ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଶ୍ରୀମତୀ କମଳା ହାରିସଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 21 JAN 2021 9:18AM by PIB Bhubaneswar

ଆମେରିକାର ଉପରାଷ୍ଟ୍ରପତି ଭାବେ ଦାୟିତ୍ଵ ଗ୍ରହଣ କରିଥିବାରୁ ଶ୍ରୀମତୀ କମଳା ହାରିସଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିବାରୁ କମଳା ହାରିସଙ୍କୁ ଅଭିନନ୍ଦନ । ଏହା ଏକ ଐତିହାସିକ ଘଟଣା । ଭାରତ-ଆମେରିକା ସମ୍ପର୍କକୁ ଅଧିକ ସୁଦୃଢ କରିବା ପାଇଁ ତାଙ୍କ ସହ ମତ ବିନିମୟ କରିବାକୁ ଅପେକ୍ଷାରେ ରହିଛି । ଭାରତ-ଆମେରିକା ସହଭାଗୀତା ବିଶ୍ଵ ପାଇଁ ଲାଭଦାୟକ ଅଟେ" ।

 

**********

TRP/


(ରିଲିଜ ଆଡି: 1690829) ପରିଦର୍ଶକ କାଉଣ୍ଟର : 182