ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତ ପ୍ରସ୍ତୁତ କରୋନା ଟିକା ବିଶ୍ୱ ସମୁଦାୟର ଆସ୍ଥାଭାଜନ ହୋଇପାରିଛି: ଡକ୍ଟର ହର୍ଷବର୍ଦ୍ଧନ

Posted On: 28 JAN 2021 12:24PM by PIB Bhubaneshwar

ଭାରତ ନିଜସ୍ୱ ପ୍ରସ୍ତୁତ କରୋନା ଟିକା ଅନ୍ୟ ଦେଶମାନଙ୍କୁ ଯୋଗାଇବା ସହ ସେମାନଙ୍କୁ ଟିକାଦାନ ପ୍ରଣାଳୀ ମଧ୍ୟ ଶିଖାଇ ଥିବାରୁ ବିଶ୍ୱ ସମୁଦାୟର ଆସ୍ଥାଭାଜନ ହୋଇପାରିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି । ଆଜି କୋଭିଡ-19 ସମ୍ପର୍କୀତ ମନ୍ତ୍ରୀ ସମୁହ ସମ୍ମିଳନୀକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧନ କରି କହିଛନ୍ତି ଯେ, ବିଭିନ୍ନ ଦେଶର ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଟିକାଦାନ ପ୍ରଣାଳୀ ଶିଖାଇ ଭାରତ ବିଶ୍ୱ ସମୁଦାୟର ମିତ୍ର ମଧ୍ୟ ହୋଇପାରିଛି ।

http://static.pib.gov.in/WriteReadData/userfiles/image/image001ZNBR.jpg

ଏହି ସମ୍ମିଳନୀରେ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଯେ ଗତ ସାତଦିନ ମଧ୍ୟରେ ଦେଶର 146ଟି ଜିଲ୍ଳାରେ ନୂଆ ସଂକ୍ରମଣ ହୋଇନାହିଁ । ସେହିପରି ଗତ 14ଦିନ ମଧ୍ୟରେ 18ଟି ଜିଲ୍ଲାରେ, 21ଦିନ ମଧ୍ୟରେ 6ଟି ଜିଲ୍ଳାରେ, ଏବଂ 28ଦିନ ମଧ୍ୟରେ 21 ଜିଲ୍ଲାରେ ନୂଆ ସଂକ୍ରମଣ ଘଟିନାହିଁ । ବ୍ୟାପକଭାବେ କରୋନା ଚିହ୍ନଟ ପରୀକ୍ଷା କରାଯିବା ଦ୍ୱାରା ସଂକ୍ରମଣକୁ ପ୍ରତିହତ କରିବା ସମ୍ଭବ ହୋଇପାରିଛି । ଏପର୍ଯ୍ୟନ୍ତ 19କୋଟି 50ଲକ୍ଷ ନମୁନା ପରୀକ୍ଷା କରାଗଲାଣି । ବର୍ତ୍ତମାନ ଦୈନିକ ନମୁନା ପରୀକ୍ଷା କ୍ଷମତା 12ଲକ୍ଷକୁ ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ କହିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ 0.46 ଶତାଂଶଙ୍କୁ ଭେଣ୍ଟିଲେଟର, 2.20ଶତାଂଶଙ୍କୁ ଆଇସିୟୁ ଏବଂ ମାତ୍ର 3.2  ଶତାଂଶଙ୍କୁ ଅମ୍ଳଜାନ ସହାୟତା ଆବଶ୍ୟକ ପଡୁଛି । ବର୍ତ୍ତମାନ ପର୍ଯ୍ୟନ୍ତ 165ଜଣ ୟୁକେ ପ୍ରକାରର ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯିବା ସହ ତୀକ୍ଷ୍ମ ପର୍ଯ୍ୟବେକ୍ଷଣରେ ରଖାଯାଇଛି ବୋଲି ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ।

