ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ କରୋନା ସକ୍ରିୟ ମାମଲା ହ୍ରାସ ଧାରା ଜାରି

● କ୍ରମାଗତ ଦ୍ୱିତୀୟ ଦିନରେ ସକ୍ରିୟ ମାମଲା ସାଢ଼େ 7 ଲକ୍ଷ ତଳେ ରହିଛି
● 14 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମୃତ୍ୟୁହାର 1% ତଳେ ରହିଛି

Posted On: 21 OCT 2020 11:28AM by PIB Bhubaneshwar

କ୍ରମାଗତ ଦ୍ୱିତୀୟ ଦିନରେ ମଧ୍ୟ ଭାରତରେ କରୋନା ସକ୍ରିୟ ମାମଲା ସାଢ଼େ 7 ଲକ୍ଷ ତଳେ ରହିଛି । ଦୈନିକ ସୁସ୍ଥ ସଂଖ୍ୟା ମଧ୍ୟ କ୍ରମେ ବୃଦ୍ଧି ପାଇ ଚାଲିଛି ।

http://static.pib.gov.in/WriteReadData/userfiles/image/image0017EJB.jpg

ଦେଶରେ ଗତ 24 ଘଣ୍ଟାରେ 61 ହଜାର 775 ଜଣ ସୁସ୍ଥ ହୋଇଥିବା ବେଳେ ନୂତନ ପଜିଟିଭ ମାମଲା ରହିଛି 54,044 । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 10,83,608ଟି ନମୁନା ପରୀକ୍ଷା କରାଯାଇଛି ।

ସଫଳତାର ସହ ଟେଷ୍ଟ, ଟ୍ରାକ୍ ଓ ଟ୍ରିଟ୍ ରଣକୌଶଳ ସହ ଉଚିତ ସମୟରେ ଚିକିତ୍ସା କରାଯାଉଥିବାରୁ ମୃତ୍ୟୁହାର କ୍ରମାଗତ ହ୍ରାସ ପାଉଛି । ଜାତୀୟ ମୃତ୍ୟୁହାର ଏବେ ଦୈନିକ 1.51%କୁ ହ୍ରାସ ପାଇଛି ।

ଏହି ମୃତ୍ୟୁହାର 1%ରୁ ତଳକୁ ହ୍ରାସ କରିବା ଲାଗି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି । ଏବେ 14 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମୃତ୍ୟୁହାର 1% ତଳେ ରହିଛି ।

http://static.pib.gov.in/WriteReadData/userfiles/image/image002JYKA.jpg

ଭାରତରେ ମୋଟ ସୁସ୍ଥଙ୍କ ସଂଖ୍ୟା ଏବେ 67,95,103 ଅଛି । ପ୍ରତିଦିନ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜାତୀୟ ସୁସ୍ଥ ହାର ବୃଦ୍ଧି ପାଇ 89% (88.81%) ହେବାକୁ ଯାଉଛି ।

ନୂତନ ସୁସ୍ଥଙ୍କ ମଧ୍ୟରୁ 77% 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି । ସୁସ୍ଥ କ୍ଷେତ୍ରରେ କର୍ଣ୍ଣାଟକ ମହାରାଷ୍ଟ୍ରକୁ ପଛରେ ପକାଇଛି । ଏହି ରାଜ୍ୟରେ 8500 ଜଣ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ର ଏବଂ କେରଳରେ 7 ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି ।

http://static.pib.gov.in/WriteReadData/userfiles/image/image003VGJL.jpg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 54,044 ନୂଆ ପଜିଟିଭ୍ ମାମଲା ଆସିଛି । ତନ୍ମଧ୍ୟରୁ 78% 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । ମହାରାଷ୍ଟ୍ରରୁ କେବଳ 8 ହଜାର ପଜିଟିଭ୍ ମାମଲା ଆସିଛି । କର୍ଣ୍ଣାଟକ ଓ କେରଳରୁ 6 ହଜାରରୁ ଅଧିକ ମାମଲା ଆସିଛି ।

http://static.pib.gov.in/WriteReadData/userfiles/image/image004VZF3.jpg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 717ଟି ମୃତ୍ୟୁ ମାମଲା ହୋଇଛି । ତନ୍ମଧ୍ୟରୁ 82% 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । 29% ମୃତ୍ୟୁ କେବଳ ମହାରାଷ୍ଟ୍ର (213) ଆସିଥିବା ବେଳେ କର୍ଣ୍ଣାଟକରୁ 66ଟି ମୃତ୍ୟୁ ମାମଲା ଆସିଛି ।

http://static.pib.gov.in/WriteReadData/userfiles/image/image005OI9I.jpg

**********

 

 

 

 



(Release ID: 1666589) Visitor Counter : 192