ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ପାଞ୍ଚ ମାସ ପରେ ଭାରତର ଦୈନିକ ନୂତନ ମାମଲା ସର୍ବନିମ୍ନ ସ୍ତରରେ

● ମୋଟ ସକ୍ରିୟ କରୋନା ମାମଲା 3.83 ଲକ୍ଷକୁ ହ୍ରାସ, ଯାହାକି 4%ରୁ କମ୍
● ଦୈନିକ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ, ଦୈନିକ ମୃତ୍ୟୁ 4 ଶହରୁ କମ୍

Posted On: 08 DEC 2020 11:55AM by PIB Bhubaneshwar

କୋଭିଡ ବିରୋଧୀ ଲଢ଼େଇରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି । ପ୍ରାୟ ପାଞ୍ଚ ମାସ ପରେ ଦେଶରେ ପ୍ରଥମ ଥର ପାଇଁ ଗତ 24 ଘଣ୍ଟାରେ ଦୈନିକ ନୂଆ କରୋନା ମାମଲା 27 ହଜାର (26,567)ରୁ ତଳକୁ ହ୍ରାସ ପାଇଛି । 2020 ମସିହା ଜୁଲାଇ 10 ତାରିଖରେ ନୂଆ ମାମଲାର ସଂଖ୍ୟା ଥିଲା 26,506 ।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟରେ ଆଜି ଦେଶରେ ସକ୍ରିୟ କରୋନା ମାମଲା 4%ରୁ ତଳକୁ ହ୍ରାସ ପାଇଛି ।

ସକ୍ରିୟ କରୋନା ମାମଲା 3.83 ଲକ୍ଷକୁ ଖସିଆସିଛି । ଦେଶରେ ଏବେ ଥିବା ପଜିଟିଭ ମାମଲା ସଂଖ୍ୟା 3,83,866 ରହିଛି, ଯାହାକି ମୋଟ ମାମଲାର 3.96% ।

WhatsApp Image 2020-12-08 at 10.03.59 AM.jpeg

ଗତ 24 ଘଣ୍ଟା ମଧ୍ୟରେ 39,045 ଜଣ ସୁସ୍ଥ ହୋଇଛନ୍ତି । ଏହା ଦ୍ୱାରା ଗତ 24 ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ 12,863 ହ୍ରାସ ଘଟିଛି ।

ଦୈନିକ ନୂଆ ସୁସ୍ଥଙ୍କ ସଂଖ୍ୟା ପୂଆ ଆକ୍ରାନ୍ତଙ୍କ ତୁଳନାରେ ଅଧିକ ରହୁଥିବାରୁ ଦେଶରେ ସୁସ୍ଥତା ହାର 94.59%କୁ ବୃଦ୍ଧି ପାଇଛି । ମୋଟ ସୁସ୍ଥଙ୍କ ସଂଖ୍ୟା ଏବେ ରହିଛି 91,78,946 ।

ନୂଆ ସୁସ୍ଥଙ୍କ ମଧ୍ୟରୁ 76.31% ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।

ମହାରାଷ୍ଟ୍ରରେ ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ 7,345 ଜଣ ସୁସ୍ଥ ହୋଇଛନ୍ତି । ଏହା ପଛକୁ କେରଳରେ 4705 ଏବଂ ଦିଲ୍ଲୀରେ 3818 ଜଣ ସୁସ୍ଥ ହୋଇଛନ୍ତି ।

WhatsApp Image 2020-12-08 at 10.03.57 AM.jpeg

ଗତ 24 ଘଣ୍ଟାର ନୂଆ କରୋନା ମାମଲା ମଧ୍ୟରୁ 72.50% ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।

ଗତ 24 ଘଣ୍ଟାରେ କେରଳରେ ସର୍ବାଧିକ 3272 ଜଣ ଆକ୍ରାନ୍ତ ହୋଇଛନ୍ତି । ମହାରାଷ୍ଟ୍ରରେ 3075 ଏବଂ ପଶ୍ଚିମବଙ୍ଗରେ 2214 ଜଣ ଆକ୍ରାନ୍ତ ହୋଇଛନ୍ତି ।

WhatsApp Image 2020-12-08 at 10.03.55 AM.jpeg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 385 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରୁ 75.58% ମୃତ୍ୟୁ ହୋଇଛି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ । ଦିଲ୍ଲୀରେ ଏହାର 16.36%, ଅର୍ଥାତ୍ 63 ଜଣଙ୍କ ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗରେ 48 ଏବଂ ମହାରାଷ୍ଟ୍ରରେ 40 ଜଣଙ୍କ ମୃତ୍ୟୁ ହୋଇଛି ।

WhatsApp Image 2020-12-08 at 10.03.53 AM.jpeg

ଦେଶରେ ଏବେ ଦୈନିକ କରୋନା ମୃତ୍ୟୁ ସଂଖ୍ୟାରେ ଦ୍ରୁତ ଗତିରେ ହ୍ରାସ ପାଉଛି । ଗତ 24 ଘଣ୍ଟା ମଧ୍ୟରେ 4 ଶହରୁ କମ୍ ମୃତ୍ୟୁ ହୋଇଛି । 

WhatsApp Image 2020-12-08 at 10.08.13 AM.jpeg

 

**********

 



(Release ID: 1679211) Visitor Counter : 212