ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମିଶନ କର୍ମଯୋଗୀ ସରକାରରେ ମାନବ ସମ୍ବଳ ପରିଚାଳନାରେ ମୌଳିକ ସୁଧାର ଆଣିବ : ପ୍ରଧାନମନ୍ତ୍ରୀ
• ଆଇଜିଓଟି ପ୍ଲାଟଫର୍ମ ଭୂମିକା ଆଧାରିତ ମାନବ ସମ୍ବଳ ଓ ନିରନ୍ତର ଜ୍ଞାନ ଅର୍ଜନ ଲାଗି ପରିବର୍ତ୍ତନ ଆଣିବ : ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
02 SEP 2020 7:48PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକାଧିକ ଟୁଇଟ ଜରିଆରେ କହିଛନ୍ତି ଯେ, “ମିଶନ କର୍ମଯୋଗୀ-ପ୍ରଶାସନିକ ସେବାରେ ସାମର୍ଥ୍ୟ ବିକାଶ ପାଇଁ ଜାତୀୟ କାର୍ଯ୍ୟକ୍ରମ” ସରକାରୀ ସ୍ତରରେ ମାନବ ସମ୍ବଳ ପରିଚାଳନା ବ୍ୟବସ୍ଥାରେ ମୌଳିକ ପରିବର୍ତ୍ତନ ଆଣିପାରିବ। ଏହା ସରକାରୀ କର୍ମଚାରୀମାନଙ୍କର କ୍ଷମତା ବଢ଼ାଇବା ଲାଗି ବ୍ୟାପକ ସୁଯୋଗ ଏବଂ ଭିତ୍ତିଭୂମି ବୃଦ୍ଧି କ୍ଷେତ୍ରରେ ସହାୟକ ହୋଇପାରିବ।
ସେ ଟୁଇଟ କରି ଆହୁରି କହିଛନ୍ତି, “ଆଇଜିଓଟି ପ୍ଲାଟଫର୍ମ ଭୂମିକା-ଆଧାରିତ ମାନବ ସମ୍ବଳ ପରିଚାଳନା ଏବଂ ନିରନ୍ତର ଜ୍ଞାନ ଅର୍ଜନ ଲାଗି ଆବଶ୍ୟକ ପରିବର୍ତ୍ତନ ଆଣିପାରିବ। ମିଶନ କର୍ମଯୋଗୀର ଉଦ୍ଦେଶ୍ୟ ପାରଦର୍ଶିତା ଓ ପ୍ରଯୁକ୍ତି ମାଧ୍ୟମରେ ଭବିଷ୍ୟତ ପାଇଁ ସରକାରୀ କର୍ମଚାରୀମାନଙ୍କୁ ଅଧିକ ପ୍ରଭାବୀ, ଗଠନମୂଳକ ଓ ସୃଜନଶୀଳ କରିବା
*********
(ରିଲିଜ ଆଡି: 1651120)
ପରିଦର୍ଶକ କାଉଣ୍ଟର : 270
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam