ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
13 କୋଟିରୁ ଅଧିକ କରୋନା ନମୁନା ପରୀକ୍ଷା କରି ଭାରତ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ଅତିକ୍ରମ କରିଛି
● ଅଧିକରୁ ଅଧିକ ନମୁନା ପରୀକ୍ଷା ହେଉଥିବାରୁ ପଜିଟିଭ୍ ହାର ହ୍ରାସ ପାଉଛି
● କରୋନା ସକ୍ରିୟ ମାମଲା ଏବେ ମୋଟ ମାମଲାର 4.86%କୁ ହ୍ରାସ ପାଇଛି
Posted On:
21 NOV 2020 11:44AM by PIB Bhubaneshwar
ବିଶ୍ୱ ମହାମାରୀ କରୋନା ସହ ଲଢ଼େଇରେ ଭାରତ ପୁଣି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ପ୍ରତିଦିନ 10 ଲକ୍ଷରୁ ଅଧିକ ନମୁନା ପରୀକ୍ଷା ପାଇଁ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 10,66,022 ନମୁନା ପରୀକ୍ଷା କରାଯାଇଛି । ଏହାକୁ ମିଶାଇ ଦେଶରେ ଏ ପର୍ଯ୍ୟନ୍ତ ମୋଟ 13,06,57,808 ନମୁନା ପରୀକ୍ଷା ହୋଇଛି ।
ବିଗତ ମାତ୍ର 10 ଦିନ ମଧ୍ୟରେ 1 କୋଟି ନମୁନା ପରୀକ୍ଷା ହୋଇପାରିଛି ।
ଦୈନିକ ପ୍ରାୟ 10 ଲକ୍ଷ ନମୁନା ପରୀକ୍ଷା ଫଳରେ କରୋନା ପଜିଟିଭ୍ ହାର ହ୍ରାସ ପାଇଛି ଏବଂ ଏହା କ୍ରମାଗତ ଭାବେ ନିମ୍ନମୁଖୀ ହୋଇ ରହିଛି । ଆଜି ଜାତୀୟ ପଜିଟିଭ୍ ହାର ରହିଛି 6.93%, ଯାହାକି 7%ରୁ କମ୍ । ଦୈନିକ ପଜିଟିଭ୍ ହାର ଗତକାଲି ଥିଲା 4.34% । ନମୁନା ପରୀକ୍ଷାର ସଂଖ୍ୟା ବୃଦ୍ଧି ହୋଇଥିବାରୁ ପଜିଟିଭ୍ ହାର ହ୍ରାସ ପାଇଛି ।
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 46,232 ଜଣ କୋଭିଡ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭ୍ ହାର 4.34% ଥିବାରୁ କେତେ ଅଧିକ ନମୁନା ପରୀକ୍ଷା ହେଉଛି ତାହା ସ୍ପଷ୍ଟ । ୟୁରୋପ ଓ ଆମେରିକାରେ ଦୈନିକ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଭାରତରେ ଏହି ମହାମାରୀକୁ ନିୟନ୍ତ୍ରଣରେ ରଖିବାକୁ ସମସ୍ତ ପ୍ରଚେଷ୍ଟା କରାଯାଉଛି । ଉତ୍ତର ଭାରତର କେତେକ ରାଜ୍ୟରେ ଅଚାନକ ପଜିଟିଭ୍ ସଂଖ୍ୟା ବୃଦ୍ଧି ହୋଇଥିବାରୁ ନମୁନା ପରୀକ୍ଷା ବୃଦ୍ଧି କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରତି ଦଶ ଲକ୍ଷ ଜନସଂଖ୍ୟାରେ ଜାତୀୟ ହାରଠାରୁ ଅଧିକ ନମୁନା ପରୀକ୍ଷା କରିଛନ୍ତି 24 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ।
ଦଶଲକ୍ଷ ଜନସଂଖ୍ୟାରେ ଜାତୀୟ ହାରଠାରୁ କମ୍ ନମୁନା ପରୀକ୍ଷା କରିଛନ୍ତି 12 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ।
ଭାରତରେ ଆଜି କରୋନା ସକ୍ରିୟ ମାମଲା ରହିଛି 4,39,747, ଯାହାକି ମୋଟ କରୋନା ମାମଲାର ମାତ୍ର 4.86% ଏବଂ ଏହା 5% ଠାରୁ କମ୍ ।
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 49,715 ଜଣ ସୁସ୍ଥ ହୋଇଛନ୍ତି । ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା 84,78,124 ହୋଇଛି । ସୁସ୍ଥ ହାର ଆଜି 93.67%କୁ ବୃଦ୍ଧି ପାଇଛି । ସୁସ୍ଥ ଏବଂ ସକ୍ର୍ରିୟ ମାମଲାର ସଂଖ୍ୟା ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇ 80,38,377 ହୋଇପାରିଛି ।
ନୂଆ ସୁସ୍ଥଙ୍କ ମଧ୍ୟରୁ 78.19% ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । ଦିଲ୍ଲୀରେ 8,775 ଜଣ ସୁସ୍ଥ ହୋଇଛନ୍ତି । ଏହା ପଛକୁ ମହାରାଷ୍ଟ୍ର ଓ କେରଳରେ ଯଥାକ୍ରମେ 6,945 ଏବଂ 6,398 ଜଣ ସୁସ୍ଥ ହୋଇଛନ୍ତି ।
ନୂଆ ପଜିଟିଭଙ୍କ ମଧ୍ୟରୁ 77.69% ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । ଦିଲ୍ଲୀରେ ଗତ 24 ଘଣ୍ଟା ମଧ୍ୟରେ 6,608 ଜଣ ଆକ୍ରାନ୍ତ ହୋଇଛନ୍ତି । ଏହା ପଛକୁ କେରଳରେ 6,028 ଏବଂ ମହାରାଷ୍ଟ୍ରରେ 5,640 ଜଣ ଆକ୍ରାନ୍ତ ହୋଇଛନ୍ତି ।
ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 564 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରୁ 82.62% ମୃତ୍ୟୁ ହୋଇଛି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ । 27.48% ଅର୍ଥାତ 155 ଜଣଙ୍କ ମୃତ୍ୟୁ ହୋଇଛି ମହାରାଷ୍ଟ୍ରରେ । ଏହା ପଛକୁ ଦିଲ୍ଲୀରେ 118 ଜଣଙ୍କ ମୃତ୍ୟୁ ହୋଇଛି ଯାହାକି 20.92% ।
**********
(Release ID: 1674799)
Visitor Counter : 216
Read this release in:
Marathi
,
Tamil
,
Telugu
,
Kannada
,
Bengali
,
Assamese
,
English
,
Urdu
,
Hindi
,
Manipuri
,
Punjabi
,
Gujarati
,
Malayalam