ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ଭାରତର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ
• ଜାତୀୟ ଆରୋଗ୍ୟ ହାର 95 ପ୍ରତିଶତ ଟପିଲା, ଯାହା ବିଶ୍ୱରେ ସର୍ବାଧିକ
• ସକ୍ରିୟ ମାମଲା 3.4 ଲକ୍ଷ ତଳକୁ ଖସିଲା
• 161 ଦିନ ପରେ ଦୈନିକ 22,065 ନୂତନ ମାମଲା ଚିହ୍ନଟ
Posted On:
15 DEC 2020 10:42AM by PIB Bhubaneshwar
କୋଭିଡ ବିରୋଧି ଲଢେଇରେ ଭାରତ ଅନେକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି ।
ଗତ 24 ଘଣ୍ଟା ମଧ୍ୟରେ ନୂତନ ଚିହ୍ନଟ ହୋଇଥିବା ମାମଲା 22,100 ତଳେ ରହିଛି । 161 ଦିନ ପରେ ଦୈନିକ ନୂତନ ମାମଲା 22,065ରେ ପହଞ୍ଚିଛି । 7 ଜୁଲାଇ, 2020ରେ ନୂତନ ଯୋଡି ହୋଇଥିବା ମାମଲା 22,252 ଥିଲା ।

ପ୍ରତିଦିନ ବହୁ ସଂଖ୍ୟକ କୋଭିଡ ରୋଗୀ ସୁସ୍ଥ ହେବା ଯୋଗୁଁ ଦେଶରେ ମୃତ୍ୟୁ ହାର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି ଯାହା ଫଳରେ ସକ୍ରିୟ ମାମଲା ସଂଖ୍ୟା ତଳମୁହାଁ ହେବାରେ ଲାଗିଛି ।
ଅନ୍ୟ ଏକ ସଫଳତାରେ, ସକ୍ରିୟ ମାମଲା ଏବେ ବ୍ୟାପକ ଭାବେ ହ୍ରାସ ପାଇ 3.4 ଲକ୍ଷରୁ କମ୍ ସଂଖ୍ୟାରେ ପହଞ୍ଚିଛି । ଦେଶର ମୋଟ ସକ୍ରିୟ ମାମଲା ହେଉଛି 3,39,820 ଏବଂ ବର୍ତ୍ତମାନ ମୋଟ ମାମଲାର ମାତ୍ର 3.43 ପ୍ରତିଶତରେ ରହିଛି ।

ସମୁଦାୟ ଆରୋଗ୍ୟ ସଂଖ୍ୟା 94 ଲକ୍ଷ (94,22,636) ଅତିକ୍ରମ କରିଛି । ସକ୍ରିୟ ଏବଂ ଆରୋଗ୍ୟ ମାମଲା ମଧ୍ୟରେ ବ୍ୟବଧାନ କ୍ରମାଗତ ଭାବରେ ବୃଦ୍ଧି ପାଉଛି ଏବଂ ବର୍ତ୍ତମାନ ଏହା 90,82,816ରେ ରହିଛି ।
ଜାତୀୟ ଆରୋଗ୍ୟ ହାର 95.12% କୁ ବୃଦ୍ଧି ପାଇଛି ।

ଅଧିକ ମାମଲା ଥିବା ଦେଶମାନଙ୍କ ତୁଳନାରେ ଭାରତର ଆରୋଗ୍ୟ ହାର ବିଶ୍ୱରେ ସର୍ବାଧିକ ।

ଗତ 24 ଘଣ୍ଟା ମଧ୍ୟରେ 34,477 ରୋଗୀ ସୁସ୍ଥ ହୋଇଛନ୍ତି ।
ନୂତନ ଆରୋଗ୍ୟ ମାମଲାର 74.24% 10 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ହୋଇଥିବା ପରିଲକ୍ଷିତ ହୋଇଛି ।
ମହାରାଷ୍ଟ୍ରରେ 4,610 ନୂତନ ଆରୋଗ୍ୟ ମାମଲା ସହିତ ସର୍ବାଧିକ ଦିନିକିଆ ଆରୋଗ୍ୟ ହାର ଥିବା ରିପୋର୍ଟ ହୋଇଛି । କେରଳରୁ 4,481 ଲୋକ ଆରୋଗ୍ୟ ଲାଭ କରିଥିବା ବେଳେ ଏହାରି ପଛକୁ ରହିଛି ପଶ୍ଚିମବଙ୍ଗ । ଏଠାରେ 2,980 ଲୋକ ଆରୋଗ୍ୟ ଲାଭ କରିଛନ୍ତି ।

ନୂତନ ମାମଲାଗୁଡ଼ିକର 73.52% 10 ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି ।
ମହାରାଷ୍ଟ୍ରରୁ ସର୍ବାଧିକ ଦୈନିକ ନୂତନ ମାମଲା 2,949 ଥିବା ଜଣାପଡିଛି । ଏହା ପଛକୁ କେରଳରୁ 2,707 ଟି ନୂଆ ମାମଲା ପଞ୍ଜିକୃତ ହୋଇଛି ।

ଗତ 24 ଘଣ୍ଟା ମଧ୍ୟରେ 354 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଏଥିମଧ୍ୟରୁ 79.66% ଦଶଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ବୋଲି ଜଣାପଡିଛି ।
ସର୍ବାଧିକ 60 ଜଣଙ୍କ ମୃତ୍ୟୁ ହୋଇଥିବା ଉଭୟ ମହାରାଷ୍ଟ୍ର ଏବଂ ଦିଲ୍ଲୀ ସୂଚନା ଦେଇଛନ୍ତି । ଏହାରି ପଛକୁ 43 ଜଣଙ୍କ ମୃତ୍ୟୁ ସହିତ ପଶ୍ଚିମବଙ୍ଗ ରହିଛି ।

**********
(Release ID: 1680898)
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam