ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆଗ୍ରା ମେଟ୍ରୋ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

Posted On: 07 DEC 2020 2:12PM by PIB Bhubaneshwar

ନମସ୍କାର,

ଉତ୍ତର ପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀ ବେନ ପଟେଲ ମହାଶୟା, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସାଥୀ ଶ୍ରୀ ହରଦୀପ ସିଂହ ପୁରୀ ମହାଶୟ, ଉତ୍ତର ପ୍ରଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଯୋଗୀ ଆଦିତ୍ୟନାଥ ମହାଶୟ, ୟୁପି ସରକାରରେ ମନ୍ତ୍ରୀ ଚୌଧୁରୀ ଉଦୟନାଥ ସିଂହ ମହାଶୟ, ଡକ୍ଟର ଡି.ଏସ ଧର୍ମେଶ ମହାଶୟ, ସଂସଦରେ ମୋର ସାଥୀ ପ୍ରଫେସର ଏସପି ସିଂହ ବାଘେଲ ମହାଶୟ, ଶ୍ରୀ ରାଜକୁମାର ଚହର ମହାଶୟ, ଶ୍ରୀ ହରିଦ୍ୱାର ଦୁବେ ମହାଶୟ, ଅନ୍ୟ ଜନପ୍ରତିନିଧିଗଣ ଏବଂ ଆଗ୍ରାର ମୋର ପ୍ରିୟ ଭାଇ ଭଉଣୀମାନେ!! ଆପଣ ସମସ୍ତଙ୍କୁ ମେଟ୍ରୋ କାର୍ଯ୍ୟର ଶୁଭାରମ୍ଭ ଅବସରରେ ବହୁତ ବହୁତ ଶୁଭେଚ୍ଛା!! ଆଗ୍ରା ପାଖରେ ବହୁ ପୁରାତନ ପରିଚୟ ରହିଛି ଏବେ ଏଥିରେ ଆଧୁନିକତାର ନୂତନ ବ୍ୟବସ୍ଥା ଯୋଡି ହେଉଛି ଶହ ଶହ ବର୍ଷର ଇତିହାସ ଯୋଡି ହୋଇ ରହିଥିବା ଏହି ସହର ଏବେ ଏକବିଂଶ ଶତାବ୍ଦୀ ସହିତ ପାଦ ମିଳାଇ ଚାଲିବାକୁ ପ୍ରସ୍ତୁତ ହେଉଛି

ଭାଇ ଭଉଣୀମାନେ,

ଆଗ୍ରାରେ ସ୍ମାର୍ଟ ସୁବିଧାଗୁଡିକ ବିକଶିତ କରିବା ପାଇଁ ପୂର୍ବରୁ ପ୍ରାୟ 1 ହଜାର କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି ବିଗତ ବର୍ଷ ଯେଉଁ କମାଣ୍ଡ ଆଣ୍ଡ କଂଟ୍ରୋଲ ସେଂଟରର ଶିଳାନ୍ୟାସ କରିବାର ମୋତେ ସୌଭାଗ୍ୟ ମିଳିଥିଲା ତାହାର ନିର୍ମାଣ ଶେଷ ହୋଇ ପ୍ରସ୍ତୁତ ହୋଇସାରିଛି ମୋତେ ଅବଗତ କରାଯାଇଛି କରୋନା କାଳରେ ଏହି କେନ୍ଦ୍ର ବହୁତ ଉପଯୋଗୀ ସାବ୍ୟସ୍ତ ହୋଇଥିଲା ଏବେ 8 ହଜାର କୋଟିରୁ ଅଧିକ ଟଙ୍କାରେ ଏହି ମେଟ୍ରୋ ପ୍ରକଳ୍ପ ଆଗ୍ରାରେ ସ୍ମାର୍ଟ ସୁବିଧା ଗୁଡିକ ନିର୍ମାଣ ସହିତ ଜଡିତ ମିଶନକୁ ଆହୁରି ସୁଦୃଢ଼ କରିବ

