ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କାନାଡ଼ାର ଇନଭେଷ୍ଟ ଇଣ୍ଡିଆ କନଫରେନ୍ସରେ ମୁଖ୍ୟବକ୍ତା ଭାବେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

Posted On: 08 OCT 2020 11:32AM by PIB Bhubaneshwar

କାନାଡ଼ାରେ ଆଜି ସନ୍ଧ୍ୟା 6ଟା 30 ମିନିଟ (ଭାରତୀୟ ସମୟ)ରେ ଅନୁଷ୍ଠିତ ହେବାକୁ ଥିବା ଇନଭେଷ୍ଟ ଇଣ୍ଡିଆ କନଫରେନ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟବକ୍ତା ଭାବେ ଉଦବାଧନ ଦେବେ ।

କାନାଡ଼ାର ବ୍ୟବସାୟୀ ସମୁଦାୟଙ୍କୁ ଭାରତରେ ନିବେଶର ପ୍ରାଥମିକ ସୂଚନା ଦେବା ସହ  ଭାରତକୁ ନିବେଶର ପ୍ରମୁଖ ସ୍ଥଳ ଭାବେ ଦର୍ଶାଇବା ଏହି ଫୋରମର ଉଦ୍ଦେଶ୍ୟ ।

କନଫରେନ୍ସରେ ବ୍ୟାଙ୍କ, ବୀମା କମ୍ପାନୀ, ନିବେଶକ, ବିମାନ ଚଳାଚଳ, ଇଲେକ୍ଟ୍ରୋନିକ୍ସ ଏବଂ ନିର୍ମାଣ ଉଦ୍ୟୋଗ, କନସଲଟାଣ୍ଟ ଫାର୍ମ ଏବଂ ବିଶ୍ୱବିଦ୍ୟାଳୟର ବହୁ ପ୍ରତିନିଧି ଯୋଗ ଦେବା ଆଶା କରାଯାଉଛି ।  

 

**********



(Release ID: 1662839) Visitor Counter : 162