ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏଫଆଇସିସିଆଇ(ଫିକି)ର 93ତମ ବାର୍ଷିକ ସାଧାରଣ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

Posted On: 12 DEC 2020 2:12PM by PIB Bhubaneshwar

ନମସ୍କାର!

ଫିକି ସଭାପତି ସଂଗୀତା ରେଡ୍ଡି ମହାଶୟା, ସାଧାରଣ ସମ୍ପାଦକ ଦିଲ୍ଲୀପ ଚିନ୍ନିାଁୟ ମହାଶୟ, ଭାରତର ଉଦ୍ୟୋଗ ଜଗତର ସାଥୀ, ଭଦ୍ର ବ୍ୟକ୍ତି ଓ ଭଦ୍ର ମହିଳାଗଣ!!

ଆମ୍ଭେମାନେ 20-20 ମ୍ୟାଚରେ ଦ୍ରୁତ ଗତିରେ ବହୁତ କିଛି ବଦଳୁଥିବା ଦେଖିଛୁ, କିନ୍ତୁ 20-20ର ଏହି ବର୍ଷଟି ସମସ୍ତଙ୍କୁ ପଛରେ ପକାଇ ଦେଇଛି। ଏତେ ଉତ୍ଥାନ-ପତନ ମଧ୍ୟ ଦେଇ ଦେଶ ଗତି କରିଛି, ସମଗ୍ର ଦୁନିଆ ଗତି କରିଛି ଯେ କିଛି ବର୍ଷ ପରେ ଆମେ ଯେତେବେଳେ କରୋନା କାଳର ଏହି ସମୟକୁ ମନେ ପକାଇବା, ତେବେ ହୁଏତ ବିଶ୍ୱାସ ହେବ ନାହିଁ। କିନ୍ତୁ ସବୁଠାରୁ ବଡ଼ ଭଲ କଥା ହେଉଛି ଯେତିକି ଦ୍ରୁତ ଗତିରେ ପରିସ୍ଥିତି ଅସମ୍ଭାଳ ହୋଇ ପଡ଼ିଥିଲା, ସେତିକି ଦ୍ରୁତ ଗତିରେ ପରିସ୍ଥିତିରେ ସୁଧାର ମଧ୍ୟ ଆସିଛି। ଫେବୃୟାରୀ-ମାର୍ଚ୍ଚରେ ଯେତେବେଳେ ମହାମାରୀର ଏହି ସମୟ ଆରମ୍ଭ ହୋଇଥିଲା, ସେତେବେଳେ ଆମେ ଏକ ଅଜଣା ଶତ୍ରୁ ସହିତ ଲଢ଼େଇ କରୁଥିଲେ। ବହୁତଗୁଡ଼ିଏ ଅନିଶ୍ଚିତତା ରହିଥିଲା। ଉତ୍ପାଦନ ହେଉ, ଯୋଗାଣ ହେଉ, ଅର୍ଥନୀତିର ପୁନରୁଦ୍ଧାର ହେଉ, ଅଗଣିତ ବିଷୟ ଥିଲା, କେତେଦିନ ପର୍ଯ୍ୟନ୍ତ ଏହିଭଳି ଚାଲିବ, ସମସ୍ତଙ୍କ ମନରେ ଏହି ପ୍ରଶ୍ନ ରହିଥିଲା । କିଭଳି ସବୁକିଛି ଠିକ୍ ହେବ, ଏହିସବୁ ପ୍ରଶ୍ନ, ଆହ୍ୱାନ ଓ ଚିନ୍ତାରେ ଆମେ ଫସି ରହିଥିଲେ। କିନ୍ତୁ ଆଜି ପରିସ୍ଥିତିରେ ବହୁତ କିଛି ପରିବର୍ତ୍ତନ ଦୃଷ୍ଟିଗୋଚର ହେଉଛି। ଆମ ପାଖରେ ଉତ୍ତର ମଧ୍ୟ ରହିଛି ଏବଂ ରୋଡମ୍ୟାପ୍ ମଧ୍ୟ ରହିଛି। ଆଜି ଅର୍ଥନୀତିର ଯେଉଁ ସୂଚକାଙ୍କ ଗୁଡ଼ିକ ରହିଛି, ସେଗୁଡ଼ିକ ଉତ୍ସାହ ବଢ଼ାଇଲା ଭଳି, ସାହସ ବୃଦ୍ଧି କରିବା ଭଳି ରହିଛି। ସଙ୍କଟ ସମୟରେ ଦେଶ ଯାହା ଶିକ୍ଷା କରିଛି, ତାହା ଭବିଷ୍ୟତର ସଂକଳ୍ପକୁ ଆହୁରି ସୁଦୃଢ଼ କରିଛି। ଆଉ ନିଶ୍ଚିତ ରୂପେ ଏହାର ବହୁତ ବଡ଼ ଶ୍ରେୟ ଭାରତର ଉଦ୍ୟୋଗପତିଙ୍କୁ ଯାଉଛି, ଭାରତର ଯୁବ ପିଢ଼ୀଙ୍କୁ ଯାଉଛି, ଭାରତର କୃଷକମାନଙ୍କୁ ଯାଉଛି, ଆପଣ ସମସ୍ତ ଉଦ୍ୟମୀମାନଙ୍କୁ ସମସ୍ତ ଦେଶବାସୀଙ୍କୁ ଯାଉଛି।

ସାଥୀଗଣ,

ସବୁବେଳେ ଦେଖିବେ ବୈଶ୍ୱିକ ମହାମାରୀ ସହିତ ଏକ ଇତିହାସ, ଏକ ଶିକ୍ଷା ଯୋଡ଼ି ହୋଇ ରହିଥାଏ। ଯେଉଁ ଦେଶ ଏଭଳି ମହାମାରୀ ସମୟରେ ନିଜର ନାଗରିକମାନଙ୍କର ଜୀବନକୁ ଅଧିକରୁ ଅଧିକ ବଞ୍ଚାଇ ପାରିଥାଏ, ସେହି ଦେଶର ଅନ୍ୟ ସମସ୍ତ ବ୍ୟବସ୍ଥାଗୁଡ଼ିକ, ସେତିକି ହିଁ ଦ୍ରୁତ ଗତିର ସହିତ ପୁନଃ ପ୍ରତ୍ୟାବର୍ତ୍ତନର ଶକ୍ତି ରଖିଥାଏ। ଏହି ମହାମାରୀ ସମୟରେ, ଭାରତ ନିଜର ନାଗରିକମାନଙ୍କର ଜୀବନକୁ ସର୍ବୋଚ୍ଚ ପ୍ରାଥମିକତା ଦେଲା, ଅଧିକରୁ ଅଧିକ ଲୋକମାନଙ୍କର ଜୀବନକୁ ବଞ୍ଚାଇଲା ଆଉ ଆଜି ତାହାର ଫଳାଫଳ ଦେଶ ମଧ୍ୟ ଦେଖୁଛି, ସମଗ୍ର ଦୁନିଆ ମଧ୍ୟ ଦେଖୁଛି। ଭାରତ ଯେଉଁଭଳି ଭାବେ ବିଗତ କିଛି ମାସ ଭିତରେ ଏକଜୁଟ ହୋଇ କାର୍ଯ୍ୟ କରିଛି, ନୀତି ସବୁ ତିଆରି କରିଛନ୍ତି, ନିଷ୍ପତି ନେଇଛୁ, ସ୍ଥିତିସବୁକୁ ସମ୍ଭାଳିଛୁ, ତାହା ସମଗ୍ର ଦୁନିଆକୁ ଚକିତ କରି ରଖି ଦେଇଛି। ବିଗତ 6 ବର୍ଷରେ ବିଶ୍ୱ, ଭାରତ ଉପରେ ଯେଉଁ ବିଶ୍ୱାସ ସ୍ଥାପିତ କରିଛନ୍ତି, ତାହା ବିଗତ ମାସରେ ଆହୁରି ସୁଦୃଢ଼ ହୋଇପାରିଛି। ଏଫଡ଼ିଆଇ ହେଉ କିମ୍ବା ଏଫପିଆଇ, ବିଦେଶୀ ନିବେଶକମାନେ ଭାରତରେ ରେକର୍ଡ ପରିମାଣରେ ନିବେଶ କରିଛନ୍ତି ଏବଂ ନିରନ୍ତର କରି ଚାଲିବେ।