ସାଥୀଗଣ,

ବିଗତ ଛଅ ବର୍ଷରେ ୟୁପି ସହିତ ସମ୍ପୂର୍ଣ୍ଣ ଦେଶରେ ଯେଉଁ ଗତିରେ ମେଟ୍ରୋ ନେଟୱାର୍କ ଉପରେ କାର୍ଯ୍ୟ ହୋଇଛି, ତାହା ସରକାରଙ୍କର ପରିଚୟ ଏବଂ ପ୍ରତିବଦ୍ଧତା ଉଭୟକୁ ଦର୍ଶାଉଛି 2014 ପର୍ଯ୍ୟନ୍ତ ଦେଶରେ ପ୍ରାୟ 215 କିଲୋମିଟର ମେଟ୍ରୋ ଲାଇନ କାର୍ଯ୍ୟକାରୀ ହୋଇଥିଲା ବର୍ଷ 2014 ପରେ  6 ବର୍ଷରେ 450 କିଲୋମିଟରରୁ ଅଧିକ ମେଟ୍ରୋ ଲାଇନ ସାରା ଦେଶରେ କାର୍ଯ୍ୟକାରୀ ହୋଇଛି ଏବଂ ପ୍ରାୟ 1000 ମେଟ୍ରୋ ଲାଇନ ଉପରେ  ଦ୍ରୁତ ଗତିରେ କାର୍ଯ୍ୟ ଚାଲୁ ରହିଛି ଆଜି ଦେଶର 27 ସହରରେ ମେଟ୍ରୋର କାର୍ଯ୍ୟ ଶେଷ ହୋଇ ସାରିଛି ଅବା ଭିନ୍ନ ଭିନ୍ନ ପର୍ଯ୍ୟାୟରେ ରହିଛି ଯଦି ୟୁପି କଥା କହିବା ତେବେ ଆଗ୍ରା, ମେଟ୍ରୋ ସୁବିଧା ସହିତ ଯୋଡି ହେବା ହେଉଛି ୟୁପିର ସପ୍ତମ ସହର ଏବଂ ଏହା ମଧ୍ୟରେ ଆଉ ଏକ ସ୍ୱତନ୍ତ୍ର କଥା ରହିଛି ଦେଶରେ କେବଳ ମେଟ୍ରୋ ରେଳ ନେଟୱାର୍କ ନିର୍ମାଣ ହେଉନାହିଁ  ବରଂ ଆଜି ମେଟ୍ରୋ କୋଚ୍ ମଧ୍ୟ ମେକ୍ ଇନ ଇଣ୍ଡିଆ ଅଧିନରେ ଭାରତରେ ନିର୍ମାଣ ହେଉଛି କେବଳ ଏତିକି ନୁହେଁ, ଯେଉଁ ସିଗନାଲ ବ୍ୟବସ୍ଥା ରହିଛି ତାହା ମଧ୍ୟ ସମ୍ପୂର୍ଣ୍ଣ ଭାବେ ଭାରତରେ ହିଁ ନିର୍ମାଣ ହେଉ, ଏହା ଉପରେ ମଧ୍ୟ କାର୍ଯ୍ୟ ଚାଲୁ ରହିଛି ଅର୍ଥାତ ଏବେ ମେଟ୍ରୋ ନେଟୱାର୍କ ବିଷୟରେ ମଧ୍ୟ ଭାରତ ଆତ୍ମ ନିର୍ଭର ହେଉଛି

ଭାଇ ଭଉଣୀମାନେ,

ଆଜିର ନୂତନ ଭାରତର ସ୍ୱପ୍ନ ହେଉଛି ବିଶାଳ କିନ୍ତୁ କେବଳ ସ୍ୱପ୍ନ ଦେଖିବା ଦ୍ୱାରା କାର୍ଯ୍ୟ ହୋଇ ନଥାଏ, ସ୍ୱପ୍ନକୁ ସାହସର ସହିତ ପୂରଣ କରିବାକୁ ପଡ଼ିଥାଏ ଯେତେବେଳେ ଆପଣ ସାହସର ସହିତ, ସମର୍ପଣର ସହିତ ଆଗକୁ ବଢ଼ିଥାଆନ୍ତି, ସେତେବେଳେ କୌଣସି ମଧ୍ୟ ପ୍ରତିବନ୍ଧକ ଆପଣଙ୍କୁ ଅଟକାଇ ପାରିବ ନାହିଁ ଭାରତର ସାଧାରଣ ଯୁବକ, ଭାରତର ଛୋଟ-ଛୋଟ ସହର ଆଜି ଏହି ସାହସ ଦେଖାଉଛନ୍ତି, ଏହି ସମର୍ପଣର ଭାବ ପ୍ରଦର୍ଶନ କରୁଛନ୍ତି ବିଂଶ ଶତାବ୍ଦୀରେ ଯେଉଁ ଭୂମିକା ଦେଶର ମେଟ୍ରୋ ସହର ତୁଲାଇଥିଲା, ସେହି ଭୂମିକାକୁ ସମ୍ପ୍ରସାରଣ କରିବାର କାର୍ଯ୍ୟ ଏବେ ଆମର ଆଗ୍ରା ଭଳି ଛୋଟ ସହର କରୁଛି ଛୋଟ ସହରକୁ ଆତ୍ମନିର୍ଭର ଭାରତର ସ୍ତମ୍ଭ କରିବା ପାଇଁ ଅନେକ ବିକାଶ ଉପରେ ବହୁତ ଅଧିକ ଗୁରୁତ୍ୱ ଦିଆଯାଉଛି ପଶ୍ଚିମ ଉତ୍ତରପ୍ରଦେଶର ଏହି ସହରଗୁଡ଼ିକରେ ସେହି ପ୍ରତ୍ୟେକ କଥା ରହିଛି, ଯାହା ଆତ୍ମନିର୍ଭରତା ପାଇଁ ଆମେ ଆବଶ୍ୟକ କରିଥାଉ ଏଠାକାର ମାଟି ଏଠାକାର କୃଷକମାନଙ୍କ ମଧ୍ୟରେ ଅପାର ସାମର୍ଥ୍ୟ ରହିଛି ପଶୁଧନ କ୍ଷେତ୍ରରେ ମଧ୍ୟ ଏହି ଅଂଚଳ ଦେଶରେ ଅଗ୍ରଣୀ ରହିଛି ଏଭଳି ଭାବରେ ଏଠାରେ ଡାଏରୀ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ପାଇଁ ବହୁତ ସମ୍ଭାବନା ରହିଛି ଏହା ବ୍ୟତୀତ ଏହି ଅଂଚଳ ସେବା କ୍ଷେତ୍ର ଏବଂ ବିନିର୍ମାଣ କ୍ଷେତ୍ରରେ ମଧ୍ୟ ଆଗକୁ ବଢ଼ୁଛି

