ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି

2021-22 ପାଇଁ ରବି ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଘୋଷଣା କଲେ କେନ୍ଦ୍ର ସରକାର

Posted On: 21 SEP 2020 7:05PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି 2021-22ର ରବି ଫସଲ ପାଇଁ ନ୍ୟୁନତମ ସହାୟକ ମୂଲ୍ୟ ଘୋଷଣା କରିଛନ୍ତି ସ୍ଵାମୀନାଥନ କମିଟିର ସୁପାରିଶ ଅନୁଯାୟୀ ଏହି ବର୍ଦ୍ଧିତ ସହାୟକ ମୂଲ୍ୟ ଘୋଷଣା କରାଯାଇଛି ଖାଦ୍ୟ ଶସ୍ୟର ବର୍ଦ୍ଧିତ ଆବଶ୍ୟକତା ତଥା ଡାଲି ଓ ତୈଳବୀଜ ଜାତୀୟ ଶସ୍ୟର ଆତ୍ମନିର୍ଭରଶୀଳତାକୁ ଦୃଷ୍ଟିରେ ରଖି ସରକାର ଏହିସବୁ ଶସ୍ୟର ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି ମସୁର ଡାଲି ପାଇଁ ସର୍ବାଧିକ କ୍ଵିଣ୍ଟାଲ ପିଛା 300 ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ମୁଗ, ବିରି ଜାତୀୟ ଶସ୍ୟ, ଜଡା ଶୋରିଷରେ କ୍ଵିଣ୍ଟାଲ ପିଛା 225 ଟଙ୍କା ଲେଖାଏଁ ସୂର୍ଯ୍ୟମୁଖୀରେ କ୍ଵିଣ୍ଟାଲ ପିଛା 112 ଟଙ୍କା ବୃଦ୍ଧି କରାଯାଇଛି ବାର୍ଲିରେ କ୍ଵିଣ୍ଟାଲ ପିଛା 75 ଟଙ୍କା ଗହମରେ କ୍ଵିଣ୍ଟାଲ ପିଛା 50 ଟଙ୍କା ବୃଦ୍ଧି ଘୋଷଣା କରାଯାଇଛି ବହୁମୂଖୀ ଫସଲକୁ ପ୍ରୋତ୍ସାହିତ କରିବା ପାଇଁ ଏହି ବୃଦ୍ଧି ଘୋଷଣା କରାଯାଇଛି

2021-22 ରବି ଫସଲ ଋତୁ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ

Crops

MSP for RMS 2020-21

(Rs/quintal)

MSP for RMS 2021-22

(Rs/quintal)

Cost* of production 2021-22 (Rs/quintal)

Increase in MSP

(Rs/quintal)

Return over cost (in per cent)

Wheat

1925

1975

960

50

106

Barley

1525

1600

971

75

65

Gram

4875

5100

2866

225

78

Lentil (Masur)

