ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତର କୋଭିଡ-19 ପଥରେ ନୂତନ ଶିଖର; 6 ମାସ ପରେ ଦୈନିକ ନୂତନ ମାମଲା 18,732 କୁ ହ୍ରାସ

170 ଦିନ ପରେ ସକ୍ରିୟ ମାମଲା ଖସିଲା 2.78 ଲକ୍ଷକୁ

Posted On: 27 DEC 2020 10:53AM by PIB Bhubaneshwar

ବିଶ୍ୱ ମହାମାରୀ ବିରୋଧି ଲଢେଇରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଶିଖରକୁ ଛୁଇଁଛି

6 ମାସ ପରେ ଦୈନିକ ନୂତନ ମାମଲା 19,000 ତଳକୁ ଖସିଛି ଗତ 24 ଘଣ୍ଟା ମଧ୍ୟରେ ଜାତୀୟ ସ୍ତରରେ 18,732 ସକ୍ରିୟ ମାମଲା ଚିହ୍ନଟ ହୋଇଛନ୍ତି ଜୁଲାଇ 1, 2020 ରେ ନୂତନ ଭାବେ ଯୋଡି ହୋଇଥିବା ମାମଲା ସଂଖ୍ୟା 18,653 ଥିଲା

WhatsApp Image 2020-12-27 at 10.00.34 AM.jpeg

ଭାରତର ମୋଟ ସକ୍ରିୟ ମାମଲା ଆଜି 2.78 ଲକ୍ଷ (2,78,690) କୁ ଖସି ଆସିଛି 170 ଦିନ ପରେ ଏହା ସର୍ବନିମ୍ନ ଅଟେ ଜୁଲାଇ 10, 2020 ରେ ସମୁଦାୟ ସକ୍ରିୟ ମାମଲା 2,76,682 ଥିଲା

ସକ୍ରିୟ ମାମଲା ସଂଖ୍ୟାରେ କ୍ରମାଗତ ହ୍ରାସର ଧାରା ଜାରି ରହିଛି ଭାରତରେ ବର୍ତ୍ତମାନର ସକ୍ରିୟ ମାମଲା ମୋଟ ପଜିଟିଭ ମାମଲାର ମାତ୍ର 2.74 ପ୍ରତିଶତ

ଗତ 24 ଘଣ୍ଟା ମଧ୍ୟରେ 21,430  ସଂଖ୍ୟକ ସଂକ୍ରମିତ ରୋଗୀ ଆରୋଗ୍ୟ ହୋଇ ଡିସଚାର୍ଜ ହୋଇଛନ୍ତି ଏହା ସମୁଦାୟ ସକ୍ରିୟ ମାମଲା ଠାରୁ 2,977 ସଂଖ୍ୟାର ହ୍ରାସ ଘଟାଇଛି

WhatsApp Image 2020-12-27 at 10.08.20 AM.jpeg

ମୋଟ ସୁସ୍ଥତା ମାମଲା 97,61,538 ରେ ରହିଛି ଆରୋଗ୍ୟ ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ, ଯାହା କ୍ରମାଗତ ଭାବେ ବୃଦ୍ଧି ପାଉଛି, ତାହା ଆଜି ପାଖାପାଖି 95 ଲକ୍ଷ (94,82,848) ରେ ପହଞ୍ଚିଛି

ନୂତନ ମାମଲା ତୁଳନାରେ ନୂତନ ଆରୋଗ୍ୟର ପାର୍ଥକ୍ୟ ଆଜି ସୁସ୍ଥତା ହାରକୁ 95.82 ପ୍ରତିଶତରେ ପହଞ୍ଚାଇଛି  ଏହି ପାର୍ଥକ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି, କାରଣ ଦୈନିକ ଆରୋଗ୍ୟ ସଂଖ୍ୟା ନୂତନ ମାମଲାଠାରୁ ଅଧିକ ରହୁଛି

ନୂତନ ଆରୋଗ୍ୟ ମାମଲାଗୁଡ଼ିକର 72.37 ପ୍ରତିଶତ 10 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ପରିଲକ୍ଷିତ ହୋଇଛି

3,782 ଟି ଦୈନିକ ନୂତନ ଆରୋଗ୍ୟ ମାମଲା ସହିତ କେରଳ ସବୁଠାରୁ ଆଗରେ ଥିବା ବେଳେ ପଶ୍ଚିମବଙ୍ଗରେ 1,861 ଲୋକ ସୁସ୍ଥ ହୋଇଛନ୍ତି ଏବଂ ଏହାର ପଛକୁ ଛତିଶଗଡରୁ 1,764 ଲୋକ ଆରୋଗ୍ୟ ଲାଭ କରିଛନ୍ତି

WhatsApp Image 2020-12-27 at 9.54.24 AM.jpeg

ନୂତନ ମାମଲାଗୁଡ଼ିକର 76.52 ପ୍ରତିଶତ 10 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି

କେରଳ ଦୈନିକ ସର୍ବାଧିକ 3,527 ନୂତନ ମାମଲା ରିପୋର୍ଟ କରିଛି ଏହା ପଛକୁ ମହାରାଷ୍ଟ୍ରରୁ ଦୈନିକ 2,854 ଟି ନୂଆ ମାମଲା ଚିହ୍ନଟ ହୋଇଥିବା ଦର୍ଶାଇଛି

WhatsApp Image 2020-12-27 at 9.51.45 AM.jpeg

ଗତ 24 ଘଣ୍ଟା ମଧ୍ୟରେ 279 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି

ଦଶଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନୂତନ ମୃତ୍ୟୁ ହାର 75.27% ରହିଛି

ମହାରାଷ୍ଟ୍ରରେ ସର୍ବାଧିକ ମୃତ୍ୟୁ ସଂଖ୍ୟା 60 ଥିବାବେଳେ ପଶ୍ଚିମବଙ୍ଗ ଏବଂ ଦିଲ୍ଲୀରୁ ଯଥାକ୍ରମେ 33 ଏବଂ 23 ଜଣଙ୍କର ମୃତ୍ୟୁ ଘଟିଛି

WhatsApp Image 2020-12-27 at 9.53.14 AM.jpeg

 

**********

 



(Release ID: 1684030) Visitor Counter : 228