ସାଥୀଗଣ,

ଆଧୁନିକ ସୁବିଧା ସୁଯୋଗ ମିଳିବା ହେତୁ, ଆଧୁନିକ ଯୋଗାଯୋଗ ମିଳିବା ଯୋଗୁଁ ପଶ୍ଚିମ ଉତ୍ତରପ୍ରଦେଶର ଏହି ସାମର୍ଥ୍ୟ ଆହୁରି ଆଗକୁ ବୃଦ୍ଧି ପାଉଛି ଦେଶର ପ୍ରଥମ ଦ୍ରୁତ ଗତି ରେଳ ପରିବହନ ବ୍ୟବସ୍ଥା ମିରଟରୁ ଦିଲ୍ଲୀ ମଧ୍ୟରେ ନିର୍ମାଣ ହେଉଛି ଦିଲ୍ଲୀ-ମିରଟ ମଧ୍ୟରେ 14 ଲେନର ଏକ୍ସପ୍ରେସ୍-ୱେ ମଧ୍ୟ ଖୁବ ଶୀଘ୍ର ଏହି କ୍ଷେତ୍ରର ଲୋକଙ୍କୁ ସେବା ଦେବାରେ ଲାଗିବ ପଶ୍ଚିମ ଉତ୍ତରପ୍ରଦେଶର ଅନେକ ଜିଲ୍ଲାକୁ ସଂଯୋଗ କରୁଥିବା ଗଙ୍ଗା ଏକ୍ସପ୍ରେସ-ୱେକୁ ଯୋଗୀ ମହାଶୟଙ୍କ ସରକାର ପୂର୍ବରୁ ହିଁ ମଞ୍ଜୁରି ଦେଇ ସାରିଛନ୍ତି କେବଳ ଏତିକି ନୁହେଁ, ଉତ୍ତରପ୍ରଦେଶରେ ଡଜନ ଡଜନ ବିମାନ ବନ୍ଦରକୁ ଆଂଚଳିକ ଯୋଗାଯୋଗ ବ୍ୟବସ୍ଥା ପାଇଁ ପ୍ରସ୍ତୁତ କରାଯାଉଛି ଏଥିରୁ ମଧ୍ୟ ଅଧିକାଂଶ ପଶ୍ଚିମ ଉତ୍ତରପ୍ରଦେଶରେ ଅଛି ଗ୍ରେଟର ନୋଇଡାର ଅଳଙ୍କାର ଭାବେ ଆଧୁନିକ, ବିଶ୍ୱସ୍ତରୀୟ ଗ୍ରୀନ ଫିଲ୍ଡ ବିମାନବନ୍ଦର ଦ୍ୱାରା ସମଗ୍ର ଅଂଚଳର ପରିଚୟ ସଂପୂର୍ଣ୍ଣ ଭାବେ ବଦଳିବାକୁ ଯାଉଛି

