ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କରୋନା ସକ୍ରିୟ ମାମଲାର ନିମ୍ନଗାମୀ ଧାରା ଜାରି ରଖିଛି ଭାରତ

• ବିଶ୍ୱସ୍ତରରେ ନିୟୁତ ପିଛା ସର୍ବନିମ୍ନ ସଂକ୍ରମିତ ଭାରତରେ
• କ୍ରମାଗତ ତୃତୀୟ ଦିନରେ କରୋନା ସକ୍ରିୟ ମାମଲା 6 ଲକ୍ଷ ତଳେ
• 17ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ନିୟୁତ ପିଛା ସକ୍ରିୟ ମାମଲା ଜାତୀୟ ହାର ତୁଳନାରେ କମ୍

Posted On: 01 NOV 2020 11:29AM by PIB Bhubaneshwar

ଭାରତରେ କରୋନା ସକ୍ରିୟ ମାମଲା ହ୍ରାସ ଧାରା ଜାରି ରହିଛି । ପ୍ରାୟ ତିନି ମାସ ପରେ ସକ୍ରିୟ ମାମଲାର ସଂଖ୍ୟା 6 ଲକ୍ଷ ତଳକୁ ହ୍ରାସ ହୋଇଥିବା ବେଳେ ଏହା କ୍ରମାଗତ ତୃତୀୟ ଦିନରେ ବି କାଏମ ରହିଛି ।

ଏବେ ଦେଶରେ ମୋଟ ସକ୍ରିୟ ମାମଲା ରହିଛି 5,70,458 ।

WhatsApp Image 2020-11-01 at 10.36.24 AM.jpeg

ମୋଟ ପଜିଟିଭ୍ ମାମଲାର ମାତ୍ର 6.97% ସକ୍ରିୟ ମାମଲା ହୋଇଥିବା ବେଳେ ଦେଶରେ ଏହାର ନିମ୍ନମୁଖୀ ଧାରା ଜାରି ରହିଛି ।

WhatsApp Image 2020-11-01 at 10.36.23 AM.jpeg

ବ୍ୟାପକ ଟେଷ୍ଟିଂ, ଉଚିତ ସମୟରେ ଟ୍ରାକିଂ, ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି ଏବଂ ଉଭୟ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା ବ୍ୟବସ୍ଥା ଏବଂ ହୋମ୍ ଆଇସୋଲେସନ (ସଙ୍ଗରୋଧ)ର ସମାନ ନିର୍ଦ୍ଦେଶାବଳୀକୁ ଅନୁସରଣ ଇତ୍ୟାଦି ଯୋଗୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ କରୋନା ମୁକାବିଲାରେ ସଫଳତା ମିଳିପାରିଛି ।

WhatsApp Image 2020-11-01 at 10.39.10 AM.jpeg

କୋଭିଡ-19 ମୁକାବିଲାରେ ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ନିଜ ନିଜ ରଣନୀତିକୁ ଗୁରୁତ୍ୱ ଦେଇଥିବାରୁ ସକ୍ରିୟ ମାମଲା ହ୍ରାସ ପାଇଚାଲିଛି । ଗତ 24 ଘଣ୍ଟା ମଧ୍ୟରେ କର୍ଣ୍ଣାଟକରେ ସକ୍ରିୟ ମାମଲା ଯଥେଷ୍ଟ ହ୍ରାସ ପାଇଛି ।

WhatsApp Image 2020-11-01 at 10.58.37 AM.jpeg

 

ସକ୍ରିୟ ମାମଲା ଭାରତରେ ହ୍ରାସ ପାଉଥିବାରୁ ବିଶ୍ୱରେ ପ୍ରତି ଦଶ ଲକ୍ଷ ପିଛା ମାମଲା କ୍ଷେତ୍ରରେ ଭାରତ ଅଗ୍ରଣୀ ରହିଛି । ଭାରତରେ ପ୍ରତି ଦଶ ଲକ୍ଷରେ ହାରାହାରି ମାମଲାର ସଂଖ୍ୟା ରହିଛି 5,930 ।

WhatsApp Image 2020-11-01 at 11.04.46 AM.jpeg

17ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରତି ଦଶ ଲକ୍ଷରେ ଜାତୀୟ ହାର ଠାରୁ କମ୍ ମାମଲା ରହିଛି ।