ସାଥୀଗଣ,

ଆଜି ଦେଶର ପ୍ରତ୍ୟେକ ନାଗରିକ, ଆତ୍ମନିର୍ଭର ଭାରତ ଅଭିଯାନକୁ ସଫଳ କରିବା ପାଇଁ ହେଉଛି ପ୍ରତିଶ୍ରୁତିବଦ୍ଧ, ଲୋକାଲ ପାଇଁ ଭୋକାଲ ହୋଇ କାର୍ଯ୍ୟ କରୁଛନ୍ତି। ଏହା ହେଉଛି ଏକ ଜୀବନ୍ତ ଉଦାହରଣ ଯେ ଦେଶକୁ ନିଜର ଘରୋଇ କ୍ଷେତ୍ରର ସାମର୍ଥ୍ୟ ଉପରେ କେତେ ବିଶ୍ୱାସ ରହିଛି। ଭାରତର ଘରୋଇ କ୍ଷେତ୍ର ନା କେବଳ ଆମର ଘରୋଇ ଆବଶ୍ୟକତାକୁ ପୂରଣ କରି ପାରିବ, ବରଂ ବିଶ୍ୱସ୍ତରରେ ମଧ୍ୟ ନିଜର ପରିଚୟକୁ ଆହୁରି ଦୃଢ଼ତାର ସହିତ ସ୍ଥାପିତ କରି ପାରିବ।

ସାଥୀଗଣ,

ଆତ୍ମନିର୍ଭର ଭାରତ ଅଭିଯାନ, ଭାରତରେ ଗୁଣାତ୍ମକ ଉତ୍ପାଦ ନିର୍ମାଣ କରିବା ପାଇଁ ଏବଂ ଭାରତୀୟ ଶିଳ୍ପକୁ ଆହୁରି ଅଧିକ ପ୍ରତିଯୋଗୀ କରିବା ପାଇଁ ମଧ୍ୟ ହେଉଛି ଏକ ମାଧ୍ୟମ ଏବଂ 2014ରେ ପ୍ରଥମ ଥର ପାଇଁ, ଯେତେବେଳେ ଲାଲକିଲ୍ଲାରୁ କହିବା ପାଇଁ ମୋତେ ସୁଯୋଗ ମିଳିଥିଲା ସେତେବେଳେ ମୁଁ ଗୋଟିଏ କଥା କହିଥିଲି ଯେ ଆମର ଲକ୍ଷ୍ୟ ରହିବା ଦରକାର ହେଉଛି ଜିରୋ ଡିଫେକ୍ଟ, ଜିରୋ ଇଫେକ୍ଟ ।

ସାଥୀଗଣ,

ଏହି ଅନୁଭବ ରହିଛି ଯେ ପୂର୍ବ ସମୟର ନୀତିଗୁଡ଼ିକ କେତେଗୁଡ଼ିଏ କ୍ଷେତ୍ରରେ ଅଣଦକ୍ଷତାକୁ ସଂରକ୍ଷଣ ଦେଇଛନ୍ତି, ନୂତନ ପ୍ରୟୋଗ କରିବାରୁ ଅଟକାଇଛନ୍ତି। ଯେତେବେଳେ କି ଆତ୍ମନିର୍ଭର ଭାରତ ଅଭିଯାନ ପ୍ରତ୍ୟେକ କ୍ଷେତ୍ରରେ ଦକ୍ଷତାକୁ ପ୍ରୋତ୍ସାହନ ଦେଇଥାଏ। ଏଭଳି କ୍ଷେତ୍ର ଯେଉଁଥିରେ ଭାରତ ପାଖରେ ଯେଉଁ ଦୀର୍ଘକାଳୀନ ତୁଳନାତ୍ମକ ପ୍ରଗତି ରହିଛି, ସେଥିରେ ସୂର୍ଯ୍ୟୋଦୟ (ସନରାଇଜ୍) ଏବଂ ଟେକ୍ନୋଲୋଜି ଆଧାରିତ ଉଦ୍ୟୋଗକୁ ନୂତନ ଉର୍ଜ୍ଜା ଦେବା ପାଇଁ ଅଧିକ ଗୁରୁତ୍ୱ ଦିଆଯାଉଛି। ଆମେ ଚାହୁଁଛେ କି ଆମର ଏହି ଲଘୁ ଶିଳ୍ପ ମଧ୍ୟ ଭବିଷ୍ୟତରେ ଆହୁରି ଅଧିକ ଶକ୍ତିଶାଳୀ ଏବଂ ସ୍ୱାଧୀନ ହୋଇପାରିବେ। ତେଣୁ ଆପଣ ଦେଖିଥିବେ, ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉଠାଯାଇଛି। ଦେଶରେ ଉତ୍ପାଦନ ସଂଯୋଗ ପ୍ରୋତ୍ସାହନ ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନା ହେଉଛି ସେହି ଉଦ୍ୟୋଗଗୁଡ଼ିକ ପାଇଁ ଯେଉଁଥିରେ ଭାରତ ବିଶ୍ୱସ୍ତରୀୟ ଚମ୍ପିୟାନ ହେବାର କ୍ଷମତା ରଖିଛି। ଯିଏ ପ୍ରଦର୍ଶନ କରିବ, ଯିଏ ଦକ୍ଷତାର ସହିତ କାର୍ଯ୍ୟ କରିବ, ଯିଏ ନିଜ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭର କରିପାରିବ, ସେ ମଧ୍ୟ ପ୍ରୋତ୍ସାହନର ହକଦାର ହେବ। ସାଥୀଗଣ, ଜୀବନ ହେଉ ଅବା ପ୍ରଶାସନ, ଆମେ ପ୍ରାୟତଃ ଏକ ପାରାଡକ୍ସ ଦେଖୁଛେ। ଯିଏ ଦୃଢ଼ ମନୋବଳ ପୋଷଣ କରିଥାଏ, ସିଏ ଅନ୍ୟମାନଙ୍କୁ ସ୍ଥାନ ଦେବାରେ କୁଣ୍ଠାବୋଧ କରେ ନାହିଁ। କିନ୍ତୁ ଯିଏ ଦୁର୍ବଳ ମନର ହୋଇଥାଆନ୍ତି, ଅସୁରକ୍ଷିତ ହୋଇ ଥାଆନ୍ତି, ସେମାନେ ନିଜର ଆଖପାଖର ଲୋକମାନଙ୍କୁ ମଧ୍ୟ ସୁଯୋଗ ଦେବା ପାଇଁ ଡରିଥାନ୍ତି। ପ୍ରାୟତଃ ସରକାରଙ୍କୁ ନେଇ ମଧ୍ୟ ଏହିଭଳି ସ୍ଥିତି ହୋଇଥାଏ। ଜନତା ଜନାର୍ଦ୍ଦନଙ୍କ ବହୁତ ସମର୍ଥନ ଏବଂ ବିଶ୍ୱାସକୁ ନେଇ ଗଠନ କରାଯାଇଥିବା ସରକାରଙ୍କର ନିଜସ୍ୱ ଏକ ଆତ୍ମବିଶ୍ୱାସ ରହିଥାଏ ଏବଂ ସେତିକି ଉତ୍ସର୍ଗୀକୃତ ମଧ୍ୟ ହୋଇଥାଏ ଆଉ ସେତେବେଳେ ହିଁ ସମସ୍ତଙ୍କ ସହିତ, ସମସ୍ତଙ୍କର ବିକାଶ, ସମସ୍ତଙ୍କର ବିଶ୍ୱାସ, ଏହି ମନ୍ତ୍ରକୁ ଚରିତାର୍ଥ କରିବା ପାଇଁ ସରକାର ମନ ଧ୍ୟାନ ସହିତ ଲାଗି ପଡ଼ିଥାନ୍ତି। ସରକାର ଯେତିକି ନିର୍ଣ୍ଣାୟକ ହୋଇଥାଆନ୍ତି ସେ ଅନ୍ୟମାନଙ୍କ ପାଇଁ ଅସୁବିଧାଗୁଡ଼ିକୁ ସେତିକି ହିଁ କମ୍ କରିଥାଆନ୍ତି। ଜଣେ ନିର୍ଣ୍ଣାୟକ ସରକାରଙ୍କର ସଦା ସର୍ବଦା ଏହା ପ୍ରଚେଷ୍ଟା ରହିଥାଏ ଯେ ସେ ସମାଜ ପାଇଁ, ରାଷ୍ଟ୍ର ପାଇଁ ଅଧିକରୁ ଅଧିକ ଯୋଗଦାନ କରିବେ। ଗୋଟିଏ ନିର୍ଣ୍ଣାୟକ ଏବଂ ଆତ୍ମବିଶ୍ୱାସରେ ଭରି ରହିଥିବା ସରକାର, ଏହା ମଧ୍ୟ ଚାହିଁ ନଥାଆନ୍ତି ଯେ ସମସ୍ତ ବିଷୟରେ ନିୟନ୍ତ୍ରଣ ନିଜ ପାଖରେ ରହୁ, ଅନ୍ୟମାନଙ୍କୁ କିଛି କରିବାକୁ ହିଁ ଦିଆ ନ ଯାଉ। ପୂର୍ବ ସମୟର ସରକାରମାନଙ୍କର ଏହିଭଳି ଚିନ୍ତାଧାରାର ସାକ୍ଷୀ ଆପଣମାନେ ସମସ୍ତେ ରହିଛନ୍ତି ଆଉ ଦେଶ ତାହାର ଶୀକାର ମଧ୍ୟ ହୋଇଛି। ଚିନ୍ତାଧାରା କଣ ଥିଲା, ସବୁକିଛି ସରକାର କରିବେ। ଘଣ୍ଟା ତିଆରି ହେବ– ତେବେ ସରକାର ତିଆରି କରୁଥିଲେ। ସ୍କୁଟର ତିଆରି ହେବ- ସରକାର ତିଆରି କରୁଥିଲେ, ଟିଭି ତିଆରି ହେବ– ତେବେ ସରକାର ତିଆରି କରୁଥିଲେ। ଏମିତିକି ପାଉଁରୁଟି ଏବଂ କେକ୍ ମଧ୍ୟ ସରକାର ହିଁ ତିଆରି କରୁଥିଲେ। ଆମେ ଦେଖିଛେ ଏହି ଅଭିବ୍ୟକ୍ତି କେତେ ହିଁ ଦୁର୍ଦ୍ଦଶା କରିଛି। ଏହା ବ୍ୟତୀତ, ଏକ ଦୂରଦର୍ଶୀ ଏବଂ ନିର୍ଣ୍ଣାୟକ ସରକାର ପ୍ରତ୍ୟେକ ହିତଧାରକଙ୍କୁ ପ୍ରୋତ୍ସାହିତ କରିଥାଏ ଫଳରେ ସେ ନିଜ କ୍ଷମତା ସବୁର ସଂପୂର୍ଣ୍ଣ ଉପଯୋଗ କରି ପାରିବ।

