ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତର ଉଲ୍ଲେଖନୀୟ ସଫଳତା, କୋଭିଡରୁ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା 1 କୋଟି ଟପିଲା

ସୁସ୍ଥଙ୍କ ସଂଖ୍ୟା ସକ୍ରିୟ ସଂକ୍ରମିତଙ୍କ ଠାରୁ 44 ଗୁଣ ଅଧିକ

ପାଞ୍ଚଟି ରାଜ୍ୟରେ ଅଛନ୍ତି 51% ସୁସ୍ଥ ରୋଗୀ

Posted On: 07 JAN 2021 12:11PM by PIB Bhubaneshwar

କୋଭିଡ ମୁକାବିଲା କ୍ଷେତ୍ରରେ ଭାରତ ଆଜି ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟକୁ ଛୁଇଁପାରିଛି । କୋଭିଡରୁ ମୋଟ ସୁସ୍ଥଙ୍କ ସଂଖ୍ୟା 1 କୋଟି (10,016,859) ଅତିକ୍ରମ କରିଛି । ଭାରତରେ ସୁସ୍ଥଙ୍କ ସଂଖ୍ୟା ବିଶ୍ୱରେ ସର୍ବାଧିକ ।

ଗତ 24 ଘଣ୍ଟା ମଧ୍ୟରେ 19,587 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହିତ ଜାତୀୟ ଆରୋଗ୍ୟ ହାର 96.36%କୁ ବୃଦ୍ଧି ପାଇଛି। ସକ୍ରିୟ ଆକ୍ରାନ୍ତ ଏବଂ ସୁସ୍ଥଙ୍କ ସଂଖ୍ୟା ମଧ୍ୟରେ ପାର୍ଥକ୍ୟ କ୍ରମେ ବୃଦ୍ଧି ପାଉଛି ଯାହାକି ବର୍ତ୍ତମାନ 97,88,776ରେ ପହଞ୍ଚିଛି।

http://static.pib.gov.in/WriteReadData/userfiles/image/image001P24H.jpg

ସକ୍ରିୟ ଆକ୍ରାନ୍ତଙ୍କ ତୁଳନାରେ 44 ଗୁଣ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଆଜି ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 2,28,083 ରହିଛି। ଏହା ମୋଟ ପଜିଟିଭ ସଂଖ୍ୟାର ମାତ୍ର 2.19% ।

http://static.pib.gov.in/WriteReadData/userfiles/image/image002C4B3.jpg

ମୋଟ ସୁସ୍ଥଙ୍କ ମଧ୍ୟରୁ 51% ପାଞ୍ଚଟି ରାଜ୍ୟ; ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଏବଂ କେରଳରେ ଅଛନ୍ତି ।

http://static.pib.gov.in/WriteReadData/userfiles/image/image00397E4.jpg

ଜାତୀୟ ଆରୋଗ୍ୟ ହାର 96.36% ରହିଛି। ଅନୁରୂପ ଭାବେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହାରାହାରୀ ଆରୋଗ୍ୟଙ୍କ ସଂଖ୍ୟା 90%ରୁ ଅଧିକ ରହିଛି ।

http://static.pib.gov.in/WriteReadData/userfiles/image/image00427WL.jpg

ଭାରତର କୋଭିଡ ସୁସ୍ଥତା ହାର ବିଶ୍ୱରେ ସର୍ବାଧିକ। ସଂକ୍ରମିତଙ୍କ ସଂଖ୍ୟା ଅଧିକ ଥିବା ଦେଶଗୁଡ଼ିକରେ ମଧ୍ୟ ଭାରତ ତୁଳନାରେ କମ୍ ଲୋକ ସୁସ୍ଥ ହେଉଥିବା ପରିଲକ୍ଷିତ ହୋଇଛି ।

http://static.pib.gov.in/WriteReadData/userfiles/image/image0059JMR.jpg

ନମୁନା ପରୀକ୍ଷା ଭିତ୍ତିଭୂମି ସମ୍ପ୍ରସାରଣ ସହିତ ଭାରତରେ ପଜିଟିଭ୍ ରୋଗୀ ଚିହ୍ନଟ ହେବା ହାର ମଧ୍ୟ ହ୍ରାସ ପାଇଚାଲିଛି  । ଦୈନିକ ପଜିଟିଭ୍ ହାର ଏବେ 3%ରୁ କମ୍ ରହିଛି ।

http://static.pib.gov.in/WriteReadData/userfiles/image/image006A9HR.jpg

17ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସାପ୍ତାହିକ ସଂକ୍ରମିତ ଚିହ୍ନଟ ହେବା ହାର ଜାତୀୟ ହାରଠାରୁ ଅଧିକ ରହିଛି।

http://static.pib.gov.in/WriteReadData/userfiles/image/image007VIAE.jpg

ନୂଆ ସୁସ୍ଥଙ୍କ ମଧ୍ୟରୁ 79.08% 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ରହିଛନ୍ତି।

କେରଳରେ ଗୋଟିଏ ଦିନରେ ସର୍ବାଧିକ 5110 ଜଣ ସୁସ୍ଥ ହୋଇଥିବା ବେଳେ ଏହା ପଛକୁ ମହାରାଷ୍ଟ୍ରରେ ସୁସ୍ଥ 2570 ଜଣ ହୋଇଛନ୍ତି ।

http://static.pib.gov.in/WriteReadData/userfiles/image/image008WRT5.jpg

ନୂଆ ଆକ୍ରାନ୍ତମାନଙ୍କ ମଧ୍ୟରୁ 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ 83.88% ଚିହ୍ନଟ ହୋଇଛନ୍ତି ।

ଗତ 24 ଘଣ୍ଟା ମଧ୍ୟରେ କେରଳରେ ସର୍ବାଧିକ 6394 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପଛକୁ ମହାରାଷ୍ଟ୍ରରେ 4382 ଜଣ ଚିହ୍ନଟ ହୋଇଥିବା ବେଳେ ଛତିଶଗଡ଼ରେ 1050 ଜଣ  ଚିହ୍ନଟ ହୋଇଛନ୍ତି ।

http://static.pib.gov.in/WriteReadData/userfiles/image/image009GYMK.jpg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 222 ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଏଥିରୁ 67.57% ମୃତକ 6ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ରହିଛନ୍ତି।

ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ 66ଜଣଙ୍କ ମୃତ୍ୟୁ ହୋଇଛି । କେରଳରେ 25ଜଣ ଏବଂ ପଞ୍ଚିମବଙ୍ଗରେ 22 ଜଣଙ୍କ ମୃତ୍ୟୁ ହୋଇଛି ।

http://static.pib.gov.in/WriteReadData/userfiles/image/image010W5BL.jpg

 

**********

SR/PS

 

 

 

 

 

 



(Release ID: 1686906) Visitor Counter : 235