ଅର୍ଥ ମନ୍ତ୍ରଣାଳୟ

ଖୋଲା ବଜାରରୁ 68,825 କୋଟି ଟଙ୍କା ଋଣ ସଂଗ୍ରହ ନିମନ୍ତେ 20 ରାଜ୍ୟକୁ ଅନୁମତି

• ଓଡ଼ିଶା ସଂଗ୍ରହ କରିପାରିବ 2858 କୋଟି ଟଙ୍କାର ଋଣ

Posted On: 13 OCT 2020 6:28PM by PIB Bhubaneshwar

ଅର୍ଥ ମନ୍ତ୍ରଣାଳୟ ଅଧୀନ ବ୍ୟୟ ବିଭାଗ ପକ୍ଷରୁ ଖୋଲା ବଜାରରୁ 68,825 କୋଟି ଟଙ୍କାର ଋଣ ସଂଗ୍ରହ ନିମନ୍ତେ 20ଟି ରାଜ୍ୟକୁ ଅନୁମତି ଦିଆଯାଇଛି।

ଏହି 20ଟି ରାଜ୍ୟ ମଧ୍ୟରେ ଓଡ଼ିଶା ମଧ୍ୟ ସାମିଲ ରହିଛି। ରାଜ୍ୟକୁ ଖୋଲା ବଜାରରୁ 2858 କୋଟି ଟଙ୍କା ଋଣ ସଂଗ୍ରହ ନିମନ୍ତେ ଅନୁମତି ମିଳିଛି।

ଜିଏସଟି କାର୍ଯ୍ୟକାରିତା କାରଣରୁ ଦେଖାଦେଇଥିବା ପୁଞ୍ଜି ଅଭାବ ଦୂର କରିବା ଲାଗି ଅର୍ଥମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ଦୁଇଟି ବିକଳ୍ପ ପ୍ରଦାନ କରାଯାଇଥିଲା। ଏଥିମଧ୍ୟରୁ ପ୍ରଥମ ବିକଳ୍ପ ଚୟନ କରିଥିବା ରାଜ୍ୟଗୁଡ଼ିକୁ ସକଳ ରାଜ୍ୟ ଘରୋଇ ଉତ୍ପାଦ (ଜିଏସଡିପି)ର 0.50  % ଅତିରିକ୍ତ ଋଣ ସଂଗ୍ରହ ନିମନ୍ତେ ଏହି ଅନୁମତି ପ୍ରଦାନ କରାଯାଇଛି।

27 ଅଗଷ୍ଟ, 2020ରେ ଜିଏସଟି ପରିଷଦର ବୈଠକ ବସିଥିଲା। ଏଥିରେ ଦୁଇଟି ବିକଳ୍ପ ଦିଆଯାଇଥିଲା ଏବଂ 29 ଅଗଷ୍ଟ 2020ରେ ଏ ସମ୍ପର୍କରେ ରାଜ୍ୟଗୁଡ଼ିକୁ ସୂଚିତ କରାଯାଇଥିଲା। 20ଟି ରାଜ୍ୟ ପ୍ରଥମ ବିକଳ୍ପ ଚୟନ କରିଥିଲେ। ଏହି ରାଜ୍ୟଗୁଡ଼ିକ ହେଲେ-ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଓଡ଼ିଶା, ସିକିମ, ତ୍ରିପୁରା, ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡ। ଆଠଟି ରାଜ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ବିକଳ୍ପ ଚୟନ କରିନାହାନ୍ତି।

ପ୍ରଥମ ବିକଳ୍ପ ଚୟନ କରିଥିବା ରାଜ୍ୟଗୁଡ଼ିକୁ ଦିଆଯିବାକୁ ଥିବା ସୁବିଧାରେ ସାମିଲ ରହିଛି :

  1. ଅର୍ଥ ମନ୍ତ୍ରଣାଳୟ ସହଯୋଗରେ ଋଣ ଜାରି ଜରିଆରେ ରାଜସ୍ୱ ନିଅଣ୍ଟ ପୂରଣ କରିବା ଲାଗି ଏକ ସ୍ୱତନ୍ତ୍ର ଋଣ ସଂଗ୍ରହ ୱିଣ୍ଡୋ। ଏ କ୍ଷେତ୍ରରେ ରାଜ୍ୟଗୁଡ଼ିକର ରାଜସ୍ୱ ନିଅଣ୍ଟ 1.1 ଲକ୍ଷ କୋଟି ଟଙ୍କା ରହିବ ବୋଲି ଆକଳନ କରାଯାଇଛି।
  2. କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ଦ୍ୱାରା ଅନୁମତିପ୍ରାପ୍ତ 2% ଅତିରିକ୍ତ ଋଣ ସୀମା ମଧ୍ୟରୁ ସୁଧାର ସର୍ତ୍ତ ଛାଡ଼ କରି ଜିଏସଡିପିର 0.5% ଚୁଡ଼ାନ୍ତ କିସ୍ତି ଆକାରରେ ଋଣ କରିବା ନିମନ୍ତେ ଅନୁମତି ଦିଆଯାଇଛି।

