ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କେୱଡ଼ିଆ ଓ ଅହମ୍ମଦାବାଦର ସାବରମତୀ ରିଭରଫ୍ରଣ୍ଟ ମଧ୍ୟରେ ସି-ପ୍ଲେନ ସେବା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ

Posted On: 31 OCT 2020 2:25PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର କେୱଡିଆଠାରେ ଏକ ୱାଟର ଏରୋଡ୍ରମ ଉଦ୍‌ଘାଟନ କରିଛନ୍ତି । ଏହା ସହିତ କେୱାଡିଆର ଷ୍ଟାଚ୍ୟୁ ଅଫ୍‌ ୟୁନିଟଠାରୁ ଅହମ୍ମଦାବାଦର ସାବରମତୀ ରିଭରଫ୍ରଣ୍ଟ ମଧ୍ୟରେ ସି-ପ୍ଲେନ ଚଳାଚଳର ଶୁଭାରମ୍ଭ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମଧ୍ୟ ସାବରମତୀ ରିଭରଫ୍ରଣ୍ଟରେ ଏକ ୱାଟର ଏରୋଡ୍ରମ ଉଦ୍‌ଘାଟିତ ହୋଇଛି । ଏହା ଫଳରେ ସାବରମତୀରୁ କେୱାଡିଆ ମଧ୍ୟରେ ସି-ପ୍ଲେନ ଚଳାଚଳ ସେବା ଉଭୟ ପଟରୁ ଆରମ୍ଭ ହୋଇଛି । ଶେଷତମ ଲକ୍ଷ୍ୟସ୍ଥଳକୁ ସଂଯୋଗ କରିବା ପାଇଁ ସରକାର ଦେଶର ବିଭିନ୍ନ ଭାଗରେ ଏକାଧିକ ୱାଟର ଏରୋଡ୍ରମ ନିର୍ମାଣ କରିବାକୁ ଯେଉଁ ଯୋଜନା ରଖିଛନ୍ତି ଏହା ତାହାର ଅଂଶବିଶେଷ ।

ସି-ପ୍ଲେନ ଉଭୟ ଜଳ ଓ ସ୍ଥଳ ଭାଗରୁ ଉପରକୁ ଉଠି ଉଡାଣ ଭରିବାରେ ସକ୍ଷମ । ଯେଉଁ ଅଞ୍ଚଳରେ ବିମାନ ଅବତରଣ କରିବା ପାଇଁ ଏୟାରଷ୍ଟ୍ରିପ ବା ରନ୍‌ୱେ ନାହିଁ ସେଠାରେ ଜଳଭାଗରେ ସି-ପ୍ଲେନ ସହଜରେ ଅବତରଣ କରିପାରିବ । ଅତଏବ ଭୌଗୋଳିକ ଦୃଷ୍ଟିରୁ ଯେଉଁସବୁ ଅଞ୍ଚଳରେ ଅସୁବିଧା ରହିଛି ତାହାକୁ ଅତିକ୍ରମ କରି ସି-ପ୍ଲେନ ସେଠାରେ ଯାତ୍ରୀ ସେବା ଯୋଗାଇବାକୁ ସକ୍ଷମ ହେବ । ଏହା ଫଳରେ ଦେଶର ଦୂରଦୂରନ୍ତ ଏବଂ ଅଗମ୍ୟ ଅଞ୍ଚଳ, ଯେଉଁଗୁଡିକ ଭୌଗୋଳିକ ଦୃଷ୍ଟିରୁ ଦେଶର ମୁଖ୍ୟ ବିମାନ ନେଟୱାର୍କରେ ଅନ୍ତର୍ଭୁକ୍ତ ହୋଇପାରି ନାହିଁ ସେଗୁଡିକୁ ଏହାର ପରିସରଭୁକ୍ତ କରାଯାଇପାରିବ । ୱାଟର ଏରୋଡ୍ରମ ଓ ରନ୍‌ୱେମାନ ଅଳ୍ପ ଖର୍ଚ୍ଚରେ ନିର୍ମାଣ ହୋଇପାରିବ ଏବଂ ତାହାଦ୍ୱାରା ସେସବୁ ଅଞ୍ଚଳକୁ ବିମାନ ସେବା ସହଜରେ ସ୍ୱଳ୍ପ ମୂଲ୍ୟରେ ଯୋଗାଇହେବ । କ୍ଷୁଦ୍ର ଡେଣାଯୁକ୍ତ ଏହି ବିମାନ ହ୍ରଦ, ପାଟ, ଜଳଭଣ୍ଡାର, ବ୍ୟାକୱାଟର ଏବଂ ଗଣ୍ଡ ତଥା ଘାଷୁଆ ଅଞ୍ଚଳରେ ମଧ୍ୟ ସହଜରେ ଅବତରଣ କରିପାରିବ । ଦେଶର ବିଭିନ୍ନ ପର୍ଯ୍ୟଟନସ୍ଥଳକୁ ଏହାଦ୍ୱାରା ସହଜରେ ବିମାନସେବା ଯୋଗାଣ ସମ୍ଭବ ହୋଇପାରିବ ।

 

**********



(Release ID: 1669188) Visitor Counter : 270