ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ ଦୈନିକ କରୋନା ମାମଲା 40 ହଜାରରୁ କମ୍

● ସକ୍ରିୟ ମାମଲା ହ୍ରାସ ପାଇବାରେ ଲାଗିଛି, 4.4 ଲକ୍ଷ ସକ୍ରିୟ ମାମଲା ରହିଛି
● ଦୈନିକ ପଜିଟିଭ୍ ହାର 3.45

Posted On: 24 NOV 2020 12:34PM by PIB Bhubaneshwar

ଭାରତରେ 6 ଦିନ ପରେ ଦୈନିକ ନୂଆ କରୋନା ମାମଲା 40 ହଜାରରୁ କମ୍ ରହିଛି । ଗତ 24 ଘଣ୍ଟା ମଧ୍ୟରେ 37,975 ନୂଆ ମାମଲା ଆସିଛି । ନଭେମ୍ବର 8 ତାରିଖରୁ କ୍ରମାଗତ 17 ଦିନ ଧରି ଦୈନିକ କରୋନା ମାମଲା 50 ହଜାରରୁ କମ୍ ରହିଛି ।

ଦେଶରେ ଏବେ 2,134ଟି ଲାବୋରେଟାରୀରେ ନମୁନା ପରୀକ୍ଷା ହେଉଥିବାରୁ ଏହା ବ୍ୟାପକ ହୋଇପାରିଛି । ଦୈନିକ 10 ଲକ୍ଷରୁ ଅଧିକ ନମୁନା ପରୀକ୍ଷା ପାଇଁ ହୋଇଥିବା ଲକ୍ଷ୍ୟ ଅନୁଯାୟୀ ଗତ 24 ଘଣ୍ଟାରେ ଦେଶରେ 10,99,545 ନମୁନା ପରୀକ୍ଷା କରାଯାଇଛି । ଭାରତରେ ଏ ପର୍ଯ୍ୟନ୍ତ ମୋଟ ନମୁନା ପରୀକ୍ଷା 13.3 କୋଟି (13,36,82,275)କୁ ଅତିକ୍ରମ କରିଛି ।

WhatsApp Image 2020-11-24 at 10.06.11 AM.jpeg

ଦୈନିକ ପ୍ରାୟ 10 ଲକ୍ଷ ନମୁନା ପରୀକ୍ଷା ହେଉଥିବାରୁ ପଜିଟିଭ୍ ହାର ହ୍ରାସ ପାଇଛି ଏବଂ ଏହା ମଧ୍ୟ ନିମ୍ନମୁଖୀ ହୋଇପାରିଛି ।

WhatsApp Image 2020-11-24 at 10.04.13 AM.jpeg

ଦେଶରେ ମୋଟ ଜାତୀୟ ପଜିଟିଭ୍ ହାର 6.87% ରହିଛି, ଯାହାକି 7%ରୁ କମ୍ । ଦୈନିକ ପଜିଟିଭ୍ ହାର ରହିଛି 3.45% । ଅଧିକରୁ ଅଧିକ ନମୁନା ପରୀକ୍ଷା ହେଉଥିବାରୁ ପଜିଟିଭ୍ ହାର କମ୍ ରହିଛି ।

WhatsApp Image 2020-11-24 at 10.02.37 AM.jpeg

ପ୍ରତି ଦଶ ଲକ୍ଷ ଜନସଂଖ୍ୟାରେ ନମୁନା ପରୀକ୍ଷା 96,871କୁ ବୃଦ୍ଧି ପାଇଛି ।

WhatsApp Image 2020-11-24 at 10.08.06 AM.jpeg

ଗତ କେଇ ସପ୍ତାହ ଧରି ଦେଶରେ ସକ୍ରିୟ ମାମଲା ହ୍ରାସ ପାଇ ଚାଲିଛି ।

ଗତ 24 ଘଣ୍ଟା ମଧ୍ୟରେ 42,314 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସକ୍ରିୟ ମାମଲା 4,38,667କୁ ହ୍ରାସ ପାଇଛି । ଏବେ ନିମ୍ନମୁଖୀ ଧାରାରେ ଦେଶରେ ସକ୍ରିୟ ମାମଲା ମୋଟ ମାମଲାର 4.78% ରହିଛି ।

ସୁସ୍ଥ ହାର ମଧ୍ୟ ଦେଶରେ 93.76%କୁ ବୃଦ୍ଧି ପାଇଛି । ଆଜି ମୋଟ ସୁସ୍ଥଙ୍କ ସଂଖ୍ୟା 86,04,955ରେ ପହଞ୍ଚିଛି ।

ନୂଆ ସୁସ୍ଥଙ୍କ ମଧ୍ୟରୁ 75.71% ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।

ଦିଲ୍ଲୀରେ ସର୍ବାଧିକ ଗୋଟିଏ ଦିନରେ 7,216 ଜଣ ସୁସ୍ଥ ହୋଇଛନ୍ତି । ଏହା ପଛକୁ କେରଳରେ 5,425 ଏବଂ ମହାରାଷ୍ଟ୍ରରେ 3,729 ଜଣ ସୁସ୍ଥ ହୋଇଛନ୍ତି ।

WhatsApp Image 2020-11-24 at 9.57.32 AM.jpeg

ନୂଆ ପଜିଟିଭ ମାମଲା ମଧ୍ୟରୁ 77.04% ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।

ଦିଲ୍ଲୀରେ ଦୈନିକ ନୂଆ ମାମଲା ସବୁଠାରୁ ଅଧିକ ରହିଛି । ଦିଲ୍ଲୀରେ 4,454 ନୂଆ ମାମଲା ଆସିଥିବା ବେଳେ ଏହା ପଛକୁ ମହାରାଷ୍ଟ୍ରରେ 4,153 ମାମଲା ଆସିଛି ।

WhatsApp Image 2020-11-24 at 9.57.32 AM (1).jpeg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 480 ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ 73.54% ମୃତ୍ୟୁ ହୋଇଛି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । ଦିଲ୍ଲୀରେ ସବୁଠାରୁ ଅଧିକ 121 ଜଣଙ୍କ ମୃତ୍ୟୁ ହୋଇଛି । ଏହା ପଛକୁ ପଶ୍ଚିମବଙ୍ଗରେ 47 ଏବଂ ମହାରାଷ୍ଟ୍ରରେ 30 ଜଣଙ୍କ ମୃତ୍ୟୁ ହୋଇଛି ।

WhatsApp Image 2020-11-24 at 9.57.31 AM.jpeg

 

**********

 



(Release ID: 1675457) Visitor Counter : 191