କ୍ୟାବିନେଟ

ଭାରତ ଓ ଲକ୍ସେମ୍ବର୍ଗ ମଧ୍ୟରେ ସେବୀର ଦ୍ଵିପାକ୍ଷିକ ବୁଝାମଣା ସମ୍ବନ୍ଧ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ

Posted On: 09 DEC 2020 3:50PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସେବୀ (ସିକ୍ୟୁରିଟି ଏଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ) ଓ ଲକ୍ସେମ୍ବର୍ଗର Financial and Commission de Surveillance du Secteur Financier (ସିଏସଏସଏଫ) ମଧ୍ୟରେ ଦ୍ଵିପାକ୍ଷିକ ବୁଝାମଣାପତ୍ର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।

ଆଭିମୁଖ୍ୟ

ଏହି ବୁଝାମଣାପତ୍ର ସ୍ଵାକ୍ଷର ହେଲେ ଦୁଇ ଦେଶ ମଧ୍ୟରେ ସିକ୍ୟୁରିଟି ବା ପ୍ରତିଭୂତି ନିୟନ୍ତ୍ରଣ ଏବଂ ପାରସ୍ପରିକ ସହଯୋଗ ବୃଦ୍ଧି ପାଇବ ଭାରତ ଓ ଲକ୍ସେମ୍ବର୍ଗ ମଧ୍ୟରେ ବଜାର ପ୍ରତିଭୂତି ଓ ନିୟନ୍ତ୍ରଣ ମଧ୍ୟ ବୃଦ୍ଧି ପାଇବ ।

ପ୍ରମୁଖ ପ୍ରଭାବ   

ସେବୀ ଭଳି ସିଏସଏସଏଫ ମଧ୍ୟ ଆନ୍ତର୍ଜାତିକ ପ୍ରତିଭୂତି ସଂଗଠନ କମିଶନ ସହ ଅନୁବନ୍ଧିତ ହୋଇଛି । ମାତ୍ର International Organization of Securities Commissions' Multilateral MOU (ଆଇଓଏସସିଓ ଏମଏମଓୟୁ)ର ବୈଷୟିକ ସହାୟତାର କୌଣସି ସୁବିଧା ସୁଯୋଗ ନାହିଁ । ଏହି ପ୍ରସ୍ତାବିତ ବୁଝାମଣା ଯୋଗୁଁ ତଥ୍ୟ ବିନିମୟ ପଦ୍ଧତି ଦୁଇ ଦେଶ ମଧ୍ୟରେ ସୁଦୃଢ ହେବା ସହ ପ୍ରତିଭୂତି ଆଇନ ଓ ବିଭିନ୍ନ ବୈଷୟିକ ସହାୟତା କାର୍ଯ୍ୟକ୍ରମ ମଧ୍ୟ ସୁଗମ ହେବ । ଉଭୟ ଦେଶ ପୁଞ୍ଜିବଜାରରେ ନିଜର କାର୍ଯ୍ୟକଳାପ ବୃଦ୍ଧି ସହ ଏହାର କର୍ମଚାରୀମାନଙ୍କ ନିମନ୍ତେ ତାଲିମ କାର୍ଯ୍ୟକ୍ରମର ଆୟୋଜନ କରିପାରିବେ ।

ପୃଷ୍ଠଭୂମି

ଭାରତର ପ୍ରତିଭୂତି ବଜାରକୁ ନିୟନ୍ତ୍ରଣ କରିବା ପାଇଁ 1992ରେ ପ୍ରତିଭୂତି ଏବଂ ଭାରତୀୟ ବିନିମୟ ବୋର୍ଡ ଅଧୀନରେ ସେବୀର ପ୍ରତିଷ୍ଠା କରାଯାଇଥିଲା ପୁଞ୍ଜି ନିବେଶକାରୀଙ୍କ ସ୍ଵାର୍ଥ ରକ୍ଷା ତଥା ପ୍ରତିଭୂତି ବଜାରର ନିୟନ୍ତ୍ରଣ ଥିଲା ସେବୀର ମୂଳ ଲକ୍ଷ୍ୟ । ସେବୀର ମୁଖ୍ୟ କାର୍ଯ୍ୟଗୁଡିକ ମଧ୍ୟରେ ପଞ୍ଜୀକରଣ, ପ୍ରତିଭୂତି ବଜାରରେ ମଧ୍ୟସ୍ଥତା କରୁଥିବା ବ୍ୟକ୍ତିମାନଙ୍କ କାର୍ଯ୍ୟକଳାପର ନିୟନ୍ତ୍ରଣ, ଜାଲ ଓ ବେଆଇନ କାର୍ଯ୍ୟକଳାପ ରୋକିବା ଅନ୍ତର୍ଭୁକ୍ତ । ଦେଶ ଓ ଦେଶ ବାହାରେ ପ୍ରତିଭୂତି ବଜାରର କାର୍ଯ୍ୟକଳାପ ଉପରେ ସେବୀ ତୀକ୍ଷଣ ନଜର ରଖିଥାଏ ।

ଲକ୍ସେମ୍ବର୍ଗର ସିଏସଏସଏଫ ପ୍ରଶାସନିକ ଓ ଆର୍ଥିକ ସ୍ଵୟଂଶାସନ କ୍ଷମତା ସହ 23 ଡିସେମ୍ବର 1998ରେ ପ୍ରତିଷ୍ଠା କରାଯାଇଥିଲା । ସମଗ୍ର ଲକ୍ସେମ୍ବର୍ଗର ବୀମା କ୍ଷେତ୍ର ବ୍ୟତୀତ ଆର୍ଥିକ ବ୍ୟାପାରକୁ ସିଏସଏସଏଫ ନିୟନ୍ତ୍ରଣ କରିଥାଏ । ଲକ୍ସେମ୍ବର୍ଗର ପ୍ରତିଭୂତି ବଜାର ଓ ଏହାର ଦେଖା ରଖା ନିମନ୍ତେ ଆଇନତଃ ସିଏସଏସଏଫର ଦାୟିତ୍ଵ ରହିଛି

 

**********


(Release ID: 1679480) Visitor Counter : 196