ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆଇସିସିଆର ଏବଂ ୟୁପିଆଇଡି ଦ୍ୱାରା ଆୟୋଜିତ ଭାରତୀୟ ବୟନଶିଳ୍ପ ପରମ୍ପରା ଆଧାରିତ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

Posted On: 03 OCT 2020 7:29PM by PIB Bhubaneshwar

ନମସ୍ତେ! ବୟନଶିଳ୍ପ ଆଧାରିତ ଏହି ବାର୍ତ୍ତାଳାପରେ ଯୋଗ ଦେଇ ମୁଁ ଆନନ୍ଦିତ । ଏଠାରେ ଅଂଶଗ୍ରହଣ କରିଥିବା ବିଭିନ୍ନ ଦେଶର ଲୋକମାନଙ୍କୁ ଦେଖି ମୁଁ ମଧ୍ୟ ବହୁତ ଖୁସି। ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦ ଏବଂ ଉତ୍ତରପ୍ରଦେଶର ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନ୍ ବହୁତ ପ୍ରୟାସ କରି ସମସ୍ତଙ୍କୁ ଏକାଠି କରିପାରିଛି ଆପଣମାନେ ଏକ ଉତ୍ତମ ବିଷୟ ଚୟନ କରିଛନ୍ତି-ବୁଣିବା ସମ୍ପର୍କ: ବୟନଶିଳ୍ପ ପରମ୍ପରା ସାଥୀଗଣ, ବୟନଶିଳ୍ପ କ୍ଷେତ୍ର ସହିତ ଆମର ସମ୍ପର୍କ ଶତାବ୍ଦୀ ଶତାବ୍ଦୀ ଧରି ଚାଲିଆସିଛି ବୟନଶିଳ୍ପ କ୍ଷେତ୍ରରେ ଆପଣ ଆମର ଇତିହାସ, ଆମର ବିବିଧତା ଏବଂ ଅପାର ସମ୍ଭାବନା ଦେଖିପାରିବେ

ସାଥୀଗଣ, ଭାରତରେ ବୟନଶିଳ୍ପ ପରମ୍ପରା ଅତି ପ୍ରାଚୀନ। ସର୍ବପ୍ରଥମେ ସୂତା କାଟିବା, ବୁଣିବା ଏବଂ କପଡାରେ ରଙ୍ଗ ଦେବାରେ ଆମେ ଅନ୍ୟତମ ପ୍ରାକୃତିକ ଉପାୟରେ ସୂତାକୁ ରଙ୍ଗ ଦେବାରେ ଭାରତର ଏକ ସୁଦୀର୍ଘ ଏବଂ ଗୌରବମୟ ଇତିହାସ ରହିଛି ରେଶମ ବିଷୟରେ ମଧ୍ୟ ସେହି ସମାନ କଥା ସାଥୀଗଣ, ବୟନଶିଳ୍ପରେ ଆମର ବିବିଧତା ଆମ ସମୃଦ୍ଧ ସଂସ୍କୃତିକୁ ଦର୍ଶାଏ ପ୍ରତ୍ୟେକ ରାଜ୍ୟକୁ ଯାଆନ୍ତୁ ପ୍ରତ୍ୟେକ ଗାଁକୁ ଯାଆନ୍ତୁ ବିଭିନ୍ନ ସମ୍ପ୍ରଦାୟ ମଧ୍ୟକୁ ଯାଆନ୍ତୁ ସେମାନଙ୍କର ବୟନଶିଳ୍ପ ପରମ୍ପରାରେ କିଛି ଅନନ୍ୟ ବିଶେଷତ୍ୱ ରହିଛି ଯଦି ଆନ୍ଧ୍ରପ୍ରଦେଶର କଲାମକରୀ ଅଛି, ତେବେ ମୁଗା ସିଲ୍କ ଆସାମର ଗର୍ବ କାଶ୍ମୀର ହେଉଛି ପାଶ୍ମିନାର ଘର, ଫୁଲକାରୀ ପଞ୍ଜାବର ସଂସ୍କୃତି ସହିତ ଗର୍ବ ଗୌରବ ଆଣି ଦେଇଛି। ଯଦି ଗୁଜରାଟ ପାଟୋଲା ପାଇଁ ପ୍ରସିଦ୍ଧ, ବନାରସ ଏହାର ଶାଢ଼ୀ ପାଇଁ ଏକ ପରିଚୟ ସୃଷ୍ଟି କରିଛି ମଧ୍ୟପ୍ରଦେଶରେ ଚାନ୍ଦେରୀ କପଡା ଏବଂ ଓଡିଶାରେ ଜୀବନ୍ତ ସମ୍ବଲପୁରୀ କପଡା ରହଛି। ମୁଁ ଅଳ୍ପ କିଛିର ନାମ ନେଇଛି। ଆହୁରି ଅନେକ କିଛି ରହିଛି। ମୁଁ ମଧ୍ୟ ଆମର ଆଦିବାସୀ ସମ୍ପ୍ରଦାୟର ସମୃଦ୍ଧ ବୟନଶିଳ୍ପ ପରମ୍ପରା ଉପରେ ଆପଣମାନଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଛି। ଭାରତର ସମସ୍ତ ବୟନଶିଳ୍ପ ପରମ୍ପରାରେ : ରଙ୍ଗ ଅଛି ସ୍ପନ୍ଦନ ଅଛି ସବିଶେଷ ତଥ୍ୟ ରହିଛି।

