ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି

ସରକାରୀ ତୈଳ ବିପଣନ କମ୍ପାନୀଗୁଡିକ ଦ୍ଵାରା ଇଥାନଲ ଆହରଣ ପ୍ରକ୍ରିୟାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

2020-21 ନିମନ୍ତେ ଇଥାନଲ ଦରର ସଂଶୋଧନ

Posted On: 29 OCT 2020 3:43PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ବିଭିନ୍ନ ପ୍ରକାର ଆଖୁରୁ ବାହାରୁଥିବା ଉନ୍ନତ ଇଥାନଲ ଦର ନିର୍ଦ୍ଧାରଣ ସମ୍ପର୍କିତ ବିଷୟକୁ ଅନୁମୋଦନ କରାଯାଇଛି । 2020-21 ଆର୍ଥିକ ବର୍ଷରେ ଇଥାନଲ ବ୍ଲେଣ୍ଡେଡ ପେଟ୍ରୋଲ କାର୍ଯ୍ୟକ୍ରମ ଇବିପି ଅଧୀନରେ ଏହା କରାଯିବ ।

  1. ସି-ଗ୍ରେଡ ଗୁଡରୁ ମିଳୁଥିବା ଇଥାନଲ ଲିଟର ପିଛା 43.75 ଟଙ୍କାରୁ 45.69 ଟଙ୍କାକୁ ବୃଦ୍ଧି
  2. ବି-ଗ୍ରେଡ ଗୁଡରୁ ମିଳୁଥିବା ଇଥାନଲ ମୂଲ୍ୟ ଲିଟର ପିଛା 54.27 ଟଙ୍କା ରୁ 57.61 ଟଙ୍କାକୁ ବୃଦ୍ଧି ।
  3. ଆଖୁ ରସ, ଚିନି, ଚିନି ସିରାରୁ ମିଳୁଥିବା ଇଥାନଲ ଲିଟର ପିଛା 59.48 ଟଙ୍କାରୁ 62.65 ଟଙ୍କାକୁ ବୃଦ୍ଧି ।
  4. ସେହି ଅନୁସାରେ ଜିଏସଟି  ଏବଂ ପରିବହନ ବାବଦ ଦେୟ ମଧ୍ୟ ପଇଠ କରିବାକୁ ପଡିବ । ଇଥାନଲ ପରିବହନର ବାସ୍ତବ ମୂଲ୍ୟ ନିର୍ଦ୍ଧାରଣ କରିବାକୁ ତୈଳ ବିପଣନ କମ୍ପାନୀଗୁଡିକୁ (ଓଏମସି) ପରାମର୍ଶ ଦିଆଯାଇଛି, ଯାହାଫଳରେ ଦୂରସ୍ଥାନକୁ ପରିବହନ କରାଯାଉଥିବା ଇଥାନଲରେ ବିଶେଷ ମୂଲ୍ୟ ହ୍ରାସ ଘଟିବ ନାହିଁ ।
  5. ରାଜ୍ୟ ମଧ୍ୟରେ ଥିବା ସ୍ଥାନୀୟ କଳକାରଖାନାଗୁଡିକୁ ସୁଯୋଗ ଦେବା ପାଇଁ ତୈଳ ବିପଣନ କମ୍ପାନୀଗୁଡ଼ିକୁ କେତେକ ପରାମର୍ଶ ଦିଆଯାଇଛି । ପରିବହନ ମୂଲ୍ୟ ଉପଲବ୍ଧତା ଇତ୍ୟାଦିକୁ ବିଚାରକୁ ନେଇ କାହାକୁ ଅଗ୍ରାଧିକାର ଦିଆଯିବ ତାହା ଓଏମସିମାନେ ସ୍ଥିର କରିବେ । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଉତ୍ପାଦନ ପାଇଁ ଏହାର ଅବକାରୀ ପରିସୀମା ମଧ୍ୟରେ ଅଗ୍ରାଧିକାର ଦିଆଯିବ । ଏହାପରେ ଯଦି ଆବଶ୍ୟକ ପଡେ ଅନ୍ୟ ରାଜ୍ୟରୁ ଇଥାନଲ ଆମଦାନୀ ପାଇଁ ଅନୁମତି ମିଳିବ ।