ସାଥୀଗଣ,

ଏହି ଦେଶର ଭିତ୍ତିଭୂମି କ୍ଷେତ୍ରର ଏକ ବଡ଼ ସମସ୍ୟା ସର୍ବଦା ଏହା ରହିଥିଲା ଯେ, ନୂତନ ପ୍ରକଳ୍ପର ଘୋଷଣା ହୋଇ ଯାଉଥିଲା, କିନ୍ତୁ ଏଥିପାଇଁ କେଉଁଠାରୁ ଅର୍ଥ ଆସିବ, ଏହା ଉପରେ ବହୁତ ଧ୍ୟାନ ଦିଆ ଯାଉ ନଥିଲା ଏହି କାରଣରୁ ପ୍ରକଳ୍ପ ଗୁଡ଼ିକ ବର୍ଷ-ବର୍ଷ ଧରି ଅଟକି ରହୁଥିଲା, ସେଥିରେ କାର୍ଯ୍ୟର ଗତି ବହୁତ ମନ୍ଥର ହେଉଥିଲା ନାମକୁ ମାତ୍ର କାର୍ଯ୍ୟ ହେଉଥିଲା ଆମ ସରକାର ନୂତନ ପ୍ରକଳ୍ପର ଶୁଭାରମ୍ଭ କରିବା ସହିତ ହିଁ ଏଥିପାଇଁ ଆବଶ୍ୟକ ଧନରାଶିର ବ୍ୟବସ୍ଥା ଉପରେ ମଧ୍ୟ ସେତିକି ଧ୍ୟାନ ଦେଇଛନ୍ତି ଯୋଗାଯୋଗ ଏବଂ ଆଧୁନିକ ଭିତ୍ତିଭୂମି ଉପରେ ଆଜି ଦେଶରେ ଯେଉଁ ଖର୍ଚ୍ଚ କରାଯାଉଛି, ପୂର୍ବରୁ କେବେ କରାଯାଉ ନଥିଲା ଏବେ ଜାତୀୟ ଭିତ୍ତିଭୂମି ପାଇପ ଲାଇନ ପ୍ରକଳ୍ପ ଅଧୀନରେ 100 ଲକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିବାର ମଧ୍ୟ ପ୍ରସ୍ତୁତି ଚାଲିଛି ବହୁମୁଖୀ ଯୋଗାଯୋଗ ଭିତ୍ତିଭୂମି ମାଷ୍ଟର ପ୍ଲାନ ଉପରେ ମଧ୍ୟ କାର୍ଯ୍ୟ କରାଯାଉଛି ପ୍ରୟାସ ଏହା ରହିଛି ଯେ ଦେଶର ଭିତ୍ତିଭୂମିକୁ ଉନ୍ନତ କରିବା ପାଇଁ ସାରା ବିଶ୍ୱରୁ ନିବେଶକଙ୍କୁ ଆକୃଷ୍ଟ କରାଯାଉ ଭିତ୍ତିଭୂମି ଏବଂ ରିୟଲ ଇଷ୍ଟେଟ ପ୍ରକଳ୍ପରେ ନିବେଶ ପାଇଁ ବିଦେଶୀ ନିବେଶକୁ ସହଜ କରିବା ପାଇଁ ମଧ୍ୟ ପ୍ରତ୍ୟେକ ଆବଶ୍ୟକ ପଦକ୍ଷେପ ନିଆଯାଉଛି

ସାଥୀଗଣ,

ଉନ୍ନତ ଭିତ୍ତିଭୂମି, ଉନ୍ନତ ଯୋଗାଯୋଗ ବ୍ୟବସ୍ଥାର ସବୁଠାରୁ ଅଧିକ ଲାଭ ଆମର ପର୍ଯ୍ୟଟନ କ୍ଷେତ୍ରକୁ ହୋଇଥାଏ ମୋର ଏହା ସର୍ବଦା ମତ ରହିଛି ଯେ, ପର୍ଯ୍ୟଟନ ହେଉଛି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ପ୍ରତ୍ୟେକଙ୍କ ପାଇଁ ରୋଜଗାରର ସାଧନ ରହିଛି କମରୁ ଅତି କମ୍ ନିବେଶରେ ଅଧିକ ଆୟ ପର୍ଯ୍ୟଟନ ମାଧ୍ୟମରେ ସମ୍ଭବ ଏହି ଚିନ୍ତାଧାରା ସହିତ ଦେଶ  ଲୋକାଲ ପର୍ଯ୍ୟଟନ ପାଇଁ  ଭୋକାଲ ହେଉ, ଏଥିପାଇଁ ଅନେକ ସ୍ତରରେ କାର୍ଯ୍ୟ ଚାଲୁ ରହିଛି

