ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତର କୋଭିଡ ସୁସ୍ଥ ହାର 83 ପ୍ରତିଶତ ଅତିକ୍ରମ କଲା

ସକ୍ରିୟ ମାମଲା ତୁଳନାରେ ସୁସ୍ଥ ସଂଖ୍ୟା 41.5 ଲକ୍ଷ ଅଧିକ

Posted On: 29 SEP 2020 12:19PM by PIB Bhubaneshwar

ଭାରତରେ କୋଭିଡ ସୁସ୍ଥଙ୍କ ସଂଖ୍ୟା ବଢୁଛି ଗତ 24 ଘଣ୍ଟାରେ ଚିହ୍ନଟ ନୂଆ ମାମଲା ତୁଳନାରେ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି ଏହାସହିତ ଭାରତର କୋଭିଡ ସୁସ୍ଥ ହାର ମଙ୍ଗଳବାର 83 ପ୍ରତିଶତ ଅତିକ୍ରମ କରିଛି

ଗତ 24 ଘଣ୍ଟାରେ ଦେଶରେ 70,589 ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ 84,877 ସୁସ୍ଥ ହୋଇଛନ୍ତି ସମୁଦାୟ ସୁସ୍ଥଙ୍କ ସଂଖ୍ୟା 51,01,397 ଛୁଇଁଛି

ନୂଆ ସୁସ୍ଥ ମାମଲା ମଧ୍ୟରେ 10ଟି ରାଜ୍ୟ, ଯଥା- ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଉତ୍ତର ପ୍ରଦେଶ, ଦିଲ୍ଲୀ, ଓଡିଶା, କେରଳ, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶରୁ 73 ପ୍ରତିଶତ ପଞ୍ଜିକୃତ ହୋଇଛି

ପ୍ରାୟ 20 ହଜାର ସୁସ୍ଥ ତାଲିକା ସହ ମହାରାଷ୍ଟ୍ର ଶୀର୍ଷରେ ଥିବା ବେଳେ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ଗୋଟିଏ ଦିନରେ 7 ହଜାର ଲେଖାଏଁ ସୁସ୍ଥ ହୋଇଛନ୍ତି

ଅଧିକ ସଂଖ୍ୟକ ରୋଗୀ ସୁସ୍ଥ ହେଉଥିବାରୁ ସକ୍ରିୟ ମାମଲା ଓ ସୁସ୍ଥ ସଂଖ୍ୟା ମଧ୍ୟରେ ପାର୍ଥକ୍ୟ ବଢିବାରେ ଲାଗିଛି

ସୁସ୍ଥଙ୍କ ସଂଖ୍ୟା ସକ୍ରିୟ ମାମଲା (9,47,576) ତୁଳନାରେ ଅଧିକ (41,53,831) ରହିଛି ସକ୍ରିୟ ରୋଗୀଙ୍କ ତୁଳନାରେ ସୁସ୍ଥ ହାର 5.38 ଗୁଣ ଅଧିକ ରହିଥିବାରୁ ସୁସ୍ଥ ସଂଖ୍ୟା କ୍ରମାଗତ ଭାବେ ବଢୁଥିବା ସ୍ପଷ୍ଟ ହୋଇଛି

ଦେଶରେ ସମୁଦାୟ ପଜିଟିଭ ମାମଲା ମଧ୍ୟରୁ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା 15.42 ପ୍ରତିଶତ ରହିଛି ଓ କ୍ରମାଗତ ଭାବେ ହ୍ରାସ ପାଉଛି

ଗତ 24 ଘଣ୍ଟା ମଧ୍ୟରେ ଦେଶରେ ସମୁଦାୟ 70, 589 ନୂଆ ମାମଲା ଚିହ୍ନଟ ହୋଇଛି

ଚିହ୍ନଟ ହୋଇଥିବା ନୂଆ ମାମଲାଗୁଡିକ ମଧ୍ୟରୁ 73 ପ୍ରତିଶତ 10 ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ ଚିହ୍ନଟ ହୋଇଛି

ମହାରାଷ୍ଟ୍ର ଏହି ସୂଚୀରେ ଶୀର୍ଷରେ ରହିଛି ମହାରାଷ୍ଟ୍ରରେ 11 ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକରେ 6 ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 776ଟି ମୃତ୍ୟୁ ହୋଇଛି

କୋଭିଡ ମୃତ୍ୟୁ ମାମଲାର 78 ପ୍ରତିଶତ 10 ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ ହୋଇଛି

ନୂଆ ମୃତ୍ୟୁ ମାମଲା ମଧ୍ୟରେ ମହାରାଷ୍ଟ୍ରରେ 23 ପ୍ରତିଶତ ଅଧିକ ମୃତ୍ୟୁ ହୋଇଛି ମହାରାଷ୍ଟ୍ରରେ 180ଟି କୋଭିଡ ମୃତ୍ୟୁ ହୋଇଥିବା ବେଳେ ତାମିଲନାଡୁରେ 70 ମୃତ୍ୟୁ ହୋଇଛି

 

**********

 



(Release ID: 1660126) Visitor Counter : 207