ସାଥୀଗଣ,

ବିଗତ 6 ବର୍ଷରେ ଭାରତ ମଧ୍ୟ ଏଭଳି ସରକାର ଦେଖିଛି ଯିଏ କେବଳ ଏବଂ କେବଳ 130 କୋଟି ଦେଶବାସୀଙ୍କର ସ୍ୱପ୍ନ ପାଇଁ ସମର୍ପିତ ହୋଇଛି ଯାହା ପ୍ରତ୍ୟେକ ସ୍ତରରେ ଦେଶବାସୀଙ୍କୁ ଆଗକୁ ନେଇ ଯିବା ପାଇଁ କାର୍ଯ୍ୟ କରୁଛନ୍ତି। ଭାରତରେ ଆଜି ପ୍ରତ୍ୟେକ କ୍ଷେତ୍ରରେ, ପ୍ରତ୍ୟେକ ହିତଧାରକଙ୍କର ଭାଗିଦାରୀ ବଢ଼ାଇବା ପାଇଁ କାର୍ଯ୍ୟ ହେଉଛି। ଏହି ଚିନ୍ତାଧାରା ସହିତ ବିନିର୍ମାଣ ଠାରୁ ଏମଏସଏମଇ ପର୍ଯ୍ୟନ୍ତ, କୃଷିରୁ ନେଇ ଭିତ୍ତିଭୂମି ପର୍ଯ୍ୟନ୍ତ, ଟେକ୍ ଉଦ୍ୟୋଗରୁ ନେଇ ଟ୍ୟାକ୍ସେସନ ପର୍ଯ୍ୟନ୍ତ, ରିୟଲ ଇଷ୍ଟେଟରୁ ସୁଗମତା ନିୟନ୍ତ୍ରଣ ପର୍ଯ୍ୟନ୍ତ ଚତୁଃପାଶ୍ୱର୍ରେ ସଂସ୍କାର କରାଯାଇଛି। ଆଜି ଭାରତର କର୍ପୋରେଟ ଟ୍ୟାକ୍ସ ବିଶ୍ୱରେ ହେଉଛି ସବୁଠାରୁ ପ୍ରତିଦ୍ୱନ୍ଦି। ଆଜି ଭାରତ ଦୁନିଆର ସେହି କିଛି ଦେଶଗୁଡ଼ିକ ମଧ୍ୟରେ ସାମିଲ ରହିଛି ଯେଉଁଠାରେ ଫେସଲେସ୍ ଆସେସମେଣ୍ଟ ଏବଂ ଫେସଲେସ୍ ଆବେଦନର ସୁବିଧା ରହିଛି। ଇନ୍ସପେକ୍ଟର ରାଜ୍ ଏବଂ ଟିକସ ଆତଙ୍କର ସେହି ସମୟକୁ ପଛରେ ଛାଡ଼ି ଦେଇ ଭାରତ, ନିଜ ଦେଶର ଉଦ୍ୟମୀମାନଙ୍କ ସାମର୍ଥ୍ୟ ଉପରେ ବିଶ୍ୱାସ ରଖି ଆଗକୁ ବଢ଼ୁଛି। ଖଣି ହେଉ, ପ୍ରତିରକ୍ଷା ହେଉ, ମହାକାଶ ହେଉ, ଅଧିକାଂଶ କ୍ଷେତ୍ରରେ ନିବେଶ ପାଇଁ, ଭାରତୀୟ ପ୍ରତିଭାଙ୍କ ପାଇଁ, ପ୍ରତିଯୋଗିତା ପାଇଁ ଆଜି ସୁଯୋଗର, ଗୋଟିଏ ପ୍ରକାରରେ ଅଗଣିତ ସୁଯୋଗର ଏକ ପରମ୍ପରା ସୃଷ୍ଟି କରି ଦେଇଛନ୍ତି। ଦେଶରେ ଲଜିଷ୍ଟିକକୁ ପ୍ରତିଦ୍ୱନ୍ଦୀମୂଳକ କରିବା ପାଇଁ ବହୁମୁଖୀ ଯୋଗାଯୋଗ ଉପରେ ଦୃଷ୍ଟି ଦିଆଯାଉଛି।