ତାଜମହଲ ଭଳି ଐତିହ୍ୟର ଆଖପାଖରେ ଆଧୁନିକ ସୁବିଧାମାନ ବିକଶିତ କରିବା ସହିତ ହିଁ ପର୍ଯ୍ୟଟକଙ୍କ ପାଇଁ ପରିଭ୍ରମଣର ସୁଗମତା ମଧ୍ୟ ବୃଦ୍ଧି କରାଯାଉଛି ସରକାର ନା କେବଳ -ଭିସା ଯୋଜନାରେ ସାମିଲ ଦେଶର ସଂଖ୍ୟାକୁ ବହୁତ ବୃଦ୍ଧି କରିଛନ୍ତି, ଏହା ସହିତ ହିଁ ହୋଟେଲ ରୁମ୍ ଟାରିଫ୍ ରେ ଟିକସକୁ ମଧ୍ୟ ବହୁତ କମ୍ କରିଛନ୍ତି ସ୍ୱଦେଶ ଦର୍ଶନ ଏବଂ ପ୍ରସାଦ ଭଳି ଯୋଜନାଗୁଡ଼ିକ ମାଧ୍ୟମରେ ପର୍ଯ୍ୟଟକମାନଙ୍କୁ ମଧ୍ୟ ଆକର୍ଷିତ କରିବାର ପ୍ରୟାସ କରାଯାଉଛି ସରକାରଙ୍କ ପ୍ରୟାସ ଦ୍ୱାରା ଭାରତ ଏବେ ଭ୍ରମଣ ଏବଂ ପର୍ଯ୍ୟଟନ ପ୍ରତିଦ୍ୱନ୍ଦିତା ସୂଚକାଙ୍କରେ 34 ନମ୍ବରକୁ ଆସି ଯାଇଛି ଯେତେବେଳେ କି 2013ରେ ଭାରତ ଏହି ସୂଚକାଙ୍କର 65 ତମ ସ୍ଥାନରେ ଅଟକି ରହିଥିଲା ଆଜି ସେଠାରେ ଏତେ ପ୍ରଗତି ହୋଇଛି

ମୋର ଆଶା ରହିଛି ଯେ ଯେମିତି-ଯେଭଳି କରୋନା ସ୍ଥିତି ସୁଧୁରି ଯାଉଛି, ସେତେ ଶୀଘ୍ର ହିଁ ପର୍ଯ୍ୟଟନ କ୍ଷେତ୍ରରେ ପୁଣିଥରେ ଚମକ ଫେରି ଆସିବ

ସାଥୀଗଣ,

ନୂତନ ସୁବିଧା ପାଇଁ ନୂତନ ବ୍ୟବସ୍ଥା ପାଇଁ ସଂସ୍କାର ହେଉଛି ବହୁତ ଜରୁରି ଆମେ ବିଗତ ଶତାବ୍ଦୀର ଆଇନକୁ ନେଇ ଆଗାମୀ ଶତାବ୍ଦୀର ନିର୍ମାଣ କରି ପାରିବା ନାହିଁ ଯେଉଁ ଆଇନ ବିଗତ ଶତାବ୍ଦୀରେ ବହୁତ ଉପଯୋଗୀ ହୋଇଥିଲା, ତାହା ଆଗାମୀ ଶତାବ୍ଦୀ ପାଇଁ ବୋଝ ପାଲଟି ଯାଇଥାଏ, ଆଉ ଏଥିପାଇଁ ସଂସ୍କାରର କ୍ରମାଗତ ପ୍ରକ୍ରିୟା ଚାଲି ରହିଥାଏ ଲୋକ ସବୁବେଳେ ପ୍ରଶ୍ନ ପଚାରନ୍ତି ଯେ ପୂର୍ବ ତୁଳନାରେ ଏବେ ହେଉଥିବା ସଂସ୍କାର ଅଧିକ ଅଧିକ ଉନ୍ନତ ଭାବରେ କିଭଳି କାର୍ଯ୍ୟ କରୁଛି? ପୂର୍ବ ତୁଳନାରେ ଏବେ ଭିନ୍ନ ହେଉଛି କାରଣ ହେଉଛି ବହୁତ ସିଧାସଳଖ ପୂର୍ବର ସଂସ୍କାର ଖଣ୍ଡ-ଖଣ୍ଡ କରି କରାଯାଉଥିଲା କିଛି କ୍ଷେତ୍ର, କିଛି ବିଭାଗକୁ ଧ୍ୟାନରେ ରଖି ହେଉଥିଲା ଏବେ ଏକ ସମ୍ପୂର୍ଣ୍ଣ ଚିନ୍ତାଧାରାର ସହିତ ସଂସ୍କାର କରାଯାଉଛି ଏବେ ଯେଭଳି ସହରର ବିକାଶ ପାଇଁ ଆମେ 4 ସ୍ତରରେ କାର୍ଯ୍ୟ କରିଛୁ ବିଗତ ସମୟରୁ ଚାଲି ଆସୁଥିବା ସମସ୍ୟାଗୁଡ଼ିକର ସମାଧାନ ହେଉ, ଜୀବନ ଅଧିକରୁ ଅଧିକ ସୁଗମ ହେଉ, ଅଧିକରୁ ଅଧିକ ନିବେଶ ହେଉ, ଏବଂ ସହରର ବ୍ୟବସ୍ଥାୁଡ଼ିକରେ ଆଧୁନିକ ଟେକ୍ନୋଲୋଜିର ଅଧିକ ଉପଯୋଗ ହେଉ

