ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ଼-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା

● ନୂତନ ସଂକ୍ରମିତ ମାମଲା ମଧ୍ୟରୁ 75 ପ୍ରତିଶତ 10ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର

ପୋଷ୍ଟ କରାଯିବା ଦିନାଙ୍କ: 24 SEP 2020 1:05PM by PIB Bhubaneswar

କ୍ରମାଗତ ଷଷ୍ଠ ଦିନ ପାଇଁ, ନୂତନ ଆରୋଗ୍ୟଙ୍କ ଅପେକ୍ଷା ସୁନିଶ୍ଚିତ ହୋଇଥିବା ନୂତନ ସଂକ୍ରମିତଙ୍କ ମାମଲା ସଂଖ୍ୟା କମ୍ ରହିଛି ।

ଦେଶରେ ଗତ 24 ଘଣ୍ଟା ମଧ୍ୟରେ ମୋଟ 86,508ଟି ନୂଆ ସଂକ୍ରମିତ ମାମଲା ଦେଖାଦେଇଛି । ଏହି ସଂଖ୍ୟାର 75 ପ୍ରତିଶତ 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ବୋଲି ଜଣାପଡିଛି ।

ମହାରାଷ୍ଟ୍ର ଏହି ତାଲିକାରେ ଶୀର୍ଷରେ ରହିଛି । କେବଳ 21,000ରୁ ଅଧିକ ଏହି ରାଜ୍ୟରୁ ଦେଖା ଦେଇଥିବା ବେଳେ ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକରୁ ଯଥାକ୍ରମେ 7,000 ଏବଂ 6,000ରୁ ଅଧିକ ମାମଲା ଥିବା ଜଣାପଡିଛି ।

ଗତ 24 ଘଣ୍ଟା ମଧ୍ୟରେ 1,129 ମୃତ୍ୟୁ ପଞ୍ଜିକୃତ ହୋଇଛି ।

କୋଭିଡ କାରଣରୁ ଗତ 24 ଘଣ୍ଟା ମଧ୍ୟରେ ଦେଶର ମୃତ୍ୟୁ ସଂଖ୍ୟାର 83 ପ୍ରତିଶତ କେବଳ 10ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରୁ ହୋଇଛି ।

ଏହି ହିସାବରେ ମହାରାଷ୍ଟ୍ରରୁ 479 ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଉତ୍ତରପ୍ରଦେଶ ଏବଂ ପଞ୍ଜାବରେ ଯଥାକ୍ରମେ 87 ଏବଂ 64 ଜଣଙ୍କ ମୃତ୍ୟୁ ଘଟିଛି ।

ଭାରତ ଏହାର ପରୀକ୍ଷଣ ଭିତ୍ତିଭୂମିକୁ ସମଗ୍ର ଦେଶରେ ବୃଦ୍ଧି କରିଛି । ଆଜିସୁଦ୍ଧା ଦେଶରେ ମୋଟ 1810ଟି ପରୀକ୍ଷାଗାର ମଧ୍ୟରୁ 1082ଟି ସରକାରୀ ଏବଂ 728ଟି ଘରୋଇ ପରୀକ୍ଷାଗାର ରହିଛି ।

ଗତ 24 ଘଣ୍ଟା ମଧ୍ୟରେ 11,56,569ଟି ନମୁନା ପରୀକ୍ଷା କରାଯାଇଥିଲା । ଏଥିସହିତ ଦେଶରେ ମୋଟ ପରୀକ୍ଷଣ ସଂଖ୍ୟା 6.74 କୋଟିକୁ ଅତିକ୍ରମ କରିଛି ।

 

**********


(ରିଲିଜ ଆଡି: 1658822) ପରିଦର୍ଶକ କାଉଣ୍ଟର : 262