ସାଥୀଗଣ,

ଏକ ଜୀବନ୍ତ ଅର୍ଥନୀତିରେ ଯେତେବେଳେ ଗୋଟିଏ କ୍ଷେତ୍ର ବିକାଶ କରିଥାଏ, ତେବେ ତାହାର ସିଧାସଳଖ ପ୍ରଭାବ ଅନ୍ୟ କ୍ଷେତ୍ରରେ ମଧ୍ୟ ପଡ଼ିଥାଏ। କିନ୍ତୁ ଆପଣ କଳ୍ପନା କରି ପାରିବେ ଯେ ଯଦି ବିନା କାରଣରେ ଗୋଟିଏ ଶିଳ୍ପର ଅନ୍ୟ ଶିଳ୍ପ ମଧ୍ୟରେ ପାଚେରୀ ଠିଆ କରି ଦିଆଯିବ, ତା’ହେଲେ କ’ଣ ହେବ। ସେତେବେଳେ କୌଣସି ଶିଳ୍ପ ସେତେ ଦ୍ରୁତ ଗତିରେ ଉନ୍ନତି କରି ପାରିବ ନାହିଁ, ଯେତିକି ଶକ୍ତି ତାହା ମଧ୍ୟରେ ରହିଥିବ, ଯେତିକି ତାହାର କରି ପାରିବାର କଥା। ଗୋଟିଏ ଶିଳ୍ପ କୌଣସି ପ୍ରକାରରେ ଅଭିବୃଦ୍ଧି କରିବ ତେବେ ତାହାର ପ୍ରଭାବ ଅନ୍ୟାନ୍ୟ କ୍ଷେତ୍ର ଉପରେ ମଧ୍ୟ କେବେ ହେଲେ ପଡ଼ିବ ନାହିଁ। ଭିନ୍ନ-ଭିନ୍ନ କ୍ଷେତ୍ରରେ ଏହି ପ୍ରାଚୀର ଦେଶର ଅର୍ଥ ବ୍ୟବସ୍ଥାକୁ ଖୁବ କ୍ଷତି ପହଞ୍ଚାଇଛି, ସାଧାରଣ ନାଗରିକଙ୍କର କ୍ଷତି କରିଛି। ଏବେ ଦେଶରେ ଯେଉଁ ପରିବର୍ତ୍ତନ ହେଉଛି, ତାହା ଏହିସବୁ ପ୍ରାଚୀର ସବୁକୁ ହଟାଇବାର କାର୍ଯ୍ୟ କରୁଛି। ଏବେ ନିକଟରେ ଯେଉଁ କୃଷି ସମ୍ବନ୍ଧୀୟ ପରିବର୍ତ୍ତନ କରାଯାଇଛି, ତାହା ହେଉଛି ଏହାର ଏକ ଶୃଙ୍ଖଳ। କୃଷି କ୍ଷେତ୍ର ଏବଂ ତାହା ସହିତ ଜଡ଼ିତ ଅନ୍ୟାନ୍ୟ କ୍ଷେତ୍ର ସବୁ, ତା’ହୁଏତ କୃଷି ଭିତ୍ତିଭୂମି ହେଉ, ଖାଦ୍ୟ ପ୍ରକ୍ରିୟାକରଣ ହେଉ, ସଂରକ୍ଷଣ ହେଉ, କୋଲ୍ଡ ଚେନ୍ସ ହେଉ, ଏମାନଙ୍କ ମଧ୍ୟରେ ସେହିଭଳି ପ୍ରାଚୀର ଆମେ ଆଗରୁ ଦେଖିଛୁ। ଏବେ ଏ ସମସ୍ତ ପ୍ରାଚୀର ହଟେଇ ଦିଆଯାଉଛି, ସମସ୍ତ ପ୍ରକାରର ଅସୁବିଧା ଦୂର କରାଯାଉଛି। ଏହିସବୁ ପ୍ରାଚୀରକୁ ହଟାଇ ଦେବା ପରେ, ଏହି ପରିବର୍ତ୍ତନ ପରେ କୃଷକମାନଙ୍କୁ ନୂତନ ବଜାର ସୁବିଧା ଉପଲବ୍ଧ ହେବ, ନୂତନ ବିକଳ୍ପ ମିଳିବ, ସେମାନଙ୍କୁ ଟେକ୍ନୋଲୋଜିର ଅଧିକ ଲାଭ ମିଳି ପାରିବ, ଦେଶର ଶୀତଳଭଣ୍ଡାର ଭିତ୍ତିଭୂମି ଆଧୁନିକ ହେବ, ଏ ସବୁରୁ କୃଷି କ୍ଷେତ୍ରରେ ଅଧିକ ନିବେଶ ହେବ, ଆଉ ଏ ସବୁର ସବୁଠାରୁ ଅଧିକ ଲାଭ ଯଦି କାହାକୁ ହେବାକୁ ଯାଉଛି ତେବେ ତାହା ମୋ ଦେଶର କୃଷକମାନଙ୍କୁ ହେବାକୁ ଯାଉଛି, ଯିଏ ଛୋଟ-ଛୋଟ ଜମିର ଖଣ୍ଡ ଉପରେ ନିଜର ଜୀବନ ବିତାଉଛି, ସେହି କୃଷକଙ୍କର ଭଲ ହେବାକୁ ଯାଉଛି। ଆମ ଦେଶର ଅର୍ଥବ୍ୟବସ୍ଥାକୁ ଭିନ୍ନ-ଭିନ୍ନ କ୍ଷେତ୍ରରେ ପ୍ରାଚୀର ନୁହେଁ, ଅଧିକରୁ ଅଧିକ ସେତୁ ଆବଶ୍ୟକ ଫଳରେ ଜଣେ ଅନ୍ୟ ଜଣଙ୍କୁ ସହାୟତା କରି ପାରିବ।

ସାଥୀଗଣ,

ବିଗତ ବର୍ଷମାନଙ୍କରେ ଏହି ପ୍ରାଚୀରଗୁଡ଼ିକୁ ଭାଙ୍ଗିବା ପାଇଁ, କିଭଳି ଏକ ବ୍ୟବସ୍ଥିତ ଏବଂ ସମନ୍ୱିତ ଅଭିବ୍ୟକ୍ତି ସହିତ ସଂସ୍କାର କରାଯାଇଛି ଏହାର ଏକ ଉନ୍ନତ ଉଦାହରଣ ହେଉଛି– ଦେଶର କୋଟି-କୋଟି ଲୋକମାନଙ୍କର ଅର୍ଥନୈତିକ ଅନ୍ତର୍ଭୁକ୍ତିକରଣ, ଏବେ ଆମେ ବ୍ୟାଙ୍କିଙ୍ଗ ଅନ୍ତର୍ଭୁକ୍ତିକରଣ, ଦ୍ୱାରା ଅଧିକାଂଶ ଅନ୍ତର୍ଭୁକ୍ତିକରଣ ଦେଶଗୁଡ଼ିକରେ ସାମିଲ ହୋଇ ଯାଇଛେ। ଆପଣ ମଧ୍ୟ ଏହି କଥାର ସାକ୍ଷୀ ହୋଇ ରହିଛନ୍ତି ଯେ ଯାବତୀୟ ପ୍ରତିରୋଧଗୁଡ଼ିକୁ ଦୂର କରିବା ପାଇଁ ଭାରତରେ କେଉଁଭଳି ଭାବେ ଆଧାରକୁ ସାମ୍ବିଧାନିକ ସଂରକ୍ଷଣ ଦିଆଗଲା। ଆମେ ବ୍ୟାଙ୍କ ସହିତ ସାମିଲ ହୋଇ ନଥିବା ଲୋକଙ୍କୁ ବ୍ୟାଙ୍କ ସହିତ ଯୋଡ଼ିଛୁ। ଶସ୍ତା ମୋବାଇଲ ଡାଟା, ଶସ୍ତା ଫୋନ ଉପଲବ୍ଧ କରାଇ ଗରିବରୁ ଗରିବଙ୍କୁ ସଂଯୋଗ କରିଛୁ। ତେବେ ଯାଇ ଜନଧନ ଖାତା, ଆଧାର ଏବଂ ମୋବାଇଲ– ଜେଏଏମର ଟ୍ରାଇନିଟି ଦେଶକୁ ମିଳିଲା।

