ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

18କୋଟିରୁ ଅଧିକ ପରୀକ୍ଷା ସହିତ ଭାରତରେ ନମୁନା ପରୀକ୍ଷାରେ ଅଭୂତପୂର୍ବ ବୃଦ୍ଧି

15 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ପଜିଟିଭ୍ ହାର ଜାତୀୟ ହାରଠାରୁ କମ

ଦେଶବ୍ୟାପୀ ତୃତୀୟ ପର୍ଯ୍ୟାୟ କୋଭିଡ ଟୀକାକରଣ ଡ୍ରାଏରନ

615 ଜିଲ୍ଲାର 4895ଟି ସ୍ଥାନରେ ସମ୍ପନ୍ନ ହେଲା ଡ୍ରାଏରନ

Posted On: 09 JAN 2021 12:20PM by PIB Bhubaneshwar

ଭାରତରେ କୋଭିଡ-19 ନମୁନା ପରୀକ୍ଷା ସଂଖ୍ୟା ଅଭୂତପୂର୍ବ ଭାବେ ବୃଦ୍ଧି ପାଇପାରିଛି । ଏହା 18 କୋଟି (18,02,53,315)ର ମାଇଲଖୁଣ୍ଟକୁ ଅତିକ୍ରମ କରିପାରିଛି ।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 9,16,951 ନମୁନା ପରୀକ୍ଷା ହୋଇଛି ।

http://static.pib.gov.in/WriteReadData/userfiles/image/image001HEV7.jpg

ଦେଶବ୍ୟାପୀ ନମୁନା ପରୀକ୍ଷା ପାଇଁ ଆନୁସଙ୍ଗିକ ସୁବିଧା ବ୍ୟାପକ କରାଯିବାରୁ ନମୁନା ପରୀକ୍ଷାର ସଂଖ୍ୟା ବୃଦ୍ଧି ହୋଇପାରିଛି । ଦେଶବ୍ୟାପୀ ଏବେ 1201 ସରକାରୀ ପରୀକ୍ଷାଗାର ଏବଂ 1115 ଘରୋଇ ପରୀକ୍ଷାଗାର କୁ ମିଶାଇ ମୋଟ 2316ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା ହେଉଥିବାରୁ ଦୈନିକ ପରୀକ୍ଷାର ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି ।

ବ୍ୟବସ୍ଥାଗତ ଭାବେ ନମୁନା ପରୀକ୍ଷାକୁ ବ୍ୟାପକ କରାଯାଇଥିବାରୁ ଏହା ପଜିଟିଭ ଚିହ୍ନଟ ହେବାର ଜାତୀୟ ହାରକୁ ହ୍ରାସ କରିବାରେ ସହାୟକ ହୋଇପାରିଛି ।

http://static.pib.gov.in/WriteReadData/userfiles/image/image002RJKN.jpg

ଦେଶରେ ନମୁନା ପରୀକ୍ଷା 18କୋଟିକୁ ଅତିକ୍ରମ କରିଥିବା ବେଳେ ପଜିଟିଭ୍ ହାର ହ୍ରାସ ପାଇଛି । ଆଜି ଜାତୀୟସ୍ତରରେ ପଜିଟିଭ୍ ହାର ରହିଛି 5.79% । ମାତ୍ର 5 ମାସ ମଧ୍ୟରେ ଏହି ପଜିଟିଭ୍ ହାର 8.93%ରୁ 5.79%କୁ ହ୍ରାସ ପାଇଛି ।

http://static.pib.gov.in/WriteReadData/userfiles/image/image003HVZB.jpg

15 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ପଜିଟିଭ୍ ହାର ଜାତୀୟ ହାରଠାରୁ କମ୍ ରରହିଛି । ବିହାରରେ ସର୍ବନିମ୍ନ ପଜିଟିଭ୍ ହାର 1.44% ରହିଛି ।

http://static.pib.gov.in/WriteReadData/userfiles/image/image004D7F3.jpg

ଭାରତରେ ପ୍ରତି ଦଶଲକ୍ଷ ଜନସଂଖ୍ୟାରେ ଏବେ ନମୁନା ପରୀକ୍ଷା ରହିଛି 130618.3 । ପରୀକ୍ଷା ସୁବିଧା ବ୍ୟାପକ ହୋଇଥିବାରୁ ଏହି ହାର ମଧ୍ୟ ବୃଦ୍ଧି ପାଇଚାଲିଛି ।

