ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ଼-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା

● ନୂତନ ସଂକ୍ରମିତ ମାମଲା ମଧ୍ୟରୁ 75 ପ୍ରତିଶତ 10ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର

Posted On: 24 SEP 2020 1:05PM by PIB Bhubaneshwar

କ୍ରମାଗତ ଷଷ୍ଠ ଦିନ ପାଇଁ, ନୂତନ ଆରୋଗ୍ୟଙ୍କ ଅପେକ୍ଷା ସୁନିଶ୍ଚିତ ହୋଇଥିବା ନୂତନ ସଂକ୍ରମିତଙ୍କ ମାମଲା ସଂଖ୍ୟା କମ୍ ରହିଛି

ଦେଶରେ ଗତ 24 ଘଣ୍ଟା ମଧ୍ୟରେ ମୋଟ 86,508ଟି ନୂଆ ସଂକ୍ରମିତ ମାମଲା ଦେଖାଦେଇଛି ଏହି ସଂଖ୍ୟାର 75 ପ୍ରତିଶତ 10ଟି ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରୁ ବୋଲି ଜଣାପଡିଛି

ମହାରାଷ୍ଟ୍ର ଏହି ତାଲିକାରେ ଶୀର୍ଷରେ ରହିଛି କେବଳ 21,000ରୁ ଅଧିକ ଏହି ରାଜ୍ୟରୁ ଦେଖା ଦେଇଥିବା ବେଳେ ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକରୁ ଯଥାକ୍ରମେ 7,000 ଏବଂ 6,000ରୁ ଅଧିକ ମାମଲା ଥିବା ଜଣାପଡିଛି

ଗତ 24 ଘଣ୍ଟା ମଧ୍ୟରେ 1,129 ମୃତ୍ୟୁ ପଞ୍ଜିକୃତ ହୋଇଛି

କୋଭିଡ କାରଣରୁ ଗତ 24 ଘଣ୍ଟା ମଧ୍ୟରେ ଦେଶର ମୃତ୍ୟୁ ସଂଖ୍ୟାର 83 ପ୍ରତିଶତ କେବଳ 10ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରୁ ହୋଇଛି

ଏହି ହିସାବରେ ମହାରାଷ୍ଟ୍ରରୁ 479 ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଉତ୍ତରପ୍ରଦେଶ ଏବଂ ପଞ୍ଜାବରେ ଯଥାକ୍ରମେ 87 ଏବଂ 64 ଜଣଙ୍କ ମୃତ୍ୟୁ ଘଟିଛି

ଭାରତ ଏହାର ପରୀକ୍ଷଣ ଭିତ୍ତିଭୂମିକୁ ସମଗ୍ର ଦେଶରେ ବୃଦ୍ଧି କରିଛି ଆଜିସୁଦ୍ଧା ଦେଶରେ ମୋଟ 1810ଟି ପରୀକ୍ଷାଗାର ମଧ୍ୟରୁ 1082ଟି ସରକାରୀ ଏବଂ 728ଟି ଘରୋଇ ପରୀକ୍ଷାଗାର ରହିଛି

ଗତ 24 ଘଣ୍ଟା ମଧ୍ୟରେ 11,56,569ଟି ନମୁନା ପରୀକ୍ଷା କରାଯାଇଥିଲା ଏଥିସହିତ ଦେଶରେ ମୋଟ ପରୀକ୍ଷଣ ସଂଖ୍ୟା 6.74 କୋଟିକୁ ଅତିକ୍ରମ କରିଛି

 

**********



(Release ID: 1658822) Visitor Counter : 195