ସାଥୀଗଣ,

ଆଜି ବିଶ୍ୱର ସବୁଠାରୁ ବଡ଼ ସିଧା ସଳଖ ନଗଦ ହସ୍ତାନ୍ତର ବ୍ୟବସ୍ଥା ଦେଶରେ କାର୍ଯ୍ୟ କରୁଛି, ଡିବିଟି ଦେଶରେ କାର୍ଯ୍ୟ କରୁଛି। ଏବେ ମଧ୍ୟ ଆପଣମାନେ ଅନ୍ତର୍ଜାତୀୟ ଜର୍ଣ୍ଣାଲର ରିପୋର୍ଟ ପଢ଼ିଥିବେ ଯେଉଁଥିରେ ଭାରତରେ କରାଯାଇଥିବା ଏହି ବ୍ୟବସ୍ଥାର ଭୁରିୟସୀ ପ୍ରଶଂସା କରାଯାଇଛି। କରୋନା ସମୟରେ ଯେତେବେଳେ ଅଧିକାଂଶ ଦେଶରେ ନିଜର ନାଗରିକମାନଙ୍କ ପାଖକୁ ପଇସା ପଠାଇବାରେ ଅସୁବିଧା ହେଉଥିଲା, ସେମାନେ ଚେକ୍ କିମ୍ବା ଡାକ ବିଭାଗ ଉପରେ ନିର୍ଭର କରୁଥିଲେ, ଭାରତ କେବଳ ମାତ୍ର ଗୋଟିଏ କ୍ଲିକ୍ରେ ହଜାର ହଜାର କୋଟି ଟଙ୍କା କୋଟି କୋଟି ନାଗରିକଙ୍କ ବ୍ୟାଙ୍କ ଖାତାକୁ ପଠାଉ ଥିଲା, ଆଖି ପିଛୁଳାକେ ତାହା ମଧ୍ୟ ଯେତେବେଳେ ବ୍ୟାଙ୍କ ବନ୍ଦ ଥିଲା, ଦେଶରେ ଲକ୍ ଡାଉନ୍ ଜାରି ରହିଥିଲା। ଅନ୍ତରାଷ୍ଟ୍ରୀୟ ଜଗତର ବଡ଼-ବଡ଼ ଜ୍ଞାନୀଗୁଣୀ, ଏବେ ଏହା କହୁଛନ୍ତି ଯେ ଭାରତର ଏହି ମଡେଲକୁ ଅନ୍ୟାନ୍ୟ ଦେଶଗୁଡ଼ିକୁ ମଧ୍ୟ ଶିଖିବା ଦରକାର। ଏହା ପଢ଼ିକରି, ଏହା ଶୁଣି, କାହାକୁ ଗର୍ବ ନ ହେବ।

ସାଥୀଗଣ,

ଗୋଟିଏ ସମୟ ଥିଲା ଯେତେବେଳେ କିଛି ଲୋକ ଏହି ପ୍ରଶ୍ନ ଉତ୍ଥାପନ କରୁଥିଲେ ଯେ ଅଶିକ୍ଷା ଏବଂ ଗରିବରେ ପରିପୂର୍ଣ୍ଣ ବାତାବରଣରେ ଭାରତ କିଭଳି ଟେକ୍ନୋଲୋଜିକୁ ନିଜର ସାଧାରଣ ନାଗରିକମାନଙ୍କ ପର୍ଯ୍ୟନ୍ତ ପହଞ୍ଚାଯାଇ ପାରିବ। କିନ୍ତୁ ଭାରତ ଏହା କରି ଦେଖାଇଛି ଆଉ ବହୁତ ହିଁ ସଫଳତାର ସହିତ କରି ଦେଖାଇଛି, ଆଗକୁ ଦେଖାଇବ ମଧ୍ୟ। ଆଜି କେବଳ ୟୁପିଆଇ ପ୍ଲାଟଫର୍ମରେ ହିଁ ପ୍ରତ୍ୟେକ ମାସରେ ପ୍ରାୟତଃ ଚାରି ଲକ୍ଷ କୋଟି ଟଙ୍କାର କାରବାର ହେଉଛି, ଚାରି ଲକ୍ଷ କୋଟି ଟଙ୍କାର କାରବାର ଆଉ ସବୁ ମାସରେ ନୂତନ ରେକର୍ଡ ସୃଷ୍ଟି ହେଉଛି। ଆଜି ଗାଁ-ଗହଳିରେ ମଧ୍ୟ, ଛୋଟ-ଛୋଟ ଠେଲା ଗାଡ଼ିରେ ମଧ୍ୟ ଆଜି ଡିଜିଟାଲ ନେଣଦେଣ ସମ୍ଭବ ହେଉଛି। ଭାରତର ଉଦ୍ୟୋଗ ଜଗତକୁ ଦେଶର ଏହି ଶକ୍ତିକୁ ବୁଝି ଆଗକୁ ବଢ଼ିବାକ ପଡ଼ିବ।

