ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ପ୍ରତି 10 ଲକ୍ଷ ଜନସଂଖ୍ୟାରେ ଭାରତରେ ସବୁଠାରୁ କମ୍ ମୃତ୍ୟୁ ହାର

• ଗତ 14 ଦିନ ମଧ୍ୟରେ 11 ଶହରୁ କମ ମୃତ୍ୟୁ
• 22 ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶରେ ମୃତ୍ୟୁ ହାର ଜାତୀୟ ହାର ଠାରୁ କମ

Posted On: 16 OCT 2020 2:18PM by PIB Bhubaneshwar

ଭାରତରେ ପ୍ରତି 10 ଲକ୍ଷ ଜନସଂଖ୍ୟାରେ ସବୁଠାରୁ କମ୍ କୋଭିଡ-19 ଜନିତ ମୃତ୍ୟୁ ହୋଇଛି । ଆଜି ଏହି ସଂଖ୍ୟା 81 ଥିଲା ।

ଅକ୍ଟୋବର 2ରୁ ଆଜି ପର୍ଯ୍ୟନ୍ତ ଦେଶରେ 11ଶହରୁ କମ୍ ମୃତ୍ୟୁ ହୋଇଛି ।

ଏହି ଫଳାଫଳ ମଧ୍ୟରେ ଭଲ ପ୍ରଦର୍ଶନ କରିଥିବା ତଥା ଜାତୀୟ ମୃତ୍ୟୁ ହାର ଠାରୁ କମ୍ ମୃତ୍ୟୁ ଥିବା 22 ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ସାମିଲ ରହିଛି ।

ମୃତ୍ୟୁ ହାର ଲଗାତାର କମିବାରେ ଲାଗିଛି । ଏବେ ଏହି ହାର 1.52 ପ୍ରତିଶତ ଅଛି, ମାର୍ଚ୍ଚ 22, 2020 ପରେ ଏହା ସବୁଠାରୁ କମ୍ ରହିଛି ।

କୋଭିଡ ପରିଚାଳନା ଓ ମୁକାବିଲା ନୀତିର ଅଂଶବିଶେଷ ଭାବେ କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ସହ ଏଥିଯୋଗୁଁ ହେଉଥିବା ମୃତ୍ୟୁ ସଂଖ୍ୟା ହ୍ରାସ କରିବା ଓ ଗୁରୁତର କୋଭିଡ ରୋଗୀଙ୍କୁ ଗୁଣବତ୍ତାସମ୍ପନ୍ନ ଚିକିତ୍ସା ଉପଲବ୍ଧ କରାଇ ଲୋକଙ୍କ ଜୀବନ ରକ୍ଷା କରିବାକୁ କେନ୍ଦ୍ର ସରକାର ପ୍ରାଥମିକତା ଦେଇଛନ୍ତି । କେନ୍ଦ୍ର ଓ  ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ମିଳିତ ପ୍ରୟାସ ଯୋଗୁଁ ସାରା ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ ହୋଇପାରିଛି । କୋଭିଡ ଡାକ୍ତରଖାନା ଗୁଣବତ୍ତାଯୁକ୍ତ ଡାକ୍ତରୀ ସେବା ପ୍ରଦାନ କରୁଛନ୍ତି । ନୈଦାନିକ ଉପଚାର ପ୍ରୋଟୋକଲରେ କେନ୍ଦ୍ର ସରକାର ମାନକ ଦିଶାନିର୍ଦ୍ଦେଶ ଜାରି କରିଛନ୍ତି । ଫଳରେ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ କୋଭିଡ ରୋଗୀଙ୍କୁ ଗୁଣବତ୍ତାସମ୍ପନ୍ନ ଚିକିତ୍ସା ମିଳି ପାରୁଛି ।

ମୃତ୍ୟୁ ହାର କମାଇବାକୁ ଗୁରୁତର ରୋଗୀଙ୍କ ଚିକିତ୍ସା ପରିଚାଳନାରେ ନିୟୋଜିତ ଆଇସିୟୁ ଡାକ୍ତରମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଏମ୍ସ, ନୂଆଦିଲ୍ଲୀରେ ଇ-ଆଇସିୟୁ ଉପକ୍ରମ ଆରମ୍ଭ କରାଯାଇଛି । ଏହି ଉପକ୍ରମରେ ବିଶେଷଜ୍ଞମାନେ ସପ୍ତାହକୁ ଦୁଇ ଦିନ ମଙ୍ଗଳବାର ଓ ଶୁକ୍ରବାର ରାଜ୍ୟ ଡାକ୍ତରଖାନାଗୁଡିକର ଆଇସିୟୁ ଡାକ୍ତରମାନଙ୍କ ପାଇଁ ପରାମର୍ଶ ଅଧିବେଶନ ଆୟୋଜନ କରୁଛନ୍ତି । ଏହି ଅଧିବେଶନ ଜୁଲାଇ 8, 2020ରୁ ଆରମ୍ଭ ହୋଇଛି ।

