ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତର ସକ୍ରିୟ ମାମଲା 3.08 ଲକ୍ଷରେ ପହଞ୍ଚିଲା

ଭାରତର ପରୀକ୍ଷଣରେ ଅଭିବୃଦ୍ଧି ଘଟି 16 କୋଟି ଟପିଲା

ଜାତୀୟ ପଜିଟିଭ ହାର 6.25% କୁ ଖସିଲା

15 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପଜିଟିଭ ହାର ଜାତୀୟ ହାରଠାରୁ କମ

Posted On: 19 DEC 2020 11:17AM by PIB Bhubaneshwar

ଭାରତର ସକ୍ରିୟ ମାମଲା ମୋଟ ସକ୍ରିୟ ମାମଲାର 3.09% କୁ ଖସି ଆସିଛି ।

ଗତ 24 ଘଣ୍ଟା ମଧ୍ୟରେ ଦୈନିକ ନୂତନ ମାମଲା ଅପେକ୍ଷା ଭାରତ ଅଧିକ ଦୈନିକ ଆରୋଗ୍ୟ ମାମଲା ପଞ୍ଜୀକୃତ କରିଛି । ଦୈନିକ ସଂକ୍ରମିତ ମାମଲା ଅପେକ୍ଷା ପ୍ରତ୍ୟେକ ଦିନ ଅଧିକ ଆରୋଗ୍ୟ ହେଉଥିବାରୁ ଭାରତର ସକ୍ରିୟ ମାମଲା କ୍ରମାଗତ ଭାବେ ହ୍ରାସ ପାଇଛି ଯାହା ଆଜି 3,08,751ରେ ପହଞ୍ଚିଛି ।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 25,152 ଜଣ ବ୍ୟକ୍ତି କୋଭିଡ ସଂକ୍ରମିତ ଥିବା ଜଣାପଡିଛି, ଏହି ଅବଧି ମଧ୍ୟରେ 29,885 ଜଣ ନୂତନ ଭାବେ ଆରୋଗ୍ୟ ହୋଇଥିବା ସୂଚନା ମିଳିଛି । ଦୈନିକ ସକ୍ରିୟ ମାମଲାଗୁଡ଼ିକ କ୍ରମାଗତ ଭାବେ ହ୍ରାସ ପାଉଥିବା ଯୋଗୁଁ ଗତ 24 ଘଣ୍ଟା ମଧ୍ୟରେ ସମୁଦାୟ ସଂକ୍ରମିତ ମାମଲା 5,080 ହ୍ରାସ ପାଇଛି |

ଭାରତରେ ପ୍ରତି ନିୟୁତ ଜନସଂଖ୍ୟା (223) ରେ ବିଶ୍ଵର ସର୍ବନିମ୍ନ ସକ୍ରିୟ ମାମଲା ଦେଖା ଦେଉଛି

WhatsApp Image 2020-12-19 at 10.24.50 AM.jpeg

କରୋନା ମହାମାରୀ ବିରୋଧୀ ଲଢେଇରେ ଭାରତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି । ଭାରତର ସମୁଦାୟ ପରୀକ୍ଷଣ ସଂଖ୍ୟା 16 କୋଟିକୁ ଅତିକ୍ରମ କରିଛି ।

ଗତ 24 ଘଣ୍ଟା ମଧ୍ୟରେ 11,71,868 ନମୁନା ପରୀକ୍ଷା କରାଯାଇଥିଲା ଯାହା ଫଳରେ ଭାରତର ସମୁଦାୟ ପରୀକ୍ଷଣ ସଂଖ୍ୟା 16,00,90,514କୁ ବୃଦ୍ଧି ପାଇଛି । ଭାରତର ଦୈନିକ ପରୀକ୍ଷା କ୍ଷମତା 15 ଲକ୍ଷକୁ ବୃଦ୍ଧି କରାଯାଇଛି ।

