ସ୍କ୍ରୁ ଏବଂ ପ୍ଲାଷ୍ଟିକ ବିଲ୍ଡର ତାର ଉପରେ 15 % ଶୁଳ୍କ
  • ଚିଙ୍ଗୁଡ଼ି ଖାଦ୍ୟ ଉପରେ ସୀମା ଶୁଳ୍କ ପୂର୍ବର 5%ରୁ ବୃଦ୍ଧି କରାଯାଇ 15% କରି ଦିଆଯାଇଛି।
  • ପୋଷାକ, ଚମଡ଼ା ଏବଂ ହସ୍ତଶିଳ୍ପ ଉତ୍ପାଦ ରପ୍ତାନିକାରୀମାନଙ୍କୁ ପ୍ରୋତ୍ସାହିତ କରିବା ଲାଗି ଶୁଳ୍କମୁକ୍ତ ସାମଗ୍ରୀ ଆମଦାନୀ ନିମନ୍ତେ ସ୍ବାଧୀନତା
  • ନିର୍ଦ୍ଦିଷ୍ଟ କିସମର ଚମଡ଼ା ଉତ୍ପାଦର ଆମଦାନୀ ଉପରେ ଛାଡ଼

କୃଷି ଉତ୍ପାଦ :

  • କପା ଉପରେ ସୀମା ଶୁଳ୍କ ଶୂନ୍ୟରୁ 10% ଏବଂ କଞ୍ଚା ରେଶମ ଏବଂ ରେଶମ ସୂତା ଉପରେ ସୀମା ଶୁଳ୍କ ପରିମାଣ 10%ରୁ 15% କରି ଦିଆଯାଇଛି।
  • ଡିଏନଏଚଇ ଏଥିଲ ଆଲକହଲ ଲାଗି ଅନ୍ତିମ ଉପଭୋକ୍ତାଙ୍କୁ ମିଳୁଥିବା ରିହାତି ଫେରସ୍ତ ନିଆଯାଇଛି।
  • ଅନେକ ଉତ୍ପାଦ ଉପରେ କୃଷି ଭିତ୍ତିଭୂମି ଏବଂ ବିକାଶ ସେସ ଲାଗୁ

ପ୍ରକ୍ରିୟାକୁ ଯୁକ୍ତିସଂଗତ କରିବା ଏବଂ ଅନୁପାଳନକୁ ସହଜ କରିବା :

  • ତୁରନ୍ତ କଷ୍ଟମ ଯୋଜନା, ମାନବରହିତ, କାଗଜମୁକ୍ତ ଏବଂ ସ୍ପର୍ଶମୁକ୍ତ ଉପାୟ
  • ମୌଳିକ ନିୟମର ପରିଚାଳନା ଲାଗି ନୂଆ ପ୍ରକ୍ରିୟା

କୋଭିଡ-19 ମହାମାରୀ ସମୟରେ ସଫଳତାର ନୂଆ ମାଇଲଖୁଣ୍ଟ

  • ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (ପିଏମଜିକେଓ୍ବାଇ)
  • 2.76 ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା
  • 80 କୋଟି ଲୋକଙ୍କୁ ମାଗଣା ଖାଦ୍ୟସାମଗ୍ରୀ
  • 8 କୋଟି ପରିବାରକୁ ମାଗଣା ରୋଷେଇ ଗ୍ୟାସ
  • 40 କୋଟିରୁ ଅଧିକ କୃଷକ,ମହିଳା,ବୟସ୍କ, ଗରିବ ଏବଂ ଅସହାୟଙ୍କୁ ସିଧା ନଗଦ ରାଶି ହସ୍ତାନ୍ତର

ଆତ୍ମନିର୍ଭର ଭାରତ ପ୍ୟାକେଜ (ଏଏନବି 1.0)

  • 23 ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଜିଡିପିର 10 ପ୍ରତିଶତରୁ ଅଧିକ
  • ପିଏମଜିକେଓ୍ବାଇ, 3 ଆତ୍ମନିର୍ଭର ଭାରତ ପ୍ୟାକେଜ (ଏଏନବି 1.0, 2.0 ଏବଂ 3.0)  ଏବଂ ଏହା ବ୍ୟତୀତ ଛୋଟ ବଜେଟ ଭଳି ପାଞ୍ଚଟି ଯୋଜନା ଘୋଷଣା କରାଯାଇଛି।
  • ଆରବିଆଇର ତଥ୍ୟ ଅନୁଯାୟୀ 27.1 ଲକ୍ଷ କୋଟି ଟଙ୍କାର ବ୍ୟୟ ତିନୋଟି ଆତ୍ମନିର୍ଭର ପ୍ୟାକେଜରେ କରାଯାଇଛି, ଯାହାକି ଜିଡିପିର 13 ପ୍ରତିଶତରୁ ଅଧିକ

ଢାଞ୍ଚାଗତ ସୁଧାର

  • ଏକ ଦେଶ ଏକ ରାସନ କାର୍ଡ
  • କୃଷି ଏବଂ ଶ୍ରମ ସୁଧାର
  • ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗର ପୁନଃ ପରିଭାଷା ନିର୍ଦ୍ଧାରଣ
  • ଖନନ କ୍ଷେତ୍ରର ବ୍ୟବସାୟିକରଣ
  • ରାଷ୍ଟ୍ରାୟତ୍ତର କ୍ଷେତ୍ରର ଉଦ୍ୟୋଗଗୁଡ଼ିକର ଘରୋଇକରଣ
  • ଉତ୍ପାଦନ ସହ ଜଡ଼ିତ ପ୍ରୋତ୍ସାହନ ଯୋଜନା