ସାଥୀଗଣ,

ଆମେ ଯେପରି ଗାଁ ଏବଂ ଛୋଟ ସହରର ବାତାବରଣ ଟିଭି କିମ୍ବା ଚଳଚ୍ଚିତ୍ର ଦେଖି ଦେଖି ବଡ଼ ହୋଇଛେ, ସେଥିରେ ସେମାନଙ୍କ ବିଷୟରେ ଏକ ଭିନ୍ନ ଧାରଣା ରହିବା ହେଉଛି ସ୍ୱାଭାବିକ। ସହର ଏବଂ ଗ୍ରାମଗୁଡିକ ମଧ୍ୟରେ ଭୌତିକ ଦୂରତା କେବେ ସେତିକି ନାହିଁ, ଯେତେ ଦୂରତା ଦୃଷ୍ଟଭଙ୍ଗୀକୁ ନେଇ ରହିଛି । କିଛି ଲୋକଙ୍କ ପାଇଁ ଗାଁର ଅର୍ଥ ହେଉଛି, ଏପରି ଏକ ସ୍ଥାନ ଥିବ, ଯେଉଁଠାକୁ ଯିବା- ଆସିବା କଷ୍ଟକର ହୋଇଥିବ, ଯେଉଁଠାରେ ବହୁତ କମ୍ ସୁବିଧା ଥିବ, ବହୁତ କମ୍ ବିକାଶ ହୋଇଥିବ, ପଛୁଆ ଏବଂ ଅନଗ୍ରସର ହୋଇ ପଡି ରହିଥିବ। କିନ୍ତୁ ଯଦି ଆପଣ ଆଜି ଗ୍ରାମାଞ୍ଚଳ କିମ୍ବା ଅର୍ଦ୍ଧ-ଗ୍ରାମାଞ୍ଚଳକୁ ଯାଆନ୍ତି ତେବେ ଆପଣଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିବ, ଏକ ନୂତନ ଆଶା, ଏକ ନୂତନ ବିଶ୍ୱାସ ଆପଣଙ୍କୁ ଦେଖିବାକୁ ମିଳିବ। ଆଜିର ଗ୍ରାମୀଣ ଭାରତ ଏକ ବଡ଼ ପରିବର୍ତ୍ତନର ସମୟ ଦେଇ ଗତି କରୁଛି। କ’ଣ ଆପଣ ଜାଣନ୍ତି କି ଭାରତର ଗ୍ରାମାଞ୍ଚଳରେ ସକ୍ରିୟ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ସହର ଅପେକ୍ଷା ଅଧିକ ହୋଇ ସାରିଛି ? କ’ଣ ଆପଣ ଜାଣନ୍ତି କି ଭାରତର ଅଧାରୁ ଅଧିକ ଷ୍ଟାର୍ଟ ଅପ୍ ଆମର ଟାୟାର୍-2, ଟାୟାର୍-3 ସହରରେ ଅଛି । ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା ଦ୍ଵାରା ଦେଶର ପ୍ରାୟ 98 ପ୍ରତିଶତ ଜନବସତିକୁ ସଡ଼କ ଦ୍ୱାରା ସଂଯୋଗ କରାଯାଇ ପାରିଛି । ଏହାର ଅର୍ଥ ହେଉଛି ଯେ ଗାଁର ଲୋକମାନେ ବର୍ତ୍ତମାନ ବଜାର, ବିଦ୍ୟାଳୟ, ଡାକ୍ତରଖାନା ଏବଂ ଅନ୍ୟାନ୍ୟ ସୁବିଧା ସହ ଅଧିକ ଯୋଡି ହେଉଛନ୍ତି । ଗାଁରେ ରହୁଥିବା ଲୋକଙ୍କ ଆଶା ଆକାଂକ୍ଷା ବୃଦ୍ଧି ପାଉଛି, ସେମାନେ ସାମାଜିକ-ଅର୍ଥନୈତିକ ଗତିଶୀଳତା ଚାହୁଁଛନ୍ତି । ସରକାର ଏହି ଆକାଂକ୍ଷା ପୂରଣ କରିବାକୁ ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ଆରମ୍ଭ ହୋଇଥିବା ପିଏମ- ବାଣୀ (PM-WANI) ଯୋଜନା, ସେହି ପିଏମ- ବାଣୀ (PM-WANI) ଯୋଜନାକୁ ଧରି ନିଅନ୍ତୁ। ଏହି ଯୋଜନା ଅଧୀନରେ ସାରା ଦେଶରେ ସାର୍ବଜନିକ ୱାଇ-ଫାଇ ହଟସ୍ପଟର ଏକ ନେଟୱାର୍କ ସୃଷ୍ଟି ହେବ । ଏହାଦ୍ୱାରା ଗାଁ-ଗାଁରେ ଯୋଗାଯୋଗର ବ୍ୟାପକ ସଂପ୍ରସାରଣ ହେବ। ମୁଁ ସମସ୍ତ ଉଦ୍ୟୋଗୀମାନଙ୍କୁ ଅନୁରୋଧ କରିବି ଯେ ଏହି ସୁଯୋଗକୁ ଉପଯୋଗ କରି ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ-ଗ୍ରାମାଞ୍ଚଳରେ ଉନ୍ନତ ଯୋଗାଯୋଗ ବ୍ୟବସ୍ଥାର ପ୍ରୟାସରେ ଅଂଶଗ୍ରହଣ କରନ୍ତୁ । ଏହା ନିଶ୍ଚିତ ଯେ ଏକବିଂଶ ଶତାବ୍ଦୀରେ ଭାରତର ଅଭିବୃଦ୍ଧିକୁ ଗ୍ରାମ ଏବଂ ଛୋଟ ସହର ହିଁ ସମର୍ଥନ କରିବାକୁ ଯାଉଛନ୍ତି। ଏଥିପାଇଁ, ଆପଣମାନଙ୍କ ଭଳି ଉଦ୍ୟୋଗୀମାନଙ୍କୁ ଗାଁ ଏବଂ ଛୋଟ ସହରରେ ନିବେଶ କରିବାର ସୁଯୋଗକୁ ହାତଛଡ଼ା କରିବା ଉଚିତ୍ ନୁହେଁ। ଆପଣଙ୍କ ଦ୍ଵାରା କା​‌ରାଯାଇଥିବା​‌ ନିବେଶ ଯୋଗୁଁ ଆମ ଗାଁରେ ରହୁଥିବା ଭାଇ-ଭଉଣୀମାନଙ୍କ ପାଇଁ, ଆମ କୃଷି କ୍ଷେତ୍ର ପାଇଁ, ନୂତନ ସମ୍ଭାବନାର ଦ୍ଵାରା ଖୋଲିବ ।

ସାଥୀଗଣ,

ଦେଶର କୃଷି କ୍ଷେତ୍ରକୁ ସୁଦୃଢ କରିବା ପାଇଁ ବିଗତ ବର୍ଷମାନଙ୍କରେ ଭାରତରେ ଦ୍ରୁତ ଗତିରେ କାର୍ଯ୍ୟ କରାଯାଇଛି । ଆଜି ଭାରତର କୃଷି କ୍ଷେତ୍ର ପୂର୍ବ ଅପେକ୍ଷା ଅଧିକ ଜୀବନ୍ତ ହୋଇ ଉଠିଛି । ଆଜି ଭାରତର କୃଷକମାନଙ୍କ ପାଖରେ ସେମାନଙ୍କର ଫସଲକୁ ମଣ୍ଡି ତଥା ବାହାରେ ବିକ୍ରୟ କରିବାର ବିକଳ୍ପ ରହିଛି । ଆଜି ଭାରତରେ ମଣ୍ଡି ଗୁଡିକର ଆଧୁନିକୀକରଣ କରାଯାଉଛି, କୃଷକମାନଙ୍କୁ ଡିଜିଟାଲ ପ୍ଲାଟଫର୍ମରେ ଫସଲ କିଣିବା ଏବଂ ବିକ୍ରୟ କରିବାର ବିକଳ୍ପ ଦିଆଯାଇଛି। ଏହି ସମସ୍ତ ପ୍ରୟାସର ଲକ୍ଷ୍ୟ ହେଉଛି କୃଷକଙ୍କ ଆୟ ବୃଦ୍ଧି ହେଉ, ଦେଶର କୃଷକ ସମୃଦ୍ଧ ହୁଅନ୍ତୁ । ଯେତେବେଳେ ଦେଶର କୃଷକ ସମୃଦ୍ଧ ହେବେ, ସେତେବେଳେ ଦେଶ ମଧ୍ୟ ସମୃଦ୍ଧ ହେବ। ଆପଣମାନଙ୍କୁ ମୁଁ ଆଉ ଏକ ଉଦାହରଣ ଦେଉଛି କୃଷି କ୍ଷେତ୍ରକୁ ପୂର୍ବରୁ କିପରି ପରିଚାଳନା କରାଯାଉଥିଲା ।