ଭାଇ ଭଉଣୀମାନେ,

ରିୟଲ ଇଷ୍ଟେଟ କ୍ଷେତ୍ରର ସ୍ଥିତି ଥିଲା, ଏହା ସହିତ ଆମେ ସମସ୍ତେ ପରିଚିତ ଅଛୁ

ଘର ନିର୍ମାଣ କରିବାବାଲା ଏବଂ ଘର କିଣିଲା ବାଲାଙ୍କ ମଧ୍ୟରେ ଭରସାର ଏକ ଖାଇ ଆସି ସାରିଥିଲା

କିଛି ମନ୍ଦ ଉଦ୍ଦେଶ୍ୟ ରହିଥିବା ଲୋକ ସଂପୂର୍ଣ୍ଣ ରିୟଲ ଇଷ୍ଟେଟକୁ ବଦନାମ କରି ରଖିଥିଲେ, ଆମ ମଧ୍ୟମବର୍ଗଙ୍କୁ ବ୍ୟତିବ୍ୟସ୍ତ କରି ରଖିଥିଲେ ଏହି ସମସ୍ୟାକୁ ଦୂର କରିବା ପାଇଁ ଆରଇଆରଏ(ରେରା) ଆଇନ ଅଣାଗଲା ନିକଟରେ ଯାହା କିଛି ରିପୋର୍ଟ ଆସିଛି, ତାହା କହୁଛି ଯେ, ଏହି ଆଇନ ପରେ ମଧ୍ୟମବର୍ଗର ଘର ଦ୍ରୁତ ଗତିରେ ଶେଷ ହେବା ଆରମ୍ଭ ହୋଇ ଯାଇଛି ଏହିଭଳି ଭାବେ ଆମ ସହରରେ ଆଉ ଏକ ବଡ଼ ସମସ୍ୟା ରହିଛି, ବହୁତ ମାତ୍ରାରେ ଖାଲି ପଡ଼ିଥିବା ଘରର ଏହା ପୁଣି ସେତେବେଳେ ଠାରୁ ରହିଛି, ଯେତେବେଳେ ବହୁତ ବଡ଼ ମାତ୍ରାରେ ଲୋକ ଭଡ଼ା ଘର ମିଳିବାକୁ ନେଇ ସମସ୍ୟାରେ ଥିଲେ ଏହି ସମସ୍ୟାକୁ ଦୂର କରିବା ପାଇଁ ମଧ୍ୟ ଏକ ମଡେଲ ଆଇନ ପ୍ରସ୍ତୁତ କରି ରାଜ୍ୟଗୁଡ଼ିକୁ ଦିଆ ଯାଇସାରିଛି

ସାଥୀଗଣ,

ସହରର ଜୀବନକୁ ସରଳ କରିବା ପାଇଁ ଆଧୁନିକ ସର୍ବସାଧାରଣ ପରିବହନ ବ୍ୟବସ୍ଥାରୁ ନେଇ ହାଉସିଂ ପର୍ଯ୍ୟନ୍ତ ଚତୁର୍ଦ୍ଦିଗରେ ବିକାଶର କାର୍ଯ୍ୟ ଚାଲୁ ରହିଛି ଏଠାରେ ଆଗ୍ରାରୁ ହିଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଶୁଭାରମ୍ଭ ହୋଇଥିଲା ଏହି ଯୋଜନା ଅଧୀନରେ ସହରୀ ଗରିବଙ୍କ ପାଇଁ ଏକ କୋଟିରୁ ଅଧିକ ଘରକୁ ମଞ୍ଜୁରି ଦିଆଯାଇଛି ସହରର ମଧ୍ୟମବର୍ଗଙ୍କ ପାଇଁ ମଧ୍ୟ ପ୍ରଥମ ଥର ପାଇଁ ଘର କିଣିବା ନିମନ୍ତେ ସହାୟତା ଦିଆ ଯାଉଛି ପର୍ଯ୍ୟନ୍ତ ସାଢ଼େ 12 ଲକ୍ଷରୁ ଅଧିକ ସହରୀ ମଧ୍ୟମବର୍ଗଙ୍କ ପାଇଁ ଘର କିଣିବା ନିମନ୍ତେ ପ୍ରାୟ 28 ହଜାର କୋଟି ଟଙ୍କାର ସହାୟତା ଦିଆଯାଇ ସାରିଛି ଅମୃତ ମିଶନ ଅଧୀନରେ ଦେଶର ଶହ-ଶହ ସହରରେ ପାଣି, ସ୍ୱରେଜ ଭଳି ଭିତ୍ତିଭୂମିକୁ ଅପଗ୍ରେଡ଼ କରାଯାଉଛି ସହରରେ ସର୍ବସାଧାରଣ ଶୌଚାଳୟର ଉନ୍ନତ ସୁବିଧା ହେଉ, ବର୍ଜ୍ୟ ପରିଚାଳନାର ଆଧୁନିକ ବ୍ୟବସ୍ଥା ହେଉ, ବର୍ଜ୍ୟ ପରିଚାଳନାକୁ ଅଗ୍ରାଧିକାର ଦେବାର ପ୍ରକ୍ରିୟା ହେଉ, ଏଥିପାଇଁ ସ୍ୱାୟତ୍ତ ଶାସନ ସଂସ୍ଥାର ସହାୟତା କରାଯାଉଛି