ସାଥୀଗଣ, ବୟନଶିଳ୍ପ କ୍ଷେତ୍ର ସବୁବେଳେ ସୁଯୋଗ ଆଣିଥାଏ ଘରୋଇ ଭାବେ, ବୟନଶିଳ୍ପ କ୍ଷେତ୍ର ହେଉଛି ଭାରତର ସର୍ବାଧିକ ନିଯୁକ୍ତି ପ୍ରଦାନକାରୀ କ୍ଷେତ୍ର। ଆନ୍ତର୍ଜାତୀୟ ସ୍ତରରେ ବୟନଶିଳ୍ପ ବିଶ୍ୱ ସହିତ ବାଣିଜ୍ୟ ଏବଂ ସାଂସ୍କୃତିକ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ସାହାଯ୍ୟ କରିଛି ପରିଶେଷରେ, ଭାରତୀୟ ବୟନଶିଳ୍ପ ବିଶ୍ୱ ସ୍ତରରେ ହେଉଛି ବହୁ ମୂଲ୍ୟବାନ ସେମାନେ ପରମ୍ପରାରେ ସମୃଦ୍ଧ, ହସ୍ତଶିଳ୍ପ, ଉତ୍ପାଦ ଏବଂ କୌଶଳରେ ମଧ୍ୟ ଅନ୍ୟ ସଂସ୍କୃତିର ରୀତିନୀତି, ସହିତ ସମୃଦ୍ଧ ହୋଇଛନ୍ତି

ସାଥୀଗଣ, ଏହି କାର୍ଯ୍ୟକ୍ରମର ପ୍ରସଙ୍ଗ ଗାନ୍ଧିଜୀଙ୍କର 150 ତମ ଜନ୍ମ ବାର୍ଷିକୀ ପାଳନରେ ମଧ୍ୟ ରହିଛି ମହାତ୍ମା ଗାନ୍ଧୀ ବୟନଶିଳ୍ପ କ୍ଷେତ୍ର ଏବଂ ସାମାଜିକ ସଶକ୍ତିକରଣ ମଧ୍ୟରେ ଏକ ଘନିଷ୍ଠ ସମ୍ପର୍କ ଦେଖିଥିଲେ  ସେ ସରଳ ଚାରଖାକୁ ଭାରତର ସ୍ୱାଧୀନତା ଆନ୍ଦୋଳନର ଏକ ପ୍ରମୁଖ ପ୍ରତୀକ ଭାବେ ପରିଣତ କରିଥିଲେ। ଚାରଖାରେ ବୁଣିବା ଆମକୁ ଏକ ରାଷ୍ଟ୍ର ଭାବରେ ଏକତ୍ର କରିଥିଲା