ଏହି ସମ୍ମିଳନୀରେ ରୋଗ ନିୟନ୍ତ୍ରଣ ରାଷ୍ଟ୍ରୀୟ କେନ୍ଦ୍ର (ଏନ.ସି.ଡି.ସି.)ର ନିର୍ଦ୍ଦେଶକ ଡକ୍ଟର ସୁଜିତ କୁମାର ସିଂହ କରୋନା ସଂକ୍ରମଣର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ । ଏଥିରେ ଦୈନିକ ତଥ୍ୟ ଭିତ୍ତିରେ ନୂତନ ରୋଗୀ ଚିହ୍ନଟ, ଆରୋଗ୍ୟ ହାର, ପଜିଟିଭ ଚିହ୍ନଟ, ସକ୍ରିୟ ରୋଗୀ, ମୃତ୍ୟୁହାର, ଜିଲ୍ଲା ଭିତ୍ତିକ ତଥ୍ୟ, ୟୁକେ ପ୍ରକାରର ଭୂତାଣୁ ସଂକ୍ରମଣ ଆଦି ସମ୍ପର୍କରେ ସୂଚନା ଦେଇଥିଲେ ।

ଆମ ଦେଶ କରୋନା ଟିକା ପ୍ରସ୍ତୁତ କରିବା ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁୟାରୀ 16ତାରିଖରେ ଟିକାଦାନର ଶୁଭାରମ୍ଭ କରିଥିବାରୁ ନୀତି ଆୟୋଗର ଡକ୍ଟର ବିନୋଦ କୁମାର ପାଲ ମନ୍ତ୍ରୀ ସମୂହଙ୍କ ପ୍ରଶଂସା କରିଥିଲେଟିକାଦାନ ପୂର୍ବରୁ 112.4ଲକ୍ଷ ଡୋଜର ଟିକା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଦିଆଯାଇଛି । ଆଉ ୧୧୫ଦଶମିକ ୬ଲକ୍ଷ ଅତିରିକ୍ତ ଡୋଜ ଜାନୁୟାରୀ 20 ସୁଦ୍ଧା ଦିଆଯାଇଛି । ଏପର୍ଯ୍ୟନ୍ତ 69ହଜାର ପ୍ରୋଗ୍ରାମ ମ୍ୟାନେଜର, 2.5 ଲକ୍ଷ ଟିକାଦାନକାରୀ, 4.4ଲକ୍ଷ ଟିକାଦାନକାରୀ ଦଳର ଅନ୍ୟ ସଦସ୍ୟ, 93ଲକ୍ଷ 76ହଜାର 30 ସ୍ୱାସ୍ଥ୍ୟକର୍ମୀ ଏବଂ 53ଲକ୍ଷ 94ହଜାର 98ଜଣ ଆଗଧାଡିର କରୋନା ଯୋଦ୍ଧା ଟିକା ନେଇ ସାରିଲେଣି ବୋଲି ସେ କହିଥିଲେ ।

କରୋନା ସଂକ୍ରମଣର ପ୍ରଥମ ରୋଗୀ ଗତବର୍ଷ ଜାନୁୟାରୀ 30ତାରିଖରେ ଚିହ୍ନଟ ହୋଇଥିଲେ ଏବଂ ପ୍ରଥମ ମନ୍ତ୍ରୀ ସମୂହ ବୈଠକ ଫେବୃୟାରୀ ୩ତାରିଖରେ ବସିଥିବା ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ସୂଚନା ଦେଇଥିଲେ । ଆଜିର ଏହ ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କରଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂହପୁରୀ, ଶ୍ରୀ ଅଶ୍ୱିନୀ କୁମାର ଚୌବେ, ଶ୍ରୀ ନିତ୍ୟାନନ୍ଦ ରାୟ, ଶ୍ରୀ ମନସୁଖ ମାଣ୍ଡଭିୟା ପ୍ରମୁଖ ଯୋଗଦେଇଥିଲେ ।

http://static.pib.gov.in/WriteReadData/userfiles/image/image003AR9A.jpg

******

 SSD/ SLP



(Release ID: 1693012) Visitor Counter : 242