ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

17ତମ ଆସିଆନ-ଭାରତ ଶିଖର ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

Posted On: 12 NOV 2020 10:34PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 17ତମ ଆସିଆନ୍-ଭାରତ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି ଆସିଆନ ସଂଗଠନର ବର୍ତ୍ତମାନର ଅଧ୍ୟକ୍ଷ ପଦରେ ଥିବା ଭିଏତନାମ ପ୍ରଧାନମନ୍ତ୍ରୀ ମହାମହୀମ ନୁଏନ ସୁଆନ୍‌ ଫୁକଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଆସିଆନ୍‌ ସଂଗଠନର ଦଶଟି ସଦସ୍ୟ ରାଷ୍ଟ୍ରଙ୍କ ଅଂଶଗ୍ରହଣ ସହ ଏହି ସମ୍ମିଳନୀ ଭର୍ଚୁଆଲ ଭାବେ ଆୟୋଜିତ ହୋଇଥିଲା

ଏହି ଶିଖର ସମ୍ମିଳନୀରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଆସିଆନ୍‌ ସଂଗଠନରେ ଭାରତର ଆକ୍ଟ ଇଷ୍ଟ୍‌ ନୀତିର ଯଥେଷ୍ଟ ଗୁରୁତ୍ୱ ବହନ କରେ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଆରୋପ କରି ସେ କହିଲେ ଯେ ଏକ ସୁସଂଗତ, ଦାୟିତ୍ୱସମ୍ପନ୍ନ ଏବଂ ସମୃଦ୍ଧ ଆସିଆନ୍‌ ସାଂଗଠନିକ ବ୍ୟବସ୍ଥା ଭାରତର ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ସଂପର୍କୀତ ପରିକଳ୍ପନା ପାଇଁ ବେଶ୍‌ ମହତ୍ତ୍ୱ ରଖେ ଏବଂ ଏହା ଏହି କ୍ଷେତ୍ରର ସମସ୍ତ ରାଷ୍ଟ୍ରଙ୍କ ବିକାଶ ପାଇଁ (ସାଗର- ସିକ୍ୟୁରିଟି ଆଣ୍ଡ ଗ୍ରୋଥ୍‌ ଫର୍‌ ଅଲ୍‌ ଇନ୍‌ ଦି ରିଜିଅନ୍‌) ଉଦ୍ଦିଷ୍ଟ ତେଣୁ ଭାରତ ଏବଂ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପ୍ରୟାସ ମଧ୍ୟରେ ସମ୍ପର୍କ ସୁଦୃଢ଼ୀକରଣର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରି ସେ କହିଲେ ଯେ ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଉପରେ ଆସିଆନର ଦୃଷ୍ଟିଭଙ୍ଗୀ ସଦାବେଳେ ମହତ୍ତ୍ୱ ବହନ କରେ ଏହାକୁ ମୁକ୍ତ, ସ୍ୱଚ୍ଛ, ସମାବେଶୀ ତଥା ନୀତି ଆଧାରିତ କରାଗଲେ ଏହି କ୍ଷେତ୍ରର ଦ୍ରୁତ ବିକାଶ ସମ୍ଭବପର ହୋଇପାରିବ ତେଣୁ ଭାରତର ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପ୍ରୟାସ (ଆଇପିଓଆଇ)ର ବିଭିନ୍ନ ପ୍ରମୁଖ କାର୍ଯ୍ୟକ୍ରମକୁ ଆସିଆନ୍‌ ସଦସ୍ୟ ରାଷ୍ଟ୍ରମାନେ ସହଯୋଗ କରିବା ନିମନ୍ତେ ସେ ଆହ୍ୱାନ ଜଣାଇଥିଲେ

କୋଭିଡ଼-19 ପ୍ରସଙ୍ଗ ଉପରେ ନିଜର ମତ ରଖି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଅନ୍ତରାଷ୍ଟ୍ରୀୟ ଗୋଷ୍ଠୀଙ୍କ ନିମନ୍ତେ ଭାରତର ପ୍ରତିକ୍ରିୟା ଏବଂ ସାମଗ୍ରିକ ସହଯୋଗ ସଦାବେଳେ ରହିଆସିଛି ଏବଂ ଏହି ମହାମାରୀ ବିରୋଧରେ ସମୂହ ସଂଗ୍ରାମ ନିମନ୍ତେ ଆସିଆନ୍‌ ସଂଗଠନର ପ୍ରୟାସକୁ ଭାରତ ସ୍ୱାଗତ କରେ ଏହି ପରିପ୍ରେକ୍ଷୀରେ କୋଭିଡ଼–19 ଆସିଆନ୍‌ ରେସପନ୍ସ ଫଣ୍ଡକୁ 1 ନିୟୁତ ଆମେରିକୀୟ ଡଲାରର ଅନୁଦାନ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଘୋଷଣା କରିଥିଲେ

