ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କରୋନା ବିରୋଧୀ ଲଢ଼େଇରେ ଭାରତର ସଫଳତା: 146 ଦିନ ପରେ ସକ୍ରିୟ କରୋନା ମାମଲା 3.63 ଲକ୍ଷକୁ ହ୍ରାସ

ଦୈନିକ 30 ହଜାରରୁ କମ୍ ମାମଲା

Posted On: 11 DEC 2020 11:47AM by PIB Bhubaneshwar

ଆଜି ଭାରତରେ ସକ୍ରିୟ କରୋନା ମାମଲା ଉଲ୍ଲେଖନୀୟ ଭାବେ 3.63 ଲକ୍ଷକୁ (3,63,749)କୁ ହ୍ରାସ ପାଇଛି । 146 ଦିନ ପରେ ଏହା ସବୁଠାରୁ କମ୍ । 2020 ମସିହା ଜୁଲାଇ 18 ତାରିଖରେ ମୋଟ କରୋନା ସକ୍ରିୟ ମାମଲା 3,58,692 ରହିଥିଲା ।

କରୋନା ସକ୍ରିୟ ମାମଲା ଦେଶରେ କ୍ରମାଗତ ଭାବେ ହ୍ରାସ ପାଇଚାଲିଛି । ଭାରତରେ ଏବେ ସକ୍ରିୟ କରୋନା ମାମଲା ମୋଟ ପଜିଟିଭ୍ ମାମଲାର 3.71% ରହିଛି ।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 37,528 ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏହା ଫଳରେ ସକ୍ରିୟ କରୋନା ମାମଲା 8544 ହ୍ରାସ ପାଇଛି ।

WhatsApp Image 2020-12-11 at 10.11.41 AM.jpeg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 30 ହଜାରରୁ କମ୍ ମାମଲା ଆସିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 29,398 ନୂଆ ମାମଲା ଆସିଛି ।

WhatsApp Image 2020-12-11 at 10.14.32 AM.jpeg

ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା 93 ଲକ୍ଷ (92,90,834) ପାଖାପାଖି ହୋଇଛି । ସୁସ୍ଥ ସଂଖ୍ୟା ଏବଂ ସକ୍ରିୟ କରୋନା ମାମଲା ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇଚାଲିଛି । ଏହା ଆଜି 89 ଲକ୍ଷକୁ ଅତିକ୍ରମ କରି 89, 27,085ରେ ପହଞ୍ଚିଛି ।

ଦୈନିକ କରୋନାରୁ ସୁସ୍ଥଙ୍କ ସଂଖ୍ୟା ନୂଆ କରୋନା ମାମଲାରୁ ଅଧିକ ରହୁଥିବାରୁ ସୁସ୍ଥତା ହାର 94.84%ରେ ପହଞ୍ଚିଛି ।

ନୂଆ ସୁସ୍ଥଙ୍କ ମଧ୍ୟରୁ 79.90% ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।

କର୍ଣ୍ଣାଟକରେ ଦୈନିକ ସୁସ୍ଥ ସଂଖ୍ୟା ଭାବେ ଗତ 24 ଘଣ୍ଟା ମଧ୍ୟରେ 5,076 ଜଣ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ 5068 ଏବଂ କେରଳରେ 4,847 ଜଣ ସୁସ୍ଥ ହୋଇଛନ୍ତି ।

WhatsApp Image 2020-12-11 at 10.07.25 AM.jpeg

ଗତ ଏକ ସପ୍ତାହ ମଧ୍ୟରେ ହାରାହାରି ଦୈନିକ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା । ମହାରାଷ୍ଟ୍ରରେ ସର୍ବାଧିକ ଦୈନିକ ହାରାହାରି 6,703 ଜଣ ସୁସ୍ଥ ହୋଇଛନ୍ତି । ଏହା ପଛକୁ କେରଳରେ 5,173 ଏବଂ ଦିଲ୍ଲୀରେ 4,362 ଜଣ ହାରାହାରି ସୁସ୍ଥ ହୋଇଛନ୍ତି ।

Image

ଗତ 24 ଘଣ୍ଟା ମଧ୍ୟରେ ଆସିଥିବା ନୂଆ ମାମଲା ମଧ୍ୟରୁ 72.39% ଚିହ୍ନଟ ହୋଇଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । କେରଳରେ ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ 4,470 ଜଣ ଆକ୍ରାନ୍ତ ହୋଇଥିବା ବେଳେ ଏହା ପଛକୁ ମହାରାଷ୍ଟ୍ରରେ 3824 ଜଣ ଚିହ୍ନଟ ହୋଇଛନ୍ତି ।

WhatsApp Image 2020-12-11 at 10.05.17 AM.jpeg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 414 ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ 79.95% ମୃତ୍ୟୁ ହୋଇଛି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ।

ମହାରାଷ୍ଟ୍ରରେ ସର୍ବାଧିକ 70 ଜଣଙ୍କ ମୃତ୍ୟୁ ହୋଇଛି । ଏହା ପଛକୁ ଦିଲ୍ଲୀରେ 61 ଏବଂ ପଶ୍ଚିମବଙ୍ଗରେ 61 ଜଣଙ୍କ ମୃତ୍ୟୁ ହୋଇଛି ।

WhatsApp Image 2020-12-11 at 10.06.27 AM.jpeg

 

**********



(Release ID: 1680055) Visitor Counter : 248