ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ କରୋନା ସକ୍ରିୟ ମାମଲା କ୍ରମାଗତ ହ୍ରାସ

● କରୋନା ସକ୍ରିୟ ମାମଲା କ୍ରମାଗତ ଦ୍ୱିତୀୟ ଦିନରେ 9 ଲକ୍ଷ ତଳେ
● ମୋଟ ପଜିଟିଭ୍ ମାମଲାର ଏକ ଅଷ୍ଟମାଂଶ ସକ୍ରିୟ ମାମଲା

Posted On: 10 OCT 2020 11:18AM by PIB Bhubaneshwar

ଭାରତରେ କ୍ରମାଗତ ଭାବେ କରୋନା ସକ୍ରିୟ ମାମଲା ହ୍ରାସ ଧାରା ଜାରି ରହିଛି । ଏକ ମାସ ପରେ ସକ୍ରିୟ ମାମଲା ସଂଖ୍ୟା ଦ୍ଵିତୀୟ ଦିନ ପାଇଁ 9 ଲକ୍ଷ ତଳେ ରହିଛି ।

ଭାରତରେ କରୋନା ସକ୍ରିୟ ମାମଲା ଏବେ 8,83,185 ରହିଛି ।

ଏବେ ଦେଶର ମୋଟ ମାମଲାର ମାତ୍ର 12.65% ସକ୍ରିୟ ମାମଲା ଭାବେ ରହିଛି । ଏହା ମୋଟ ମାମଲାର ପାଖାପାଖି ଏକ ଅଷ୍ଟମାଂଶ ।

ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା 60 ଲକ୍ଷ (59,88,882) ହୋଇଥିବା ବେଳେ ସକ୍ରିୟ ମାମଲାରୁ ଏହାର ପାର୍ଥକ୍ୟ ବୃଦ୍ଧି ପାଇବାରେ ଲାଗିଛି ।

ଗତ 24 ଘଣ୍ଟା ମଧ୍ୟରେ 82,753 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଯାଇଥିବା ବେଳେ ନୂଆ ପଜିଟିଭ୍ ମାମଲା ରହିଛି 73,272 ଜାତୀୟ ସୁସ୍ଥତା ହାର 85.81%ରେ ପହଞ୍ଚିଛି ।

18ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ସୁସ୍ଥ ହାର ଜାତୀୟ ସୁସ୍ଥ ହାର ଠାରୁ ଅଧିକ ରହିଛି ।

ବ୍ୟାପକ ଟେଷ୍ଟିଂ, ଟ୍ରାକିଂ, ତୁରନ୍ତ ହସପିଟାଲରେ ଭର୍ତ୍ତି କରିବା ଏବଂ ଚିକିତ୍ସାର ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଅବଲମ୍ବନ ଇତ୍ୟାଦି ପାଇଁ କେନ୍ଦ୍ର ପ୍ରସ୍ତୁତ କରିଥିବା ରଣକୌଶଳକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହଯୋଗ କରୁଥିବାରୁ ଏହା ସମ୍ଭବ ହୋଇପାରିଛି ।

ନୂତନ ସୁସ୍ଥଙ୍କ ମଧ୍ୟରୁ 76% କେବଳ 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି ।

ମହାରାଷ୍ଟ୍ରରେ କେବଳ ଗୋଟିଏ ଦିନରେ 17 ହଜାରରୁ ଅଧିକ ସୁସ୍ଥ ହୋଇପାରିଛନ୍ତି ।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 73,272ଟି ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି । ତନ୍ମଧ୍ୟରୁ 79% 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି । ମହାରାଷ୍ଟ୍ରରେ ଏବେ ବି ସର୍ବାଧିକ ମାମଲା ଆସୁଥିବା ବେଳେ ଗୋଟିଏ ଦିନରେ ଆସିଛନ୍ତି 12 ହଜାରରୁ ଅଧିକ ପଜିଟିଭ୍ । କର୍ଣ୍ଣାଟକରେ ପ୍ରାୟ 11 ହଜାର ପଜିଟିଭ୍ ରିପୋର୍ଟ ଆସିଛି ।

ଗତ 24 ଘଣ୍ଟା ମଧ୍ୟେରେ ଦେଶରେ 926 ଜଣଙ୍କ ମୃତ୍ୟୁ ସାମନାକୁ ଆସିଛି । ଏଥିରୁ 82% 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି ।

କେବଳ ମହାରାଷ୍ଟ୍ରରୁ 32% (302 ମୃତ୍ୟୁ) ମୃତ୍ୟୁ ହୋଇଛି ।

 

**********

 



(Release ID: 1663415) Visitor Counter : 195