ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆଇଆଇଏସଏଫ 2020ରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ

ବିଶ୍ଵସ୍ତରୀୟ ବୈଜ୍ଞାନିକ ସମାଧାନ ପାଇଁ ଭାରତ ପାଖରେ ଅଛି ତଥ୍ୟ, ଚାହିଦା, ଗଣତନ୍ତ୍ର ଓ ଜନସଂଖ୍ୟା ପରିସଂଖ୍ୟାନ – ପ୍ରଧାନମନ୍ତ୍ରୀ

ଦେଶର ବିକାଶ ପାଇଁ ବିଜ୍ଞାନର ଉନ୍ନତି ଉପରେ ଗୁରୁତ୍ଵ

ଭାରତୀୟ ମେଧା ଓ ନବୋନ୍ମେଷ କ୍ଷେତ୍ରରେ ନିବେଶ ନିମନ୍ତେ ବିଶ୍ଵବାସୀଙ୍କୁ ନିବେଦନ

प्रविष्टि तिथि: 22 DEC 2020 5:51PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ ଆନ୍ତର୍ଜାତିକ ବିଜ୍ଞାନ ମହୋତ୍ସବ (ଆଇଆଇଏସଏଫ) 2020ରେ ତାଙ୍କ ଉଦଘାଟନୀ ଅଭିଭାଷଣ ପ୍ରଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଜ୍ଞାନ, ବୈଷୟିକ ଜ୍ଞାନ ଉଦ୍ଭାବନ କ୍ଷେତ୍ରରେ ଭାରତର ଏକ ଉନ୍ନତ ପରମ୍ପରା ରହିଛି ଆମ ବୈଜ୍ଞାନିକଗଣ ଯୁଗାନ୍ତକାରୀ ଗବେଷଣା କରିଛନ୍ତି ଆମର ବୈଷୟିକ ଶିଳ୍ପ ବୈଶ୍ଵିକ ସମସ୍ୟାର ସମାଧାନ ଦିଗରେ ଅଗ୍ରଭାଗରେ ରହିଛି ମାତ୍ର ଭାରତ ଆହୁରି ଅଧିକ କିଛି କରିବାକୁ ଚାହୁଁଛି ଆମେ ଗର୍ବର ସହ ଆମର ଅତୀତକୁ ଅବଲୋକନ କରୁଥିବା ବେଳେ, ଉନ୍ନତ ଭବିଷ୍ୟତର ମଧ୍ୟ କାମନା କରୁଛୁ

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶକୁ ସବୁଠାରୁ ନିର୍ଭରଯୋଗ୍ୟ ବିଜ୍ଞାନ ଶିକ୍ଷା ଦେବା ଆମର ଲକ୍ଷ୍ୟ ରହିଆସିଛି ତା' ସହ ଆମର ବିଜ୍ଞାନପ୍ରେମୀ ମାନେ ବିଶ୍ଵର ମେଧାବୀ ବିଜ୍ଞାନୀଙ୍କ ସମକକ୍ଷ ହେବା ମଧ୍ୟ ଆମେ ଚାହୁଁଛୁ ଭାରତୀୟ ବୈଜ୍ଞାନିକମାନଙ୍କୁ ଏହି ସୁଯୋଗ ଦେବା ନିମନ୍ତେ ହାକାଥନ ଆୟୋଜନ କରାଯାଉଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଖୁବ କମ ସରୁ ବୈଜ୍ଞାନିକ ପ୍ରବୃତ୍ତି ଜାଗ୍ରତ କରାଇବା ପାଇଁ ନୂତନ ଜାତୀୟ ଶିକ୍ଷାନୀତି ବେଶ ସହାୟକ ହେବ ବର୍ତ୍ତମାନ ଧ୍ୟାନ ଉପଯୋଗରୁ ଫଳାଫଳ ଉପରେ କେନ୍ଦ୍ରିତ ହୋଇଛି ଏହା ପାଠ୍ୟପୁସ୍ତକ ଠାରୁ ଗବେଷଣା ଓ ପ୍ରୟୋଗ ଉପରେ ନିବଦ୍ଧ ରହିଛି ନୂତନ ଶିକ୍ଷାନୀତି ଉଚ୍ଚମାନର ଶିକ୍ଷକ ତିଆରି କରିବ ଏହା ପ୍ରତିଭାବାନ ବୈଜ୍ଞାନିକ ମଧ୍ୟ ପ୍ରସ୍ତୁତ କରିବ ଏହାସହ ଅଟଳ ଇନୋଭେସନ ମିଶନ ଓ ଅଟଳ  ଟିଙ୍କରିଙ୍ଗ  ଲ୍ୟାବ ମଧ୍ୟ ଏଥିରେ ବେଶ ସହାୟକ ହେବ ବୋଲି ଶ୍ରୀ ମୋଦୀ କହିଛନ୍ତି

