ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତର ସକ୍ରିୟ ମାମଲା 2.81 ଲକ୍ଷ ରହିଛି, ଯାହାକି

ବର୍ତ୍ତମାନ ମୋଟ ମାମଲାର ମାତ୍ର 2.78 ପ୍ରତିଶତ

ସମୁଦାୟ ଆରୋଗ୍ୟ ସଂଖ୍ୟା 0.97 କୋଟି ରୁ ଅଧିକ

Posted On: 25 DEC 2020 11:35AM by PIB Bhubaneshwar

ଭାରତର ସକ୍ରିୟ ମାମଲା ମୋଟ ମାମଲାର ମାତ୍ର 2.78% ରହିଛି

ଦେଶରେ ସକ୍ରିୟ ମାମଲା ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।ଜି ଏହା 2,81,919ରେ ପହଞ୍ଚିଛି ।

ଗତ 28 ଦିନର ଧାରାକୁ ଜାରି ରଖି, ଗତ 24 ଘଣ୍ଟା ମଧ୍ୟରେ ଦୈନିକ ନୂତନ ମାମଲା ଅପେକ୍ଷା ଦୈନିକ ସୁସ୍ଥତା ହାର ବୃଦ୍ଧି ପାଇବାର ରିପୋର୍ଟ ନଜରକୁ ଆସିଛି । 

ଭାରତରେ ଗତ 24 ଘଣ୍ଟା ମଧ୍ୟରେ 23,067 ଜଣଙ୍କ କୋଭିଡ ପଜିଟିଭ ଥିବା ଜଣାପଡିଛି । ଏହି ସମୟ ମଧ୍ୟରେ 24,661 ଜଣ ନୂତନ ଭାବେ ଆରୋଗ୍ୟ ଲାଭ କରିଛନ୍ତି । ଗତ 24 ଘଣ୍ଟା ମଧ୍ୟରେ ମୋଟ ସକ୍ରିୟ ମାମଲାରେ 1,930 ସଂଖ୍ୟକ ମାମଲା ହ୍ରାସ ପାଇଛି ।

ଅନ୍ୟାନ୍ୟ ଦେଶ ତୁଳନାରେ ଭାରତରେ ପ୍ରତି ମିଲିୟନ ଜନସଂଖ୍ୟାରେ ସର୍ବନିମ୍ନ ମାମଲା (7,352) ରହିଛି । ପ୍ରତି ମିଲିୟନ ଜନସଂଖ୍ୟାରେ ବିଶ୍ଵରେ ହାରାହାରି ମାମଲା ହେଉଛି 9,931 ।

ଭାରତର ଆରୋଗ୍ୟ ହାର ଆଜି 95.77% କୁ ବୃଦ୍ଧି ପାଇଛି । ସମୁଦାୟ ଆରୋଗ୍ୟ ମାମଲା ଆଜି 0.97 କୋଟି (97,17,834) ରେ ପହଞ୍ଚିଛି । ଆରୋଗ୍ୟ ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ କ୍ରମାଗତ ଭାବରେ ବଢିବାରେ ଲାଗିଛି ଏବଂ ବର୍ତ୍ତମାନ ଏହା 94,35,915 ରହିଛି ।

ନୂତନ ଆରୋଗ୍ୟ ମାମଲାର 75.86% ଦଶଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି ।

କେରଳରୁ 4,801 ଜଣ କୋଭିଡ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ବେଳେ ମହାରାଷ୍ଟ୍ରରୁ 3,171 ଜଣ ସୁସ୍ଥ ହୋଇଥିବା ରେକର୍ଡ ହୋଇଛି । ସେହିଭଳି ପଶ୍ଚିମବଙ୍ଗରୁ  ଦୈନିକ ଆଉ 2,054 ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।

ଦଶଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 77.38 ପ୍ରତିଶତ ନୂତନ ସଂକ୍ରମିତ ମାମଲା ଯୋଡି ହୋଇଛନ୍ତି ।

ଗତ 24 ଘଣ୍ଟା ମଧ୍ୟରେ କେରଳ 5,177 ନୂତନ ମାମଲା ପଞ୍ଜିକୃତ କରିଛି । ସେହିଭଳି ମହାରାଷ୍ଟ୍ରରୁ ଗତକାଲି ଆଉ 3,580 ନୂତନ ମାମଲା ଆସିଥିବା ବେଳେ ପଶ୍ଚିମବଙ୍ଗରୁ  1,590 ଟି ନୂଆ ମାମଲା ଆସିଛି ।

ଗତ 24 ଘଣ୍ଟା ମଧ୍ୟରେ 336 ଜଣଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ 81.55% ଦଶଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି ।

ରିପୋର୍ଟ ହୋଇଥିବା 26.48% ଅର୍ଥାତ 89 ଜଣଙ୍କର ମୃତ୍ୟୁ ମହାରାଷ୍ଟ୍ରରୁ ହୋଇଥିବା ଦର୍ଶାଯାଇଛି । ଦିଲ୍ଲୀରେ ମଧ୍ୟ 37 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପଶ୍ଚିମବଙ୍ଗରେ 32 ଜଣଙ୍କର ନୂତନ ଭାବେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଯେତେବେଳେ ବିଶ୍ଵ ସ୍ତରରେ ତୁଳନା କରାଯାଏ, ଭାରତରେ ପ୍ରତି ମିଲିୟନ ଜନସଂଖ୍ୟାରେ ସର୍ବନିମ୍ନ ମୃତ୍ୟୁହାର ରହିଛି (106) ଭାରତର ମୃତ୍ୟୁ ହାର ବର୍ତ୍ତମାନ 1.45% ।

 

 **********

 



(Release ID: 1683689) Visitor Counter : 156