 ସାଥୀଗଣ,

ଆମ ଦେଶରେ ପୂର୍ବରୁ ଇଥାନଲକୁ ମଧ୍ୟ ପ୍ରାଥମିକତା ଦେଇ ଆମଦାନୀ କରାଯାଉଥିଲା। ଯେତେବେଳେ କି କ୍ଷେତରେ ଥିବା ଆଖୁ ଚାଷୀ ଚିନ୍ତା କରୁଥିଲେ ଯେ ତାଙ୍କ ଆଖୁ ବିକ୍ରି ହେଉନାହିଁ ଅବା ଆଖୁ ଚାଷୀଙ୍କ ବକେୟା ହଜାର ହଜାର କୋଟି ଟଙ୍କା ଠିକ୍ ସମୟରେ ମିଳୁନଥିଲା। ଆମେ ଏହି ପରିସ୍ଥିତିକୁ ବଦଳାଇ ଦେଇଛୁ। ଆମେ ଦେଶ ମଧ୍ୟରେ ହିଁ ଇଥାନଲ ଉତ୍ପାଦନକୁ ପ୍ରୋତ୍ସାହିତ କଲୁ। ପୂର୍ବରୁ ଚିନି ତିଆରି କରାଯାଉଥିଲା, ଗୁଡ ତିଆରି କରାଯାଉଥିଲା, ବେଳେବେଳେ ଚିନି ଦର ହ୍ରାସ ପାଇଥିଲା, ସେତେବେଳେ ଚାଷୀଙ୍କୁ ଟଙ୍କା ମିଳୁ ନଥିଲା, ବେଳେବେଳେ ଚିନି ଦର ବୃଦ୍ଧି ପାଉଥିଲା, ସେତେବେଳେ ଗ୍ରାହକଙ୍କୁ କଷ୍ଟ ହେଉଥିଲା, ଅର୍ଥାତ୍ ଅନେକ ବ୍ୟବସ୍ଥା ଏହିପରି ଚାଲିପାରିବ ନାହିଁ ଅନ୍ୟପକ୍ଷ​‌ରେ ଆମର କାର- ସ୍କୁଟର ଚଳାଇବା ପାଇଁ ଆମେ ବିଦେଶରୁ ପେଟ୍ରୋଲ ଆଣୁଥିଲୁ, ସେତେବେଳେ ଏହି କାର୍ଯ୍ୟ ଇଥାନଲ ମଧ୍ୟ କରି ପାରିଥାନ୍ତା। ବର୍ତ୍ତମାନ ଦେଶ, ପେଟ୍ରୋଲରେ 10 ପ୍ରତିଶତ ଇଥାନଲ ମିଶ୍ରଣ ଦିଗରେ ଆଗକୁ ବଢୁଛି । ଚିନ୍ତା କରନ୍ତୁ, ଏଥିରୁ କେତେ ବଡ ପରିବର୍ତ୍ତନ ଆସିବାକୁ ଯାଉଛି । ଏହା ଦ୍ଵାରା କେବଳ ଆଖୁ ଚାଷୀଙ୍କ ଆୟ ବୃଦ୍ଧି ହେବ ନାହିଁ, ବରଂ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ।

ସାଥୀଗଣ,

ଆଜି, ଯେତେବେଳେ ମୁଁ ଉଦ୍ୟୋଗ ଜଗତର ବରିଷ୍ଠ ଲୋକମାନଙ୍କ ମଧ୍ୟରେ ଅଛି, ସେତେବେଳେ ମୁଁ ଏହି କଥା ମଧ୍ୟ ଖୋଲାଖୋଲି ଭାବେ କହିବି ଯେ, ଆମ ଦେଶରେ କୃଷି କ୍ଷେତ୍ରରେ ବେସରକାରୀ କ୍ଷେତ୍ରରୁ ଯେତିକି ନିବେଶ କରିବା ଉଚିତ ଥିଲା, ଦୁର୍ଭାଗ୍ୟବଶତଃ ଏହା ହୋଇ ନାହିଁ । ଏହି କ୍ଷେତ୍ରକୁ ଘରୋଇ କ୍ଷେତ୍ର ଦ୍ୱାରା ଯେତିକି ପ୍ରେତ୍ସାହନ ଦିଆଯିବା କଥା ସେତିକି ଦିଆଯାଇ ନାହିଁ। ଆମର ଏଠାରେ ଶୀତଳ ଭଣ୍ଡାରର ସମସ୍ୟା ରହିଛି, ବେସରକାରୀ କ୍ଷେତ୍ରର ସମର୍ଥନ ବିନା ଯୋଗାଣ ଶୃଙ୍ଖଳ ବହୁତ ସୀମିତ ପରିସର ମଧ୍ୟରେ କାର୍ଯ୍ୟ କରୁଛି । ସାରର ଅଭାବ ହୋଇଥାଏ, ଆପଣମାନେ ମଧ୍ୟ ଦେଖିଥିବେ, ଭାରତ ଏହାର କେତେ ଆମଦାନୀ କରିଥାଏ, ଆପଣ ମଧ୍ୟ ଜାଣିଛନ୍ତି । କୃଷି କ୍ଷେତ୍ରରେ ଏଭଳି ଅନେକ ଆହ୍ବାନର ସମାଧାନ ପାଇଁ କେନ୍ଦ୍ର ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି । କିନ୍ତୁ ଏଥି​ରେ ଆପଣଙ୍କର ଆଗ୍ରହ ଏବଂ ଆପଣଙ୍କର ନିବେଶ ଉଭୟର ଆବଶ୍ୟକ ରହିଛି । ମୁଁ ସହମତ ଯେ କୃଷି ସମ୍ବନ୍ଧୀୟ ଅନେକ କମ୍ପାନୀ ଭଲ କାର୍ଯ୍ୟ କରୁଛନ୍ତି କିନ୍ତୁ ତାହା ସେତେ ଯଥେଷ୍ଟ ନୁହେଁ । ଫସଲ ଚାଷ କରୁଥିବା କୃଷକମାନଙ୍କୁ, ଫଳ ଏବଂ ପନିପରିବା ଚାଷ କରୁଥିବା କୃଷକ ମାନଙ୍କୁ ଯେତିକି ଆଧୁନିକ ଟେକ୍ନୋଲୋଜି, ଆଧୁନିକ ବ୍ୟବସାୟ ଏବଂ ଉଦ୍ୟୋଗର କୌଶଳ ଓ ପଦ୍ଧତିର ଯେତିକି ସହାୟତା ମିଳିବ, ତାଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମେ ଯେତିକି ନିବେଶ କରିବା, ସେତିକି ଆମ ଦେଶର କୃଷକଙ୍କର, ଫସଲର କ୍ଷତି କମ୍ ହେବ, ସେମାନଙ୍କର ଆୟ ସେତେ ଅଧିକ ହେବ। ଆଜି ଗ୍ରାମୀଣ କ୍ଷେତ୍ରରେ କୃଷି ଭିତ୍ତିକ ଶିଳ୍ପ ପାଇଁ ଆଜି ଏକ ବୃହତ ବ୍ୟାପକ ପରିସର ଅଛି, ପୂର୍ବର ଯାହାସବୁ ନୀତିଥିଲା, କିନ୍ତୁ ଆଜିର ନୀତି ଗ୍ରାମୀଣ କୃଷି ଭିତ୍ତିକ ଅର୍ଥନୀତିକୁ ବିକାଶିତ କରିବା ପାଇଁ ଅତ୍ୟନ୍ତ ଅନୁକୂଳ ଅଟେ । ନୀତି ଏବଂ ଲକ୍ଷ୍ୟ ମାଧ୍ୟମରେ, ସରକାର ସମ୍ପୂର୍ଣ୍ଣ ଭାବେ କୃଷକଙ୍କ ସ୍ୱାର୍ଥ ପାଇଁ ପ୍ରତିଶୃତିବଦ୍ଧ ।