ଦେଶରେ ଶ୍ରେଷ୍ଠ ତଥା ମେଧାବୀ ବୈଜ୍ଞାନିକ ସୃଷ୍ଟି ପାଇଁ ସରକାର ଗୁଣାତ୍ମକ ଗବେଷଣା ଉପରେ ଗୁରୁତ୍ଵାରୋପ କରି ପ୍ରଧାନମନ୍ତ୍ରୀ ରିସର୍ଚ ଫେଲୋ ଯୋଜନା ପ୍ରବର୍ତ୍ତନ କରିଛନ୍ତି ଏହି ଯୋଜନା ଦେଶର ବୃହତ ଶିକ୍ଷାନୁଷ୍ଠାନଗୁଡିକରେ ବୈଜ୍ଞାନିକମାନଙ୍କୁ ସାହାଯ୍ୟ କରୁଛି

ବିଜ୍ଞାନ ପ୍ରଯୁକ୍ତିବିଦ୍ୟାର ସୁଫଳ ଯେପରି ସମସ୍ତଙ୍କ ନିକଟରେ ପହଞ୍ଚିବ ପ୍ରଧାନମନ୍ତ୍ରୀ ତାହା ଉପରେ ଗୁରୁତ୍ଵାରୋପ କରିଛନ୍ତି ସେ କହିଛନ୍ତି ଯେ, ବିଜ୍ଞାନ ପ୍ରଯୁକ୍ତିବିଦ୍ୟାର ଅଭାବ ପ୍ରଭାବ ମଧ୍ୟରେ ସମନ୍ଵୟ ରକ୍ଷା କରୁଛି ଏହା ଦରିଦ୍ରରୁ ଦରିଦ୍ରତମ ବ୍ୟକ୍ତିକୁ ସରକାରଙ୍କ ସହ ଯୋଡୁଛି ଡିଜିଟାଲ ଇଣ୍ଡିଆ ଅଗ୍ରଗତି ଯୋଗୁଁ ଭାରତ ବୈଶ୍ବିକ ହାଇଟେକ ଶକ୍ତିରେ ଉଭୟ ଉତ୍ପତ୍ତି ଓ ବିପ୍ଳବର ସ୍ଥାନ ନେଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି

ବିଶ୍ଵସ୍ତରୀୟ ଶିକ୍ଷା, ସ୍ୱାସ୍ଥ୍ୟ, ସଂଯୋଗୀକରଣ ଗ୍ରାମାଞ୍ଚଳ ସମସ୍ୟାର ସମାଧାନ ପାଇଁ ଆଜି ଭାରତ ନିକଟରେ ତଥ୍ୟ, ଜନସଂଖ୍ୟା, ପରିସଂଖ୍ୟାନ ଚାହିଦା ମହଜୁଦ ରହିଛି ସମସ୍ତଙ୍କୁ ସୁରକ୍ଷା ଦେବାପାଇଁ ଭାରସାମ୍ୟ ରକ୍ଷା ପାଇଁ ଭାରତର ଗଣତନ୍ତ୍ର ରହିଛି ସେଥିପାଇଁ ସମଗ୍ର ବିଶ୍ଵ ଭାତରକୁ ବିଶ୍ଵାସ କରୁଛି ବୋଲି ଶ୍ରୀ ମୋଦୀ କହିଛନ୍ତି

ଆମ ଦେଶରେ ଜଳ ସଙ୍କଟ, ପ୍ରଦୂଷଣ, ମୃତ୍ତିକା ଗୁଣବତ୍ତା, ଖାଦ୍ୟ ନିରାପତ୍ତା ଭଳି ଅନେକ ଆହ୍ଵାନ ରହିଛି ଯାହାର ସମାଧାନ କେବଳ ଆଧୁନିକ ବିଜ୍ଞାନ ଦ୍ଵାରା ହିଁ ସମ୍ଭବ ଆମ ସାଗର ବକ୍ଷରୁ ଜଳ, ଶକ୍ତି, ଖାଦ୍ୟ ସମ୍ପଦ ଅନୁସନ୍ଧାନ କରିବାରେ ବିଜ୍ଞାନର ଏକ ବିଶେଷ ଭୂମିକା ରହିଛି ବିଜ୍ଞାନର ନୂତନ ଉଦ୍ଭାବନ ବ୍ୟବସାୟ ବାଣିଜ୍ୟ ଉପରେ ମଧ୍ୟ ପ୍ରଭାବ ବିସ୍ତାର କରୁଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମହାକାଶ କ୍ଷେତ୍ରରେ ସଂସ୍କାର  ଅଣାଯାଇ ଆମ ଯୁବଗୋଷ୍ଠୀ ଘରୋଇ କ୍ଷେତ୍ରକୁ ଉତ୍ସାହିତ କରାଯାଇଛି ଏହା କେବଳ ଆକାଶକୁ ଛୁଇଁବାକୁ ନୁହେଁ, ବରଂ ଗଭୀର ମହାକାଶର ଉଚ୍ଚତା ଛୁଇଁବାକୁ ଉଦ୍ଦିଷ୍ଟ ନୂତନ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା ବିଜ୍ଞାନ ବୈଷୟିକ ଜ୍ଞାନ ଉପରେ ଗୁରୁତ୍ଵାରୋପ କରିବାକୁ ଉଦ୍ଦିଷ୍ଟ ଏଭଳି ପଦକ୍ଷେପ ବିଜ୍ଞାନୀଗୋଷ୍ଠୀଙ୍କ ମନୋବଳ ବୃଦ୍ଧି କରାଇବା ସହ ବିଜ୍ଞାନ ବୈଷୟିକ ଜ୍ଞାନର ବିକାଶ ପାଇଁ ଆବଶ୍ୟକ ବାତାବରଣ ସୃଷ୍ଟିକରି ବିଜ୍ଞାନ ଶିଳ୍ପ ମଧ୍ୟରେ ଏକ ନୂତନ ଭାଗୀଦାରୀ ସଂସ୍କୃତିର ଉନ୍ମେଷ ଘଟାଇବ ଏହି ସହଯୋଗର ବାତାବରଣ ବିଜ୍ଞାନ ଦ୍ରୁତ ଶିଳ୍ପାୟନ ପାଇଁ ମାର୍ଗ ପ୍ରସ୍ତୁତ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି

କୋଭିଡ ବୈଶ୍ଵିକ ମହାମାରୀ ନିମନ୍ତେ ଟୀକା ବିକାଶ ବର୍ତ୍ତମାନ ବିଜ୍ଞାନ ପାଇଁ ସବୁଠାରୁ ବଡ ଆହ୍ଵାନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ମାତ୍ର ସବୁଠାରୁ ବଡ ଆହ୍ଵାନ ହେଉଛି ଉତ୍ତମ ମେଧା ସମ୍ପନ୍ନ ଯୁବଶକ୍ତି ସେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ ଦେଶର ହିତ ପାଇଁ ପ୍ରୟୋଗ କରିବା ଉପରେ ଗୁରୁତ୍ଵାରୋପ କରିଛନ୍ତି ସେ କହିଛନ୍ତି ଯେ, ଆଜି ଯାହା ବିଜ୍ଞାନ, ତାହା କାଲୀ ପ୍ରଯୁକ୍ତିବିଦ୍ୟା ଓ ପରବର୍ତ୍ତୀ ଅବସ୍ଥାରେ ଇଞ୍ଜିନିୟରିଂ  ସମାଧାନ ସୂତ୍ର ବିଜ୍ଞାନ କ୍ଷେତ୍ରରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ନିମନ୍ତେ ସରକାର ବିଭିନ୍ନ ସ୍ତରରେ ବୃତ୍ତିର ବ୍ୟବସ୍ଥା କରିଥିବା ଶ୍ରୀ ମୋଦୀ କହିଛନ୍ତି ମାତ୍ର ଏହା ବିଜ୍ଞାନୀ ଗୋଷ୍ଠୀଙ୍କ ମଧ୍ୟରେ ଆଦୃତ ହେବା ଦରକାର ଚନ୍ଦ୍ରଯାନ ମିଶନ ଯୁଗବୋଷ୍ଠୀଙ୍କୁ ଦିଗରେ ଉତ୍ସାହିତ କରିଛି

ପ୍ରଧାନମନ୍ତ୍ରୀ ବିଶ୍ଵବାସୀଙ୍କୁ ଭାରତୀୟ ମେଧା ଉଦ୍ଭାବନ କ୍ଷେତ୍ରରେ ନିବେଶ କରିବା ପାଇଁ ଆହ୍ଵାନ ଦେଇଛନ୍ତି ସମବେତ ବ୍ୟକ୍ତିମାନଙ୍କୁ ଦବୋଧନ ଦେଇ ସେ କହିଛନ୍ତି ଭାରତରେ ଖୁବ ଉଚ୍ଚ ମେଧା ସମ୍ପନ୍ନ ବ୍ୟକ୍ତି ଅଛନ୍ତି ସ୍ଵଚ୍ଛ ଖୋଲା ହୃଦୟ ବାତାବରଣ ପାଇଁ ଯଥେଷ୍ଟ ସୁଯୋଗ ରହିଛି ଗବେଷଣା ବାତାବରଣକୁ ସମୃଦ୍ଧ କରିବା ପାଇଁ ଭାରତ ସରକାର ସବୁବେଳେ ପ୍ରତ୍ୟେକ ଆହ୍ଵାନ ପାଇଁ ପ୍ରସ୍ତୁତ କରୋନା ବିରୁଦ୍ଧରେ ସଂଗ୍ରାମ ସତ୍ୱେ ଅହରହ ପରିଶ୍ରମ କରି ଆମର ବୈଜ୍ଞାନିକମାନେ ଯେପରି ଦେଶକୁ ସମୃଦ୍ଧି ପଥରେ ଆଗେଇ ନେଇଛନ୍ତି ମୋଦୀ ତାହାର ଭୂୟସୀ ପ୍ରଶଂସା କରିଛନ୍ତି

 

***********


(रिलीज़ आईडी: 1682893) आगंतुक पटल : 318
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam