ଅର୍ଥ ମନ୍ତ୍ରଣାଳୟ

2020-21 ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟର ମୁଖ୍ୟାଂଶ

Posted On: 29 JAN 2021 3:47PM by PIB Bhubaneshwar
  • କେନ୍ଦ୍ର ଅର୍ଥ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରମତୀ ନିର୍ମଳା ସୀତାରମଣ ଆଜି ସଂସଦରେ 2020-21ଆର୍ଥିକ ବର୍ଷର ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରିଛନ୍ତି ଏହି ରିପୋର୍ଟକୁ କୋଭିଡ୍ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି ଏହାର ମୁଖ୍ୟାଂଶ ନିମ୍ନରେ ପ୍ରଦାନ କରାଗଲା
  • ଶତାବ୍ଦୀରେ ଥରେ ଦେଖାଦେଇଥିବା ମହାମାରୀ ଭଳି ସଂକଟ ମଧ୍ୟରେ ଜୀବନ ଜୀବିକାର ସୁରକ୍ଷା
  • ଭାରତ କୋଭିଡ ମହାମାରୀ ଆରମ୍ଭରେ ଜୀବନ ଜୀବିକା ରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲା ଏବଂ ଏଥିପାଇଁ ଦୀର୍ଘମିଆଦୀ ଲାଭ ନିମନ୍ତେ ସ୍ୱଳ୍ପକାଳୀନ ଯନ୍ତ୍ରଣାକୁ ଆଦରି ନେବାକୁ ଆଗ୍ରହ ପ୍ରକାଶ କରିଥିଲା
  • ମାନବିକ ନୀତିରୁ ଏହି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଉଦ୍ରେକ ହୋଇଥିଲା
  • ମଣିଷ ଜୀବନ ଚାଲିଗଲେ ତାହାକୁ ଫେରାଇ ଅଣାଯାଇପାରିବ ନାହିଁ ସେଥିପାଇଁ ସରକାର ଏହି ନୀତି ଅବଲମ୍ବନ କରିଥିଲେ
  • ଜିଡିପି ଅଭିବୃଦ୍ଧି ମହାମାରୀର ସାମୟିକ ଆଘାତ ପରେ ପୁଣି ସ୍ୱାଭାବିକ ହେବ
  • ଆଗୁଆ କଠୋର ଲକ୍ଡାଉନ ଲାଗୁ କରାଯିବା ଫଳରେ ଏହା ଏକ ଜିତାପଟ ରଣନୀତି ସାବ୍ୟସ୍ତ ହୋଇଥିଲା ଏହା ଫଳରେ ଜୀବନରକ୍ଷା ହେବା ସହିତ ମଧ୍ୟମରୁ ଦୀର୍ଘମିଆଦି ଅର୍ଥନୈତିକ ପୁନରୁଦ୍ଧାର ପ୍ରକ୍ରିୟା ମାଧ୍ୟମରେ ଜୀବିକା ସୁରକ୍ଷିତ ହୋଇପାରିଲା
  • ଏହି ରଣନୀତି ପଛରେ ନୋବେଲ ପୁରସ୍କାର ଗବେଷଣା ଯାହା ହାନ୍ସେନ ସର୍ଜେଣ୍ଟ (2001)ଙ୍କ ଦ୍ୱାରା କରାଯାଇଥିଲା  ତାହାର ପ୍ରେରଣା ଥିଲା ଏହି ନୀତି ଅନୁସାରେ ସବୁଠୁ ଖରାପ ପରିସ୍ଥିତିରେ ଯଥାସମ୍ଭବ କ୍ଷତିକୁ ସର୍ବନିମ୍ନରେ ସୀମିତ ରଖିବା ଏବଂ ଅନିଶ୍ଚିତତାର ମୁକାବିଲା କରିବାକୁ ଗୁରୁତ୍ୱ ଦିଆଯାଏ
  • ଏହି ରଣନୀତି କରୋନା ସଂକ୍ରମଣର ଧାରାକୁ ପ୍ରତିହତ କରିବାରେ ସଫଳ ହୋଇଥିଲା ଏବଂ ଏହି ସଂକ୍ରମଣ ସେପ୍ଟେମ୍ବର 2020ରେ ଶୀର୍ଷରେ ପହଞ୍ଚିବା ପରେ ନିମ୍ନଗାମୀ ହେଲା
  • ସେପ୍ଟେମ୍ବରରେ ଶିଖର ପରେ ଭାରତରେ ସଂକ୍ରମଣର ଧାରା ହ୍ରାସ ପାଇବା ଲକ୍ଷ୍ୟ କରାଗଲା ଏବଂ ଗତାଗତ କ୍ରମଶଃ ବଢିବା ସତ୍ତ୍ୱେ ଦେଶ କରୋନା ନିମ୍ନଗାମୀ ହେବାର ଅଦ୍ୱିତୀୟ ଅନୁଭବ ପାଇଲା
