ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ତରୁଣ ଗୋଗୋଇଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 23 NOV 2020 6:32PM by PIB Bhubaneswar

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ତରୁଣ ଗୋଗୋଇଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଶ୍ରୀ ତରୁଣ ଗୋଗୋଇ ଜୀ ଜଣେ ଲୋକପ୍ରିୟ ନେତା ଏବଂ ଅନୁଭୂତି ସମ୍ପନ୍ନ ପ୍ରଶାସକ ଥିଲେ । ବହୁ ବର୍ଷର ରାଜନୈତିକ ଅଭିଜ୍ଞତା ତାଙ୍କ ନିକଟରେ ଥିଲା । ତାଙ୍କ ବିୟୋଗରେ ମର୍ମାହତ । ଏହି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାର ଏବଂ ସମର୍ଥକଙ୍କ ପ୍ରତି ମୋର ସମବେଦନା । ଓମ ଶାନ୍ତି” ।

 

**********


(ରିଲିଜ ଆଡି: 1675163) ପରିଦର୍ଶକ କାଉଣ୍ଟର : 257