4800

5100

2864

300

78

Rapeseed &

Mustard

4425

4650

2415

225

93

Safflower

5215

5327

3551

112

50

2021-22 ଆର୍ଥିକ ବର୍ଷ ନିମନ୍ତେ 2018-19ର ଆନୁମାନିକ ମୂଲ୍ୟକୁ ଆଖିଆଗରେ ରଖି ଏମଏସପିରେ ଅନ୍ୟୁନ ଦେଢଗୁଣ ଅଧିକ ବୃଦ୍ଧି କରାଯାଇଛି ଗହମ କ୍ଷେତ୍ରରେ କୃଷକ ଖର୍ଚ୍ଚର ସର୍ବାଧିକ 106 ପ୍ରତିଶତ ପାଇବାକୁ ଥିବା ବେଳେ ଜଡା ଏବଂ ଶୋରିଷରେ ଶତକଡା 93 ପ୍ରତିଶତ, ମୁଗ, ବିରି ମସୁର ଜାତୀୟ ଶସ୍ୟରେ ଉତ୍ପାଦିତ ଖର୍ଚ୍ଚର ଶତକଡା 78 ପ୍ରତିଶତ ଅଧିକ ପାଇବ ସେହିପରି ବାର୍ଲିରେ ଶତକଡା 65 ଏବଂ ସୂର୍ଯ୍ୟମୁଖୀରେ ଖର୍ଚ୍ଚର ଶତକଡା 50 ଭାଗ ଅଧିକ ପାଇବ ଡାଲି ଜାତୀୟ ଫସଲରେ ଭାରତୀୟ ଖାଦ୍ୟ ନିଗମ ଅନ୍ୟାନ୍ୟ ରାଜ୍ୟ ସଂସ୍ଥାଗୁଡ଼ିକ ଚାଷୀ ମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବେ ସରକାର ଡାଲି ଜାତୀୟ ଶସ୍ୟର ବଫର ଷ୍ଟକ ରଖିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ପ୍ରାଇସ ଷ୍ଟାବିଲାଇଜେସନ ଫଣ୍ଡ (ପିଏସଏଫ) ଅଧୀନରେ ଘରୋଇ ଡାଲି ସଂଗ୍ରହ ମଧ୍ୟ କରାଯିବ

ପ୍ରଧାନମନ୍ତ୍ରୀ ନ୍ନ ଦାତା ଆୟ ସଂରକ୍ଷଣ (ପିଏମ-ଆଶା) ଅଧୀନରେ ପ୍ରାଇସ ସପୋର୍ଟ ସ୍କିମ (ପିଏସଏସ), ପ୍ରାଇସ ଡେଫିସିଏନ୍ସି ପେମେଣ୍ଟ ସ୍କିମ (ପିଡିପିଏସ) ଏବଂ ପାଇଲଟ ସ୍କିମ ଫର ପ୍ରାଇଭେଟ ପ୍ରୋକ୍ୟୁରମେଣ୍ଟ ଏଣ୍ଡ ଷ୍ଟକିଷ୍ଟ ସ୍କିମ (ପିପିଏସଏସ) ମଧ୍ୟ ଡାଲି ତୈଳବୀଜ ସଂଗ୍ରହରେ ସାହାଯ୍ୟ କରିବ କୋଭିଡ-19 ବୈଶ୍ଵିକ ମହାମାରୀ ଦେଶବ୍ୟାପୀ ଲକଡାଉନ ସତ୍ଵେ ସରକାରଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ଦେଶରେ ରେକର୍ଡ ସଂଖ୍ୟକ 39 ମିଲିୟନ ଟନ ଗହମ ରବି ଋତୁ ଫସଲ (ଆରଏମଏସ) 2020-21 ପାଇଁ ସଂଗ୍ରହ ହୋଇଛି ପ୍ରାୟ 43 ଲକ୍ଷ ଚାଷୀ ଏହାଦ୍ୱାରା ଉପକୃତ ହୋଇଥିବା ବେଳେ ଆରଏମଏସ 2019-20 ତୁଳନାରେ ଶତକଡା 22 ଭାଗ ଅଧିକ ଶସ୍ୟ ସଂଗ୍ରହ ହୋଇଛି 2019-20ରେ 390 ଲକ୍ଷ ଟନ ଗହମ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ 2014-15ରେ 280 ଲକ୍ଷ ଟନ ଗହମ ସଂଗ୍ରହ ହୋଇଥିଲା 2019-20ରେ 15 ଲକ୍ଷ ମେଟ୍ରିକ ଟନ ଡାଲି ଜାତୀୟ ଶସ୍ୟ ସଂଗ୍ରହ ଲକ୍ଷ୍ୟ ଥିବା ବେଳେ 2014-15ରେ ଏହା ମାତ୍ର 3 ଲକ୍ଷ ଟନ ଥିଲା 2019-20ରେ 18 ଲକ୍ଷ ମେଟ୍ରିକ ଟନ ତୈଳବୀଜ ସଂଗ୍ରହ ଲକ୍ଷ୍ୟ ଥିବା ବେଳେ 2014-15ରେ 12 ହଜାର ଟନ ସଂଗ୍ରହ ହୋଇଥିଲା   ବର୍ତ୍ତମାନର ସ୍ୱାସ୍ଥ୍ୟ ସମସ୍ୟା ସତ୍ଵେ ସରକାର କୃଷକମାନଙ୍କ ସମସ୍ୟାର ସମାଧାନ ପାଇଁ ନିମ୍ନୋକ୍ତ ପଦକ୍ଷେପମାନ ନେଇଛନ୍ତି