ସାଥୀଗଣ, ଆଜି ଆମେ ବୟନଶିଳ୍ପକୁ ଏକ ପ୍ରମୁଖ କ୍ଷେତ୍ର ଭାବରେ ଦେଖୁଛୁ ଯାହା ଆମକୁ ଏକ ଆତ୍ମନିର୍ଭର ଭାରତ ବା ଆତ୍ମନିର୍ଭରଶୀଳ ଭାରତ ଗଠନ ଦିଗରେ ସାହାଯ୍ୟ କରିବ ଆମ ସରକାର ବିଶେଷ ଭାବେ : ଦକ୍ଷତା ନବୀକରଣ, ଆର୍ଥିକ ସହାୟତା, ଅତ୍ୟାଧୁନିକ ଜ୍ଞାନ କୌଶଳ ସହିତ ଏହି କ୍ଷେତ୍ରକୁ ସମନ୍ୱିତ କରିବା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି ଆମେ ଆମର ବୁଣାକାରମାନଙ୍କୁ ବିଶ୍ୱସ୍ତରୀୟ ଉତ୍ପାଦ ପ୍ରସ୍ତୁତ କରିବାରେ ସାହାଯ୍ୟ କରୁଛୁ ସେଥିପାଇଁ : ଆମେ ବିଶ୍ୱସ୍ତରୀୟ ସର୍ବୋତ୍ତମ ଅଭ୍ୟାସ ଅବା କୌଶଳ ଶିଖିବାକୁ ଚାହୁଁଛୁ ଆମେ ମଧ୍ୟ ଚାହୁଁ ଯେ ବିଶ୍ୱ ଆମର ସର୍ବୋତ୍ତମ ଅଭ୍ୟାସ ଅବା କୌଶଳ ଶିଖୁ ସେଥିପାଇଁ, ଆଜିର ବାର୍ତ୍ତାଳାପରେ 11ଟି ରାଷ୍ଟ୍ର ଅଂଶଗ୍ରହଣ କରିବା ବେଶ ଭଲ କଥା ଚିନ୍ତାଧାରାର ଆଦାନ ପ୍ରଦାନ ଏବଂ ସର୍ବୋତ୍ତମ ଅଭ୍ୟାସ ଅବା କୌଶଳ ଗୁଡିକ ଭାଗୀଦାର ସହଯୋଗ ପାଇଁ ଏହା ନୂତନ ଉପାୟ ସୃଷ୍ଟି କରିବ

ସାଥୀଗଣ, ବିଶ୍ୱବ୍ୟାପୀ, ବୟନଶିଳ୍ପ କ୍ଷେତ୍ରରେ ଅନେକ ମହିଳା ନିୟୋଜିତ ତେଣୁ ଏହିପରି, ଏକ ଜୀବନ୍ତ ତଥା ସତେଜ ବୟନଶିଳ୍ପ କ୍ଷେତ୍ର ମହିଳା ସଶକ୍ତିକରଣର ପ୍ରୟାସକୁ ସୁଦୃଢ କରିବ ସାଥୀଗଣ, ଆମକୁ ଆହ୍ୱାନ ସମୟରେ ଆମର ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ ଆମର ବୟନଶିଳ୍ପ ପରମ୍ପରା ଶକ୍ତିଶାଳୀ ଚିନ୍ତାଧାରା ଏବଂ ନୀତିକୁ ପ୍ରଦର୍ଶନ କରିଛି ସେଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇ ରହିଛି : ବିବିଧତା ଏବଂ ଅନୁଗ୍ରହଣ କରିବାର କ୍ଷମତା ଆତ୍ମନିର୍ଭରଶୀଳତା, ଦକ୍ଷତା ଏବଂ ନବସୃଜନ ଏହି ନୀତିଗୁଡିକ ବର୍ତ୍ତମାନ ଅଧିକ ପ୍ରାସଙ୍ଗିକ ହୋଇପଡ଼ିଛି। ମୁଁ ଆଶା କରୁଛି ଯେ ଆଜିର ଏହି ୱେବିନାର୍ ଭଳି କାର୍ଯ୍ୟକ୍ରମଗୁଡିକ ଏଭଳି ଚିନ୍ତାଧାରାକୁ ଆହୁରି ଦୃଢ କରିବାରେ ସହାୟକ ହେବ ମୁଁ ମଧ୍ୟ ଆଶା କରୁଛି ଏହା ବୟନଶିଳ୍ପ କ୍ଷେତ୍ରକୁ ଅଧିକ ଜୀବନ୍ତ କରିବାରେ ସହାୟକ ହେବ ଏହି ପ୍ରୟାସ ପାଇଁ ମୁଁ ଆଇସିସିଆର  (ICCR), ୟୁପିଆଇଡି (UPID) ଏବଂ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଶୁଭେଚ୍ଛା ଜଣାଉଛି ।

ଆପଣ ମାନଙ୍କୁ ବହୁତ ବହୁତ ଧନ୍ୟବାଦ !

 

**********



(Release ID: 1661591) Visitor Counter : 204