WhatsApp Image 2020-12-19 at 10.20.31 AM (1).jpeg

ସ୍ଥାୟୀ ଭିତ୍ତିରେ ବିସ୍ତୃତ ଏବଂ ବ୍ୟାପକ ପରୀକ୍ଷଣ ସକ୍ରିୟ ମାମଲା ହାରକୁ ହ୍ରାସ କରିଛି ।  ମୋଟ ସକ୍ରିୟ ମାମଲା ହାର ଆଜି ସୁଦ୍ଧା 6.25%ରେ ପହଞ୍ଚିଛି ।

WhatsApp Image 2020-12-19 at 10.21.30 AM.jpeg

ଜାତୀୟ ହାର ତୁଳନାରେ 15 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସକ୍ରିୟ ହାର କମ ।

WhatsApp Image 2020-12-19 at 10.27.02 AM.jpeg

ମୋଟ ଆରୋଗ୍ୟ ମାମଲା ସଂଖ୍ୟା ଆଜି 95.5 ଲକ୍ଷ (95,50,712) ଅତିକ୍ରମ କରିଛି । ସୁସ୍ଥତା ହାର 95.46% କୁ ଉନ୍ନତ ହୋଇଛି, ଯାହା ସର୍ବଭାରତୀୟ ସ୍ତରରେ ସର୍ବୋଚ୍ଚ ।  ଆରୋଗ୍ୟ ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ କ୍ରମାଗତ ଭାବରେ ବୃଦ୍ଧି ପାଉଛି ଏବଂ ବର୍ତ୍ତମାନ ଏହା 92,41,961 ରେ ସ୍ଥିର ହୋଇ ରହିଛି ।

34 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ 90% ରୁ ଅଧିକ ଆରୋଗ୍ୟ ହାର ରହିଛି ।

WhatsApp Image 2020-12-19 at 10.31.42 AM.jpeg

ନୂତନ ସୁସ୍ଥତା ହାର 74.97%, ଯାହା ଦଶଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପରିଲକ୍ଷିତ ହୋଇଛି ।

କେରଳରେ 4,701 ଜଣ ବ୍ୟକ୍ତି କୋଭିଡରୁ ସୁସ୍ଥ ହୋଇଥିବାର ଖବର ମିଳିଛି । ସେହିଭଳି ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗରୁ ଯଥାକ୍ରମେ 4,467 ଏବଂ 2,729 ନୂତନ ଭାବେ ସୁସ୍ଥ ହୋଇଥିବା ଜଣାଯାଇଛି ।

WhatsApp Image 2020-12-19 at 10.20.15 AM.jpeg

ଦଶଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ନୂତନ ମାମଲା 73.58 ପ୍ରତିଶତ ଥିବା ଜଣାପଡିଛି ।

ଗତ 24 ଘଣ୍ଟା ମଧ୍ୟରେ କେରଳ 5,456 ନୂତନ ମାମଲା ଦର୍ଶାଇଥିବା ବେଳେ ପଶ୍ଚିମବଙ୍ଗ 2,239 ନୂତନ ମାମଲା ରେକର୍ଡ କରିଛି । ସେହିଭଳି ମହାରାଷ୍ଟ୍ର ଗତକାଲି 1,960 ମାମଲା ରିପୋର୍ଟ କରିଛି ।

WhatsApp Image 2020-12-19 at 10.14.15 AM.jpeg

ଗତ 24 ଘଣ୍ଟା ମଧ୍ୟରେ ରିପୋର୍ଟ ହୋଇଥିବା 347 ମୃତ୍ୟୁ ମାମଲାର 78.96 ପ୍ରତିଶତ ଦଶଟି  ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି ।

ମହାରାଷ୍ଟ୍ରରେ ସର୍ବାଧିକ 75 ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ପଶ୍ଚିମବଙ୍ଗରେ ମଧ୍ୟ 42 ଜଣଙ୍କର ମୃତ୍ୟୁ ଘଟିଛି ।

WhatsApp Image 2020-12-19 at 10.15.16 AM.jpeg

 

**********

 

 



(Release ID: 1682080) Visitor Counter : 200