ଆଜି ପର୍ଯ୍ୟନ୍ତ ଏପରି 23ଟି ଟେଲି-ଅଧିବେଶନ ଆୟୋଜିତ ହୋଇଛି, ଯେଉଁଥିରେ 34 ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ 334ଟି ଚିକିତ୍ସା ସଂସ୍ଥା ଭାଗ ନେଇଛନ୍ତି ।

ନୂତନ ଭାବେ ଚିହ୍ନଟ ମାମଲା ତୁଳନାରେ ରୋଗୀଙ୍କ ସୁସ୍ଥ ହାର ଅଧିକ ଧାରା ବଜାୟ ରହିଛି । ଗତ 24 ଘଣ୍ଟା ମଧ୍ୟରେ ଗୋଟିଏ ଦିନରେ 70,338 ରୋଗୀ ସୁସ୍ଥ ହୋଇଥିବା ବେଳେ ନୂତନ ଚିହ୍ନଟ ମାମଲା ସଂଖ୍ୟା 63,371 ରହିଛି । ଏପର୍ଯ୍ୟନ୍ତ ସମୁଦାୟ 64,53,779 ରୋଗୀ ସୁସ୍ଥ ହୋଇଛନ୍ତି । ସୁସ୍ଥ ଓ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇ 56 ଲକ୍ଷ (56,49,251) ହୋଇଛି । ସୁସ୍ଥ ସଂଖ୍ୟା ଏବେ ସକ୍ରିୟ ମାମଲା ତୁଳନାରେ 8 ଗୁଣ ଅଧିକ ରହିଛି ।

ସକ୍ରିୟ ମାମଲାରେ କ୍ରମାଗତ କମିବାରେ ଲାଗିଛି । ବର୍ତ୍ତମାନ ସମୁଦାୟ ପଜିଟିଭଙ୍କ ମଧ୍ୟରୁ ମାତ୍ର 10.92 ପ୍ରତିଶତ ସକ୍ରିୟ ମାମଲା ରହିଛି । ଦେଶରେ ପଜିଟିଭ ମାମଲା ସଂଖ୍ୟା 8,04,528  ରହିଛି । ଅଧିକ ରୋଗୀ ସୁସ୍ଥ ହେଉଥିବାରୁ ଜାତୀୟ ସୁସ୍ଥ ହାର ବୃଦ୍ଧି ପାଇ 87.56 ପ୍ରତିଶତରେ ପହଞ୍ଚିଛି ।

10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ନୂଆ ମାମଲାର 78 ପ୍ରତିଶତ ସୁସ୍ଥ ହୋଇଛନ୍ତି । କେବଳ ମହାରାଷ୍ଟ୍ରରେ ଗୋଟିଏ ଦିନରେ 13 ହଜାରରୁ ଅଧିକ ନୂଆ ରୋଗୀ ସୁସ୍ଥ ହୋଇଛନ୍ତି ।

WhatsApp Image 2020-10-16 at 10.19.37 AM.jpeg

10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ 79 ପ୍ରତିଶତ ନୂଆ ମାମଲା ଚିହ୍ନଟ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ 10 ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକରେ ଏହି ନୂଆ ମାମଲା ସଂଖ୍ୟା 8 ହଜାରରୁ ଅଧିକ ରହିଛି ।

WhatsApp Image 2020-10-16 at 10.19.37 AM (2).jpeg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 895ଟି କୋଭିଡ ମୃତ୍ୟୁ ହୋଇଛି । ଏଥିରୁ 82 ପ୍ରତିଶତ ମୃତ୍ୟୁ 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଯଥା- ମହାରାଷ୍ଟ୍ର, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ତାମିଲନାଡୁ, ଛତିଶଗଡ, ଆନ୍ଧ୍ରପ୍ରଦେଶ, ଉତ୍ତର ପ୍ରଦେଶ, ପଞ୍ଜାବ, ଓଡିଶା ଓ ଦିଲ୍ଲୀରେ ହୋଇଛି ।

ନୂଆ ମୃତ୍ୟୁର 37 ପ୍ରତିଶତରୁ ଅଧିକ (337) ମହାରାଷ୍ଟ୍ରରେ ହୋଇଛି ।

WhatsApp Image 2020-10-16 at 10.19.37 AM (1).jpeg

13 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରତି ଦଶ ଲକ୍ଷ ଜନସଂଖ୍ୟାରେ ମୃତ୍ୟୁ ହାର ଜାତୀୟ ପ୍ରତିଶତ ଠାରୁ ଅଧିକ ଥିବା ରିପୋର୍ଟ ମିଳିଛି ।

 

**********



(Release ID: 1665271) Visitor Counter : 293