  1. ସର୍ବନିମ୍ନ  ସହାୟକ ମୂଲ୍ୟ ବୃଦ୍ଧି ସହ ସଂଗ୍ରହ ପ୍ରକ୍ରିୟାକୁ ମଜବୁତ କରାଯାଇଥିବାରୁ ଅଧିକରୁ ଅଧିକ ଚାଷୀ ଏହାର ସୁବିଧା ପାଇପାରିବେ
  2. କୋଭିଡ ବୈଶ୍ଵିକ ମହାମାରୀ କାଳରେ ଗହମ, ଡାଲି ତୈଳବୀଜ ସଂଗ୍ରହ କେନ୍ଦ୍ର ସଂଖ୍ୟା 1.5 ରୁ 3 ଗୁଣ ବୃଦ୍ଧି କରାଯାଇଛି
  3. ମହାମାରୀ କାଳରେ 75 ହଜାର କୋଟି ଟଙ୍କାର 390 ଲକ୍ଷ ଟନ ଗହମ ସଂଗ୍ରହ ହୋଇଛି ଯାହାକି ଗତବର୍ଷ ତୁଳନାରେ ଶତକଡା 15 ଭାଗ ଅଧିକ
  4.    ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ 10 କୋଟିରୁ ଉର୍ଦ୍ଧ୍ଵ କୃଷକ ଲାଭାନ୍ଵିତ ହୋଇଛନ୍ତି ସେମାନଙ୍କୁ 93 ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ଵ ପଇଠ କରାଯାଇଛି
  5. କୋଭିଡ ମହାମାରୀ କାଳରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ 9 କୋଟି ଚାଷୀଙ୍କୁ ପ୍ରାୟ 38 ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି
  6. ଗତ 6 ମାସ ମଧ୍ୟରେ 1.25 କୋଟି ନୂତନ କିଷାନ କ୍ରେଡିଟ କାର୍ଡ (କେସିସି) ପ୍ରଦାନ କରାଯାଇଛି
  7. ଗ୍ରୀଷ୍ମ ଋତୁରେ 57 ଲକ୍ଷ ହେକ୍ଟରରେ ଚାଷ କାର୍ଯ୍ୟ ହୋଇଛି ଯାହାକି ଗତ ବର୍ଷ ତୁଳନାରେ 16 ଲକ୍ଷ ଅଧିକ ଗତବର୍ଷ ତୁଳନାରେ ଶତକଡା 5 ଭାଗ ଅଧିକ ଖରିଫ ଚାଷ ହୋଇଛି
  8. କୋଭିଡ ମହାମାରୀ କାଳରେ -ନାମ ବଜାର ସଂଖ୍ୟା 585 ରୁ 1000କୁ ବୃଦ୍ଧି ପାଇଛି ଗତବର୍ଷ -ପ୍ଲାଟଫର୍ମରେ 35 ହଜାର କୋଟି ଟଙ୍କାର କାରବାର ହୋଇଥିଲା
  9. ଆସନ୍ତା 5 ବର୍ଷ ମଧ୍ୟରେ 10 ହଜାର ଏଫପିଓ ପ୍ରତିଷ୍ଠା କରାଯାଇ ଏବାବଦରେ 6850 କୋଟି ଟଙ୍କା ଖର୍ଚ୍ଚ କରାଯିବ
  10. ଗତ 4 ବର୍ଷ ମଧ୍ୟରେ ଫସଲ ବୀମା ଯୋଜନା ଅଧୀନରେ କୃଷକମାନେ 77 ହଜାର କୋଟିରୁ ଉର୍ଦ୍ଧ୍ଵ କ୍ଷତିପୂରଣ ପାଇଛନ୍ତି ଯେଉଁଥିପାଇଁ 17,500 କୋଟି ଟଙ୍କାର ପ୍ରିମିୟମ ଦେବାକୁ ପଡିଥିଲା
  11. ଫସଲ ବୀମା ଯୋଜନାକୁ ସ୍ଵେଚ୍ଛାକୃତ କରାଯାଇଛି
  12. କିଷାନ ରେଳ ସେବା ଆରମ୍ଭ କରାଯାଇଛି

