ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ ଲଢ଼େଇରେ ଭାରତର ଉଲ୍ଲେଖନୀୟ ସଫଳତା; 6 ମାସ ଏବଂ 24 ଦିନ ପରେ ସକ୍ରିୟ କରୋନା ମାମଲା 2 ଲକ୍ଷରୁ ହ୍ରାସ

• ବିଗତ 7 ଦିନ ଧରି ପ୍ରତି ଦଶ ଲକ୍ଷ ଜନସଂଖ୍ୟାରେ ଦୈନିକ ସର୍ବନିମ୍ନ କୋଭିଡ-19 ମାମଲା ଆସିବାରେ ଭାରତ ଅନ୍ୟତମ।
• ଏ ପର୍ଯ୍ୟନ୍ତ ମୋଟ 6, 74, 835ଜଣ ହିତାଧିକାରୀଙ୍କ ଟିକାକରଣ ହୋଇଛି
• ବିଗତ 24ଘଣ୍ଟାରେ 3860 ସେସନ୍‌ରେ 2,20,786 ଲୋକଙ୍କ ଟିକାକରଣ ହୋଇଛି

Posted On: 20 JAN 2021 12:34PM by PIB Bhubaneshwar

ଭାରତ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇଛି । ଆଜି ମୋଟ କରୋନା ସକ୍ର୍ରିୟ ମାମଲା 2 ଲକ୍ଷ ତଳକୁ ଅର୍ଥାତ 1,97,201କୁ ଖସି ଆସିଛି । ଏହା ମୋଟ କରୋନା ମାମଲାର ମାତ୍ର 1.86 % । 207ଦିନ ପରେ ଏହା ସର୍ବନିମ୍ନ । 2020 ଜୁନ୍ 27ରେ ମୋଟ ସକ୍ରିୟ ମାମଲା ଥିଲା 1,97,387

ବିଗତ 24 ଘଣ୍ଟା ମଧ୍ୟରେ 16,988 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ଫଳରେ ମୋଟ ସକ୍ରିୟ ମାମଲାରେ ସିଧାସଳଖ 3327 ହ୍ରାସ ପାଇଛି ।      

ସକ୍ରିୟ କରୋନା ମାମଲା ଗୁଡ଼ିକ ମଧ୍ୟରୁ 72% କେବଳ ଆସିଛି ମାତ୍ର ୫ ରାଜ୍ୟରୁ । 34 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ 10 ହଜାରରୁ କମ୍ ସକ୍ରିୟ ମାମଲା ରହିଛି। ଭାରତରେ ଦୈନିକ ନୂଆ କରୋନା ମାମଲାରେ ଦ୍ରୁତ ହ୍ରାସ ହେଉଥିବାରୁ ସକ୍ରିୟ କରୋନା ମାମଲା ମଧ୍ୟ ହ୍ରାସ ପାଉଛି । ବିଗତ 7 ଦିନ ଧରି ପ୍ରତି ଦଶ ଲକ୍ଷ ଜନସଂଖ୍ୟାରେ କମ୍ କୋଭିଡ-19 ମାମଲା ଚିହ୍ନଟ ହେବା କ୍ଷେତ୍ରରେ ବିଶ୍ୱରେ ଭାରତ ଅନ୍ୟତମ ରାଷ୍ଟ୍ର ।

2021ଜାନୁଆରୀ 20 ତାରିଖ ସକାଳ 7ଟା ସୁଦ୍ଧା ମୋଟ 6,74,835 ଜଣ ହିତାଧିକାରୀଙ୍କ ଟିକାକରଣ କରାଯାଇଛି । ବିଗତ 24 ଘଣ୍ଟାରେ 3860 ସେସନରେ 2,20,786ଜଣଙ୍କ ଟିକାକରଣ କରାଯାଇଛି । ଏ ପର୍ଯ୍ୟନ୍ତ ମୋଟ 11,720  ସେସନ୍ସ କରାଯାଇଛି ।

କ୍ର.ନଂ        ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ       ଟିକାକରଣ ହୋଇଥିବା ହିତାଧିକାରୀ