WhatsApp Image 2020-11-01 at 10.58.42 AM.jpeg

ଭାରତରେ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଇଚାଲିଛି । ଦେଶରେ ଗତ 24 ଘଣ୍ଟା ମଧ୍ୟରେ 470 ଜଣଙ୍କର ମୃତ୍ୟୁ ହୋଇଛି । ସମଗ୍ର ବିଶ୍ୱରେ ପ୍ରତି ଦଶ ଲକ୍ଷରେ ମୃତ୍ୟୁ ସଂଖ୍ୟା କ୍ଷେତ୍ରରେ ଭାରତ ସବୁଠାରୁ ତଳେ ରହିଛି, ଯାହାକି 88 ।

WhatsApp Image 2020-11-01 at 11.04.46 AM (1).jpeg

21ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରତି ଦଶ ଲକ୍ଷ ପିଛା ମୃତ୍ୟୁ ହାର ଜାତୀୟ ହାରଠାରୁ କମ୍ ରହିଛି ।

WhatsApp Image 2020-11-01 at 10.58.38 AM.jpeg

ଦେଶରେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବାରୁ ସକ୍ରିୟ ମାମଲାର ପ୍ରତିଶତ ମଧ୍ୟ ହ୍ରାସ ପାଇଚାଲିଛି । ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା 74,91,513ରେ ପହଞ୍ଚିଛି । ସୁସ୍ଥ ସଂଖ୍ୟା ଏବଂ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ ରହିଛି 69 ଲକ୍ଷ (69,21,055) ।

ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହି ପାର୍ଥକ୍ୟ ବଢ଼ିବାରେ ଲାଗିଛି ।

ଅଧିକ ସଂଖ୍ୟକ ଆକ୍ରାନ୍ତ ସୁସ୍ଥ ହେଉଥିବାରୁ ଜାତୀୟ ସୁସ୍ଥ ହାର ବୃଦ୍ଧି ପାଇ 91.54% ହୋଇଛି । ଗତ 24 ଘଣ୍ଟା ମଧ୍ୟରେ 58,684 ଜଣ ସୁସ୍ଥ ହୋଇ ଘରକୁ ଯାଇଥିବା ବେଳେ ନୂଆ ପଜିଟିଭ୍ ମାମଲା ରହିଛି 46,963 ।

ନୂଆ ସୁସ୍ଥଙ୍କ ମଧ୍ୟରୁ 76% 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି ।

କର୍ଣ୍ଣାଟକ, କେରଳ ଏବଂ ମହାରାଷ୍ଟ୍ରରୁ ଗୋଟିଏ ଦିନରେ ସର୍ବାଧିକ 7 ହଜାର ଲେଖାଏଁ ସୁସ୍ଥ ହୋଇଛନ୍ତି । ଦିଲ୍ଲୀ ଏବଂ ପଶ୍ଚିମବଙ୍ଗରୁ 4 ହଜାର ଲେଖାଏଁ ସୁସ୍ଥ ହୋଇଛନ୍ତି ।

WhatsApp Image 2020-11-01 at 10.36.22 AM.jpeg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 46,963 ନୂଆ ପଜିଟିଭ୍ ମାମଲା ଆସିଛି ।

ଏଥିରୁ 77% 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । କେରଳରେ ଏବେ ବି ସର୍ବାଧିକ ଗୋଟିଏ ଦିନରେ 7 ହଜାର ପଜିଟିଭ୍ ମାମଲା ଆସିଛି । ଏହା ପଛକୁ ମହାରାଷ୍ଟ୍ର ଓ ଦିଲ୍ଲୀରୁ 5 ହଜାର ଲେଖାଏଁ ମାମଲା ଆସିଛି ।

WhatsApp Image 2020-11-01 at 10.36.19 AM.jpeg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 470 ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ 78% 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଛି ।

ନୂଆ ମୃତ୍ୟୁ ମାମଲାରୁ 15% କେବଳ ମହାରାଷ୍ଟ୍ରରେ (74 ମୃତ୍ୟୁ) ହୋଇଛି ।

WhatsApp Image 2020-11-01 at 10.36.20 AM.jpeg

 

**********

 

 

 

 

 



(Release ID: 1669354) Visitor Counter : 166