ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

138 ଦିନ ପରେ ଭାରତରେ ସକ୍ରିୟ କରୋନା ମାମଲା ସଂଖ୍ୟା 4.03 ଲକ୍ଷକୁ ହ୍ରାସ

• ମୋଟ ସୁସ୍ଥଙ୍କ ସଂଖ୍ୟା 91 ଲକ୍ଷକୁ ଟପିଲା
• ଦଶ ଲକ୍ଷ ଜନସଂଖ୍ୟାରେ ନୂଆ କରୋନା ମାମଲା ଚିହ୍ନଟରେ ବିଶ୍ୱସ୍ତରରେ ଭାରତରେ ସର୍ବର୍ନିମ୍ନ

Posted On: 06 DEC 2020 11:34AM by PIB Bhubaneshwar

ଆଜି ଭାରତରେ ସକ୍ରିୟ କରୋନା ମାମଲା ଉଲ୍ଲେଖନୀୟ ଭାବେ ହ୍ରାସ ପାଇ 4.03 ଲକ୍ଷ (4,03,248) ହୋଇଛି । 138 ଦିନ ମଧ୍ୟରେ ଏହା ସର୍ବନିମ୍ନ । 2020 ଜୁଲାଇ 21 ତାରିଖରେ ସକ୍ରିୟ କରୋନା ମାମଲା ଥିଲା 4,02,529 ।

ଗତ ନଅ ଦିନର ଧାରାକୁ ବଜାର ରଖି ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା ନୂଆ କରୋନା ମାମଲା ତୁଳନାରେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ଅଧିକ ରହିଛି । ଦୈନିକ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ନୂଆ ଆକ୍ରାନ୍ତଙ୍କ ତୁଳନାରେ ଅଧିକ ରହୁଥିବାରୁ ଭାରତରେ ସକ୍ରିୟ ମାମଲା ହ୍ରାସ ପାଇପାରିଛି ଏବଂ ଏହା ଏବେ ମୋଟ କରୋନା ପଜିଟିଭ୍ ମାମଲାର ମାତ୍ର 4.18% ରହିଛି ।

WhatsApp Image 2020-12-06 at 10.33.28 AM (1).jpeg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 36,011 ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 41,970 ଜଣ ସୁସ୍ଥ ହୋଇଛନ୍ତି । ନୂଆ ସୁସ୍ଥଙ୍କ ସଂଖ୍ୟା ଅଧିକ ଥିବାରୁ ସକ୍ରିୟ କରୋନା ମାମଲାରେ ସିଧାସଳଖ 6,441 ହ୍ରାସ ପାଇଛି ।

WhatsApp Image 2020-12-06 at 10.27.35 AM.jpeg

ଗତ 7 ଦିନ ମଧ୍ୟରେ ଭାରତରେ ପ୍ରତି ଦଶଲକ୍ଷ ଜନସଂଖ୍ୟାରେ ନୂଆ କରୋନା ମାମଲାର ସଂଖ୍ୟା ରହିଛି 186, ଯାହାକି ବିଶ୍ୱରେ ସର୍ବନିମ୍ନ ।

WhatsApp Image 2020-12-06 at 10.33.28 AM.jpeg

ନୂଆ କରୋନା ମାମଲା ତୁଳନାରେ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଅଧିକ ରହୁଥିବାରୁ ଦେଶରେ ସୁସ୍ଥତା ହାର 94.37%କୁ ବୃଦ୍ଧି ପାଇଛି ।

ମୋଟ ସୁସ୍ଥଙ୍କ ସଂଖ୍ୟା 91 ଲକ୍ଷ (91,00,792)କୁ ଟପି ଯାଇଛି । ସୁସ୍ଥ ସଂଖ୍ୟା ଏବଂ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇ 87 ଲକ୍ଷ ପାଖାପାଖି (86,97,544) ହୋଇଛି ।

ନୂଆ ସୁସ୍ଥଙ୍କ ମଧ୍ୟରୁ 76.6% ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।

ମହାରାଷ୍ଟ୍ରରେ ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ 5,834 ଜଣ ସୁସ୍ଥ ହୋଇଛନ୍ତି । ଏହା ପଛକୁ କେରଳରେ 5,820 ଏବଂ ଦିଲ୍ଲୀରେ 4,916 ଜଣ ସୁସ୍ଥ ହୋଇଛନ୍ତି ।

WhatsApp Image 2020-12-06 at 10.12.17 AM.jpeg

ଗତ 24 ଘଣ୍ଟା ମଧ୍ୟରେ ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ 75.70% ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।

କେରଳରେ ସର୍ବାଧିକ 5,848 ଜଣ ଚିହ୍ନଟ ହୋଇଛନ୍ତି । ଏହା ପଛକୁ ମହାରାଷ୍ଟ୍ରରେ 4,922 ଏବଂ ଦିଲ୍ଲୀରେ 3,419 ନୂଆ ମାମଲା ରେକର୍ଡ କରାଯାଇଛି ।

WhatsApp Image 2020-12-06 at 10.12.14 AM.jpeg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 482 ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ 79.05% ମୃତ୍ୟୁ ହୋଇଛି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ । ମହାରାଷ୍ଟ୍ରରେ ସର୍ବାଧିକ 95 ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ 77 ଓ ପଶ୍ଚିମବଙ୍ଗରେ 49 ଜଣଙ୍କ ମୃତ୍ୟୁ ହୋଇଛି ।

WhatsApp Image 2020-12-06 at 10.12.16 AM.jpeg

ଗତ ସପ୍ତାହରେ ପ୍ରତି ଦଶଲକ୍ଷ ଜନସଂଖ୍ୟାରେ ଦୈନିକ କରୋନା ମୃତ୍ୟୁ ସଂଖ୍ୟା ଭାରତରେ ରହିଥିଲା ମାତ୍ର ୩, ଯାହାକି ବିଶ୍ୱରେ ସର୍ବନିମ୍ନ ମୃତ୍ୟୁ ସଂଖ୍ୟା ମଧ୍ୟରୁ ଅନ୍ୟତମ ।

 

**********

 



(Release ID: 1678757) Visitor Counter : 232