ଭାଇ ଭଉଣୀମାନେ,

ଆଜି ସହରୀ ଗରିବଙ୍କୁ ମାଗଣାରେ ଚିକିତ୍ସା ସୁବିଧା ମିଳୁଛି ଏବଂ ମଧ୍ୟମବର୍ଗଙ୍କୁ ଶସ୍ତାରେ ଔଷଧ ମିଳୁଛି, ଶସ୍ତା ସର୍ଜରୀ ଉପଲବ୍ଧ କରାଯାଉଛି ସରକାରଙ୍କର ପ୍ରୟାସ ଦ୍ୱାରା ବିଜୁଳି ଠାରୁ ନେଇ ମୋବାଇଲ ଫୋନ ପର୍ଯ୍ୟନ୍ତ ତାହା ଉପରେ ବହୁତ କମ୍ ଖର୍ଚ୍ଚ ହେଉଛି ଶିକ୍ଷା ଋଣରୁ ନେଇ ଗୃହଋଣ ପର୍ଯ୍ୟନ୍ତ ସବୁଥିରେ ସୁଧ ହାରରେ ହ୍ରାସ କରାଯାଇଛି ଏହା ମଧ୍ୟ ପ୍ରଥମ ଥର ହୋଇଛି ଯେ ରାସ୍ତା କଡ଼ର ଉଠା ଦୋକାନୀ ଏବଂ ଠେଲା ଫେରି କରୁଥିବା ଛୋଟ-ଛୋଟ ଉଦ୍ୟମୀଙ୍କୁ ବ୍ୟାଙ୍କରୁ ଶସ୍ତା ଋଣ ଉପଲବ୍ଧ କରାଯାଇଛି ଏହା ହିଁ ହେଉଛି ସମସ୍ତଙ୍କ ସହିତ, ସମସ୍ତଙ୍କର ବିକାଶ, ସମସ୍ତଙ୍କର ବିଶ୍ୱାସ

