ରାଷ୍ଟ୍ରପତିଙ୍କ ସଚିବାଳୟ

ଶିକ୍ଷକମାନଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; କୋଭିଡ ସମୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରିଥିବା ଶିକ୍ଷକଙ୍କୁ ଉଚ୍ଚ ପ୍ରଶଂସା

Posted On: 05 SEP 2020 1:19PM by PIB Bhubaneshwar

ଆଜି (ସେପ୍ଟେମ୍ବର 5, 2020) ଗୁରୁଦିବସ ଅବସରରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ସାରା ଦେଶର 47 ଜଣ ଶିକ୍ଷକଙ୍କୁ ପ୍ରଥମଥର ପାଇଁ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ପୁରସ୍କାର ସମାରୋହରେ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇବା ସହ ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଶିକ୍ଷକମାନଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ ସେ ନିରୀକ୍ଷଣ କରିଥିଲେ ଯେ, ଜାତୀୟ ପୁରସ୍କାର ବିଜେତାମାନଙ୍କ ମଧ୍ୟରୁ ପ୍ରାୟ 40 ପ୍ରତିଶତ ହେଉଛନ୍ତି ମହିଳା ଶିକ୍ଷୟତ୍ରୀ ଭାବରେ ମହିଳାମାନଙ୍କ ଭୂମିକାକୁ ସେ ପ୍ରଶଂସା କରିଥିଲେ

ଡକ୍ଟର ଏସ୍.ରାଧାକ୍ରିଷ୍ଣନଙ୍କୁ ପ୍ରଣାମ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି ଯେ ସେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ରାଜନେତା ଓ ଅସାଧାରଣ ଶିକ୍ଷକ ଥିଲେ ସେ କହିଛନ୍ତି, ତାଙ୍କ ଜନ୍ମଦିନକୁ ଶିକ୍ଷକ ଦିବସ ଭାବେ ପାଳନ କରିବା, ଦେଶର ବିକାଶ ଦିଗରେ ତାଙ୍କର ଉଲ୍ଲେଖନୀୟ ସେବା ପ୍ରତି ଏକ ଶ୍ରଦ୍ଧାଞ୍ଜଳି ଏବଂ ସମଗ୍ର ଶିକ୍ଷକ ସମୁଦାୟ ପାଇଁ ସମ୍ମାନର ସଂକେତ ଏହି ଅବସର ଆମର ଶିକ୍ଷକମାନଙ୍କୁ ସେମାନଙ୍କ ପ୍ରତିବଦ୍ଧତା ଏବଂ ଛାତ୍ରଛାତ୍ରୀଙ୍କ ଜୀବନରେ ସର୍ବୋଚ୍ଚ ଅବଦାନ ପାଇଁ ସମ୍ମାନ ପ୍ରଦାନ କରିବାର ସୁଯୋଗ ସୃଷ୍ଟି କରିଥାଏ ସେ ଆହୁରି ମତ ଦେଇ କହିଛନ୍ତି, ଯେ ଏହି ପ୍ରତିବଦ୍ଧତା ହିଁ ଯେ କୌଣସି ବିଦ୍ୟାଳୟ ପାଇଁ ହେଉଛି ମୂଳଦୁଆ, କାରଣ ଶିକ୍ଷକମାନେ ହେଉଛନ୍ତି ପ୍ରକୃତ ରାଷ୍ଟ୍ର ନିର୍ମାଣକାରୀ, ଯେଉଁମାନେ ପିଲାମାନଙ୍କର ଚରିତ୍ର ଗଠନ ଏବଂ ଜ୍ଞାନ ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି

ଡିଜିଟାଲ ଟେକ୍ନୋଲୋଜି ଉପରେ ଗୁରୁତ୍ୱ ଦେଇ ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି ଯେ, କୋଭିଡ ମହାମାରୀର ଆହ୍ଵାନ ସମୟରେ ଆମର ଶିକ୍ଷକମାନେ ପିଲାମାନଙ୍କ ନିକଟରେ ପହଞ୍ଚିବା ପାଇଁ ଏହି ଟେକ୍ନୋଲୋଜିର ସାହାଯ୍ୟ ନେଇଛନ୍ତି ଏହି ନୂତନ ଟେକ୍ନୋଲୋଜି ଆଧାରିତ ଶିକ୍ଷାଦାନକୁ ପରିବର୍ତ୍ତନ କରିବାରେ ଶିକ୍ଷକମାନଙ୍କର ଦକ୍ଷତାକୁ ପ୍ରଶଂସା କରି ସେ କହିଛନ୍ତି, ଶିକ୍ଷକମାନେ ଡିଜିଟାଲ୍ ଟେକ୍ନୋଲୋଜି କ୍ଷେତ୍ରରେ ସେମାନଙ୍କର ଦକ୍ଷତାକୁଅପଗ୍ରେଡ୍ ଏବଂ ଅପଡେଟ୍କରିବା ଆବଶ୍ୟକ, ଯାହାଦ୍ଵାରା ଶିକ୍ଷାଦାନ ଅଧିକ ପ୍ରଭାବଶାଳୀ ହୋଇପାରିବ ଏବଂ ଛାତ୍ରଛାତ୍ରୀମାନେ ମଧ୍ୟ ଏହି ନୂଆ କୌଶଳ ମାଧ୍ୟମରେ ଭାବବିନିମୟ କରିପାରିବେ ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି ଯେ, ଅନଲାଇନ୍ ଶିକ୍ଷା ବ୍ୟବସ୍ଥା ଅଭିଭାବକମାନଙ୍କୁ ଶିକ୍ଷକମାନଙ୍କ ସହିତ ଯୋଡିଛି ଏବଂ ପିଲାମାନଙ୍କୁ ନୂତନ ଶିକ୍ଷା କ୍ଷେତ୍ର ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ଉତ୍ସାହିତ କରିଛି ଡିଜିଟାଲ ବିଭେଦ ଉପରେ ଗୁରୁତ୍ୱାରୋପ କରି ସେ ଆହୁରି ମଧ୍ୟ କହିଛନ୍ତି, ଆଦିବାସୀ ତଥା ଉପାନ୍ତ ଅଞ୍ଚଳର ପିଲାମାନେ ଯେପରି ଉପକୃତ ହେବେ ସେଥିପ୍ରତି ମଧ୍ୟ ପଦକ୍ଷେପ ନେବା ଆବଶ୍ୟକ

ଜାତୀୟ ଶିକ୍ଷା ନୀତି ବିଷୟରେ ଆଲୋଚନା କରି ରାଷ୍ଟ୍ରପତି କୋବିନ୍ଦ ମତ ଦେଇଛନ୍ତି, ଆମ ପିଲାମାନଙ୍କ ଭବିଷ୍ୟତର ଆବଶ୍ୟକତାକୁ ଚାହିଁ ଏକ ପ୍ରୟାସ ସ୍ଵରୂପ ବିଭିନ୍ନ ହିତଧାରକଙ୍କ ମତାମତକୁ ବିଚାର କରିବା ପରେ ଏହାର ପରିକଳ୍ପନା କରାଯାଇଛି ଏହି ନୀତିକୁ ସଫଳ ଏବଂ ଫଳପ୍ରଦ କରିବା ପାଇଁ ବର୍ତ୍ତମାନ ଶିକ୍ଷକମାନେ ହିଁ କେନ୍ଦ୍ରସ୍ଥଳରେ ରହିବେ ବୋଲି ସେ କହିଛନ୍ତି ନୂତନ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିବାକୁ ଶିକ୍ଷକମାନଙ୍କୁ ଅଧିକ ଦକ୍ଷ କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି ଏବଂ ଶିକ୍ଷା କ୍ଷେତ୍ର ପାଇଁ କେବଳ ସର୍ବୋତ୍ତମ ମାନଙ୍କୁ ଚୟନ କରାଯିବ ବୋଲି ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲନିଶଙ୍କଏଥି​‌ରେ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଞ୍ଜୟ ଧୋତ୍ରେ ଧନ୍ୟବାଦ ଅର୍ପଣ କରିଥିଲେ

 

**********



(Release ID: 1651656) Visitor Counter : 213