ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦେଶରେ ଗତ 35 ଦିନ ଧରି ଦୈନିକ ନୂଆ କରୋନା ପଜିଟିଭଙ୍କ ତୁଳନାରେ ସୁସ୍ଥ ସଂଖ୍ୟା ଅଧିକ

● କ୍ରମାଗତ 5 ସପ୍ତାହ ଧରି ସକ୍ରିୟ ମାମଲା ହ୍ରାସ ପାଇ ଚାଲିଛି

Posted On: 07 NOV 2020 11:42AM by PIB Bhubaneshwar

ଗତ ପ୍ରାୟ ଏକ ମାସ ହେଲା ଦୈନିକ ଭାରତରେ ଦେଖାଯାଉଥିବା ନୂଆ ପଜିଟିଭ୍ ମାମଲା ତୁଳନାରେ ଅଧିକ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି

ଗତ 24 ଘଣ୍ଟା ମଧ୍ୟରେ 50,356 ନୂଆ ପଜିଟିଭ୍ ମାମଲା ଆସିଥିବା ବେଳେ 53,920 ଜଣ ସୁସ୍ଥ ହୋଇଛନ୍ତି ଗତ 5 ସପ୍ତାହ ଧରି ଏହି ଧାରା ବଜାୟ ରହିଛି ଦେଶରେ ମୋଟ କରୋନା ସକ୍ରିୟ ମାମଲା ହ୍ରାସ ପାଇବା ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି, ଯାହାକି ଏବେ 5.16 ଲକ୍ଷ ରହିଛି

ଗତ ପାଞ୍ଚ ସପ୍ତାହ ଧରି ଦୈନିକ ହାରାହାରି ପଜିଟିଭ୍ ମାମଲା ମଧ୍ୟ ହ୍ରାସ ପାଇଚାଲିଛି ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ଦୈନିକ ହାରାହାରି ପଜିଟିଭ୍ ମାମଲା 73 ହଜାର ଥିବା ବେଳେ ଏବେ ତାହା 46 ହଜାରକୁ ହ୍ରାସ ପାଇଛି

ନିମ୍ନମୁଖୀ ଧାରାରେ ଥିବା କରୋନା ସକ୍ରିୟ ମାମଲା ଆଜି 5,16,632ରେ ରହିଛି ଏହା ଦେଶର ମୋଟ ପଜିଟିଭ୍ ମାମଲାର ମାତ୍ର 6.11%

ଦେଶରେ ମୋଟ 78,19,886 ଜଣ ସୁସ୍ଥ ହୋଇଥିବା ବେଳେ ଏହା ଫଳରେ ଜାତୀୟ ସୁସ୍ଥତା ହାର 92.41%କୁ ବୃଦ୍ଧି ପାଇଛି ଏବେ ସୁସ୍ଥ ସଂଖ୍ୟା ଏବଂ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ ରହିଛି 73,03,254

ନୂଆ ସୁସ୍ଥଙ୍କ ମଧ୍ୟରୁ 79% ଆସିଛନ୍ତି 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ

ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ 11,060 ଜଣ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା 15,62,342କୁ ବୃଦ୍ଧି ପାଇଛି

ଜାତୀୟ ଧାରାକୁ ବଜାୟ ରଖି 18 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଜାତୀୟ ସୁସ୍ଥ ହାରରୁ ଅଧିକ ସୁସ୍ଥ ହୋଇପାରୁଛନ୍ତି

ନୂଆ ପଜିଟିଭ୍ ମାମଲା ମଧ୍ୟରୁ 77% ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ

ଗତ 24 ଘଣ୍ଟା ମଧ୍ୟରେ ନୂଆ ପଜିଟିଭ୍ ମାମଲାରେ କେରଳ ମହାରାଷ୍ଟ୍ରକୁ ଦିଲ୍ଲୀ ପଛରେ ପକାଇଦେଇଛି ଦିଲ୍ଲୀରେ 7178 ପଜିଟିଭ୍ ମାମଲା ଆସିଥିବା ବେଳେ କେରଳରେ 7002 ଏବଂ ମହାରାଷ୍ଟ୍ରରେ 6870 ମାମଲା ଆସିଛି

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 577 ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି

ଏଥିରୁ ପ୍ରାୟ 83% ମୃତ୍ୟୁ ହୋଇଛି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମହାରାଷ୍ଟ୍ରରେ 27.9%ରୁ ଅଧିକ ମୃତ୍ୟୁ (161 ମୃତ୍ୟୁ) ହୋଇଥିବା ବେଳ ଏହା ପଛକୁ ଦିଲ୍ଲୀ ପଶ୍ଚିମବଙ୍ଗରେ ଯଥାକ୍ରମେ 64 55 ଜଣଙ୍କ ମୃତ୍ୟୁ ହୋଇଛି

**********

 

 



(Release ID: 1671101) Visitor Counter : 184