ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କଲା

● କ୍ରମାଗତ ଦୁଇ ସପ୍ତାହ ଧରି କରୋନା ସକ୍ରିୟ ମାମଲା 10 ଲକ୍ଷରୁ ତଳେ ରହିଛି

ପୋଷ୍ଟ କରାଯିବା ଦିନାଙ୍କ: 05 OCT 2020 11:10AM by PIB Bhubaneswar

ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି । କ୍ରମାଗତ 14 ଦିନ ପାଇଁ କରୋନା ସକ୍ରିୟ ମାମଲା 10 ଲକ୍ଷରୁ ତଳେ ରହିପାରିଛି ।

କ୍ରମାଗତ ଦୁଇ ସପ୍ତାହ ସକ୍ରିୟ ମାମଲା 1 ନିୟୁତ (10 ଲକ୍ଷ)ରୁ ତଳେ ରହିଛି ।

WhatsApp Image 2020-10-05 at 10.20.13 AM.jpeg

କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ କୌଶଳ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ‘ଟେଷ୍ଟ, ଟ୍ରାକ, ଟ୍ରେସ୍, ଟ୍ରିଟ୍ ଟେକ୍ନୋଲୋଜି’ ନୀତିରେ କରୋନା ନିୟନ୍ତ୍ରଣ କରୁଛନ୍ତି । ଦେଶବ୍ୟାପୀ ବ୍ୟାପକ ଟେଷ୍ଟିଂ ଅଭିଯାନରେ କରୋନା ଆକ୍ରାନ୍ତଙ୍କୁ ଶୀଘ୍ର ଚିହ୍ନଟ କରିବା ଏବଂ ସେମାନଙ୍କ ସଂସ୍ପର୍ଶ ଗୁଡ଼ିକୁ ଜାଣିବାକୁ ତ୍ୱରିତ ଟ୍ରାକିଂ ଓ ଟ୍ରେସିଂ ଦ୍ୱାରା ଫଳ ମିଳିପାରିଛି । କେନ୍ଦ୍ର ଦ୍ୱାରା ଜାରି ହୋଇଥିବା ଷ୍ଟାଣ୍ଡାର୍ଡ ଟ୍ରିଟମେଣ୍ଟ ପ୍ରୋଟୋକଲ୍ ଦ୍ୱାରା ଉଭୟ ସରକାରୀ ଓ ବେସରକାରୀ ଡାକ୍ତରଖାନା ଗୁଡ଼ିକରେ ଆକ୍ରାନ୍ତମାନେ ସୁସ୍ଥ ହେବାରେ ଲାଗିଛନ୍ତି ।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 76 ହଜାର 737 ଜଣ ସୁସ୍ଥ ହୋଇଥିବା ବେଳେ ନୂତନ ଆକ୍ରାନ୍ତ ଭାବେ 74 ହଜାର 442 ଜଣ ଚିହ୍ନଟ ହୋଇଛନ୍ତି । ନିକଟ ଦିନ ଗୁଡ଼ିକରେ ନୂତନ ଆକ୍ରାନ୍ତଙ୍କ ସଂଖ୍ୟାକୁ ସୁସ୍ଥଙ୍କ ସଂଖ୍ୟା ଟପି ଯାଇଛି ।

WhatsApp Image 2020-10-05 at 10.20.15 AM.jpeg

ଭାରତରେ ଏ ପର୍ଯ୍ୟନ୍ତ ମୋଟ 55,86,703 ଜଣ ସୁସ୍ଥ ହୋଇଛନ୍ତି । ପ୍ରତିଦିନ ସୁସ୍ଥଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ସୁସ୍ଥତା କ୍ଷେତ୍ରରେ ଜାତୀୟ ହାର ମଧ୍ୟ ବୃଦ୍ଧି ପାଇ 84.34%ରେ ପହଞ୍ଚିପାରିଛି ।

ନୂତନ ସୁସ୍ଥଙ୍କ ମଧ୍ୟରୁ 75% 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି । ନୂଆ ସୁସ୍ଥଙ୍କ ମଧ୍ୟରେ 15 ହଜାରରୁ ଅଧିକ ମହାରାଷ୍ଟ୍ରରୁ ଆସିଥିବା ବେଳେ ଏହା ପରେ କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶରୁ ମଧ୍ୟ 7 ହଜାରରୁ ଅଧିକ ଲେଖାଏଁ ସୁସ୍ଥ ହୋଇଛନ୍ତି ।

WhatsApp Image 2020-10-05 at 10.20.17 AM.jpeg

ଭାରତରେ ସକ୍ରିୟ କରୋନା ମାମଲା ଏବେ 9,34,427 ରହିଛି । ଆଜି ଦେଶର ମୋଟ ପଜିଟିଭ୍ ମାମଲାର କେବଳ 14.11%  ସକ୍ରିୟ ମାମଲା ଭାବେ ରହିଛି । ଏହା କ୍ରମେ ନିମ୍ନମୁଖୀ ହୋଇଚାଲିଛି ।

10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ସକ୍ରିୟ ମାମଲାର 77% ଅଛନ୍ତି ।

WhatsApp Image 2020-10-05 at 10.21.19 AM.jpeg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 74 ହଜାର 442 ଜଣ ନୂଆ ପଜିଟିଭ୍ ମାମଲା ଚିହ୍ନଟ ହୋଇଛନ୍ତି ।

ନୂତନ ମାମଲାଗୁଡ଼ିକ ମଧ୍ୟରୁ 78% 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । ମହାରାଷ୍ଟ୍ରରୁ 12 ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକରୁ 10 ହଜାରରୁ ଅଧିକ ଚିହ୍ନଟ ହୋଇଛନ୍ତି ।

WhatsApp Image 2020-10-05 at 10.20.34 AM.jpeg

ଗତ 24 ଘଣ୍ଟା ମଧ୍ୟରେ ମୋଟ 903 ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ 82% 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଛି । ଗତକାଲି 36%, ଅର୍ଥାତ 326ଟି ମୃତ୍ୟୁ ମାମଲା ମହାରାଷ୍ଟ୍ରରେ ହୋଇଥିବା ବେଳେ କର୍ଣ୍ଣାଟକରେ 67 ଜଣଙ୍କର ମୃତ୍ୟୁ ହୋଇଛି ।

WhatsApp Image 2020-10-05 at 10.20.16 AM.jpeg

**********

 

 


(ରିଲିଜ ଆଡି: 1661896) ପରିଦର୍ଶକ କାଉଣ୍ଟର : 268