ପ୍ରଧାନମନ୍ତ୍ରୀ କହିଲେ ଯେ ଆସିଆନ୍‌ ଏବଂ ଭାରତ ମଧ୍ୟରେ ଅଧିକ ପ୍ରତ୍ୟକ୍ଷ ଏବଂ ଡିଜିଟାଲ ସଂଯୋଗ ସ୍ଥାପନ ହେବା ଜରୁରି ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଆରୋପ କରି ସେ କହିଲେ ଯେ ଭାରତ ଆସିଆନ୍‌ ସଂଯୋଗୀକରଣକୁ ସମର୍ଥନ ପୂର୍ବକ 1 ବିଲିଅନ୍‌ ଆମେରିକୀୟ ଡଲାର ଋଣ ଯୋଗାଇ ଦେବାକୁ ପ୍ରସ୍ତାବ ଦେଉଛି ସେହିଭଳି ବାଣିଜ୍ୟ ଏବଂ ନିବେଶ କ୍ଷେତ୍ର ସଂପର୍କରେ ଅବତାରଣା କରି ପ୍ରଧାନମନ୍ତ୍ରୀ କହିଲେ ଯେ କୋଭିଡ଼ ପରବର୍ତ୍ତୀ ଆର୍ଥିକ ପୁନରୁତ୍ଥାନ ନିମନ୍ତେ ଯୋଗାଣ ଚେନର ବିବିଧିକରଣ ତଥା ଏହାକୁ ଅଧିକ ସହନଶୀଳ କରାଯିବା ବେଶ୍‌ ଗୁରୁତ୍ୱପୂର୍ଣ୍ଣ

ଏହି ଅବସରରେ ଆସିଆନ୍‌ ନେତୃବର୍ଗ ଭାରତର ଏଭଳି ଅନୁଦାନ ଯାହାକି ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି ଓ ସ୍ଥିରତା ରକ୍ଷା ପାଇଁ ଉଦ୍ଦିଷ୍ଟ ତାହାକୁ ସ୍ୱୀକାର କରିଥିଲେ ଏବଂ ଆସିଆନ୍‌ ସଂଗଠନର ପ୍ରମୁଖତାକୁ ଭାରତର ସହଯୋଗକୁ ସ୍ୱାଗତ ଜଣାଇଥିଲେ ଏହି ଶିଖର ବୈଠକରେ 2021-2025 ପାଇଁ ଗୃହୀତ ହୋଇଥିବା ନୂତନ ଆସିଆନ୍‌- ଭାରତ ପ୍ଲାନ ଅଫ୍‌ ଆକ୍ସନକୁ ମଧ୍ୟ ସ୍ୱାଗତ କରିଥିଲେ

ଶିଖର ବୈଠକ କାଳରେ ହୋଇଥିବା ଆଲୋଚନାରେ ଅନେକ କ୍ଷେତ୍ରୀୟ ଓ ଆନ୍ତର୍ଜାତିକ ପ୍ରସଙ୍ଗ ଯେଉଁଥିରେ ସମସ୍ତଙ୍କର ସମାନ ସ୍ୱାର୍ଥ ଓ ଉଦ୍‌ବେଗ ଜଡ଼ିତ, ସେଗୁଡ଼ିକ ସ୍ଥାନ ପାଇଥିଲା ସେଥି ମଧ୍ୟରେ ଦକ୍ଷିଣ ଚୀନ୍‌ ସାଗର ଏବଂ ଆତଙ୍କବାଦ ପ୍ରସଙ୍ଗ ପ୍ରମୁଖତା ଲାଭ କରିଥିଲା ଏହା ବ୍ୟତୀତ ଉଭୟ ପକ୍ଷ ଏହି କ୍ଷେତ୍ରରେ ନୀତି ଆଧାରିତ ଶୃଙ୍ଖଳା ରକ୍ଷା ନିମନ୍ତେ ବାତାବରଣ ସୃଷ୍ଟି ଉପରେ ଗୁରୁତ୍ୱ ଆରୋପ କରିଥିଲେ ଏଭଳି ଶୃଙ୍ଖଳା ରକ୍ଷା ଅନ୍ତରାଷ୍ଟ୍ରୀୟ ନିୟମାବଳୀକୁ ମାନି କାର୍ଯ୍ୟକରିବା ଆଧାରରେ ସଂପାଦିତ ହେବ ବିଶେଷ କରି ୟୁଏନସିଏଲଓଏସ ଆଧାରରେ କରାଯିବାକୁ ସମସ୍ତ ସଦସ୍ୟ ରାଷ୍ଟ୍ର ସହମତ ହୋଇଥିଲେ ଆସିଆନ ସଦସ୍ୟ ରାଷ୍ଟ୍ରମାନେ ଦକ୍ଷିଣ ଚୀନ୍‌ ସାଗରରେ ଶାନ୍ତି, ସ୍ଥିରତା, ନିରାପତ୍ତା ତଥା ସୁରକ୍ଷାର ବାତାବରଣକୁ ବଜାୟ ରଖିବା ଏବଂ ଏହାର ଉନ୍ନତି ତଥା ଏହି ସାମୁଦ୍ରିକ ପଥ ଦେଇ ଯାତାୟାତ କରୁଥିବା ଜାହାଜ ଏବଂ ଉପର ଦେଇ ଯାତାୟାତ କରୁଥିବା ବିମାନଗୁଡ଼ିକର ସୁରକ୍ଷା ପାଇଁ ମଧ୍ୟ ବୈଠକରେ ମତ ପ୍ରକାଶ ପାଇଥିଲା

 

**********



(Release ID: 1672699) Visitor Counter : 227