ଭାରତର କୋଭିଡ-19 ମୁକାବିଲାର ବର୍ତ୍ତମାନର ସ୍ଥିତି

  • ଦୁଇଟି ମେଡ ଇନ ଇଣ୍ଡିଆ ଟିକା-କୋଭିଡ-19 ବିରୋଧରେ ଭାରତର ନାଗରିକମାନଙ୍କ ସହିତ 1000ରୁ ଅଧିକ ଦେଶର ନାଗରିରକମାନଙ୍କୁ ଚିକିତ୍ସା ସୁରକ୍ଷା ଉପଲବ୍ଧ କରାଇବାରେ ପ୍ରଭାବୀ ସାବ୍ୟସ୍ତ ହେବ
  • 2 କିମ୍ବା ତତୋଧିକ ନୂଆ ଟୀକା ଶୀଘ୍ର ଉପଲବ୍ଧ କରାଯିବ ବୋଲି ଆଶା କରାଯାଉଛି
  • ପ୍ରତି 10 ଲକ୍ଷ ଜନସଂଖ୍ୟାରେ ସର୍ବନିମ୍ନ ମୃତ୍ୟୁ ହାର ଏବଂ ସର୍ବନିମ୍ନ ସକ୍ରିୟ ମାମଲା

 

2021- ଭାରତୀୟ ଇତିହାସରେ ଉପଲବ୍ଧିର ବର୍ଷ

  • ଦେଶ ସ୍ବାଧୀନତାର 75ତମ ବର୍ଷ
  • ଭାରତରେ ଗୋଆ ସାମିଲ ହେବାକୁ 60 ବର୍ଷ ପୂର୍ତ୍ତି
  • 1971 ଭାରତ-ପାକିସ୍ତାନ ଯୁଦ୍ଧର 50 ବର୍ଷ ପୂର୍ତ୍ତି
  • ସ୍ବାଧୀନ ଭାରତର ଅଷ୍ଟମ ଜନଗଣନା ବର୍ଷ
  • ବ୍ରିକ୍ସ ଅଧ୍ୟକ୍ଷତା ଲାଗି ଏବେ ଭାରତର ପାଳି
  • ଚନ୍ଦ୍ରଯାନ-3 ମିଶନ ବର୍ଷ
  • ହରିଦ୍ବାରରେ ମହାକୁମ୍ଭ

 

ଆତ୍ମନିର୍ଭର ଭାରତ ଲାଗି ସଂକଳ୍ପ

  • ଆତ୍ମନିର୍ଭରଶୀଳତା କୌଣସି ନୂତନ ବିଚାର ନୁହେଁ, ପ୍ରାଚୀନ ଭାରତରେ ଆତ୍ମନିର୍ଭରଶୀଳତା ଥିଲା ଏବଂ ସାରା ବିଶ୍ୱର ଏହାକ ଏବ ବ୍ୟବସାୟିକ କେନ୍ଦ୍ର ଥିଲା।
  • ଆତ୍ମନିର୍ଭର ଭାରତ- ଏହା ୧୩୦ କୋଟି ଭାରତବାସୀଙ୍କ ସ୍ପଷ୍ଟ ଅଭିବ୍ୟକ୍ତି ଅଟେ ଯେଉଁମାନଙ୍କୁ ନିଜର କ୍ଷମତା ଏବଂ କୌଶଳ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି।
  • ନିମ୍ନଲିଖିତ ସଂକଳ୍ପ ମଜବୁତ କରାଯାଉଛି:
    • ରାଷ୍ଟ୍ର ସର୍ବପ୍ରଥମ
    • କୃଷକଙ୍କ ଆୟ ଦୁଇ ଗୁଣା କରିବା
    • ମଜବୁତ ଭିତ୍ତିଭୂମି
    • ସୁସ୍ଥ ଭାରତ
    • ସୁଶାସନ
    • ଯୁବକମାନଙ୍କ ପାଇଁ ସୁଯୋଗ
    • ସମସ୍ତଙ୍କ ପାଇଁ ଶିକ୍ଷା
    • ମହିଳା ସଶକ୍ତିକରଣ
    • ସମାବେଶୀ ବିକାଶ
  • କେନ୍ଦ୍ରୀୟ ବଜେଟ 2015-16ରେ 13ଟି ପ୍ରତିଶ୍ରୁତି ଦିଆଯାଇଥିଲା ଯାହାକି ଦେଶ ସ୍ବାଧୀନତାର 75ତମ ବର୍ଷ ପୂର୍ତ୍ତି ଅବସରରେ 2022ର ଅମୃତ ମହୋତ୍ସବ ସମୟରେ ଆତ୍ମନିର୍ଭରଶୀଳତାର ସଂକଳ୍ପ ଅନୁରୂପ ଅଟେ।

 

“ଭୋର ସମୟରେ ଅନ୍ଧାର ବାକି ରହିଥିବା ବେଳେ ଆଲୋକର ଅନୁଭବ କରି ଗାଉଥିବା ପକ୍ଷୀ ହେଉଛି ବିଶ୍ୱାସ”।

ରବୀନ୍ଦ୍ର ନାଥ ଟାଗୋର

 

***********

PS

 

 



(Release ID: 1694283) Visitor Counter : 435