ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତର ସକ୍ରିୟ ମାମଲା 3 ଲକ୍ଷରୁ କମ୍; 163 ଦିନରେ ସର୍ବନିମ୍ନ

ସମୁଦାୟ ମାମଲାର 3 ପ୍ରତିଶତରୁ ତଳକୁ ଖସିଲା ସକ୍ରିୟ ମାମଲା

173 ଦିନରେ ସର୍ବନିମ୍ନ; ଦୈନିକ ମାମଲା 20,000ରୁ କମ

Posted On: 22 DEC 2020 11:54AM by PIB Bhubaneshwar

ବିଶ୍ୱ ମହାମାରୀ ବିରୋଧି ଲଢେଇରେ ଆଜି ଭାରତ ଅନେକ ଉଲ୍ଲେଖନୀୟ ସଫଳତା ହାସଲ କରିଛି

ଭାରତର ସକ୍ରିୟ ମାମଲା ଆଜି 3 ଲକ୍ଷ (2,92,518) ତଳକୁ ଖସି ଆସିଛି ମୋଟ ପଜିଟିଭ ମାମଲା ମଧ୍ୟରୁ ସକ୍ରିୟ ମାମଲାର ହାର 3% କମ 2.90% କୁ ହ୍ରାସ ପାଇଛି 163 ଦିନ ପରେ ଏହା ସର୍ବନିମ୍ନ ଥିବା ଜଣାପଡିଛି 12 ଜୁଲାଇ, 2020 ରେ ମୋଟ ସକ୍ରିୟ ମାମଲା 2,92,258 ଥିଲା

ଗତ 24 ଘଣ୍ଟା ମଧ୍ୟରେ ମୋଟ ସକ୍ରିୟ ମାମଲା ମଧ୍ୟରୁ 11,121 ମାମଲା ହ୍ରାସ ପାଇଥିବା  ରେକର୍ଡ କରାଯାଇଛି

ଦୈନିକ ମାମଲା କ୍ଷେତ୍ରରେ ଭାରତ ଏକ ନୂତନ ସର୍ବନିମ୍ନ ମାଇଖୁଣ୍ଟ ହାସଲ କରିଛି 173 ଦିନ ପରେ ଗତ 24 ଘଣ୍ଟା ମଧ୍ୟରେ 20,000 ରୁ କମ ଦୈନିକ ନୂତନ ମାମଲା (19,556) ଜାତୀୟ ସ୍ତରରେ ଚିହ୍ନଟ କରାଯାଇଛି ଏଥିପୂର୍ବରୁ ଜୁଲାଇ 2, 2020 ରେ ଦୈନିକ ମାମଲା ସଂଖ୍ୟା 19,148 ଥିଲା

ପ୍ରତି 10 ଲକ୍ଷ ଜନସଂଖ୍ୟାରେ ଭାରତର ସକ୍ରିୟ ମାମଲା ସଂଖ୍ୟା 219 ଯାହାକି ବିଶ୍ୱର ସର୍ବନିମ୍ନ ସ୍ତରରେ ରହିଛି ଆମେରିକା, ଇଟାଲୀ, ବ୍ରାଜିଲ, ତୁର୍କୀ ଏବଂ ରୁଷ ଭଳି ଦେଶଗୁଡିକରେ ସକ୍ରିୟ ମାମଲା ସଂଖ୍ୟା ବହୁତ ଅଧିକ

ସମୁଦାୟ ସୁସ୍ଥ ମାମଲା 96 ଲକ୍ଷ (96,36,487) ଅତିକ୍ରମ କରିଛି ଯାହା ଆରୋଗ୍ୟ ହାରକୁ 95.65 ପ୍ରତିଶତରେ ପହଞ୍ଚାଇଛି । ଆରୋଗ୍ୟ ମାମଲା ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଇବାରେ ଲାଗିଛି ଏବଂ ବର୍ତ୍ତମାନ ଏହି ବ୍ୟବଧାନ 93,43,969 ରେ ସ୍ଥିର ହୋଇ ରହିଛି

