କ୍ୟାବିନେଟ

ଆଇସିଏଆଇ ଇଣ୍ଡିଆ ଏବଂ ସିପିଏ ପପୁଆ ନିଉଗିନି ମଧ୍ୟରେ ହୋଇଥିବା ବୁଝାମଣାପତ୍ରକୁ କ୍ୟାବିନେଟ ମଞ୍ଜୁରି

प्रविष्टि तिथि: 21 OCT 2020 3:25PM by PIB Bhubaneswar

ଇନଷ୍ଟିଚ୍ୟୁଟ ଅଫ ଚାଟାର୍ଡ ଆକାଉଣ୍ଟ ଅଫ ଇଣ୍ଡିଆ (ଆଇସିଏଆଇ) ଏବଂ ସାର୍ଟିଫା ପ୍ରାକଟାଇଜିଙ୍ଗ ଆକାଉଟାଣ୍ଟ ପପୁଆ ନିଉଗିନି (ସିପିଏପିଏନଜି) ମଧ୍ୟରେ ସ୍ଵାକ୍ଷରିତ ବୁଝାମଣାପତ୍ରକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ହୋଇଥିବା ଏହି ଅନୁମୋଦନ ଯୋଗୁଁ ପପୁଆ ନିଉଗିନିରେ ଆକାଉଣ୍ଟିଂ ଅଡିଟିଂ କ୍ଷେତ୍ରରେ ସାମର୍ଥ୍ୟ ବୃଦ୍ଧି ହୋଇପାରିବ

ତ୍ଵରାନ୍ଵିତ ରଣନୀତି ଲକ୍ଷ୍ୟ

ଏହି ବୁଝାମଣାପତ୍ର ସ୍ଵାକ୍ଷରିତ ହେବା ଫଳରେ ଆଇସିଏଆଇ ଏବଂ ସିପିଏପିଏନଜି ନିମ୍ନଲିଖିତ ବିଷୟ ଉପରେ ମିଳିମିଶି କାର୍ଯ୍ୟ କରିବେ

)    ବୈଷୟିକ କାର୍ଯ୍ୟକ୍ରମ, ଆଲୋଚନାଚକ୍ର ସମ୍ମିଳନୀ ଇତ୍ୟାଦି ପପୁଆ ନିଉଗିନିରେ ଆୟୋଜନ କରାଯିବ

)    ବାଣିଜ୍ୟିକ ପ୍ରଶାସନ, ବୈଷୟିକ ଗବେଷଣା ପରାମର୍ଶ, କ୍ଵାଲିଟି ଆସୁରାନ୍ସ, ଫୋରେନସିକ ଆକାଉଣ୍ଟିଂ, ବୃତ୍ତିଗତ ବିକାଶ ଉଭୟ ଦେଶର ସ୍ଵାର୍ଥ ସମ୍ବଳିତ ବିଷୟ ବସ୍ତୁ ଉପରେ ସମ୍ଭାବ୍ୟ ସହଯୋଗ

)    ଭାରତ ନିଉଗିନିରେ ଆକାଉଣ୍ଟାଂସି କାର୍ଯ୍ୟରେ ଥିବା ବିଭିନ୍ନ ବିଷୟରେ ସହଯୋଗ, ସିପିଏପିଏନଜି ପରୀକ୍ଷା ପାଇଁ ବିଭିନ୍ନ ନିୟମାବଳୀ ପ୍ରସ୍ତୁତି

)    ବିଦ୍ୟାର୍ଥୀ ଶିକ୍ଷକ ବିନିମୟ କାର୍ଯ୍ୟକ୍ରମ

ଉଁ)    ପପୁଆ ନିଉଗିନିରେ ଆକାଉଣ୍ଟିଂ, ଫାଇନାନ୍ସ ଏବଂ ଅଡିଟ କ୍ଷେତ୍ର ନିମନ୍ତେ ସ୍ୱଳ୍ପ ମିଆଦି ବୃତ୍ତିଗତ ପାଠ୍ୟକ୍ରମ

ମୁଖ୍ୟ ପ୍ରଭାବ

ଭାରତୀୟ ଚାଟାର୍ଡ଼ ଆକାଉଣ୍ଟା ଗୋଷ୍ଠୀ ସ୍ଥାନୀୟ ବ୍ୟବସାୟୀ ଅଂଶିଦାରମାନଙ୍କୁ ଫାଇନାନ୍ସିଆଲ ରିପୋର୍ଟିଂ ସମ୍ପର୍କରେ ସାହାଯ୍ୟ କରି ବେଶ ସୁନାମ ଅର୍ଜନ କରିଛନ୍ତି ଏହି ପ୍ରସ୍ତାବିତ ବୁଝାମଣାପତ୍ର ଯୋଗୁଁ ଭାରତୀୟ ଚାଟାର୍ଡ଼ ଆକାଉଣ୍ଟାଣ୍ଟମାନଙ୍କ ସୁନାମ ପପୁଆ ନିଉଗିନିରେ ଅଧିକ ବୃଦ୍ଧି ପାଇବ ଆଇସିଏଆଇର ଅଷ୍ଟ୍ରେଲିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ 3 ହଜାରରୁ ଅଧିକ ସଦସ୍ୟ ଅଛନ୍ତି ଏହି ବୁଝାମଣାପତ୍ର କାର୍ଯ୍ୟକାରୀ ହେଲେ ଏହା ସିପିଏପିଏନଜିକୁ ସହାୟତା କରିବା ସହ ଆଇସିଏଆଇ ସଦସ୍ୟମାନଙ୍କ ସ୍ଥିତିକୁ ମଜବୁତ କରିବ

ପୃଷ୍ଠଭୂମି

ଆଇସିଏଆଇ ଏକ ବୈଧାନିକ ସଂସ୍ଥା ଯାହାକି ଚାଟାର୍ଡ଼ ଆକାଉଣ୍ଟାଣ୍ଟ ଆକ୍ଟ 1949 ବଳରେ ପ୍ରତିଷ୍ଠା କରାଯାଇଛି ଏହା ଭାରତରେ କାର୍ଯ୍ୟରତ ଚାଟାର୍ଡ଼ ଆକାଉଣ୍ଟାଣ୍ଟମାନଙ୍କ ବୃତ୍ତିକୁ ନିୟନ୍ତ୍ରଣ କରିଥାଏ ସିପିଏପିଏନଜି ଏକ ବୃତ୍ତିଗତ ସଂସ୍ଥା ଯାହାକି ଦି ଆକାଉଣ୍ଟାଣ୍ଟ ଆକ୍ଟ 1996 ବଳରେ ଗଠିତ ହୋଇଛି ଏହା ଅଡିଟର ମାନ ପପୁଆ ନିଉଗିନିରେ ଆକାଉଣ୍ଟାଣ୍ଟ ବୃତ୍ତିର ନିୟନ୍ତ୍ରଣ କରିଥାଏ

 

***********


(रिलीज़ आईडी: 1666564) आगंतुक पटल : 257
इस विज्ञप्ति को इन भाषाओं में पढ़ें: Malayalam , English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada