ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ କରୋନାରୁ ସୁସ୍ଥତା ହାର 96%କୁ ଅତିକ୍ରମ କରିବା ଏକ ମାଇଲଖୁଣ୍ଟ, ଯାହାକି ବିଶ୍ୱରେ ଅନ୍ୟତମ ସର୍ବାଧିକ

ସକ୍ରିୟ କରୋନା ମାମଲା 2.57 ଲକ୍ଷକୁ ହ୍ରାସ ପାଇଲା

ମୋଟ ସୁସ୍ଥ ସଂଖ୍ୟା ସକ୍ରିୟ ମାମଲା ଠାରୁ 96 ଲକ୍ଷରୁ ଅଧିକ ରହିଛି

ବ୍ରିଟେନ ଫେରନ୍ତା 25 ମାମଲାର ସିକ୍ୱେନ୍ସ କରାଯାଇଛି

Posted On: 31 DEC 2020 10:54AM by PIB Bhubaneshwar

କୋଭିଡ ମୁକାବିଲାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିପାରିଛି ।

କରୋନାରୁ ଜାତୀୟ ସୁସ୍ଥତା ହାର 96% (96.04%)କୁ ଅତିକ୍ରମ କରିପାରିଛି, ଯାହାକି ବିଶ୍ୱରେ ଅନ୍ୟତମ ସର୍ବାଧିକ । ଉଲ୍ଲେଖନୀୟ ଭାବେ ସୁସ୍ଥ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସୁସ୍ଥତା ହାର ଅଧିକ ହୋଇଛି ।

ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା 98.6 ଲକ୍ଷ (98,60,280)କୁ ଅତିକ୍ରମ କରିଛି ଏବଂ ଏହା ବିଶ୍ୱରେ ସର୍ବାଧିକ । ସୁସ୍ଥଙ୍କ ସଂଖ୍ୟା ଏବଂ ସକ୍ରିୟ କରୋନା ମାମଲା ମଧ୍ୟରେ ପାର୍ଥକ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଛି ଏବଂ ଏବେ 96,02,624 ହୋଇଛି ।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା କ୍ରମରେ, ସକ୍ରିୟ କରୋନା ମାମଲା 2.57 ଲକ୍ଷକୁ ହ୍ରାସ ପାଇଛି । ଦେଶରେ ମୋଟ ପଜିଟିଭ୍ ମାମଲା ଏବେ 2,57,656 ରହିଛି, ଯାହାକି ମୋଟ ମାମଲାର ମାତ୍ର 2.51% ।

ପ୍ରତିଦିନ ଅଧିକରୁ ଅଧିକ ସଂଖ୍ୟକ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି ଏବଂ ମୃତ୍ୟୁ ହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି । ସକ୍ରିୟ କରୋନା ମାମଲା ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 21 ହଜାର 822 ଟି ନୂଆ କରୋନା ମାମଲା ଆସିଥିବା ବେଳେ 26 ହଜାର 139 ଜଣ ସୁସ୍ଥ ହୋଇଛନ୍ତି । ଏହାଦ୍ୱାରା ସକ୍ରିୟ କରୋନା ମାମଲା ସିଧାସଳଖ 4616 ହ୍ରାସ ପାଇଛି ।

ନୂତନ ଭାବେ ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରୁ 77.99% ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।

କେରଳରେ ଗୋଟିଏ ଦିନରେ ସର୍ବାଧିକ 5707 ଜଣ ସୁସ୍ଥ ହୋଇଛନ୍ତି । ଏହା ପଛକୁ ମହାରାଷ୍ଟ୍ରରେ 4913 ଜଣ ଏବଂ ଛତିଶଗଡ଼ରେ 1588 ଜଣ ସୁସ୍ଥ ହୋଇଛନ୍ତି ।

ଗତ 24 ଘଣ୍ଟା ମଧ୍ୟରେ ଆସିଥିବା ନୂଆ ପଜିଟିଭ୍ ମାମଲା ମଧ୍ୟରୁ 79.87% ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । କେରଳରୁ ସର୍ବାଧିକ 6228 ଜଣ ଆସିଥିବା ବେଳେ ମହାରାଷ୍ଟ୍ରରେ 3537ଟି ନୂଆ ମାମଲା ଚିହ୍ନଟ ହୋଇଛି ।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 299 ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଏଥିରୁ 80.60% ମୃତ୍ୟୁ ହୋଇଛି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ।

ମହାରାଷ୍ଟ୍ରରେ ସର୍ବାଧିକ 90 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେରଳ ଓ ପଶ୍ଚିମବଙ୍ଗରେ 28 ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି ।

ମୋଟ 10ଟି ସରକାରୀ ଲାବୋରେଟାରୀରେ ଜେନୋମ ସିକ୍ୱେନ୍ସ ପରେ ବ୍ରିଟେନ ମ୍ୟୁଟାଣ୍ଟ ଭାଇରସ ଚିହ୍ନଟ ହୋଇଛି । ପୁନେ ଏନଆଇଭିରେ 4ଟି ନୂଆ ଏବଂ ଦିଲ୍ଲୀ ଆଇଜିଆଇବିରେ ଗୋଟିଏ ନୂଆ ମାମଲାରେ ଭାଇରସ ଚିହ୍ନଟ ହୋଇଛି । ସମସ୍ତ 25 ଜଣ ଏବେ ସଙ୍ଗରୋଧରେ ସ୍ୱାସ୍ଥ୍ୟ ବିଭାଗ ତଦାରଖରେ ରହିଛନ୍ତି ।

 

***********

MV/SJ/SR



(Release ID: 1685187) Visitor Counter : 203