ପୋଷ୍ଟ କରାଯିବା ଦିନାଙ୍କ:
19 NOV 2020 1:41PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱ-ଶୌଚାଳୟ ଦିବସ ଅବସରରେ କହିଛନ୍ତି ଯେ, ରାଷ୍ଟ୍ର ସମସ୍ତଙ୍କୁ ଶୌଚାଳୟ ଯୋଗାଇଦେବା ନିମନ୍ତେ ନିଜ ସଂକଳ୍ପକୁ ସୁଦୃଢ କରୁଛି ।
ଏକ ଟ୍ୱିଟରେ ସେ କହିଛନ୍ତି “ବିଶ୍ୱ ଶୌଚାଳୟ ଦିବସରେ ଭାରତ, #ଟୟଲେଟ4ଅଲ୍ (ସମସ୍ତଙ୍କ ପାଇଁ ଶୌଚାଳୟ) ନେଇ ନିଜର ସଂକଳ୍ପକୁ ସୁଦୃଢ କରୁଛି । ବିଗତ କିଛି ବର୍ଷରେ କୋଟି କୋଟି ଭାରତବାସୀଙ୍କୁ ସ୍ୱଚ୍ଛ ଶୌଚାଳୟ ଉପଲବ୍ଧ କରାଇବାର ଏକ ଅନନ୍ୟ ଉପଲବ୍ଧି ହାସଲ ହୋଇଛି । ଏହାଦ୍ୱାରା ସ୍ୱାସ୍ଥ୍ୟ ସହିତ ଜଡିତ ଅନେକ ଲାଭ ମିଳିଛି । ଏହା ବିଶେଷ ଭାବେ ଆମର ନାରୀଶକ୍ତିଙ୍କୁ ମର୍ଯ୍ୟାଦା ମଧ୍ୟ ପ୍ରଦାନ କରିଛି ।”
**********