  • ଉପରୁ ତଳକୁ ଖସି ପୁଣି ଊର୍ଦ୍ଧ୍ବମୁଖୀ ଅର୍ଥନୀତି, ଯାହା ଦ୍ୱିତୀୟ ତ୍ରୟମାସିକରେ ଜିଡିପିର 7.5 ପ୍ରତିଶତ ହ୍ରାସରେ ଦେଖାଦେଇଥିଲା ସେଥିରେ କ୍ରମଶଃ ଉନ୍ନତି ପରିଲକ୍ଷିତ ହେଲା ଏବଂ ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ଉନ୍ନତିର ଲକ୍ଷଣ ଦେଖାଗଲା ତ୍ରୟମାସିକ-1ରେ ଜିଡିପିର ସଂକୋଚନ 1.9 ଶତାଂଶରେ ପହଞ୍ଚିଥିଲା
  • କେଭିଡ୍ ମହାମାରୀ ଉଭୟ ଚାହିଦା ଯୋଗାଣକୁ ପ୍ରଭାବିତ କରିଥିଲା
  • ଭାରତ ବିଶ୍ୱର ଏକମାତ୍ର ଦେଶ ଯିଏ କି ପ୍ରଥମେ ଢାଞ୍ଚାଗତ ସଂସ୍କାର ଘୋଷଣା କରି ଯୋଗାଣ ବଢାଇବାକୁ ମଧ୍ୟମ ଦୀର୍ଘମିଆଦି ପଦକ୍ଷେପ ନେଇଥିଲା ଏଥିସହିତ ଉତ୍ପାଦନ ଦକ୍ଷତା ଯେପରି ଦୀର୍ଘକାଳ ପାଇଁ କ୍ଷତିଗ୍ରସ୍ତ ହୁଏ ସେଥିପ୍ରତି ମଧ୍ୟ ଯତ୍ନବାନ ହୋଇଥିଲା
  • ଶୃଙ୍ଖଳିତ ଯୋଗାଣ ନୀତି ଦ୍ୱାରା ଏହା ନିଶ୍ଚିତ କରାଯାଇଥିଲା ଯେ ଆର୍ଥିକ କାର୍ଯ୍ୟକଳାପ ଉପରୁ କଟକଣା ଉଠିବା ମାତ୍ରେ ଦେଶରେ ଚାହିଦା ବଢିବ
  • ଜାତୀୟ ଭିତ୍ତିଭୂମି ପାଇପ ଲାଇନ ଉପରେ ସରକାରୀ ନିବେଶ କାର୍ଯ୍ୟକ୍ରମ କେନ୍ଦ୍ରୀକୃତ ହୋଇଥିଲା ଏହାର ଲକ୍ଷ୍ୟ ଥିଲା ଚାହିଦାକୁ ଅଧିକ ବଢାଇ ଆର୍ଥିକ ପୁନରୁଦ୍ଧାରକୁ ତ୍ୱରାନ୍ୱିତ କରିବା
  • ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣକୁ ଏଡାଇ ଅର୍ଥନୀତିକୁ ସୁଧାରିବା ପ୍ରକ୍ରିୟା ରଣକୌଶଳାତ୍ମକ ନୀତିନିର୍ଦ୍ଧାରଣରେ ଏକ ଅନୁପମ ଘଟଣା ଶତାବ୍ଦୀରେ ଥରେ ଘଟିଥିବା ଏକ ମହାମାରୀ କାଳରେ ଏହା ଏକ ଅଦ୍ୱିତୀୟ କଥା
  • 2020-21ରେ ଅର୍ଥନୀତିର ସ୍ଥିତି ଏକ; ସିଂହାବଲୋକନ
  • କରୋନା ମହାମାରୀ ବିଶ୍ୱ ଆର୍ଥିକ ବ୍ୟବସ୍ଥାକୁ ଭୁଲୁଣ୍ଠିତ କରିଥିଲା ବିଶ୍ୱ ଆର୍ଥିକ ସଂକଟ ପରେ ଆନ୍ତର୍ଜାତିକ କ୍ଷେତ୍ରରେ ଆର୍ଥିକ ଅବସ୍ଥାର ଦୁର୍ଦ୍ଦଶା ଏଭଳି କେବେ ହୋଇ ଥିଲା
  • ଲକ୍ଡାଉନ ସାମାଜିକ ଦୂରତ୍ୱ ନିୟମ ମନ୍ଥର ବିଶ୍ୱ ଅର୍ଥନୀତିକୁ ଅଚଳ କରିଦେଇଥିଲା
  • ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ଜାନୁୟାରୀ 2021 ଆକଳନ ଅନୁସାରେ ବିଶ୍ୱ ଆର୍ଥିକ ଉତ୍ପାଦନ 2020ରେ 3.5 ଶତାଂଶ ହ୍ରାସ ପାଇବ ବୋଲି ଅନୁମାନ କରାଯାଇଛି
  • ବିଶ୍ୱର ବିଭିନ୍ନ ଦେଶର ସରକାର କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ନିଜ ନିଜର ଅର୍ଥନୀତିକୁ ସୁରକ୍ଷିତ କରିବା ପାଇଁ ନାନା ନୀତି ପଦକ୍ଷେପ ମାନ ଗ୍ରହଣ କରିଥିଲେ ସେଥିମଧ୍ୟରେ ପଲିସି ରେଟ ହ୍ରାସ ଏବଂ ବିଭିନ୍ନ କୋହଳ ନୀତି ଅନ୍ୟତମ
  • ଭାରତ ଏଥିପାଇଁ ଚଉମୁଖୀ ରଣନୀତି ଗ୍ରହଣ କରିଥିଲା ସେଥିମଧ୍ୟରେ ବିତ୍ତୀୟ ଆର୍ଥିକ ପଦକ୍ଷେପ ଦୀର୍ଘମିଆଦୀ ନୀତି, ଢାଞ୍ଚାଗତ ସଂସ୍କାର ମହାମାରୀ ନିୟନ୍ତ୍ରଣ ସ୍ଥାନ ପାଇଥିଲା
  • ସୁସଂହତ ବିତ୍ତୀୟ ମୁଦ୍ରାନୀତି ଗ୍ରହଣ କରାଯାଇଥିଲା