http://static.pib.gov.in/WriteReadData/userfiles/image/image00524U5.jpg

ପ୍ରତି ଦଶଲକ୍ଷ ଜନସଂଖ୍ୟାରେ ନମୁନା ପରୀକ୍ଷା କ୍ଷେତ୍ରରେ 22 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ହାର ଜାତୀୟ ହାରଠାରୁ ଅଧିକ ରହିଛି ।

http://static.pib.gov.in/WriteReadData/userfiles/image/image00633S2.jpg

13 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରତି ଦଶଲକ୍ଷ ଜନସଂଖ୍ୟାରେ ଜାତୀୟ ହାରଠାରୁ କମ୍ ହାରର ପରୀକ୍ଷା ହେଉଥିବାରୁ ଏସବୁ ଅଞ୍ଚଳରେ ପରୀକ୍ଷା ବଢ଼ାଇବାର ଆବଶ୍ୟକତା ଅନୁଭବ ହେଉଛି ।

http://static.pib.gov.in/WriteReadData/userfiles/image/image007H308.jpg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ ଆଉ 19,253 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ଫଳରେ ସକ୍ରିୟ କରୋନା ମାମଲା ଆହୁରି ହ୍ରାସ ପାଇଛି । ଭାରତରେ ଏବେ ମୋଟ ସକ୍ରିୟ କରୋନା ମାମଲା 2,24,190 ରହିଛି, ଯାହାକି ମୋଟ ପଜିଟିଭ୍ ମାମଲାର ମାତ୍ର 2.15% ।

ଦେଶରେ ଆଜି ମୋଟ ସୁସ୍ଥଙ୍କ ସଂଖ୍ୟା 10,056,651ରେ ପହଞ୍ଚିଛି । ସୁସ୍ଥତା ହାର ଆହୁରି ବୃଦ୍ଧି ପାଇ 96.41%ରେ ପହଞ୍ଚିଛି । ସୁସ୍ଥ ସଂଖ୍ୟା ଏବଂ ସକ୍ରିୟ କରୋନା ମାମଲା ମଧ୍ୟରେ ପାର୍ଥକ୍ୟ ଆହୁରି ବୃଦ୍ଧି ପାଇ 9,832,461ରେ ପହଞ୍ଚିଛି ।

ନୂଆ ସୁସ୍ଥମାନଙ୍କ ମଧ୍ୟରୁ 78.89% ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।

ଚବିଶ ଘଣ୍ଟା ମଧ୍ୟରେ କେରଳରେ ସର୍ବାଧିକ 5324 ଜଣ କୋଭିଡରୁ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ 2890 ଏବଂ ପଶ୍ଚିମବଙ୍ଗରେ 1136 ଜଣ ସୁସ୍ଥ ହୋଇଛନ୍ତି ।

http://static.pib.gov.in/WriteReadData/userfiles/image/image0084JQ7.jpg

ଗତ 24 ଘଣ୍ଟା ମଧ୍ୟରେ 18,222 ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଏହା ମଧ୍ୟରୁ 79.83% ଆସିଛି 10ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । କେରଳରେ ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ 5142 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ 3693 ଏବଂ କର୍ଣ୍ଣାଟକରେ 970 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

http://static.pib.gov.in/WriteReadData/userfiles/image/image009FF24.jpg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ ହୋଇଥିବା 228 କରୋନା ମୃତ୍ୟୁ ମଧ୍ୟରୁ 76.32% ମୃତ୍ୟୁ 7ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ 73 ମୃତ୍ୟୁ ହୋଇଛି । କେରଳରେ 23 ଜଣ ଏବଂ ପଶ୍ଚିମବଙ୍ଗରେ 21 ଜଣଙ୍କର ମୃତ୍ୟୁ ହୋଇଛି ।

http://static.pib.gov.in/WriteReadData/userfiles/image/image010Y7KE.jpg

ଗତକାଲି ଦେଶବ୍ୟାପୀ ତୃତୀୟ ଥର ପାଇଁ କୋଭିଡ ଟୀକାକରଣର ବ୍ୟାପକ ମକ୍ ଡ୍ରିଲ କରାଯାଇଛି । ବାଧାବିହୀନ ଏବଂ ସୁଚାରୁ ରୂପେ ଯେପରି ଟୀକାକରଣ ହୋଇପାରିବ ସେଥିପାଇଁ ଏହି ପୂର୍ବପ୍ରସ୍ତୁତି କରାଯାଇଛି । 33ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର 615ଟି ଜିଲ୍ଲାର 4895ଟି ସ୍ଥାନରେ ଟିକାକରଣର ଏହି ମକ୍ ଡ୍ରିଲ କରାଯାଇଛି ।

 

***********

 

SR/PS

 



(Release ID: 1687347) Visitor Counter : 230