ସାଥୀଗଣ,

କୃଷି ତଥା ସେବା କ୍ଷେତ୍ର ହେଉ, ବିନିର୍ମାଣ ହେଉ, ସାମାଜିକ କ୍ଷେତ୍ର ହେଉ, ଏଥିରେ ଆମେ କିପରି ପରସ୍ପରର ପରିପୂରକ ​‌ହୋଇପାରିବା, ଏହା ଉପରେ ଅମକୁ ପୂର୍ଣ୍ଣ ଶକ୍ତି ଲଗାଇବାକୁ ପଡିବ । ଫିକି ଭଳି ସଂସ୍ଥାଗୁଡ଼ିକ ଏଥିରେ ସେତୁ ଭଳି ହେବା ଆବଶ୍ୟକ ଏବଂ ଏକ ପ୍ରେରଣା ମଧ୍ୟ ଦେବା ଆବଶ୍ୟକ । ସରକାର ଏମଏସଏମଇ ମାନଙ୍କୁ ଶକ୍ତି ଦେଇଛନ୍ତି, ଆପଣ ଏହି ଶକ୍ତିକୁ ବହୁମୁଖୀ କରିପାରିବେ। ସ୍ଥାନୀୟ ମୂଲ୍ୟ ଏବଂ ଯୋଗାଣ ଶୃଙ୍ଖଳକୁ କିପରି ମଜବୁତ କରାଯିବ, ବିଶ୍ବ ଯୋଗାଣ ଶୃଙ୍ଖଳରେ ଭାରତର ଭୂମିକା କିପରି ବ୍ୟାପକ ହେବା ଉଚିତ, ଆମ ସମସ୍ତଙ୍କୁ ଏହି ସ୍ପଷ୍ଟ ଲକ୍ଷ୍ୟ ସହିତ ମିଳିତ ଭାବରେ କାର୍ଯ୍ୟ କରିବାକୁ ପଡିବ। ଭାରତ ପାଖରେ ବଜାର ମଧ୍ୟ ଅଛି, ମାନବ ସମ୍ବଳ ମଧ୍ୟ ଅଛି ମିଶନ ମୋଡରେ କାମ କରିବାର ସାମର୍ଥ୍ୟ ମଧ୍ୟ ଅଛି । ମହାମାରୀର ଏହି ସମୟରେ ମଧ୍ୟ ଆମେ ଦେଖିଛୁ ଯେ ଆତ୍ମନିର୍ଭରଶୀଳ ଆଡକୁ ଗତି କରୁଥିବା ଭାରତର ପ୍ରତ୍ୟେକ ପଦକ୍ଷେପ ସମଗ୍ର ବିଶ୍ୱକୁ କିପରି ଲାଭ ଦେଇଥାଏ । ଆମର ଔଷଧ କ୍ଷେତ୍ର କଠିନ ସମୟରେ ମଧ୍ୟ ବିଶ୍ୱ ଯୋଗାଣ ଶୃଙ୍ଖଳକୁ ପ୍ରଭାବିତ ହେବାକୁ ଦେଇନାହିଁ । ଏବେ ଯେତେବେଳେ ଟିକା ଉତ୍ପାଦନ କ୍ଷେତ୍ରରେ ଭାରତ ଆଗକୁ ବଢୁଛି, ତେବେ ଏହା ଦ୍ଵାରା କେବଳ ଭାରତର କୋଟି କୋଟି ଜୀବନକୁ ସୁରକ୍ଷା କବଚ ମିଳିବ ନାହିଁ, ବରଂ ବିଶ୍ୱର ଅନେକ ଦେଶରେ ମଧ୍ୟ ନୂଆ ଆଶା ସଂଚାର ସୃଷ୍ଟି ହୋଇଛି ।

ସାଥୀଗଣ,

ଆମେ ସମସ୍ତେ ଗୋଟିଏ ମନ୍ତ୍ର ସହିତ ପରିଚିତ ଏବଂ ତାହା ଆମ ଜୀବନ ପାଇଁ ମଧ୍ୟ ହେଉଛି ଆବଶ୍ୟକ, ଆମର ଏଠାରେ କୁହାଯାଇଛି-ତନ୍ମୋ ମନଃ ଶିବଶଙ୍କଳ୍ପ ମସ୍ତୁ ଅର୍ଥାତ ମୋର ମନ ହେଉଛି ଉତ୍ତମ ସଂକଳ୍ପ ବାଲା, ଏହି ଭାବ ସହିତ ଆମକୁ ଆଗକୁ ବଢିବାର ଅଛି। ଦେଶର ଲକ୍ଷ୍ୟ, ଦେଶର ସଂକଳ୍ପ, ଦେଶର ନୀତିଗୁଡିକ ସ୍ପଷ୍ଟ ରହିଛି । ଭିତ୍ତିଭୂମି ହେଉ ଅବା ନୀତି, ସଂସ୍କାରକୁ ନେଇ ଭାରତର ଉଦ୍ଦେଶ୍ୟ ସ୍ପଷ୍ଟ ରହିଛି । ମହାମାରୀ ସମୟରେ ଯାହା ବି ଅବରୋଧ (ସ୍ପିଡବ୍ରେକର୍) ଆସିଥିଲା, ଆମେ ବର୍ତ୍ତମାନ ତାଠାରୁ ଆଗକୁ ଯାଉଛୁ । ବର୍ତ୍ତମାନ ନୂତନ ବିଶ୍ବାସ ସହିତ ଆମ ସମସ୍ତଙ୍କୁ ପୂର୍ବ ଅପେକ୍ଷା ଅଧିକ ପରିଶ୍ରମ କରିବାକୁ ପଡିବ । ବିଶ୍ୱାସ ଏବଂ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଏହି ବାତାବରଣ ସହିତ, ଆମକୁ ବର୍ତ୍ତମାନ ନୂତନ ଦଶନ୍ଧିରେ ଆଗକୁ ଚାଲିବାକୁ ପଡିବ । 2022 ମସିହାରେ ଦେଶ ନିଜ ସ୍ୱାଧୀନତାର 75 ବର୍ଷ ପାଳନ କରିବ। ସ୍ୱାଧୀନତା ଆନ୍ଦୋଳନଠାରୁ ଆଜି ପର୍ଯ୍ୟନ୍ତ ଫିକି ଦେଶର ବିକାଶ ଯାତ୍ରାରେ ମଧ୍ୟ ଏକ ବଡ଼ ଭୂମିକା ଗ୍ରହଣ କରିଛି । ଫିକିର 100 ବର୍ଷ ମଧ୍ୟ ବେଶୀ ଦୂରରେ ନୁହେଁ । ଏହି ଗୁରୁତ୍ୱପୂର୍ଣ୍ଣ ସୋପାନରେ ଆପଣଙ୍କୁ ରାଷ୍ଟ୍ର ନିର୍ମାଣରେ ନିଜର ଭୂମିକାକୁ ଆହୁରି ସଂପ୍ରସାରଣ କରିବାକୁ ଅଛି ଏବଂ ଏହାକୁ ବ୍ୟାପକ କରିବାକୁ ପଡିବ । ଆପଣମାନଙ୍କର ପ୍ରୟାସ ଆତ୍ମନିର୍ଭର ଭାରତର ଅଭିଯାନକୁ ଆହୁରି ତ୍ୱରାନ୍ୱିତ କରିବ। ଆପଣଙ୍କର ପ୍ରୟାସ ଲୋକାଲ ପାଇଁ ଭୋକାଲର ମନ୍ତ୍ରକୁ ସାରା ବିଶ୍ୱ ପାଖରେ ପହଞ୍ଚାଇବ । ଶେଷରେ ମୁଁ ଡକ୍ଟର ସଂଗୀତା ରେଡ୍ଡୀ ମହାଶୟାଙ୍କୁ ସଭାପତି ଭାବରେ ଏକ ଚମତ୍କାର କାର୍ଯ୍ୟକାଳ ପାଇଁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି । ଏହା ସହିତ ଭାଇ ଉଦୟ ଶଙ୍କର ମହାଶୟଙ୍କୁ ଭବିଷ୍ୟତ ପାଇଁ ବହୁତ- ବହୁତ ଶୁଭକାମନା ଜଣାଉଛି। ଆପଣ ସମସ୍ତଙ୍କ ଗହଣଙ୍କୁ ଆସିବାର ସୁଯୋଗ ମିଳିଲା, ମୁଁ ଆପଣ ସମସ୍ତଙ୍କୁ ବହୁତ-ବହୁତ କୃତଜ୍ଞତା ଜଣାଉଛି।

ଧନ୍ୟବାଦ !

*****



(Release ID: 1680375) Visitor Counter : 136