ଗତ 24 ଘଣ୍ଟା ମଧ୍ୟରେ 30,376 ଜଣ ସଂକ୍ରମିତ ରୋଗୀ ସୁସ୍ଥ ହୋଇଛନ୍ତି ଗତ 25 ଦିନରେ କ୍ରମାଗତ ଭାବେ ନୂତନ ଆରୋଗ୍ୟଙ୍କ ସଂଖ୍ୟା ନୂତନ ସକ୍ରିୟ ମାମଲାକୁ ଅତିକ୍ରମ କରିଆସୁଛି

ପ୍ରତିଦିନ ଉଚ୍ଚ ସ୍ତରୀୟ ପରୀକ୍ଷଣ, ଅଧିକ ସଂଖ୍ୟକ ସୁସ୍ଥତା ସହିତ କ୍ରମାଗତ ଭାବରେ ହ୍ରାସ ପାଉଥିବା ନୂତନ ମାମଲାଗୁଡ଼ିକ ଯୋଗୁଁ ମୃତ୍ୟୁ ହାର ନିମ୍ନଗାମୀ ହୋଇଛି

Image

ନୂତନ ଆରୋଗ୍ୟ ମାମଲାର 75.31% 10 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ଜଣାଯାଇଛି

ଗୋଟିଏ ଦିନରେ ମହାରାଷ୍ଟ୍ରରୁ ସର୍ବାଧିକ 6,053 ସଂଖ୍ୟକ ରୋଗୀ ଆରୋଗ୍ୟ ଲାଭ କରିଥିବା ସୂଚନା ମିଳିଛି ଏହାରି ପଛକୁ 4,494 ସଂଖ୍ୟକ ସୁସ୍ଥତା ସହିତ କେରଳ ରହିଛି ସେହିପରି ପଶ୍ଚିମବଙ୍ଗରୁ ଦୈନିକ ଆଉ 2,342 ଜଣ ଆରୋଗ୍ୟ ଲାଭ କରିଥିବା ରେକର୍ଡ ହୋଇଛି

ନୂତନ ମାମଲାଗୁଡ଼ିକ ମଧ୍ୟରୁ 75.69 ପ୍ରତିଶତ 10 ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି

ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ ଦୈନିକ ନୂତନ ମାମଲା 3,423 ସଂଖ୍ୟା ଥିବା କେରଳ ଦର୍ଶାଇଛି ସେହିପରି ମହାରାଷ୍ଟ୍ର 2,834 ନୂତନ ମାମଲା ରେକର୍ଡ କରିଥିବାବେଳେ ଗତକାଲି ପଶ୍ଚିମବଙ୍ଗରୁ 1,515 ଟି ନୂଆ ମାମଲା ଆସିଛି

ଗତ 24 ଘଣ୍ଟାରେ ମୋଟ ମୃତକଙ୍କ ମଧ୍ୟରୁ 76.74 ପ୍ରତିଶତ ଅର୍ଥାତ 301 ସଂଖ୍ୟକ ମୃତ୍ୟୁ ମାମଲା 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଥିବା ଜଣାପଡିଛି

ଦୈନିକ ମୃତ୍ୟୁ ମାମଲାର 18.27% ମହାରାଷ୍ଟ୍ରରେ ରିପୋର୍ଟ କରାଯାଇଛ ଅର୍ଥାତ ଏଠାରେ 55 ଜଣଙ୍କର ମୃତ୍ୟୁ ହୋଇଛି ସେହିପରି ପଶ୍ଚିମବଙ୍ଗ ଏବଂ କେରଳ ଯଥାକ୍ରମେ 41 ଏବଂ 27 ନୂତନ ମୃତ୍ୟୁ ସହ ଏହାର ପଛକୁ ରହିଛନ୍ତି

 

**********



(Release ID: 1682768) Visitor Counter : 127