ସମସ୍ତ ସ୍ଥାନୀୟ ପ୍ରସ୍ତୁତିକାରୀ ଏହି ବ୍ୟବସ୍ଥାରୁ ଲାଭାନ୍ଵିତ ହେବା ସହ ଇବିପି କାର୍ଯ୍ୟକ୍ରମ ପାଇଁ ଇଥାନଲ ଯୋଗାଇବେ । ଇଥାନଲ ଯୋଗାଣକାରୀମାନଙ୍କୁ ଉଚିତ ସହାୟକ ମୂଲ୍ୟ ପ୍ରଦାନ କରାଗଲେ ଏହା ଆଖୁ ଚାଷୀଙ୍କ ବକେୟା ଅର୍ଥ ପରିଶୋଧ କରିବା ସହ ସେମାନଙ୍କ ସମସ୍ୟା ଲାଘବ ହୋଇପାରିବ ।

ଯେଉଁଠି ଶତକଡା 10 ଭାଗ ପର୍ଯ୍ୟନ୍ତ ଇଥାନଲଯୁକ୍ତ ପେଟ୍ରୋଲ ତୈଳ କମ୍ପାନୀମାନେ ବିକ୍ରି କରୁଛନ୍ତି ସରକାର ସେଠି ଇଥାନଲ ବିଶୋଧିତ ପେଟ୍ରୋଲ (ଇବିପି) କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରୁଛନ୍ତି । ଆଣ୍ଡାମାନ ନିକୋବର ଏବଂ ଲାକ୍ଷାଦୀପକୁ ଛାଡି ଦେଶର ଅନ୍ୟ ଅଞ୍ଚଳକୁ ଏହି କାର୍ଯ୍ୟକ୍ରମ ଏପ୍ରିଲ ପହିଲା 2019ରୁ ଲାଗୁ ହୋଇଛି, ଯାହାଫଳରେ କି ପରିବେଶ ଅନୁକୂଳ ବିକଳ୍ପ ଇନ୍ଧନ ଯୋଗାଇ ଦିଆଯାଇପାରୁଛି । ଏହି ହସ୍ତକ୍ଷେପ ଫଳରେ ଶକ୍ତି କ୍ଷେତ୍ରରେ ରପ୍ତାନି ଉପରେ ନିର୍ଭରଶୀଳତା ହ୍ରାସ ପାଇ କୃଷି କ୍ଷେତ୍ରକୁ ପ୍ରୋତ୍ସାହନ ମିଳିପାରିବ ।

2014 ଠାରୁ ସରକାର ଇଥାନଲ ଦର ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିଛନ୍ତି । 2018ରେ ପ୍ରଥମଥର ନିମନ୍ତେ ବିଭିନ୍ନ କଞ୍ଚାମାଲ ଭିତ୍ତିରେ ଉତ୍ପାଦନ ମୂଲ୍ୟ ସରକାର ଘୋଷଣା କରିଥିଲେ । ଏହି ଘୋଷଣା ଫଳରେ ଇଥାନଲ ଯୋଗାଣରେ ଉଲ୍ଲେଖନୀୟ ପ୍ରଗତି ଘଟିବା ସହ ଓଏମସିଗୁଡିକର ଇଥାନଲ ସଂଗ୍ରହ ମାତ୍ରା ମଧ୍ୟ ବୃଦ୍ଧି ପାଇଥିଲା । 2013-14 ଯୋଗାଣ ବର୍ଷରେ 38 କୋଟି ଲିଟର ଇଥାନଲ ସଂଗ୍ରହରୁ 2019-20 ଯୋଗାଣ ବର୍ଷରେ 195 କୋଟି ଲିଟରକୁ ବୃଦ୍ଧି ପାଇଥିଲା ।

ଅଂଶୀଦାରମାନଙ୍କୁ ଦୀର୍ଘମିଆଦି ଭିତ୍ତିରେ ଇଥାନଲ ଯୋଗାଣ ପାଇଁ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଇବିପି କାର୍ଯ୍ୟକ୍ରମ ଅଧୀନରେ ଇଥାନଲ ଆହରଣ ନୀତି ଓ ଦୀର୍ଘମିଆଦି କାର୍ଯ୍ୟକ୍ରମର ଘୋଷଣା କରିଥିଲା । ଓଏମସି ସିକ୍ୟୁରିଟି ଡିପୋଜିଟ ବାବଦ ଅର୍ଥ ଶତକଡା 5ରୁ 1 ପ୍ରତିଶତକୁ ହ୍ରାସ କରିବା ଯୋଗୁଁ ଇଥାନଲ ଯୋଗାଣକାରୀମାନଙ୍କର ପାଖାପାଖି 400 କୋଟି ଟଙ୍କାର ଲାଭ ହୋଥିଲା । ସେହିପରି ଓଏମସି ଯୋଗାଣ ନହେଉଥିବା ପରିମାଣ ଉପରେ ଜରିମାନା ଅର୍ଥ ରାଶିକୁ ଶତକଡା 5ରୁ 1 ପ୍ରତିଶତକୁ ହ୍ରାସ କରିବା ଫଳରେ ଯୋଗାଣକାରୀମାନଙ୍କର ପ୍ରାୟ 35 କୋଟି ଟଙ୍କା ଲାଭ ହୋଇଥିଲା । ଏହିସବୁ ପଦକ୍ଷେପ ଯୋଗୁଁ ଇଜ ଅଫ ଡୁଇଙ୍ଗ ବିଜନେରେ ସୁବିଧା ହେବା ସହ ଆତ୍ମନିର୍ଭର ଭାରତ ଅଭିଯାନର ଲକ୍ଷ୍ୟ ମଧ୍ୟ ପୂରଣ ହୋଇପାରିବ ।

ନିରବଛିନ୍ନ ଭାବେ ବଳକା ଚିନି ଉତ୍ପାଦନ ଯୋଗୁଁ ଚିନି ମୂଲ୍ୟ ମଧ୍ୟ ଖରାପ ସ୍ଥିତିରେ ରହିଛି । ଏହାଫଳରେ ଆଖୁ ଚାଷୀମାନଙ୍କ ବକେୟା ରାଶି ମଧ୍ୟ ବୃଦ୍ଧି ପାଇଛି । ଚିନି ଶିଳ୍ପଗୁଡିକ ନିଜର ଅସାମର୍ଥ୍ୟ ଯୋଗୁଁ ଚାଷିମାନଙ୍କୁ ଉଚିତ ମୂଲ୍ୟ ପଇଠ କରିପାରୁନାହାନ୍ତି । ସରକାର ଆଖୁ ଚାଷୀମାନଙ୍କର ବକେୟା ଅର୍ଥ ହ୍ରାସ କରିବା ପାଇଁ ଅନେକ ନିଷ୍ପତ୍ତି ନେଇଛନ୍ତି । ଦେଶରେ ଚିନି ଉତ୍ପାଦନ ହ୍ରାସ ଓ ଇଥାନଲ ଉତ୍ପାଦନ ବୃଦ୍ଧିର ଲକ୍ଷ୍ୟ ରଖି ସରକାର ବହୁବିଧ ପଦକ୍ଷେପମାନ ନେଇଛନ୍ତି । ସେଗୁଡିକ ମଧ୍ୟରେ ବି-ଗ୍ରେଡର ଗୁଡ, ଆଖୁ ରସ, ଚିନି ଓ ଚିନି ସିରାକୁ ଇଥାନଲ ଉତ୍ପାଦନ ପାଇଁ ବ୍ୟବହାର କରାଯାଉଛି । ଆଖୁର ଉଚିତ ଓ ସହାୟକ ମୂଲ୍ୟ (ଏଫଆରପି) ଓ କାରଖାନାରୁ ବାହାରୁଥିବା ଚିନିର ମୂଲ୍ୟ ପରିବର୍ତ୍ତନ ହୋଇଥିବାରୁ ବିଭିନ୍ନ ପ୍ରକାର ଆଖୁ ଭିତ୍ତିକ କଞ୍ଚାମାଲରୁ ବାହାରୁଥିବା ଇଥାନଲର କାରଖାନାକୁ ଆସିବା ପୂର୍ବ ଦରରେ ସଂଶୋଧନ କରିବାର ଆବଶ୍ୟକତା ରହିଛି ।

 

**********



(Release ID: 1668632) Visitor Counter : 265