ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦେଶରେ କୋଭିଡ-19 ନମୁନା ପରୀକ୍ଷଣରେ ନୀରବଚ୍ଛିନ୍ନ ଅଗ୍ରଗତି

● ଗତ 24 ଘଣ୍ଟା ମଧ୍ୟରେ 11.50 ଲକ୍ଷରୁ ଉର୍ଦ୍ଧ୍ଵ ନମୁନା ପରୀକ୍ଷା

Posted On: 09 SEP 2020 1:10PM by PIB Bhubaneshwar

ଦେଶରେ କରୋନା ସଂକ୍ରମିତଙ୍କ ଦୈନିକ ଆରୋଗ୍ୟ ସଂଖ୍ୟା ପାଖାପାଖି 75 ହଜାର ହୋଇଥିବା ବେଳେ ନମୁନା ପରୀକ୍ଷାରେ ମଧ୍ୟ ରେକର୍ଡ ସୃଷ୍ଟି ହୋଇଛି କେବଳ ଗତ 24 ଘଣ୍ଟା ମଧ୍ୟରେ 11.50 ଲକ୍ଷରୁ ଉର୍ଦ୍ଧ୍ଵ ନମୁନା ପରୀକ୍ଷା କରାଯାଇଛି ବିଶ୍ଵରେ ଦୈନିକ ନମୁନା ପରୀକ୍ଷଣରେ ଭାରତ ଅନ୍ୟାନ୍ୟ ଦେଶ ତୁଳନାରେ ବହୁ ଆଗରେ ରହିଛି ଦୈନିକ ନମୁନା ପରୀକ୍ଷଣ 11 ଲକ୍ଷରୁ ଅଧିକ ହୋଇପାରିଛି ଗତ 24 ଘଣ୍ଟା ମଧ୍ୟରେ 11,54,539ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ଜାତୀୟ ରୋଗ ନିରୂପଣ ସାମର୍ଥ୍ୟ ମଧ୍ୟ ବୃଦ୍ଧି ପାଇଛି ଏଥିସହିତ ମୋଟ ନମୁନା ପରୀକ୍ଷା ସଂଖ୍ୟା 5.18 କୋଟିରୁ ଅଧିକ (5,18,04,677)କୁ ଅତିକ୍ରମ କରିଛି

ଅଧିକରୁ ଅଧିକ ନମୁନା ପରୀକ୍ଷଣ ଦ୍ଵାରା ସଅଳ ରୋଗ ନିରୂପଣ ଉପଯୁକ୍ତ ଉପଚାର ସମ୍ଭବ ହୋଇପାରୁଛି ଏହାଫଳରେ ମୃତ୍ୟୁହାର କମ (ଆଜି 1.69 ପ୍ରତିଶତ) ହେଉଥିବାବେଳେ ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଇଛି ବିଭିନ୍ନ ପଦ୍ଧତିରେ ରୋଗ ନିରୂପଣ ଅଧିକରୁ ଅଧିକ ପରୀକ୍ଷାଗାର ଯୋଗୁଁ ସମ୍ଭବ ହୋଇଛି ଏହାକୁ ଭିତ୍ତିକରି ନିୟୁତ ପିଛା ପରୀକ୍ଷା ସଂଖ୍ୟା ମଧ୍ୟ ବୃଦ୍ଧି ପାଇ 37,539ରେ ପହଞ୍ଚିଛି ଯାହା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ଚଳିତ ବର୍ଷ ଜାନୁଆରୀରେ ପୁଣେର ଏକମାତ୍ର ପରୀକ୍ଷାଗାରରୁ ଦେଶର କରୋନା ନମୁନା ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଦେଶର 1678ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି ସେଥିରୁ 1040ଟି ସରକାରୀ 638ଟି ଘରୋଇ ପରୀକ୍ଷାଗାର ରହିଛି

ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍‌ କରନ୍ତୁ: https://www.mohfw.gov.in/ and @MoHFW_INDIA

କୋଭିଡ୍‌ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019[at]gov[dot]in and @CovidIndiaSeva

କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍‌ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ ।

ରାଜ୍ୟଗୁଡିକର ହେଲ୍‌ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdfରେ ଉପଲବ୍ଧ ।

 

*********

 



(Release ID: 1652734) Visitor Counter : 157