1.ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ  644

2. ଆନ୍ଧ୍ର ପ୍ରଦେଶ                  65,597

3. ଅରୁଣାଚଳ ପ୍ରଦେଶ           2805

4. ଆସାମ                          7585

5. ବିହାର                          47,395

6.ଚଣ୍ଡିଗଡ଼                          469

7. ଛତିଶଗଡ଼                      10.872

8.ଦାଦ୍ର୍ରା ଓ ନଗର ହାବେଳି      125

9.ଦାମନ ଏବଂ ଡିଉ              94

10.ଦିଲ୍ଲୀ                           12,902

11. ଗୋଆ                        426

12.ଗୁଜରାଟ                       21,832

13. ହରିଆନା                     28,771

14. ହିମାଚଳ ପ୍ରଦେଶ            5,048

15. ଜମ୍ମୁ ଏବଂ କାଶ୍ମୀର                  4,414

16. ଝାଡ଼ଖଣ୍ଡ                             ୮,୮୦୮

17.କର୍ଣ୍ଣାଟକ                              82,975

18. କେରଳ                              24,007

19. ଲଦାଖ                               119

20. ଲାକ୍ଷାଦ୍ୱୀପ                           369

21. ମଧ୍ୟପ୍ରଦେଶ                          18,174

22. ମହାରାଷ୍ଟ୍ର                            33,484

23. ମଣିପୁର                              1111

24. ମେଘାଳୟ                           1037

25. ମିଜୋରାମ                           1091

26.ନାଗାଲାଣ୍ଡ                            2360

27. ଓଡ଼ିଶା                                60,797

28.ପୁଡୁଚେରୀ                            759

29. ପଞ୍ଜାବ                               5567

30. ରାଜସ୍ଥାନ                             32,379

31. ସିକିମ୍‌                                358

32. ତାମିଲନାଡ଼ୁ                          25,908

33. ତେଲଙ୍ଗାନା                          69,405

34. ତ୍ରିପୁରା                                3734

35. ଉତ୍ତର ପ୍ରଦେଶ                      22,644

36. ଉତ୍ତରାଖଣ୍ଡ                           6119

37. ପଶ୍ଚିମ ବଙ୍ଗ                          43,889

38.ଅନ୍ୟାନ୍ୟ                              21,091

ମୋଟ                                      6,74,835

ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା ଏବେ 1,02 କୋଟି (10,245,741) କିଛି ଦିନ ତଳେ ମୋଟ ସୁସ୍ଥଙ୍କ ସଂଖ୍ୟା ସକ୍ରିୟ କରୋନା ମାମଲା ତୁଳନାରେ 1କୋଟି ଅଧିକ ହୋଇସାରିଛି । ଏବେ ଏହି ପାର୍ଥକ୍ୟ 10,048,540 ହୋଇଛି । ସୁସ୍ଥ ହାର ଆଜି 96.70%କୁ ବୃଦ୍ଧି ପାଇଛି । ଦୈନିକ କରୋନା ମାମଲାରୁ ସୁସ୍ଥଙ୍କ ସଂଖ୍ୟା ପଛରେ ପକାଉଥିବାରୁ ଏହି ପାର୍ଥକ୍ୟ ବୃଦ୍ଧି ପାଇଚାଲିଛି ।

ନୂଆ ସୁସ୍ଥଙ୍କ ମଧ୍ୟରୁ 80.43% ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ 4516 ଜଣ ସୁସ୍ଥ ହୋଇଛନ୍ତି । ଏହା ପଛକୁ କେରଳରେ 4296 ଏବଂ କର୍ଣ୍ଣାଟକରେ 807 ଜଣ ସୁସ୍ଥ ହୋଇଛନ୍ତି ।

ନୂଆ କରୋନା ମାମଲା ମଧ୍ୟରୁ 79.2% ଆସିଛନ୍ତି ସାତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । କେରଳରେ ଗୋଟିଏ ଦିନରେ ସର୍ବାଧିକ 6186 ଜଣ ଚିହ୍ନଟ ହୋଇଛନ୍ତି । ଏହା ପଛକୁ ମହାରାଷ୍ଟ୍ରେରେ 2294 ଜଣ ଚିହ୍ନଟ ହୋଇଛନ୍ତି ।

ଦୈନିକ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି । ଆଜି 162 ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ 71.6% ମୃତ୍ୟୁ ହୋଇଛି ୬ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ।

ମହାରାଷ୍ଟ୍ରରେ ସର୍ବାଧିକ 50 ଜଣଙ୍କ ମୃତ୍ୟୁ ହୋଇଛି । କେରଳରେ 26 ଓ ପଶ୍ଚିମବଙ୍ଗରେ 11 ଜଣଙ୍କ ମୃତ୍ୟୁ ହୋଇଛି ।

******

 

 

SR / SLP      



(Release ID: 1690630) Visitor Counter : 215