ଭାଇ ଭଉଣୀମାନେ,

ଯେଉଁ ସଂସ୍କାର ବିଗତ କିଛି ସମୟ ଧରି କରାଯାଉଛି, ତାହାଦ୍ୱାରା ଦେଶରେ ନୂତନ ଆତ୍ମବିଶ୍ୱାସ ଆସିଛି ବିଶେଷ ଭାବେ ଦେଶର ଭଉଣୀ, ଝିଅଙ୍କ ପର୍ଯ୍ୟନ୍ତ ଯେଉଁଭଳି ଭାବେ ସରକାରୀ ଲାଭ ପହଂଚିଛି, ତାହା ବାସ୍ତବରେ ମୁଁ ଯଦି ସୂକ୍ଷ୍ମ ଭାବରେ କହିବି, ତେବେ ଆପଣମାନଙ୍କୁ ମଧ୍ୟ ଆତ୍ମ ସନ୍ତୋଷ ମିଳିବ ପୂର୍ବ ତୁଳନାରେ ଆପଣଙ୍କ ମଧ୍ୟରେ ଏକ ନୂତନ ବିଶ୍ୱାସ ସୃଷ୍ଟି ହେବ ପ୍ରତ୍ୟେକ ଦିନ ଦୂର-ଦୂରାନ୍ତରରୁ ଅନେକ ଚିଠି ମୋତେ ମିଳୁଛି ଗଣମାଧ୍ୟମ ଜରିଆରେ ଭଉଣୀ- ଝିଅମାନଙ୍କର ଭାବନା ମୋ ପାଖରେ ପହଂଚୁଛି ମାଆ-ଭଉଣୀମାନଙ୍କର ଏହି ଆଶୀର୍ବାଦରେ ମୁଁ ବାସ୍ତବରେ ଭାବ ବିହ୍ୱଳ ହୋଇ ଉଠିଛି ଦେଶର ଭଉଣୀ ଝିଅମାନଙ୍କୁ, ଦେଶର ଯୁବକମାନଙ୍କୁ, ଦେଶର କୃଷକମାନଙ୍କୁ, ଦେଶର ଶ୍ରମିକଙ୍କୁ, କର୍ମଚାରୀମାନଙ୍କୁ, ବ୍ୟବସାୟୀମାନଙ୍କର ବିଶ୍ୱାସ ବିଗତ ପ୍ରତ୍ୟେକ ନିର୍ବାଚନରେ ଦେଖିବାକୁ ମିଳୁଛି ୟୁପି ସହିତ ଦେଶର କୋଣ ଅନୁକୋଣରେ ନିର୍ବାଚନର ପରିଣାମରେ ଏହି ବିଶ୍ୱାସର ଝଲକ ପ୍ରତିଫଳିତ ହେଉଛି 2-3  ଦିନ ପୂର୍ବରୁ ତେଲଙ୍ଗାନାରେ, ହାଇଦ୍ରାବାଦରେ ଗରିବ ଏବଂ ମଧ୍ୟମବର୍ଗମାନେ ସରକାରଙ୍କ ପ୍ରୟାସକୁ ଅଭୁତପୂର୍ବ ଆଶୀର୍ବାଦ ଦେଇଛନ୍ତି ଆପଣମାନଙ୍କର ସହଯୋଗ ଏବଂ ସମର୍ଥନ ହିଁ ହେଉଛି ମୋର ପ୍ରେରଣାର ଶକ୍ତି ଦେଶବାସୀଙ୍କ ଛୋଟରୁ ଛୋଟ ଖୁସି ମୋତେ ନୂଆ-ନୂଆ କାର୍ଯ୍ୟ କରିବାର ଶକ୍ତି ପ୍ରଦାନ କରିଥାଏ ନୂତନ ପଦକ୍ଷେପ ନେବା ପାଇଁ ଶକ୍ତି ଦେଇଥାଏ ଫଳରେ ମୁଁ ଆପଣମାନଙ୍କର କଲ୍ୟାଣ ପାଇଁ ଆହୁରି ଅଧିକ କାର୍ଯ୍ୟ କରି ପାରିବି ଆତ୍ମନିର୍ଭରତାର ଏହି ଆତ୍ମବିଶ୍ୱାସ ଏହିଭଳି ନିରନ୍ତର ସୁଦୃଢ଼ ହେଉ, ବିକାଶର କାର୍ଯ୍ୟ ଏହିଭଳି ଭାବେ ବଢ଼ିଚାଲୁ, ଏହି କାମନା ସହିତ ଆପଣମାନଙ୍କୁ ମେଟ୍ରୋ ପ୍ରକଳ୍ପ ପାଇଁ ପୁଣି ଥରେ ବହୁତ ଶୁଭେଚ୍ଛା!!

କିନ୍ତୁ ଗୋଟିଏ କଥାକୁ ମୁଁ ନିଶ୍ଚିତ ଭାବେ ମନେ ପକାଇ ଦେବି, କରୋନା ଟୀକାର ପ୍ରତୀକ୍ଷା ରହିଛି, ଆଉ ବିଗତ ଦିନରେ ମୁଁ ଯେତେବେଳେ ବୈଜ୍ଞାନିକଙ୍କୁ ସାକ୍ଷାତ କଲି, ସେତେବେଳେ ଜଣାପଡିଲା ଏବେ ଆଉ କୌଣସି ଅଧିକ ବିଳମ୍ବ ହେବ ନାହିଁ, କିନ୍ତୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଆମର ସତର୍କତାରେ କୌଣସି ଅଭାବ ପରିଲକ୍ଷିତ ହେବା ଉଚିତ ନୁହେଁ ମାସ୍କ, ଦୁଇ ଗଜର ଦୂରତା ଏହା ହେଉଛି ବହୁତ ଜରୁରି ଆପଣ ଏହାର ଧ୍ୟାନ ରଖିବେ, ଏହି ବିଶ୍ୱାସ ସହିତ ଆପଣମାନଙ୍କ ନିକଟରେ ବହୁତ-ବହୁତ କୃତଜ୍ଞତା ଜ୍ଞାପନ କରୁଛି!!

ଧନ୍ୟବାଦ

**********



(Release ID: 1678961) Visitor Counter : 246