ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଗତ 24 ଘଣ୍ଟା ମଧ୍ୟରେ ରିପୋର୍ଟ ହୋଇଛି 16,504 ପଜିଟିଭ ମାମଲା

ଭାରତରେ ଦୈନିକ ନୂତନ ମାମଲା ହ୍ରାସ ଧାରା ଜାରି

ମୋଟ 99.5 ଲକ୍ଷ ଆରୋଗ୍ୟ

ଗତ 11 ଦିନ ମଧ୍ୟରେ ହୋଇଛି ଏକ କୋଟି ପରୀକ୍ଷା

Posted On: 04 JAN 2021 10:50AM by PIB Bhubaneshwar

ଏକ ସ୍ଥାୟୀ, ସକ୍ରିୟ ଏବଂ ସଠିକ ପଦ୍ଧତି ସହିତ, ଭାରତରେ ଦୈନିକ ନୂତନ ମାମଲାଗୁଡ଼ିକ କ୍ରମାଗତ ଭାବେ ହ୍ରାସ ପାଉଛି ଗତ 24 ଘଣ୍ଟା ମଧ୍ୟରେ ଜାତୀୟ ସ୍ତରରେ 16,504 ନୂତନ ମାମଲା ଚିହ୍ନଟ ହୋଇଛି

ପ୍ରତିଦିନ ମାମଲା ସଂଖ୍ୟା ହ୍ରାସ ପାଉଥିବା ଯୋଗୁଁ ସକ୍ରିୟ ମାମଲା କ୍ରମାଗତ ନିମ୍ନମୁଖୀ ହେବାରେ ଲାଗିଛି ଭାରତର ସକ୍ରିୟ ମାମଲା ସଂଖ୍ୟା ଆଜି 2,43,953କୁ ଖସି ଆସିଛି ସମୁଦାୟ ପଜିଟିଭ ମାମଲା ମଧ୍ୟରେ ସକ୍ରିୟ ମାମଲା 2.36%କୁ ହ୍ରାସ ପାଇଛି ।  

ଗତ 24 ଘଣ୍ଟା ମଧ୍ୟରେ ସମୁଦାୟ ସକ୍ରିୟ ମାମଲା ମଧ୍ୟରୁ 3,267ଟି ମାମଲା ହ୍ରାସ ପାଇଥିବା ରେକର୍ଡ କରାଯାଇଛି

ଦେଶର ସମୁଦାୟ ପରୀକ୍ଷଣ ସଂଖ୍ୟା 17.5 କୋଟି (17,56,35,761)କୁ ଅତିକ୍ରମ କରିଛି ଗତ 24 ଘଣ୍ଟା ମଧ୍ୟରେ 7,35,978ଟି ନମୁନା ପରୀକ୍ଷା କରାଯାଇଥିଲା

ସାରା ଦେଶରେ 2,299 ପରୀକ୍ଷାଗାର ସହିତ ଭାରତର ପରୀକ୍ଷଣ ଭିତ୍ତିଭୂମିରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି

ଗତ 11 ଦିନ ମଧ୍ୟରେ ଏକ କୋଟି ପରୀକ୍ଷା କରାଯାଇଥିଲା ଅଧିକ ପରୀକ୍ଷଣ ଦ୍ଵାରା ସମୁଦାୟ ପଜିଟିଭ ହାର ଆହୁରି (5.89%) ହ୍ରାସ ପାଇଛି

ଆରୋଗ୍ୟ ସଂଖ୍ୟାରେ ବୃଦ୍ଧି ଏବଂ ଦୈନିକ ନୂତନ ମାମଲାରେ ହ୍ରାସ ଯୋଗୁଁ ଭାରତର ସମୁଦାୟ ଆରୋଗ୍ୟ ମାମଲା ଏକ କୋଟିର ନିକଟତର ହେଉଛି ମୋଟ ଆରୋଗ୍ୟ ମାମଲା ଆଜି 99.5 ଲକ୍ଷ (99,46,867) ପାଖାପାଖି ଅଛି, ଯାହା ସୁସ୍ଥତା ହାର 96.19%କୁ ବୃଦ୍ଧି ପାଇଛି

ଗତ 24 ଘଣ୍ଟା ମଧ୍ୟରେ 19,557 ଜଣ ସୁସ୍ଥ ହୋଇଛନ୍ତି

ନୂତନ ଆରୋଗ୍ୟ ମାମଲାର 76.76 ପ୍ରତିଶତ 10 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ଜଣାଯାଇଛି

4,668 ସହିତ କେରଳ ସର୍ବାଧିକ ଗୋଟିଏ ଦିନର ଆରୋଗ୍ୟ ମାମଲା ଥିବା ରିପୋର୍ଟ କରିଛି ଏହା ପଛକୁ ମହାରାଷ୍ଟ୍ରରୁ 2,064 ଏବଂ ପଶ୍ଚିମବଙ୍ଗରୁ ଦୈନିକ ନୂତନ ଆରୋଗ୍ୟ ସଂଖ୍ୟା 1,432 ଥିବା ରେକର୍ଡ ହୋଇଛି  

ନୂତନ ମାମଲାର 83.90 ପ୍ରତିଶତ 10ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଚିହ୍ନଟ ହୋଇଛି

ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ ଦୈନିକ ନୂତନ ମାମଲା 4,600 ଥିବା କେରଳ ରିପୋର୍ଟ କରିଛି ସେହିଭଳି ମହାରାଷ୍ଟ୍ର 3,282 ନୂତନ ମାମଲା ରେକର୍ଡ କରିଥିବାବେଳେ ଗତକାଲି ପଶ୍ଚିମବଙ୍ଗ 896ଟି ନୂଆ ମାମଲା ରିପୋର୍ଟ କରିଛି

ଦେଶରେ ଗତ 24 ଘଣ୍ଟା ମଧ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 214 ଥିବା ଜଣାପଡିଛି ସେଥିମଧ୍ୟରୁ 77.57 ପ୍ରତିଶତ 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବୋଲି ଜଣାପଡିଛି ।

ମୃତକଙ୍କ ମଧ୍ୟରୁ 16.35 ପ୍ରତିଶତ ଅର୍ଥାତ 35 ଜଣ ମହାରାଷ୍ଟ୍ରରୁ, 26 ଜଣ ପଶ୍ଚିମବଙ୍ଗରୁ ଏବଂ 25 ଜଣ କେରଳରୁ ବୋଲି ସୂଚନା ମିଳିଛି ।

**********

MV/SJ/TRP(SM)

 



(Release ID: 1686086) Visitor Counter : 198