ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ କରୋନା ସକ୍ରିୟ ମାମଲା ନିୟମିତ ହ୍ରାସ ପାଇବାରେ ଲାଗିଛି

● କ୍ରମାଗତ ଦ୍ୱିତୀୟ ଦିନରେ ସକ୍ରିୟ ମାମଲା 8 ଲକ୍ଷ ତଳକୁ ରହିଛି
● 22ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ମାମଲା 22 ହଜାରରୁ କମ୍

Posted On: 18 OCT 2020 10:56AM by PIB Bhubaneshwar

ଭାରତରେ କରୋନା ସକ୍ରିୟ ମାମଲା ନିୟମିତ ଭାବେ ହ୍ରାସ ପାଇବାରେ ଲାଗିଛି । କ୍ରମାଗତ ଦ୍ୱିତୀୟ ଦିନରେ ସକ୍ରିୟ ମାମଲା 8 ଲକ୍ଷ ତଳେ ଥିବା ବେଳେ ଏହି ସଂଖ୍ୟା 7,83,311 ରହିଛି । ଦେଶରେ ମୋଟ ପଜିଟିଭ୍ ମାମଲାର 10.45% ସକ୍ରିୟ ମାମଲା ରହିଛି ।

WhatsApp Image 2020-10-18 at 10.05.47 AM.jpeg

22ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ମାମଲା 20 ହଜାର ତଳେ ରହିଛି ।

13 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ 20 ହଜାରରୁ ଅଧିକ, କିନ୍ତୁ 50 ହଜାରରୁ କମ୍ ସକ୍ରିୟ ମାମଲା ରହିଥିବା ବେଳେ 3ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ମାମଲା 50 ହଜାରରୁ ଅଧିକ ରହିଛି ।

ଦେଶରେ ସକ୍ରିୟ ମାମଲା ହ୍ରାସ ପାଉଥିବା ବେଳେ କ୍ରମାଗତ ଭାବେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଛି । ମୋଟ ସୁସ୍ଥଙ୍କ ସଂଖ୍ୟା 65,97,209ରେ ପହଞ୍ଚିଛି । ସୁସ୍ଥ ସଂଖ୍ୟା ଓ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ 58 ଲକ୍ଷ (58,13,898)କୁ ଟପିଛି । ଜାତୀୟ ସୁସ୍ଥ ହାର 88.03%କୁ ବୃଦ୍ଧି ପାଇଛି ।

ଗତ 24 ଘଣ୍ଟା ମଧ୍ୟରେ 72,614 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ବେଳେ 61,871 ନୂଆ ପଜିଟିଭ୍ ମାମଲା ଆସିଛି ।

ନୂଆ ସୁସ୍ଥଙ୍କ ମଧ୍ୟରୁ 79% ଆସିଛି 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । କେବଳ ମହାରାଷ୍ଟ୍ରରେ 14 ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି ।

WhatsApp Image 2020-10-18 at 10.02.39 AM (1).jpeg

ଗତ 24 ଘଣ୍ଟା ମଧ୍ୟରେ 61,871 ନୂଆ ପଜିଟିଭ ମାମଲା ସାମନାକୁ ଆସିଛି । ଏଥିରୁ 79% 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି ।

ଲଗାତର ଭାବେ ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ 10 ହଜାର ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି । ଏହା ପଛକୁ କେରଳରେ 9 ହଜାରରୁ ଅଧିକ ମାମଲା ଆସିଛି ।

WhatsApp Image 2020-10-18 at 10.02.39 AM.jpeg

ଗତ 24 ଘଣ୍ଟା ମଧ୍ୟରେ 1033 ଜଣଙ୍କ ମୃତ୍ୟୁ ହୋଇଛି । ତନ୍ମଧ୍ୟରୁ ପ୍ରାୟ 86% ଆସିଛି 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । କେବଳ ମହାରାଷ୍ଟ୍ରରେ 44%ରୁ ଅଧିକ ମୃତ୍ୟୁ ମାମଲା ଆସିଛି (463 ମୃତ୍ୟୁ) ।

WhatsApp Image 2020-10-18 at 10.02.39 AM (2).jpeg

**********



(Release ID: 1665700) Visitor Counter : 224