ଫାର୍ମର୍ସ ପ୍ରଡ୍ୟୁସ ଟ୍ରେଡ ଏଣ୍ଡ କମର୍ସ ଅଧ୍ୟାଦେଶ 2020 ଏବଂ ଫାର୍ମର୍ସ (ଏମପାୱାରମେଣ୍ଟ ଏଣ୍ଡ ପ୍ରୋଟେକ୍ସନ) ଏଗ୍ରୀମେଣ୍ଟ ଅନ ପ୍ରାଇସ ଆସୁରାନ୍ସ ଏଣ୍ଡ ଫାର୍ମ ସର୍ଭିସେସ ଅଧ୍ୟାଦେଶ 2020 ଜାରି କରାଯାଇ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ପାରମ୍ପରିକ ଏପିଏମସି ମଣ୍ଡି ପରିବର୍ତ୍ତେ ଅନ୍ୟତ୍ର ବିକ୍ରିବଟା କରିବା ପାଇଁ ସୁଯୋଗ ମିଳିପାରିଛି ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଅଧ୍ୟାଦେଶ 2020 ଜାରି କରାଯାଇଛି ଯାହାଫଳରେ ବିଜ୍ଞାନ ସମ୍ମତ କୃଷି, ପଣ୍ୟାଗାର ବିପଣନ ଭିତ୍ତିଭୂମି ବିକାଶ ପାଇଁ ଅଧିକରୁ ଅଧିକ ଘରୋଇ ପୁଞ୍ଜି ନିବେଶକୁ ଆକୃଷ୍ଟ କରିହେବ କୃଷି ଭିତ୍ତିଭୂମି ପାଣ୍ଠି ଯୋଜନା ଅଧୀନରେ 1 ଲକ୍ଷ କୋଟି ଟଙ୍କା ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡିକ ପକ୍ଷରୁ ଋଣ ଆକାରରେ ପ୍ରଦାନ କରାଯିବ ଏହାର ସୁଧ ପରିମାଣ ବାର୍ଷିକ ଶତକଡା 3 ଭାଗ ରହିଥିବା ବେଳେ ସିଜିଟିଏମଏସଇ ଅଧୀନରେ 2 କୋଟି ଟଙ୍କା ଋଣ ପର୍ଯ୍ୟନ୍ତ କ୍ରେଡିଟ ଗ୍ୟାରେଣ୍ଟି ରହିବ   ଏହି ଯୋଜନା କୃଷକ, ପିଏସସିଏସ, ଏଫପିଓ, କୃଷି ଉଦ୍ୟୋଗୀମାନଙ୍କୁ ଅମଳ ପରବର୍ତ୍ତୀ ଖ୍ୟାଦ୍ୟଶସ୍ୟ ପ୍ରକ୍ରିୟାକରଣ ଦିଗରେ ସାହାଯ୍ୟ କରିବ

**********



(Release ID: 1657519) Visitor Counter : 273