ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ ଦୈନିକ କରୋନା ଆକ୍ରାନ୍ତ ମାମଲା ଗତ 7 ମାସ ମଧ୍ୟରେ ସର୍ବନିମ୍ନ; ଗତ 24 ଘଣ୍ଟା ମଧ୍ୟରେ 10,064 ପଜିଟିଭ ମାମଲା ଚିହ୍ନଟ

ସକ୍ରିୟ ମାମଲା ସଂଖ୍ୟା ତୁଳନାରେ ମୋଟ ଟିକାକରଣ ହୋଇଥିବା ଲୋକ ସଂଖ୍ୟା ଦୁଇଗୁଣା ହେଲା

Posted On: 19 JAN 2021 11:29AM by PIB Bhubaneshwar

ବିଶ୍ୱ ମହାମାରୀ ବିରୋଧୀ ଲଢ଼େଇରେ ଭାରତ ଏକ ମହତ୍ତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି । ଦୈନିକ ନୂଆ କରୋନା ଆକ୍ରାନ୍ତ ମାମଲା ଆଜି ଏକ ନୂଆ ନିମ୍ନ ସ୍ତରରେ ପହଞ୍ଚିଛି ।

8 ମାସର ବ୍ୟବଧାନ ପରେ ଗତ 24ଘଣ୍ଟା ମଧ୍ୟରେ ଭାରତରେ 10,064 ଦୈନିକ ନୂଆ ମାମଲା ସାମ୍ନାକୁ ଆସିଛି । 2020 ଜୁନ 12ରେ ଶେଷଥର ପାଇଁ 10,956 ଦୈନିକ ନୂଆ ମାମଲା ଦେଖିବାକୁ ମିଳିଥିଲା । ଭାରତର ମୋଟ ସକ୍ରିୟ ମାମଲା ଆଜି 2 ଲକ୍ଷ (2,00,528)କୁ ହ୍ରାସ ପାଇଛି ।

ଭାରତର ବର୍ତ୍ତମାନର ସକ୍ରିୟ ମାମଲା ଦେଶର ମୋଟ ପଜିଟିଭ ମାମଲାର ମାତ୍ର 1.90% ରହିଛି।ଭାରତର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କରୋନା ଟିକା ନେଉଥିବା ଲୋକଙ୍କ ସଂଖ୍ୟା ବଢ଼ିବା ସାଙ୍ଗକୁ ଦୈନିକ ନୂଆ ଆକ୍ରାନ୍ତ ମାମଲା ହ୍ରାସ ପାଇଛି । ଏବେ ରହିଥିବା ସକ୍ରିୟ ମାମଲା ତୁଳନାରେ ଟିକା ନେଇଥିବା ଲୋକ ସଂଖ୍ୟା ଦୁଇଗୁଣାରୁ ଅଧିକ ହୋଇଛି ।

ଗତ 25 ଘଣ୍ଟା ମଧ୍ୟରେ 3,930୩ ଅଧିବେଶନରେ 2,23,669 ଲୋକଙ୍କର ଟିକାକରଣ ହୋଇଛି। ଏହାକୁ ମିଶାଇ ଦେଶରେ କରୋନା ଟିକାର ଡୋଜ ନେଇଥିବା ଲୋକ ସଂଖ୍ୟା 4.54,049କୁ ବୃଦ୍ଧି ପାଇଛି (ବର୍ତ୍ତମାନ  7,860 ଅଧିବେଶନ ଅନୁଷ୍ଠିତ ହୋଇସାରିଲାଣି) ।

ଟେଷ୍ଟିଙ୍ଗ ଭିତ୍ତିଭୂମି ସଂଖ୍ୟା ବୃଦ୍ଧି ପାଇବା ସହ ଦେଶରେ କରୋନା ପଜିଟିଭିଟି ହାର ତୀବ୍ର ବେଗରେ ଖସିଛି ।

ଭାରତର ସାପ୍ତାହିକ ପଜିଟିଭିଟି ହାର 1.97% ରହିଛି ।

22 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ପଜିଟିଭିଟି ହାର ଜାତୀୟ ହାରାହାରିଠାରୁ କମ ରହିଛି ।

13 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ସାପ୍ତାହିକ ପଜିଟିଭିଟି ହାର ଜାତୀୟ ହାରଠାରୁ ଅଧିକ ରହିଛି।

ପାଖାପାଖି ୮ ମାସର ବ୍ୟବଧାନ ପରେ ଗତ 24 ଘଣ୍ଟାରେ ଦେଶରେ 140ରୁ କମ କରୋନା ମୃତ୍ୟୁ (137 ମୃତ୍ୟୁ) ଦେଖିବାକୁ ମିଳିଛି ।

ଭାରତର ଆରୋଗ୍ୟ ହାର ଆଜି 96.66% ଅତିକ୍ରମ କରିଛି । ଦେଶରେ ମୋଟ କରୋନା ଆରୋଗ୍ୟ ସଂଖ୍ୟା 1,02,28,753 ହୋଇଥିବା ବେଳେ ସକ୍ରିୟ ମାମଲା ଆଜି 2,08,012   ରହିଛି ।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 17,411 ଆକ୍ରାନ୍ତ କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି ।

ଦୈନିକ ନୂଆ ଆରୋଗ୍ୟ ମାମଲାର 80.41% 10 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ରହିଛି।

କେରଳରେ ସର୍ବାଧିକ ଆରୋଗ୍ୟ ମାମଲା ରେକର୍ଡ କରାଯାଇଛି । ଗୋଟିଏ ଦିନରେ ଏହି ରାଜ୍ୟରେ 3,921 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ଗତ 24 ଘଣ୍ଟାରେ 3,854   ଲୋକ କରୋନାରୁ ସୁସ୍ଥ ହୋଇଥିବା ବେଳେ ଏହା ପଛକୁ ଛତିଶଗଡ଼ରେ 1, 301 ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ଦିନକରେ ଦେଶରେ ଚିହ୍ନଟ ହୋଇଥିବା ମୋଟ ମାମଲାର 71.76% 6ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛି ।

କେରଳରେ ଦିନକରେ ସର୍ବାଧିକ 3,346 ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ କରାଯାଇଛି । ଏହା ପଛକୁ ଥିବା ମହାରାଷ୍ଟ୍ର ଓ ତାମିଲନାଡୁରେ ଯଥାକ୍ରମେ 1, 924551 ନୂଆ ମାମଲା ସାମ୍ନାକୁ ଆସିଛି ।

ଦିନକରେ ହୋଇଥିବା ମୋଟ କରୋନା ମୃତ୍ୟୁରେ ୭୨.୯୯% ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛି ।

 

ମହାରାଷ୍ଟ୍ରରେ ୩୫ କରୋନା ରୋଗୀ ପ୍ରାଣ ହରାଇଛନ୍ତି । କେରଳରେ ୧୭ ଜଣଙ୍କ ଜୀବନ ଯାଇଥିବା ବେଳେ ପଶ୍ଚିମବଙ୍ଗରେ ୧୦ ନୂଆ ମୃତ୍ୟୁ ଦେଖିବାକୁ ମିଳିଛି ।

******

SR/ SLP

 



(Release ID: 1690195) Visitor Counter : 163