17, ମେ 2020ରେ ବ୍ୟୟ ବିଭାଗ ପକ୍ଷରୁ ରାଜ୍ୟଗୁଡ଼ିକୁ ଜିଏସଡିପିର 2% ସୀମା ପର୍ଯ୍ୟନ୍ତ ଅତିରିକ୍ତ ଋଣ ସଂଗ୍ରହ ନିମନ୍ତେ ଅନୁମତି ଦିଆଯାଇଥିଲା। 2% ସୀମା ମଧ୍ୟରୁ 0.5% ଚୁଡ଼ାନ୍ତ କିସ୍ତି ଭାରତ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଚାରିଟି ସଂସ୍କାର ମଧ୍ୟରୁ ଅତି କମରେ ତିନୋଟି ସଂସ୍କାର କାର୍ଯ୍ୟକାରୀ କରିବା ସହିତ ଜଡ଼ିତ ତେବେ, ଜିଏସଟି କାର୍ଯ୍ୟକାରିତା ଲାଗି ସୃଷ୍ଟି ହୋଇଥିବା ରାଜସ୍ୱ ନିଅଣ୍ଟ ଭରଣା କରିବା ଲାଗି ପ୍ରଥମ ବିକଳ୍ପ ଚୟନ କରିଥିବା ରାଜ୍ୟଗୁଡ଼ିକ କ୍ଷେତ୍ରରେ ଜିଏସଡିପିର 0.5% ଚୁଡ଼ାନ୍ତ କିସ୍ତି ହାସଲ କରିବା ଲାଗି ସଂସ୍କାର ସର୍ତ୍ତାବଳୀ କୋହଳ କରାଯାଇଛି। ତେଣୁ ପ୍ରଥମ ବିକଳ୍ପ ଚୟନ କରିଥିବା ରାଜ୍ୟଗୁଡ଼ିକ ଖୋଲାବଜାରରୁ ଋଣ ଆକାରରେ 68,825 କୋଟି ଟଙ୍କାର ପୁଞ୍ଜି ସଂଗ୍ରହ କରିପାରିବେ। ସ୍ୱତନ୍ତ୍ର ଋଣ ସଂଗ୍ରହ ୱିଣ୍ଡୋ ଉପରେ ପୃଥକ ଭାବେ ପଦକ୍ଷେପ ନିଆଯାଉଛି।

ରାଜ୍ୟୱାରୀ ତଥ୍ୟ ନିମ୍ନରେ ଦିଆଗଲା:

କ୍ରଂ.ସଂ

ରାଜ୍ୟ

13.10.2020

(ଟଙ୍କା କୋଟିରେ)ରେ ଅତିରିକ୍ତ ଋଣ ସଂଗ୍ରହ ଅନୁମତି

1

ଆନ୍ଧ୍ରପ୍ରଦେଶ

5,051.00

2

ଅରୁଣାଚଳ ପ୍ରଦେଶ

143.00

3

ଆସାମ

1,869.00

4

ବିହାର

3,231.00

5

ଗୋଆ

446.00

6

ଗୁଜରାଟ

8,704.00

7

ହରିୟାଣା

4,293.00

8

ହିମାଚଳ ପ୍ରଦେଶ

877.00

9

କର୍ଣ୍ଣାଟକ

9,018.00

10

ମଧ୍ୟପ୍ରଦେଶ

4,746.00

11

ମହାରାଷ୍ଟ୍ର

15,394.00

12

ମଣିପୁର

151.00

13

ମେଘାଳୟ

194.00

14

ମିଜୋରାମ

132.00

15

ନାଗାଲାଣ୍ଡ

157.00

16

ଓଡ଼ିଶା

2,858.00

17

ସିକିମ

156.00

18

ତ୍ରିପୁରା

297.00

19

ଉତ୍ତରପ୍ରଦେଶ

9,703.00

20

ଉତ୍ତରାଖଣ୍ଡ

1,405.00

 

ମୋଟ

68,825.00

 

 

***********

 

 



(Release ID: 1664120) Visitor Counter : 302